ବନ୍ଧୁଗଣ ବର୍ତ୍ତମାନ ଦେଶର ସମୟ ବହୁତ ଜଟିଳ ଚାଲିଛି । ଗତ କିଛି ଦିନ ହେବ ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି ହେଲେ ଆଗାମୀ ସମୟରେ ଆସୁଥିବା କରୋନା ତୃତୀୟ ଲହର ମଧ୍ୟ ଚିନ୍ତା ବଢାଇଛି । ଗତ ବର୍ଷ ପରି ଏହି ବର୍ଷ ମଧ୍ୟ କରୋନା ମହାମାରୀ ପାଇଁ କେତେକ ରାଜ୍ୟରେ ଲକଡାଉନ କରଯାଇଥିଲା । ଲକଡାଉନ କାରଣରୁ ଶିକ୍ଷା କ୍ଷେତ୍ର ଓ ବାଣିଜ୍ୟ କ୍ଷେତ୍ରରେ ଅନେକ ପ୍ରଭାବ ପଡିଥିଲା । ଲକଡାଉନ କାରଣରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା ଓ ପିଲା ମାନଙ୍କୁ ଅନଲାଇନ ପାଠ ପଢିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ହେଲେ ବର୍ତ୍ତମାନ ବିଶ୍ଵ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଖୋଲାହୋଇ ସାରିଛି । ଏହା ସହ ନବମ ଓ ଦଶମ ଶ୍ରେଣୀ ମଧ୍ୟ ସ୍କୁଲରେ ଖୋଲା ହୋଇଛି । ବର୍ତ୍ତମାନ ପ୍ରାଥମିକ ଓ ମାଧ୍ଯମିକ ସ୍କୁଲ ଖୋଲିବା ଉପରେ କିଛି ବଡ ପ୍ରଶ୍ନ ଉଠିଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଶ୍ରେଣୀ ଗୃହ ଶିକ୍ଷାକୁ ପୁଣି ଆରମ୍ଭ କରିବେ କି ରାଜ୍ୟ ସରକାର । ବର୍ତ୍ତମାନ ସ୍କୁଲ ଖୋଲିବା ଉପରେ କିଛି ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଦେଶରେ କରୋନାର ଦ୍ଵିତୀୟ ଲହର କମିବା ପରେ ନିକଟରେ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ୫ ରାଜ୍ୟ । ବିଶେଷ କରି ତେଲେଙ୍ଗାନା, ହରିୟଣା ଓ ମଧ୍ୟ ପ୍ରଦେଶ ପରି ରାଜ୍ୟରେ ସେପ୍ଟେମ୍ବରରୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ପୁନଃ ଆରମ୍ଭ ଘୋଷଣା ପରେ ଓଡିଶାରେ କେବେ ସ୍କୁଲ ଖୋଲିବ ତାକୁ ଅପେକ୍ଷା କରାଯାଇଛି ।
ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ଏବଂ ଜନ ଜୀବନ ସ୍ଵାଭାବିକ ହୋଇଥିବାରୁ ପିଲାଙ୍କ ଶ୍ରେଣୀ ଗୃହ ପାଠ ପଢା ଆରମ୍ଭ କରାଯିବା ଦରକାର ବୋଲି କିଛି ଛାତ୍ର ଛାତ୍ରୀ ଓ ଅଭିଭାବକ ମତ ଦେଇଛନ୍ତି । ଅନଲାଇନ କ୍ଳାସରେ ପିଲା ମାନଙ୍କୁ ବହୁତ ଅସୁବିଧା ହେଉଛି । ସେମାନେ ଠିକ ଭାବରେ ପାଠ ବୁଝି ପାରୁ ନାହାନ୍ତି । ପାଖା ପାଖି ଦେଢ ବର୍ଷ ହେବ ସ୍କୁଲ ବନ୍ଦ ରହିଥିବାରୁ ପିଲା ମାନେ ବହୁତ ଚିନ୍ତାରେ ଅଛନ୍ତି । ହେଲେ ବନ୍ଧୁଗଣ କରୋନା ତୃତୀୟ ଲହର ଆଶଙ୍କା ମନରେ ଭୟ ସୃଷ୍ଟି କରିଛି ।
ତେବେ ସ୍କୁଲ ଖୋଲିବା ଉପରେ ନେଇ ବହୁତ ଶୀଘ୍ର ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶୈଳଜା ନନ୍ଦନ ପରିଡା ବର୍ତ୍ତମାନ ପର୍ଯ୍ୟନ୍ତ କରୋନ କୋପ ଶେଷ ହୋଇନଥିବାରୁ ପିଲା ମାନଙ୍କର ଟୀକାକରଣ ହେବା ପରେ ସ୍କୁଲ ଖୋଲିବା ଉଚିତ ବୋଲି କହିଛନ୍ତି । ତା ହେଲେ ବନ୍ଧୁଗ ବହୁତ ଶୀଘ୍ର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଉପରେ ସରକାର ନିଷ୍ପତ୍ତି ନେବେ ବୋଲି କୁହାଯାଉଛି । ତେବେ ବନ୍ଧୁଗଣ ଆପଣ ମାନଙ୍କ ମତରେ କଣ ହେବା ଉଚିତ ? ନିଶ୍ଚୟ କମେନ୍ଟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ