ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅତି ଶାନ୍ତିପୂର୍ଣ୍ଣ ଭାବରେ ଆଗେଇ ଚାଲିଛି ଡ୍ରାଇଭର ମହାସଂଘ ଷ୍ଟିୟରିଂ ଛାଡ ଆନ୍ଦୋଳନ ! ତେବେ ସରକାରଙ୍କୁ ନିଜର ଦାବୀ ଶୁଣାଇବାକୁ ଓ ଦାବୀ ଗୁଡିକ ପୂରଣ କରିବା ପାଇଁ ଡ୍ରାଇଭର ମାନେ ଦେଖାଉଛନ୍ତି ନିଜର ଜଲ୍ବା ! ତେବେ ଯେଉଁ ଡ୍ରାଇଭର ମାନେ ଏହି ଆନ୍ଦୋଳନରେ ସାମିଲ ହେଉନାହାନ୍ତି । ସେମାନଙ୍କ ଗାଡିକୁ ଅଟକାଇ ତାଙ୍କ ସହ କୌଣସି ପ୍ରକାର ଖରାପ ବ୍ୟବହାର ମଧ୍ୟ ଆନ୍ଦୋଳନକାରୀ ଡ୍ରାଇଭର ମାନେ ଦେଖାଉ ନାହାନ୍ତି ।
ଅପର ପକ୍ଷରେ ସେହି ଅମାନିଆ ଡ୍ରାଇଭଙ୍କୁ କେଉଁଠି ଫୁଲ ମାଳ ପିନ୍ଧାଯାଉଛି ତ ଅନ୍ୟ କେଉଁ ସ୍ଥାନରେ ମିଠା ଖୁଆଇ ବୁଝାଇ ଦିଆଯାଉଛି । ଯେ ସେଭଳି କିଛି ଡ୍ରାଇଭରଙ୍କର ସମସ୍ଯା ରହିଛି ବୋଲି ଆନ୍ଦୋଳନ କରିବା ପାଇଁ ଡ୍ରାଇଭର ମହାସଂଘ ଆଗେଇ ଆସିଛନ୍ତି । ଯଦି ସବୁ ଡ୍ରାଇଭର ଭାଇ ମାନେ ଏହାକୁ ସମର୍ଥନ କରିବେ ନାହିଁ । ତେବେ ଡ୍ରାଇଭରଙ୍କର ଏହି ଷ୍ଟିୟରିଂ ଛାଡ ଆନ୍ଦୋଳନ ସଫଳ ହୋଇବ କିପରି ?
ତେବେ ନିଜର 10 ଦଫା ଦାବୀ ସରକାରଙ୍କ ଠାରୁ ନିଜର ଦାବୀକୁ ପୂରଣ କରିବା ପାଇଁ ନିଜର ପ୍ରୟାସ ରାଜ୍ୟବ୍ୟାପୀ ବହୁ ସ୍ଥାନରେ ଡ୍ରାଇଭଙ୍କର ଆନ୍ଦୋଳନ ଦେଖା ଦେଇଛି । ତେବେ ଅନେକ ଗୁଡିଏ ଜାଗାରେ ଗାଡିମଟର ନଚାଲୁଥିବାରୁ ରାସ୍ତାଘାଟ ମଧ୍ୟ ଶୂନଶାନ ହେଇଯାଇଛି । ତେବେ ଡ୍ରାଇଭର ମାନଙ୍କର ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଯେତେ ଯାହା ସରକାର ପକ୍ଷରୁ ଯୋଜନା ରହୁଥିଲେ ।
ସୁଦ୍ଧା ଡ୍ରାଇଭରଙ୍କର ମିଳିତ ଉଦ୍ୟମରେ ସବୁ ବାଧାବିଘ୍ନକୁ ଦୂର କରି ନିଜର ଦାବୀକୁ ପୂରଣ କରିବା ନିମନ୍ତେ ଆଗେଇ ଚାଲିଛନ୍ତି ଡ୍ରାଇଭର ମହାସଂଘ । ତେବେ ଏହାରି ମଧ୍ୟରେ ପରିବହନ ସଚିବ ଉଷା ପାଢୀ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କର ମଧ୍ୟ ପ୍ରତିକ୍ରିୟା ଶୁଣିବାକୁ ମିଳିଛି । ତେବେ ତାଙ୍କ କହିବା ଅନୁଯାଇ ଆମେ ଚାହିଁବୁ ଡ୍ରାଇଭର ମହାସଂଘର ଯାହା ସବୁ ମଧ୍ୟ ଦାବୀ ରହିଛି ।
ତାହାକୁ ସରକାର କିପରି ଏକ ମିଳିତ ବୈଠକ କରି ଶାନ୍ତିପୂର୍ଣ୍ଣ ଭାବରେ ଗୋଟି ଗୋଟି କରି ସମସ୍ଯାର ସମାଧାନର ବାଟ କାଢି ପାରିବେ । ତେବେ ଯେପରି ଏହି ଡ୍ରାଇଭର ଆନ୍ଦୋଳନ ଆଗାମୀ ସମୟରେ ଜନସାଧାରଣ ଜୀବନରେ ଖରାପ ସ୍ଥିତି ନଆଣୁ । ସବୁ କିଛି ସମାଧାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ ମହାସଂଘର ଏକ ସ୍ଵତନ୍ତ୍ର ବୈଠକ ବସିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ