ଦୁଷ୍କର୍ମ କରି ମାସେ ହେଲା ଫେରାର ହୋଇଛି ଅଭିଯୁକ୍ତ, ଏ ପର୍ଯ୍ୟନ୍ତ ପୀଡ଼ିତାଙ୍କ ମିଳିନି ନ୍ୟାୟ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ସବୁଠାରୁ ବଡ ଖବର ଯେ ବୃଦ୍ଧାଙ୍କୁ କରା ଯାଇଛି ଦୁଷ୍କର୍ମ । କିନ୍ତୁ ବୃଦ୍ଧା ଜଣଙ୍କୁ ଏ ଯାଏଁ ନ୍ୟାୟ ମିଳିଲା ନାହିଁ । ଆଜିକୁ ମାସେ ହେବ କିନ୍ତୁ ପୋଲିସ ଏ ଯାଏଁ ବୃଦ୍ଧା ଙ୍କୁ ନ୍ୟାୟ ଦେଇପାରୁ ନାହିଁ । ଦୁଷ୍କର୍ମକାରୀ ଙ୍କୁ ଏ ଯାଏଁ ଧରିପାରୁ ନାହିଁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚାଳ ପୋଲିସ । ସୂଚନା ଅନୁଯାୟୀ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କୁ ଘେରିଲେ ଶତାଧିକ ମହିଳା ।

ଗତ ଜୁନ 14 ଅର୍ଥାତ ପହିଲି ରଜ ରେ ସସାରଫଳ ଗାଁ ର ଜୈନିକାଅ 80 ବର୍ଷର ବୃଦ୍ଧା ଙ୍କୁ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲେ । ସେହି ଦିନ ଠାରୁ ଆଜି ଯାଏଁ ପୋଲିସ ବିଭିନ୍ନ ସ୍ଥାନ ରେ ଖୋଜା ଖୋଜି କରିବା ସହ ଅନୁସନ୍ଧାନ ଜାରି ରଖିଛି । କିନ୍ତୁ ମାସେ ହେଲାଣି ଏ ଯାଏଁ ଅପରାଧି ଙ୍କୁ ଧରିପାରୁ ନାହିଁ ଗ୍ରାମାଞ୍ଚଳ ପୋଲିସ । ତେବେ ଏ ନେଇ ଅଞ୍ଚଳବାସୀ କହିଛନ୍ତି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳର ଅବହେଳା ପାଇଁ ଅପରାଧୀ ମାନେ ଏବେ ଆକାଶ ତଳେ ଖୋଲମ ଖୋଲା ବୁଲୁଛନ୍ତି ।

ତେବେ ଏ ନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାକୁ ଘେରିଛନ୍ତି ମହିଳା । ପଟ୍ଟାମୁଣ୍ଡାଇ ଥାନା ଗ୍ରାଞ୍ଚଳ ଥାନା ଘେରଉ କରିବା ସହ ରାଜନଗର ରାସ୍ତା ମଧ୍ୟ ଅବରୋଧ କରିଛନ୍ତି ମହିଳା ମାନେ । ଗାଁ ଲୋକଙ୍କୁ ବୁଝାସୁଝା କରିବା ସହ ଆଉ ଅଳ୍ପ ସମୟ ମଧ୍ୟରେ ଅପରାଧୀ ଙ୍କୁ ଧରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଦେଖିବାକୁ ବାକି ରହିଲା ଅପରାଧୀ ଙ୍କୁ କେବେ ଧରୁଛି ପୋଲିସ ।

ତେବେ ପୀଡ଼ିତା ବୃଦ୍ଧ ଜଣକ ଦୁଷ୍କର୍ମ ର ଶିକାର ହେବା ପରେ ଗାଁ ର ଶତାଧିକ ମହିଳା ତାଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଛନ୍ତି । ତେବେ ଜଣେ ବୃଦ୍ଧ ଙ୍କୁ ଦୁଷ୍କର୍ମ ହେବାର ଘଟଣା ହୁଏ ତ ପ୍ରଥମ ଥର ପାଇଁ ସାମ୍ନା କୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ତେବେ ସେ ଯାହା ବି ହେଉ ପୋଲିସ ଏ ଦିଗରେ କେଉଁ ଭଳି ପଦକ୍ଷେପ ନେଉଛି ତାହା ଦେଖିବା ବାକି ରହିଲା । କେବେ ମିଳିବ ବୃଦ୍ଧା ଙ୍କୁ ନ୍ୟାୟ ସେ ନେଇ ସମସ୍ତେ ଅପେକ୍ଷାରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *