ବନ୍ଧୁଗଣ ହିନ୍ଦୁ ଧର୍ମ ର ଏକ ବିଶେଷ ପର୍ବ ହେଉଛି ନବରାତ୍ରି ପର୍ବ । ଭକ୍ତମାନେ ଏହି ନବ ରାତ୍ରିରେ ନିଜର ସମସ୍ତ ପ୍ରକାରର ଶୁଭ କାର୍ଯ୍ୟ ର ଆରମ୍ଭ କରିଥାନ୍ତି । ଏହି ସମୟରେ ମା ଦୂର୍ଗା ଙ୍କର ପୂଜା କରି ସମସ୍ତ ପ୍ରକାରର ସମସ୍ୟାକୁ ଦୂର କରାଯାଇପାରେ । ନବରାତ୍ରିରେ ଯଦି ଆପଣ ମା ଦୂର୍ଗା ଙ୍କୁ ପ୍ରସନ୍ନ କରିଦେବେ ତେବେ ଆପଣଙ୍କ ଘରେ ମା ଲକ୍ଷ୍ମୀ ଙ୍କର ବାସ ହେବା ସହିତ ଅନ୍ୟ ଦେବୀ ଦେବତାଙ୍କର ବାସ ମଧ୍ୟ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହେବା ସହ ଆପଣଙ୍କର ଆଗାମୀ ଜୀବନ ସୁଖମୟ ରହିବ ।
ଆଜିର ସମୟରେ ପ୍ରାୟ ସମସ୍ତ ଲୋକ ନିଜର ଆର୍ଥିକ ସମସ୍ଯା ପାଇଁ ବହୁତ ଚିନ୍ତିତ ରହୁଛନ୍ତି । ମଣିଷ ରାତି ଦିନ କଷ୍ଟ କରିବା ସତ୍ବେ ଅର୍ଥର ଅଭାବରେ ଜୀବନ କାଟୁଛନ୍ତି । ଏହା ଦ୍ଵାରା ମଣିଷ ଅଧିକ ଚିନ୍ତାରେ ରହିଥାଏ । ଯାହା ଫଳରେ ତାହାର ଶରୀର ଅସୁସ୍ଥ ମଧ୍ୟ ହୋଇଥାଏ ।
ଆପଣଙ୍କର ଏହି ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ସହଜ ଓ ସରଳ ଉପାୟ ନେଇ ଆସିଛୁ । ଯାହାକୁ ଆପଣ ମାନେ ପବିତ୍ର ଦୂର୍ଗା ପୂଜା ସମୟରେ କରିବା ଦ୍ଵାରା ଏହାର ପ୍ରଭାବ ଅଧିକ ମିଳିଥାଏ । ଦଶହରା ପୂର୍ବରୁ ଯଦି ଆପଣ ମା ଦୂର୍ଗା ଙ୍କୁ ପ୍ରସନ୍ନ କରିଦେବେ ତା ହେଲେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ ।
ତେଣୁ ମା ଦୂର୍ଗା ଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଏହି ନବରାତ୍ରି ବା ଦୂର୍ଗା ପୂଜା ଶେଷ ହେବା ପୂର୍ବରୁ ଏହି ସହଜ ଉପାୟ କରି ନିଅନ୍ତୁ । ବହୁତ ଲୋକ ନିଜର ସଚ୍ଚୋଟ ମନରେ ମା ଦୂର୍ଗା ଙ୍କ ଆରାଧନା କରି ମା ଙ୍କର ଆଶୀର୍ବାଦ ପାଇବା ପାଇଁ ଚାହିଁଥାନ୍ତି । ଏଥିପାଇଁ ଆପଣ ମାନଙ୍କୁ ଏକ ଖାସ ଉପାୟ ମଧ୍ୟ କରିବାକୁ ହେବ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ଗୁଡିକ କଣ ?
୧. ଯଦି ଆପଣ ନିଜ ଜୀବନରେ ଥିବା ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ଚାହୁଞ୍ଚନ୍ତି ତାହେଲେ ଆପଣ ଏହି ନବରାତ୍ରି ସମୟରେ ମା ଦୂର୍ଗା ଙ୍କର ଆରାଧନା କରିବା ସହ ମା ଦୂର୍ଗାଙ୍କୁ ୭ ଟି ଅଳେଇଚ ଏବଂ ମିଶ୍ରି ର ଭୋଗ ଚଢାନ୍ତୁ । ଏହି ଉପାୟ କୁ ଆପଣ ନବରାତ୍ରି ସମୟରେ ସବୁଦିନ କରି ପାରିବେ କିମ୍ବା କୌଣସି ଗୋଟିଏ ଦିନରେ ମଧ୍ୟ କରି ପାରିବେ । ଦେଖିବେ ଆପଣ ମାନଙ୍କର ଆର୍ଥିକ ସମସ୍ଯା ମଧ୍ୟ ଦୂର ହୋଇଯିବ ।
୨. ନିଜ ଜୀବନରେ ଥିବା ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ଆପଣ ନବରାତ୍ରି ର ଯେ କୌଣସି ଏକ ଦିନରେ ଏକ ମାଟି ଦୀପରେ କିଛି ସୋରିଷ ତେଲ ରଖନ୍ତୁ ଏବଂ ଏହା ଉପରେ ଏକ ମାଟି ପାତ୍ର ଘୋଡାଇ ଦିଅନ୍ତୁ । ଏହା ପରେ ଆପଣ ସେହି ଦୀପକୁ ଏକ ନଦୀ କୂଳରେ ରଖି ଘରକୁ ଫେରି ଆସନ୍ତୁ । ଦୀପକୁ ନଦୀ କୂଳରେ ରଖିବା ପରେ ଆପଣ ପଛକୁ ଭୁଲରେ ବି ଚାହିଁବେ ନାହିଁ । କାରଣ ଏହା ଅଶୁଭ ହୋଇଥାଏ ।
୩. ଜୀବନରେ ଧନ ସମ୍ପତି ପାଇବା ପାଇଁ ଆପଣ ଏହି ନବରାତ୍ରି ରେ କୌଣସି ଏକ ଦୋକାନକୁ ଯାଇ ୨ ଟି କଉଡି ଆଣନ୍ତୁ ଓ ଏହାକୁ ଆପଣଙ୍କ ଘରର ପୂଜା ସ୍ଥାନରେ ରଖି ଦିଅନ୍ତୁ । ଏହା ପରେ ଏହି କଉଡି କୁ ପୂଜା କରନ୍ତୁ । ଏହି କଉଡି ର ପୂଜା ସମୟରେ ଚାଉଳ, ଦୀପ ଓ ଫୁଲ ଆଦିର ବ୍ୟବହାର ନିଶ୍ଚୟ କରନ୍ତୁ । ନବରାତ୍ରି ପରେ ଆପଣ ଏହି କଉଡି କୁ ନିଜ ପାଖରେ ରଖନ୍ତୁ । ଏହି ଉପାୟ ଦ୍ଵାରା ଆପଣ ନିଶ୍ଚୟ ବହୁତ ଶୀଘ୍ର ଧନ ସମ୍ପତି ଲାଭ କରିବେ ।
ତେବେ ବନ୍ଧୁଗଣ ଆପଣମାନେ ଏହି ନବରାତ୍ରି ସରିବା ପୂର୍ବରୁ ଏହି ଉପାୟ ଗୁଡିକୁ କରି ନିଅନ୍ତୁ ଦେଖିବେ ଆପଣଙ୍କ ଜୀବନରେ କୌଣସି ବି ସମସ୍ଯା ରହିବ ନାହିଁ । ତେବେ ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ନିଶ୍ଚୟ ଲାଇକ କରନ୍ତୁ । ଧନ୍ୟବାଦ