Vastu Shastra – ଦୀପାବଳୀ ପୂର୍ବରୁ ଘରୁ ବାହାର କରନ୍ତୁ ଏହି 5 ଟି ଜିନିଷ, ନ ହେଲେ ଧୀରେ ଧୀରେ ବର୍ବାଦ ହେଇଯିବେ

ବନ୍ଧୁଗଣ ସାଧାରଣତଃ ବହୁତ ଥର ମଣିଷର ଏକ ଛୋଟ ଭୁଲ ପାଇଁ ତାର ଭାଗ୍ୟ ଖରାପ ହୋଇ ଯାଇଥାଏ । ଏହି ଭୁଲ ପାଇଁ ସେହି ମଣିଷକୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଦୀପାବଳୀ ପୂର୍ବରୁ ଏପରି କିଛି ଜିନିଷ ରହିଛି ଯାହାକୁ ଯଦି ଆପଣ ନିଜ ଘର ଓ ଦୋକାନ ମଧ୍ୟରୁ ବାହାର କରିଦେବେ ତା ହେଲେ ଆପଣଙ୍କର ଦୁର୍ଭାଗ୍ୟ ଓ ଦରିଦ୍ରତା ସବୁଦିନ ପାଇଁ ସମାପ୍ତ ହୋଇଯିବ ।

ଆଜି ଆମେ ଆପଣ ମାନଙ୍କୁ ଏପରି ୧୦ଟି ଜିନିଷର ନାମ କହିବାକୁ ଯାଉଛି ଯାହାକୁ ଆପଣ ଦୀପାବଳୀ ପୂର୍ବରୁ ନିଜ ଘର ଓ ଦୋକାନ ମଧ୍ୟରୁ ବାହାର କରି ଦିଅନ୍ତୁ । ନଚେତ ଆପଣଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଜିନିଷ ବିଷୟରେ ।

୧. ଠାକୁରଙ୍କର ଅଧା ଭଙ୍ଗା ଫଟୋ ଓ ମୂର୍ତ୍ତିକୁ ଘରେ ରଖିବା ଉଚିତ ନୁହେଁ । ଆପଣଙ୍କର ଏହି ଭୁଲ ପାଇଁ ଆପଣ ମାନେ ଭୟଙ୍କର ଦାରିଦ୍ରତା ଭୋଗ କରିପାରନ୍ତି । ଯଦି ଆପଣ ମାନଙ୍କ ଘରେ ଏହିପରି କୌଣସି ଜିନିଷ ରହିଛି ତା ହେଲେ ସେହି ଜିନିଷକୁ ଦୀପାବଳୀ ପୂର୍ବରୁ କୌଣସି ନଦୀ ବା ଜଳାଶୟରେ ବିସର୍ଜନ କରିଦିଅନ୍ତୁ ।

୨. ବନ୍ଧୁଗଣ ପ୍ରାୟ ଅଧିକାଂଶ ଲୋକ ମାନଙ୍କ ଘରେ ଫଟା ଓ ଚିରା କପଡା ଦେଖିବାକୁ ମିଳିଥାଏ । ଏହି ସବୁ ଜିନିଷ ଘର ମଧ୍ୟରେ ଅଶୁଭ ଶକ୍ତି ଆଣିଥାଏ । ଏହି ସବୁ ଜିନିଷକୁ କାହାକୁ ଦେଇଦେବା ନିହାତି ଆବଶ୍ୟକ । ତେଣୁ ଦୀପାବଳୀ ପୂର୍ବରୁ ଏହି ଜିନିଷକୁ ଘର ମଧ୍ୟରେ ଭୁଲ ସେ ମଧ୍ୟ ରଖିବେ ନାହିଁ ।

୩. ବନ୍ଧୁଗଣ ପ୍ରାୟ ଅଧିକାଂଶ ଲୋକଙ୍କ ଛାତ ଉପରେ ମଇଳା ପଡିଥାଏ । ଏହି ମଇଳା ପଡିବା ଦ୍ଵାରା ଆପଣଙ୍କ ଘରକୁ ମା ଲକ୍ଷ୍ମୀ ଛାଡି ଦେଇ ପାରନ୍ତି ଓ ଏହା ଆପଣଙ୍କର ଆର୍ଥିକ ସ୍ଥିତି ଉପରେ ବହୁତ ପ୍ରଭାବ ପକାଇପାରେ । ତେଣୁ ବନ୍ଧୁଗଣ ଦୀପାବଳୀ ପୂର୍ବରୁ ଘର ଛାତ ଉପରେ କୌଣସି ପ୍ରକାରର ଅଦରକାରୀ ଜିନିଷ ଓ ଆବର୍ଜନା ରଖନ୍ତୁ ନାହିଁ । ଏହା ଦ୍ଵାରା ଧନର ହାନି ହୋଇଥାଏ ।

 

୪. ବନ୍ଧୁଗଣ ପ୍ରାୟତଃ ଅଧିକାଂଶ ଲୋକ ନିଜର ଭାଗ୍ୟ ବଦଳାଇବା ପାଇଁ ନିଜ ଘରେ କୌଣସି ମାଳୀ, ପଥର ଓ କବଚ ଆଦି ରଖିଥାନ୍ତି, ଏହି ସମସ୍ତ ଜିନିଷ ମଧ୍ୟରୁ କେତେକ ଜିନିଷ ଭଲ ଫଳ ଦେଇଥାଏ ଓ ଅନ୍ୟ କେତେକ ଖରାପ ଫଳ ଦେଇଥାନ୍ତି । ତେଣୁ ବନ୍ଧୁଗଣ ଏହି ସବୁ ଜିନିଷ ବିଷୟରେ ଯଦି ଆପଣ ମାନେ ଠିକ ଭାବରେ ଜାଣି ନାହାନ୍ତି ତା ହେଲେ ଦୀପାବଳୀ ପୂର୍ବରୁ ଏହି ସମସ୍ତ ଜିନିଷକୁ ଘରୁ ବାହାର କରନ୍ତୁ ଓ କୌଣସି ନଦୀ କିମ୍ବା ଜଳାଶୟରେ ଏହାକୁ ବିସର୍ଜନ କରିଦିଅନ୍ତୁ ।

 

୫. ବନ୍ଧୁଗଣ ଆପଣ ଧ୍ୟାନ ରଖିବେ ଏହି ଦୀପାବଳୀ ପୂର୍ବରୁ ଆପଣଙ୍କ ପର୍ସ ଚିରା ବା ଫଟା ନହୋଇଥିବା ଦରକାର । ଏହା ସହିତ ଆପଣଙ୍କ ଘରର ସିନ୍ଧୁକ ମଧ୍ୟ ନଭାଙ୍ଗି ଥିବା ଦରକାର । ବନ୍ଧୁଗଣ ଯଦି ଆପଣଙ୍କ ପର୍ସ ଚିରି ଯାଇଛି କିମ୍ବା ଫଟି ଯାଇଛି ତାହାଲେ ଆପଣ ସେହି ପର୍ସକୁ ବାହାରେ ଫିଙ୍ଗି ଦିଅନ୍ତୁ । ଏହା ସହିତ ଆପଣ ନିଜ ପର୍ସରେ ମା ଲକ୍ଷ୍ମୀ ଓ କୁବେରଙ୍କର ଫଟୋ ନିହାତି ରଖନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *