କରୋନା ହୋମ ଟେଷ୍ଟିଙ୍ଗ କୀଟ ଦ୍ଵାରା ଏବେ ଆପଣ ଘରେ ବସି କରି ପାରିବେ କରୋନା ଟେଷ୍ଟ, ଜାଣନ୍ତୁ ଏହାର ଦାମ ଓ କିପରି କରିବେ ୟୁଜ

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର ସ୍ଥିତି ବହୁତ ଜଟିଳ ହୋଇଛି । ଗତ ବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସର ସଂକ୍ରମଣ ତୀବ୍ର ଗତିରେ ବଢିବାରେ ଲାଗିଛି ।

ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଉଛନ୍ତି । କରୋନା ମହାମାରୀର ଦ୍ଵିତୀୟ ଲହର ବହୁତ ଶକ୍ତିଶାଳୀ ହେବା ସହିତ ଏହା ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି । ଅନ୍ୟ ପକ୍ଷରେ ହସ୍ପିଟାଲରେ ବେଡର ଅଭାବ ଓ ଆକ୍ସିଜେନର ଅଭାବ ଏକ ବଡ ଚିନ୍ତାର ବିଷୟ ପାଲଟିଛି ।

ବନ୍ଧୁଗଣ ବର୍ତ୍ତମାନ ଦେଶର କେତେକ ରାଜ୍ୟରେ ରାଜ୍ୟ ସରକାର କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଅଧିକାଂଶ ଲୋକ ଏହି ଭାଇରସରେ ସଂକ୍ରମିତ ହେବା ପରେ ବହୁତ ଚିନ୍ତାରେ ଆସିଯାଉଛନ୍ତି । ହେଲେ ବନ୍ଧୁଗଣ କରୋନା ମହାମାରୀର ଏକ ବଡ ଖବର ସାମ୍ନାକୁ ଆସିଛି ।

ଆପଣ ମାନେ ଚାହିଁଲେ ବର୍ତ୍ତମାନ ଘରେ ରହି କରୋନା ଟେଷ୍ଟ କରେଇ ପାରିବେ । ଆଗରୁ ଲୋକ ମାନଙ୍କୁ କରୋନା ଟେଷ୍ଟ କରେଇବା ପାଇଁ ହସ୍ପିଟାଲ ଯିବାକୁ ପଡୁଥିଲା ହେଲେ ବର୍ତ୍ତମାନ ଆପଣ ଘରେ ରହି ଏହି ଟେଷ୍ଟ କରେଇ ପାରିବେ । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

କରୋନା ଟେଷ୍ଟ ପାଇଁ ଟେଷ୍ଟିଙ୍ଗ କିଟ ‘କୋଭିସେଲ୍ଫ’ ବର୍ତ୍ତମାନ ବଜାରରେ ମିଳୁଛି । ଏହା ହେଉଛି ଏକ ରାପିଡ଼ ଏନ୍ଟିଜେନ ଟେଷ୍ଟ । ଏହାକୁ ଆପଣ ବହୁତ ସହଜ ଉପାୟରେ ଘରେ ବ୍ୟବହାର କରିପାରିବେ । ସାଧାରଣ ଏନ୍ଟିଜେନ ଟେଷ୍ଟ ଗୁଡିକ ଲ୍ୟାବରେ ବ୍ୟବହାର ହୋଇଥାଏ । ହେଲେ ଏହି ଟେଷ୍ଟିଙ୍ଗ କିଟ ଆପଣ ନିଜ ଘରେ ବ୍ୟବହାର କରିପାରିବେ ।

ଯେକୌଣସି ବ୍ୟକ୍ତି ନିଜ ଘର ମଧ୍ୟରେ ବହୁତ ସହଜରେ କରୋନା ଟେଷ୍ଟ କରେଇ ପାରିବ । ଏହି ଟେଷ୍ଟିଙ୍ଗ କିଟର ଦାମ ବଜାରରେ ୨୫୦ ଟଙ୍କା ମଧ୍ୟରେ ରହିବ । ଯଦି ଆପଣଙ୍କର କୌଣସି କରୋନା ଲକ୍ଷଣ ଦେଖା ଯାଉଛି ବା ଆପଣ କୌଣସି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଯାଇଛନ୍ତି ତା ହେଲେ ଆପଣ ଏହି କିଟର ବ୍ୟବହାର କରିପାରିବେ ।

ବନ୍ଧୁଗଣ ଏହି କିଟକୁ ବ୍ୟବହାର କରିବାର ଉପାୟ ବହୂର୍ତ ସହଜ ରହିଛି । ସେହି କିଟରେ କରୋନା ଟେଷ୍ଟିଙ୍ଗ କରିବା ପାଇଁ ସମସ୍ତ ସୂଚନା ଦିଆଯାଇଛି । ତେଣୁ ଆପଣ ମାନଙ୍କୁ ବର୍ତ୍ତମାନ ଠାରୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଯଦି ଆପଣଙ୍କର କୌଣସି କରୋନା ଲକ୍ଷଣ ଦେଖାଯାଉଛି ତା ହେଲେ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ ଟେଷ୍ଟ କରେଇପାରିବେ । ତା ହେଲେ ବନ୍ଧୁଗଣ ଶୀଘ୍ର ଏହି ଟେଷ୍ଟିଙ୍ଗ କିଟକୁ ନିଜ ଘରକୁ ଆଣନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *