ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓଟି ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦା ରଥଦାଣ୍ଡରେ ଜଣେ ମହିଳା ହାତରେ ପେଟ୍ରୋଲ ବୋତଲ ଧରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରୁଛନ୍ତି । ବନ୍ଧୁଗଣ ମହିଳାଙ୍କ ମତରେ ଦୀପକ ନାମକ ଜଣେ ଯୁବକ ହେଉଛନ୍ତି ତାଙ୍କ ସ୍ଵାମୀ ହେଲେ ଦୀପକଙ୍କ ପରିବାର ଲୋକଙ୍କ ମତରେ ଦୀପକ ତାଙ୍କ ସ୍ଵାମୀ ନୁହେଁ ତାଙ୍କ ଧରମ ପୁଅ ।
ତେବେ ଦୀପକଙ୍କ ପରିବାର ଲୋକେ ଏହ ଅଭିଯୋଗ ଆଣିଛନ୍ତି । ସମ୍ପୃକ୍ତ ମହିଳାଙ୍କ ନାମ ହେଉଛି ଲୀନା ମହାନ୍ତ । ମହିଳା ଉକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ଯୁବକ ଜଣକଙ୍କୁ ପୋଲିସ ଗିରଫ କରି କୋର୍ଟ ଫର୍ୱାଡ କରିଛି । ଦୀପକଙ୍କ ଭଉଣୀଙ୍କ ମତରେ, ଦୀପକ ଗତ 5-6 ବର୍ଷ ପୂର୍ବେ ମହିଳାଙ୍କ ସ୍ଵାମୀ ପାଖରେ ହେଲପର ଭାବେ କାମ କରୁଥିଲେ । ସେବେଠୁ ଲୀନା ମହାନ୍ତ ଦୀପକଙ୍କୁ ଧରମ ପୁଅ କରି ରଖିଥିଲେ ।
ଲୀନାଙ୍କ ଅଭିଯୋଗ ହେଉଛି, ଦୀପକ ତାଙ୍କ ଠାରୁ ବହୁତ ଟଙ୍କା ନେଇଛନ୍ତି ଓ ତାଙ୍କ ସହ ବିବାହ କରିଛନ୍ତି । ତେଣୁ ସେ ଦୀପକଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲଣା କରିଛନ୍ତି । ଲୀନାଙ୍କର ବିବାହକୁ ବହୁତ ବର୍ଷ ହୋଇଯାଇଛି ଓ ତାଙ୍କର ଗୋଟେ 8 ବର୍ଷର ପୁଅ ମଧ୍ୟ ଅଛି । ଗତ କିଛି ବର୍ଷ ତଳେ ଲୀନାଙ୍କ ସ୍ଵାମୀଙ୍କର ଏକ ଦୁର୍ଘଟଣା ହୋଇଥିଲା ।

ସେହି ଦୁର୍ଘଟଣା ହେବା ଫଳରେ ତାଙ୍କ ସ୍ଵାମୀ କୌଣସି କାମ କରିବାକୁ ଅକ୍ଷମ ହେଇଗଲେ । ଆଉ ସେହି ସମୟରେ ଦୀପକ ତାଙ୍କ ପରିବାରକୁ ଚଳେଇ ଥିଲେ । ବନ୍ଧୁଗଣ ଏ ସବୁ କଥା ତାଙ୍କ ଗାଁ ଲୋକ ମଧ୍ୟ ଜାଣିଛନ୍ତି । ତେବେ ବନ୍ଧୁଗଣ ଏହି ଆଗକୁ ଏହି ଘଟଣାଟି କେଉଁ ମୋଡ ନେଉଛି ତାକୁ ନେଇ ଆପେକ୍ଷା । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

