ଏହି 3 ମହିଳାଙ୍କୁ କେବେବି ତୁଳସୀ ଗଛରେ ଜଳ ସମର୍ପଣ କରିବା ଉଚିତ ନୁହେ, ନଚେତ ମିଳିଥାଏ ଖରାପ ପରିଣାମ !

ତୁଳସୀ ଗଛ ପ୍ରତ୍ଯେକ ହିନ୍ଦୁ ଘରେ ରହିଥାଏ । ପ୍ରାଚୀନ ଗ୍ରନ୍ଥରେ ତୁଳସୀର ଉପକାରୀତା ସମ୍ବଦ୍ଧରେ ରଚନା କରାଯାଇଛି । ପୃଥିବୀ ପୃଥିବୀ ପୃଷ୍ଠରେ ରହିଥିବା ସମସ୍ତ ବନସ୍ପତିରୁ ତୁଳସୀ ଗଛ ସର୍ବୋତ୍ତମ ଅଟେ । ତୁଳସୀ ଗଛ ଅନେକ ପ୍ରକାର ରୋଗକୁ ମୂଳରୁ ନାଶ କରିଥାଏ । ତୁଳସୀ ଗଛ ଘରେ ରହିବା ଦ୍ଵାରା ଘରେ ସୁଖ, ସମୃଦ୍ଧିର ପ୍ରାପ୍ତ ହୋଇଥାଏ । ତେଣୁ ତୁଳସୀକୁ ପୂଜନ କରିବାର ବିଧି ରହିଛି ।

ତେବେ ତୁଳସୀ ଗଛକୁ କେଉଁ 3 ଜଣ ମହିଳା ଜମାରୁ ଜଳ ଚଢାଇବା ଊଚିତ ନୁହେଁ । ନଚେତ ମା’ ଲକ୍ଷ୍ମୀ କ୍ରୋଧିତ ହୋଇଯାଇଥାନ୍ତି । ସେହି ସମ୍ପର୍କରେ ଚାଲନ୍ତୁ ଆଲୋଚନା କରିବା ।  ତୁଳସୀ ଗଛକୁ କୌଣସି ଗୁରୁବାରକୁ ଲଗାଇ ପାରିବେ । ଏହି ବାରରେ ଘରେ ତୁଳସୀ ଗଛ ଲଗାଇବା ଦ୍ଵାରା ଘରକୁ ମା’ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ତୁଳସୀ ଗଛକୁ କାର୍ତ୍ତିକ ମାସରେ ଲଗାଇବାକୁ ସର୍ବୋତ୍ତମ ମାସ ମନା ଯାଇଥାଏ । କାରଣ କାର୍ତ୍ତିକ ମାସକୁ ଅତି ପୂଣ୍ୟର ମାସ ବୋଲି ଶାସ୍ତ୍ରରେ ବିବେଚନା କରାଯାଇଛି ।

କାର୍ତ୍ତିକ ମାସରେ ତୁଳସୀ ଗଛର ନିଷ୍ଠା ସହକାରେ ପୂଜା କରିବା ଦ୍ଵାରା ବ୍ୟକ୍ତିର ମନୋକମନା ପୂରଣ ହୋଇଥାଏ । ତୁଳସୀ ଗଛକୁ ଘର କି ଅଗଣାର ମଧ୍ୟରେ ଲଗାଇବା ଉଚିତ । ଘରର ବାଲକୁନିରେ ମଧ୍ୟ ତୁଳସୀ ଗଛ ଲଗାଇପାରିବେ । ତୁଳସୀ ଗଛକୁ ସକାଳ ସମୟରେ ପାଣି ଚଢାଇ ତାହାର ପୂଜା ଓ ଗଛ ଚାରି ପଟେ ପରିକ୍ରମା କରିବା ଉଚିତ । ଏଥିସହ ସନ୍ଧ୍ୟା ସମୟରେ ତୁଳସୀ ଗଛ ପାଖରେ ସନ୍ଧ୍ୟା ଦେବାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ ।

ହେଲେ ତୁଳସୀ ଗଛର ପୂଜା ସମୟରେ କିଛି ନିୟମ ଉପରେ ଧ୍ୟାନ ଦେବାକୁ ପଡିବ । 1- ତୁଳସୀର ପତ୍ରକୁ ସକାଳ ସମୟରେ ହିଁ କେବଳ ତୋଳା ଯାଇଥାଏ । 2- ପ୍ରଭୁ ଗଣେଶ ଓ ମା’ ଦୂର୍ଗାଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ । 3- ଭଗବାନ ନାରାୟଣଙ୍କର ତୁଳସୀ ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ତାଙ୍କର ପୂଜା ସମୟରେ ତୁଳସୀ ପତ୍ର ସମପର୍ଣ କରନ୍ତୁ ।

4- ତୁଳସୀ କେବେବି ବାସି ହୋଇନଥାଏ । ତେଣୁ ତୁଳସୀ ପତ୍ରକୁ ରଖି ମଧ୍ୟ ଚଢାଇ ପାରିବେ । 5- ତାମସିକ କ୍ରିୟା କରୁଥିବା ଲୋକଙ୍କୁ ନିଜ ଘରେ ତୁଳସୀ ଗଛ ଲଗାଇବା ଉଚିତ ନୁହେଁ । 6- ତୁଳସୀକୁ ଦକ୍ଷିଣ ଦିଗରେ ନଲଗାଇ ଉତ୍ତର ଦିଗରେ ଲଗାଇବା ଉଚିତ । କାରଣ ଦକ୍ଷିଣ ଦିଗରେ ରଖାଯାଇଥିବା ତୁଳସୀ ସବୁବେଳେ ଖରାପ ପରିଣାମ ଦେଇଥାଏ ।

 

ମହିଳା ମାନଙ୍କର ମାସିକ ଧର୍ମ ଚାଲୁଥିବା ସମୟରେ ତୁଳସୀ ଗଛର ପାଣି ଦେବାକୁ ବର୍ଜନ କରାଯାଇଛି । ଚରିତ୍ରହୀନ ମହିଳା ମାନେ ମଧ୍ୟ ତୁଳସୀ ଗଛରେ ପାଣି ଦେବା ଅନୁଚିତ । ଦୁଷ୍ଟ ତଥା କୁଟ ପ୍ରକୃତିର ସ୍ତ୍ରୀ ତୁଳସୀ ଗଛରେ ପାଣି ଦେବା ଅନୁଚିତ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *