Ollywood ର ଲୋକପ୍ରିୟ ହିରୋଇନ Archita ଓ Mama Mishra ଏକାଠି ଗାଇଲେ ଲକ୍ଷ୍ମୀ ପୁରାଣ, ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ସିରିୟଲ ତଥା ଚଳଚିତ୍ର ଦେଖିବାକୁ ଆପଣ ମାନେ ପସନ୍ଦ କରିଥାନ୍ତି । ଆପଣଙ୍କ ପସନ୍ଦ ଅନୁଯାୟୀ ହିରୋ ହିରୋଇନ ଙ୍କୁ ମଧ୍ୟ ପରଦା ଆଗରେ ଦେଖିବାକୁ ଇଛା ପ୍ରକାଶ କରିଥାନ୍ତି । ଆଜି ଆମ୍ଭେ ଅଭିନେତ୍ରୀ ଅର୍ଚ୍ଚିତା ଏବଂ ମାମା ମିଶ୍ର ଙ୍କ ସମ୍ବନ୍ଧରେ କିଛି ବିଶେଷ ସୂଚନା ଦେବାକୁ ଯାଉଅଛୁ । ମାମା ମିଶ୍ର ଙ୍କୁ ଆପଣ ମାନେ ଅନେକ ଗୁଡିଏ ଚଳଚ୍ଚିତ୍ର ରେ ଅଭିନୟ କରିଥିବାର ଦେଖିଥିବେ । ଅଭିନେତା ସିଦ୍ଧାର୍ଥ ଙ୍କ ଧର୍ମପତ୍ନୀ ମାମା ମିଶ୍ର ପୁଣିଥରେ ଟିଭି ପରଦା କୁ ଫେରୁଛନ୍ତି ।

ମାମା ଙ୍କ ବିବାହ ପରେ ତାଙ୍କୁ ମୁଖ୍ୟତ ବିଶେଷ ଭବାରେ ଇଣ୍ଡଷ୍ଟ୍ରୀ ରେ ଦେଖିବାକୁ ମିଳିନଥିଲା ।  ବହୁତ ଦିନ ଧରି ମାମା ମିଶ୍ର ଟିଭି ପରଦାରୁ ଦୂରେଇ ରହିଥିଲେ । ମାତ୍ର ପୁଣିଥରେ ସେ ଟିଭି ପରଦା କୁ ଫେରି ଆସିବାର ସୂଚନା ମିଳିଅଛି । ଲକ୍ଷ୍ମୀ ପୁଆରାନ ତଥା ଭେଟି ନେଇ ସେ ମାତା ଲକ୍ଷ୍ମୀ ଙ୍କୁ ସ୍ମରଣ କରି ପୁଣିଥରେ ଓଲିଉଡ ଇଣ୍ଡଷ୍ଟ୍ରି ରେ ପାଦ ଦେବାକୁ ଯାଉଛନ୍ତି ।

ମାମା ମିଶ୍ର ଙ୍କ ସହିତ ନଜର ଆସୁଛନ୍ତି ଓଲିଉଡ ର ଅନ୍ୟତମ ପ୍ରସିଦ୍ଧ ହିରୋଇନ ନୂତନ କରି ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବୋଧୂ ଅର୍ଚ୍ଚିତା । ଅର୍ଚ୍ଚିତା ଜଣେ ଅଭିନେତ୍ରୀ ହେବା ସଙ୍ଗେ ସଙ୍ଗେ ଜଣେ ସମାଜସେବୀ ମଧ୍ୟ  ଅଟନ୍ତି । ସବ୍ୟସାଚୀ ଙ୍କ ସହିତ ମିଶି ବିବାହ ପରେ ମହାମାରୀ ସମୟରେ ଅନେକ ଲୋକଙ୍କୁ ସହାୟତା ର ହାତ ବଢାଇଥିଲେ ଅର୍ଚ୍ଚିତା ଏବଂ ସବ୍ୟସାଚୀ ।

ଦେବଦୂତ ସାଜି ଓଡିଶା ବାହାରେ କାର୍ଯ୍ୟ କରୁଥିବା ଗରିବ ଲୋକଙ୍କୁ ଫେରାଇ ଆଣିଥିଲେ ସବ୍ୟସାଚୀ । ବିବାହ ପରେ ଅର୍ଚ୍ଚିତା ଙ୍କୁ ଖୁବ କମ ଇଣ୍ଡଷ୍ଟ୍ରି ରେ କାମ କରୁଥିବାର ଦେଖିବାକୁ ମିଳିଥିଲା ବର୍ତ୍ତମାନ ଏହା ନିଶ୍ଚିତ ଭାବରେ ବହୁତ ଆଗ୍ରହ ର ବିଷୟ ହେବାକୁ ଯାଉଅଛି ।

ଆପଣ ମାନେ ମାର୍ଗଶିର ମାସରେ ହିଁ ଦେଖିପାରିବେ ଲକ୍ଷ୍ମୀ ପୁରାଣ ଜି ସାର୍ଥକ ରେ । ଲକ୍ଷ୍ମୀ ପୁରାଣ ର ଏପିଶୋଡ ରେ ଆପଣ ମାନଙ୍କୁ ନଜର ଆସିବେ ମାମା ମିଶ୍ର ଏବଂ ଅର୍ଚ୍ଚିତା । ଉଭୟଙ୍କୁ ଏକାଠି ପ୍ରଥମ ଥର ନିମନ୍ତେ ଆପଣ ମାନେ ଟିଭି ପରଦାରେ ଦେଖିବାକୁ ଯାଉଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଏହାକୁ ଦେଖିବା ନିମନ୍ତେ କେତେ ତତ୍ପର ଅଛନ୍ତି ଆମ୍ଭକୁ କମେଣ୍ଟ ମାଧ୍ୟମରେ ନିଜର ମତାମତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *