ନଭେମ୍ବର 13 ଶୁକ୍ରବାର କୁ ପଡୁଅଛି ଧନତେରସ । ଯେପରି କି ଆପଣ ଜାଣିଛନ୍ତି କି ଧନତେରସ ଦିନ ଘରକୁ ଆମ୍ଭେମାନେ କିଛି ନା କିଛି ସୁନା ଜିନିଷ ବା କିଛି ଏପରି ଜିନିଷ କିଣି ଆଣିଥାଉ ଯାହା ଆମର ପରମ୍ପରା ମଧ୍ୟ ଅଛି । ଏପରି ମାନ୍ୟତା ରହିଅଛି କି ଏହା ଦ୍ଵାରା ଧନଲାଭ ହୋଇଥାଏ । ଘରେ ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ । କିନ୍ତୁ କିଛି ଏପରି ଜିନିଷ ଅଛି ଯାହାକୁ ଯଦି ଆପଣ ଭୁଲରେ ମଧ୍ୟ ଏହି ଧନତେରସ ଦିନ କିଣିଥାନ୍ତି ବା ଘରକୁ କିଣି କରି ଆଣିଥାନ୍ତି ତେବେ ଏହା ଦ୍ଵାରା ଧନ ଆସିବା ବଦଳରେ ନିର୍ଦ୍ଧନତାର ଯୋଗ ଆସିଥାଏ । ଦରିଦ୍ରତାର ଯୋଗ ଆସିଥାଏ ।
ଆପଣଙ୍କୁ ଧନଲାଭ ହେବା ବଦଳରେ ଧାନ କ୍ଷତି ହେବାରେ ଲାଗିଥାଏ । ତେବେ ଆମେ ଏହି ବିଷୟରେ ଆଜି ବିସ୍ତ୍ରୁତ ଭାବରେ ଚର୍ଚ୍ଚା କରିବା । ତା ସହିତ ଜାଣିବା ଏମିତି କେଉଁ ଛୋଟିଆ ଜିନିଷ ଟିଏ ଘରକୁ ଆଣିବା ଦ୍ଵାରା ଘରେ ଧନ ସମ୍ପଦ ବୃଦ୍ଧି ପାଇଥାଏ ତାହା ମଧ୍ୟ ଆଜି ଜାଣିବା ।
ପ୍ରାୟତଃ ଆମେ ସମସ୍ତେ ଜାଣିଛେ କି ଧନତେରସ ଦିନ ସୁନା, ଚାନ୍ଦି ବା ପିତଳର ଆଦି ଧାତୁ କିଣା କିଣି କରିବା ଅତି ଶୁଭ ହୋଇଥାଏ । କିନ୍ତୁ ଆପଣ ମାନେ ଜାଣି ନଥିବେ କି କିଛି ଏପରି ବି ଜିନିଷ ରହିଥାଏ ଯାହାକୁ ଏହିଦିନ ଭୁଲରେ ବି କିଣିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା କଣ ସେହି ଜିନିଷ ଅଟେ ଯାହାକୁ ଧନତେରସ ଦିନ କେବେ ବି କିଣିବା ଉଚିତ ନୁହେଁ ।
କାଚର ଜିନିଷ
ଯେପରି ଆଇନା ବା କାଚର ପାତ୍ର ଏହାକୁ କେବେ ବି ଆପଣ ଧନତେରସ ଦିନ କିଣିବେ ନାହିଁ । କାରଣ କାଚର ସମ୍ବନ୍ଧ ରାହୁ ସହିତ ରହିଥାଏ । ଯାହାକି ପ୍ରତ୍ୟେକ ଶୁଭ ଗ୍ରହ ଉପରେ ଖରାପ ପ୍ରଭାବ ପକାଇଥାଏ । ଏପରି ସ୍ଥିତିରେ ଯଦି ଆପଣ ଏହିଦିନ କାଚର କିଛି ଜିନିଷ କିଣି ଘରକୁ ଆଣନ୍ତି ତେବେ ଏହାର ସିଧା ଅର୍ଥ ଯେ ଆପଣ ରାହୁକୁ ନିମନ୍ତ୍ରଣ ଦେଉଛନ୍ତି ।
ଆଲୁମିନିୟମ ଜିନିଷ
ଆଲୁମିୟମ ଉପରେ ବି ରାହୁର ପ୍ରଭାବ ରହିଥାଏ । ଏଥିପାଇଁ ରାହୁର ବକ୍ରଦୃଷ୍ଟି ରୁ ବଞ୍ଚିବା ପାଇଁ ଆଲୁମିନିୟମ ର କୌଣସି ବି ଜିନିଷ ଏହି ଦିନ କିଣନ୍ତୁ ନାହିଁ କି କୌଣସି ପୂଜାରେ ମଧ୍ୟ ବ୍ୟବହାର କରନ୍ତୁ ନାହିଁ । ଆଲୁମିନିୟମ ଗ୍ରହ ଦୃଷ୍ଟିରୁ, ସ୍ୱାସ୍ଥ୍ୟ ଦୃଷ୍ଟିରୁ, ବାସ୍ତୁ ଦୋଷ, ଜ୍ଯୋତିଷ ଦୃଷ୍ଟିରୁ ବି ହାନିକାରକ ହୋଇଥାଏ ।
ଲୁହା
ଲୁହା କିମ୍ବା ଲୁହାରେ ତିଆରି କୌଣସି ବି ଜିନିଷ ଆପଣ ଏହି ଦିନ କିଣି କରି ଘରକୁ ଆଣନ୍ତୁ ନାହିଁ । କାରଣ ଏହାକୁ ଅଶୁଭ ବିଚାର କରାଯାଏ । ଅତଃ ଯଦି ଆପଣ ଏହି ଶୁଭ ଦିନରେ ଲାଭ ଉଠାଇବାକୁ ଚାହୁଞ୍ଚନ୍ତି ସୁନା ଚାନ୍ଦିର କଏନ କିମ୍ବା ଆଭୁଷଣ କିଣି ପାରିବେ । କାରଣ ଏହି ପରମ୍ପରା ବହୁତ ଦିନରୁ ଚାଲି ଆସୁ ଅଛି । କିମ୍ବା ଷ୍ଟିଲ ର କୌଣସି ପାତ୍ର ଘରକୁ ନେଇ ଆସନ୍ତୁ । ନ ହେଲେ ଆପଣ ଆଉ ଏକ କାମ କରି ପାରିବେ କି ଶୁଖିଲା ଧନିଆ ମଞ୍ଜି କିଣି କରି ଘରକୁ ଆଣନ୍ତୁ ଓ ଏହାକୁ ଘରେ ରଖନ୍ତୁ ।
ଏହା ଅତି ଅଳ୍ପ ପଇସା ରେ ମଧ୍ୟ ମିଳି ଯାଇଥାଏ । ଯେ କୌଣସି ଦୋକାନରେ ମିଳିଯାଇଥାଏ । ଏହା ଦ୍ଵାରା ଆପଣଙ୍କୁ ଅତି ସହଜରେ ହିଁ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ । ତେବେ ଆପଣ ଏହି ସବୁ ଜିନିଷ ମଧ୍ୟରୁ କୌଣସି ଗୋଟିଏ ନିଶ୍ଚିତ ଭାବରେ ଘରକୁ ଆଣନ୍ତୁ । ଯାହା ଦ୍ଵାରା ଆପଣ ଏହି ଧନ୍ଵନ୍ତରୀ ଜୟନ୍ତୀ ର ଶୁଭ ଅବସରର ଲାଭ ଉଠାଇ ପାରିବେ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ