ଧରା ପଡିଗଲା ଚୁମ୍ବକ ର ମିଛ କାହାଣୀ, ସାମ୍ନାକୁ ଆସିଲା ଭ୍ୟାକ୍ସିନ୍ ନେବା ପରେ ଚୁମ୍ବକ ବନୁଥିବା ଶରୀରର ସତ୍ୟତା

ବନ୍ଧୁଗଣ ପୂର୍ବରୁ କେବଳ ବୃଦ୍ଧ ଲୋକଙ୍କୁ ଟୀକା ଦିଆ ଯାଉଥିବା ବେଳେ ବର୍ତ୍ତମାନ ଯୁବକ ମାନଙ୍କୁ ମଧ୍ୟ ଟୀକା କରଣ କରାଯାଉଛି । କିନ୍ତୁ ଏହି ଟୀକା ଦ୍ଵାରା ଶରୀର ଉପରେ କୁପ୍ରଭାଵ ପଡୁଛି ବୋଲି ମଧ୍ୟ ଶୁଣିବାକୁ ମିଳୁଛି । କିନ୍ତୁ କିଛି ଦିନ ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ଟୀକା ର ଦୁଇଟି ଡୋଜ ନେବା ପରେ ଶରୀର ଚୁମ୍ବକ ପାଲଟି ଯାଉଥିଲା । କିନ୍ତୁ ଏହା ସମ୍ପୂର୍ଣ୍ଣ ଗୁଜବ ଅଟେ ।

ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗିଛି ଏହି ପରି ଶରୀର ଚୁମ୍ବକ ପାଲଟି ଯାଉଥିବା ର ଭିଡିଓ । ମହାରାଷ୍ଟ୍ର ର ନାସିକ ଅଞ୍ଚଳ ର ଜଣେ ବୃଦ୍ଧ ନିଜ ଶରୀର ରେ ବିଭିନ୍ନ ଧାତବ ପଦାର୍ଥ ଲଗାଇ ଦ୍ଵିତୀୟ ଟୀକା ନେବା ପରେ ତାଙ୍କ ଶରୀର ଚୁମ୍ବକ ପାଲଟି ଯାଇଛି ବୋଲି ଦାବି କରିବା ପରେ ସମଗ୍ର ଦେଶ ରେ ଏହାକୁ ନେଇ ଆହୁରି ଅନେକ ଭିଡିଓ ଆସିଥିବାର ଦେଖା ଯାଇଛି । ଏହି ଟ୍ରେଣ୍ଡ ବର୍ତ୍ତମାନ ଓଡିଶା ରେ ମଧ୍ୟ ପହଂଚି ସାରିଲାଣି ।

ଓଡିଶା ର ବିଭିନ୍ନ ସ୍ଥାନ ରୁ ଲୋକ ମାନେ ନିଜ ଶରୀର ରେ ଅନେକ ଗୁଡିଏ ଧାତବ ସାମଗ୍ରୀ ଲଗାଇ ଭିଡିଓ କରି ସୋସିଆଲ ମିଡ଼ିଆ ରେ ତାହାକୁ ପୋଷ୍ଟ କରିଛନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ଗୁଜବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । କୋଭିଡ ଭ୍ୟାକ୍ସିନ ନେବା ପରେ ଶରୀର ରେ ଇଲେକ୍ଟ୍ରୋ ମ୍ୟାଗନେଟିକ ଫିଲଡ଼ ତିଆରି ହେବା ଧାରଣ ସମ୍ପୂର୍ଣ୍ଣ ଅମୂଳକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଦେହରେ ଜଳିୟ ଅଂସ ଅଧିକ ଥିଲେ ଏପରି ପଦାର୍ଥ ଲାଗିଯାଏ ବୋଲି କହିଛନ୍ତି ବିଶେଷଜ୍ଞ । ଏହା ସହିତ ବିଶେଷଜ୍ଞ ମାନେ କହିଛନ୍ତି କି ଛୋଟ ପିଲା ଦେହରେ ଯିଏ ଆଦୌ ଭ୍ୟାକ୍ସିନ ନେଇ ନାହିଁ ମଧ୍ୟ ଲଗେଇଲେ ଏପରି ତାହା ଲାଗି ଯାଉଛି ଓ ଦୁଇଟି ଭ୍ୟାକ୍ସିନ ନେଇ ସାରିଥିବା ବ୍ୟକ୍ତି ଦେହରେ ମଧ୍ୟ ଲାଗୁଛି ଏମିତି ଜିନିଷ । ଏହାକୁ ସେମାନେ ପରୀକ୍ଷା କରି ଦେଖି ସାରିଲେଣି ।

ଏହା କେବଳ ଦେହର ଜଳିଆ ଅଂସ କାରଣରୁ ହେଉଛି ବୋଲି ବିଶେଷଜ୍ଞ ମାନେ ଦର୍ଶାଇଛନ୍ତି । ଏପରି ଖବର ଉପରେ ଆପଣ ମାନେ ଆଦୌ ବିଶ୍ଵାସ କରନ୍ତୁ ନାହିଁ । ଏହା ସଂପୂର୍ଣ୍ଣ ଭିତ୍ତିହୀନ ଅଟେ । ନିକଟ ରେ ଆମେରିକା ର ସି ଡି ସି ମଧ୍ୟ କହିଛି ଯେ ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ଏହା ସହିତ ପି ଆଇ ବି ମଧ୍ୟ ଟ୍ୱିଟ କରି କହିଛି ଯେ ଏହା ସମ୍ପୂର୍ଣ୍ଣ ରୂପ ରେ ଭ୍ରାନ୍ତ ଅଟେ ଓ ଟୀକା ମନୁଷ୍ୟ ମାନଙ୍କ ପାଇଁ ସୁରକ୍ଷିତ ଅଟେ । ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏହି ଭିଡିଓ ଗୁଡିକ ଗୁଜବ କୁ ବେଶ ବଳ ଯୋଗାଉଛି ବୋଲି କୁହାଯାଉଛି ।

ତେବେ ବନ୍ଧୁଗଣ ଏହାକୁ ଅଧିକ ରୁ ଅଧିକ ମାତ୍ରା ରେ ସେୟାର କରନ୍ତୁ ଯେପରି ଏପରି ଗୁଜବ ଉପରୁ ପରଦା ଉଠିଯିବ ଓ କୌଣସି ଲୋକ ଟୀକା ନେବା ପାଇଁ ଭୟ କରିବେ ନାହିଁ । କାହିଁକି ନା ସଂପୂର୍ଣ୍ଣ  ଟିକାକରଣ ହେଲେ ହିଁ ଆମେ କରୋନା କୁ ଜିତି ପାରିବା । ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଲେଖି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *