ଦୁନିଆକୁ ଖାତିର ନ କରି Bollywood ର ଏହି ଫେମସ ହୀରୋ-ହିରୋଇନ ମାନେ ଅଲଗା ଧର୍ମରେ କରିଲେ ବିବାହ, ଏବେ ବିତାଉଛନ୍ତି ଏକ ସୁଖୀ ବୈବାହିକ ଜୀବନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ କଳାକାରଙ୍କୁ ନିଶ୍ଚୟ ଜାଣିଥିବେ । ସାଧାରଣତଃ ଏହି ବଲିଉଡ କଳାକାର ମାନେ ପରସ୍ପର ସହ ବିବାହ କରି ବହୁତ ଖୁସିରେ ଜୀବନ ଯାପନ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି କଳାକାର ମାନଙ୍କ ବିଷୟରେ କହିବୁ ଯେଉଁମାନେ ଅଲଗା ଧର୍ମରେ ବିବାହ କରିଛନ୍ତି ଓ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଲିଉଡ କଳାକାର ମାନଙ୍କ ବିଷୟରେ ।

ସୋହେଲ ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଆକ୍ଟର ଓ ଡାଇରେକ୍ଟର ସୋହେଲ ଖାନ । ସୋହେଲ ଖାନ ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ କାମ କରିଛନ୍ତି ଏହା ବ୍ୟତୀତ ସୋହେଲ ବଲିଉଡ ସୁପର ଷ୍ଟାର ସଲମାନ ଖାନଙ୍କର ଭାଇ ଅଟନ୍ତି । ବନ୍ଧୁଗଣ ସୋହେଲ ମୁସ୍ଲିମ ହୋଇଥିଲେ ମଧ୍ୟ ହିନ୍ଦୁ ଝିଅ ସୀମା ସଚଦେବଙ୍କ ସହ ବିବାହ କରିଛନ୍ତି ।


ଏହି ଦୁଇଜଣ ପ୍ରଥମେ ଏକ ପାର୍ଟିରେ ଦେଖା ହୋଇଥିଲେ ଓ ପରସ୍ପର ସହ ପ୍ରେମ କରି ବସିଥିଲେ । ବିବାହ ପରେ ସୀମା ନିଜର ଧର୍ମ ପରିବର୍ତ୍ତନ କରି ନାହାନ୍ତି ହେଲେ ଏମାନେ ପରସ୍ପରର ଧର୍ମକୁ ମାନି ଚଳୁଛନ୍ତି । ଏହା ସହିତ ଏହି ଦୁଇଜଣ ଆଜି ବହୁତ ଖୁସିରେ ରହୁଛନ୍ତି ।

ସେଫ ଅଲି ଖାନ-

ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ସେଫ ଅଲି ଖାନ ଓ ଅଭିନେତ୍ରୀ ଅମୃତା ସିଂହ, ସେଫ ପ୍ରଥମେ ଅମୃତାଙ୍କ ସହ ବିବାହ କରିଥିଲେ ଯିଏ କି ଜଣେ ପଞ୍ଜାବୀ ହିନ୍ଦୁଧର୍ମର ମହିଳା ଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ସେଫ ତାଙ୍କର ଦ୍ଵିତୀୟ ବିବାହ ମଧ୍ୟ ଏକ ପଞ୍ଜାବୀ ଅଭିନେତ୍ରୀ ତଥା କରିନା କପୁରଙ୍କ ସହ କରିଛନ୍ତି । ସେଫ ଅମୃତା ପରସ୍ପର ସହ ଅଲଗା ହେବା ପରେ ବର୍ତ୍ତମାନ ସେଫ ଓ କରିନା ବିବାହ କରି ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

ଶାହାରୁଖ ଖାନ-


ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ ଓ ତାଙ୍କ ସ୍ତ୍ରୀ ଗୌରି ଖାନ । ବନ୍ଧୁଗଣ ବଲିଉଡର ଦିଗଜ ଅଭିନେତା ଶାହରୁଖ ଖାନ ମଧ୍ୟ ଏକ ପଞ୍ଜାବୀ ହିନ୍ଦୁଧର୍ମର ଝିଅ ସହ ବିବାହ କରିଛନ୍ତି । ବଲିଉଡକୁ ଆସିବା ପୂର୍ବରୁ ଶାହରୁଖ ଓ ଗୌରି ପରସ୍ପର ସହ ପ୍ରେମ କରୁଥିଲେ ହେଲେ ଗୌରିଙ୍କ ପରିବାର ଲୋକ ଏହି ସମ୍ପର୍କକୁ ଅମାନ୍ୟ କରିଥିଲେ । କିନ୍ତୁ ଶାହାରୁଖ ଖାନ ବଲିଉଡରେ ନିଜର ଏକ ଅଲଗା ପରିଚୟ କରି ଗୌରି ଖାନଙ୍କୁ ସମ୍ମାନର ସହ ବିବାହ କରିଥିଲେ ।

ଆମିର ଖାନ-


ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଆମିର ଖାନ ଓ ତାଙ୍କ ସ୍ତ୍ରୀ ରିନା ଦତ୍ତ । ବନ୍ଧୁଗଣ ଆମିର ଖାନ କେବଳ ୨୧ ବର୍ଷ ବୟସରେ ଘରୁ ବାହାରି ପଳାଇ ଯାଇଥିଲେ ଓ ଏକ ହିନ୍ଦୁଧର୍ମର ଝିଅ ରିନା ଦତ୍ତଙ୍କ ସହ ବିବାହ କରିଥିଲେ । ହେଲେ ଏହି ଦୁଇଜଣଙ୍କର ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହି ନଥିଲା, ୨୦୦୪ ମସିହାରେ ଏହି ଦୁଇଜଣଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା ।

ତେବେ ଆପଣ ମାନଙ୍କ ଏମାନଙ୍କ ମଧ୍ୟରୁ କାହା ଯୋଡି ସବୁଠୁ ଅଧିକ ଭଲ ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *