ଜଲ୍ଦି ଧନବାନ ହେବାକୁ ଚାହାଁନ୍ତି ତ ଘରେ କେବେ ବି ହେବାକୁ ଦିଅନ୍ତୁ ନାହିଁ ଏହି 4 କାମ, ନ ହେଲେ ଭୋଗିବେ ଭୟଙ୍କର ପରିଣାମ- Chanakya Niti

ବନ୍ଧୁଗଣ ଏହି ଦୁନିଆରେ ସମସ୍ତ ମଣିଷଙ୍କ ପାଖରେ କିଛି ଭଲ ଓ କିଛି ଖରାପ ଗୁଣ ରହିଥାଏ । କୌଣସି ମଣିଷ ଏହି ଦୁନିଆରେ ପରଫେକ୍ଟ ହୋଇନଥାନ୍ତି । ହେଲେ କିଛି ଲୋକଙ୍କର ଖରାପ ଗୁଣ ପାଇଁ ଅନ୍ୟ ଲୋକମାନଙ୍କୁ ଅସୁବିଧା ହୋଇଥାଏ । ବନ୍ଧୁଗଣ ଚାଣକ୍ୟ ନୀତିରେ ଏପରି କିଛି କାମ ବିଷୟରେ କୁହାଯାଇଛି ଯାହାକୁ ଯଦି ମଣିଷ କରିବ ନାହିଁ ତା ହେଲେ ସେ କେବେହେଲେ ଦରିଦ୍ରତା ଭୋଗ କରିବ ନାହିଁ । ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ପାଟଳି ପୁତ୍ରର ମହାନ ବିଦ୍ଵାନ ଥିଲେ । ଚାଣକ୍ୟଙ୍କୁ ତାଙ୍କର ନ୍ୟାୟପ୍ରିୟ ଆଚରଣ ପାଇଁ ଜଣା ଯାଉଥିଲା ।

ବନ୍ଧୁଗଣ ଚାଣକ୍ୟ ନିଜର ଏକ ନୀତି ଗ୍ରନ୍ଥ ରଚନା କରିଛନ୍ତି । ସେହି ନୀତି ଗ୍ରନ୍ଥକୁ ଅଧ୍ୟୟନ କରି ମାନବ ନିଜ ଜୀବନରେ ବହୁତ କିଛି ହାସଲ କରିପାରିବ । ଚାଣକ୍ୟ ନୀତି ଅନୁସାରେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ମଣିଷ କେବେ ହେଲେ କରିବ ନାହିଁ ତା ହେଲେ ସେ କେବେ ହେଲେ ଦରିଦ୍ରତା ଭୋଗ କରିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ କେବେ ହେଲେ ବ୍ୟକ୍ତିକୁ ମିଛକୁ ପ୍ରଶୟ ଦେବା ଉଚିତ ନୁହେଁ । ମିଛକୁ ପ୍ରଶୟ ଦେଉଥିବା ବ୍ୟକ୍ତି ସବୁବେଳେ ଦରିଦ୍ରତା ଭୋଗ କରିଥାଏ । ଏହି ଲୋକମାନେ ଜୀବନ ସାରା ଦରିଦ୍ରତାକୁ ଭୋଗ କରିଥାନ୍ତି । ତେଣୁ ବନ୍ଧୁଗଣ ଆପଣଙ୍କୁ ସବୁବେଳେ ସତକୁ ପ୍ରଶୟ ଦେବା ଉଚିତ ।

୨. ଚାଣକ୍ୟଙ୍କ ମତରେ ବ୍ୟକ୍ତିକୁ ସବୁବେଳେ ସଫା ସୁତୁରା ପୋଷାକ ପିନ୍ଧିବା ଉଚିତ । ଯେଉଁ ଲୋକ ନିଜକୁ ସଫା ସୁତୁରା ରଖି ନଥାନ୍ତି ସେହି ଲୋକମାନେ କେବେହେଲେ ଧନୀ ହୋଇପାରନ୍ତି ନାହିଁ । କାରଣ ବନ୍ଧୁଗଣ ସ୍ଵଛ ଶରୀରରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ସବୁବେଳେ ସଫା ସୁତୁରା ରୁହନ୍ତୁ ।

୩. ଚାଣକ୍ୟଙ୍କ ମତରେ କିଛି ଲୋକ ଏମିତି ଅଛନ୍ତି ଯେଉଁ ମାନଙ୍କର ପେଟ ଭରିବା ପରେ ମଧ୍ୟ ସେମାନେ ଖାଉଥାନ୍ତି । ସେହି ଲୋକ ମାନଙ୍କର ପେଟ ଭରିଗଲେ ମଧ୍ୟ ସେମାନଙ୍କର ମନ କେବେ ହେଲେ ଭରି ନଥାଏ । ଚାଣକ୍ୟଙ୍କ ମତରେ ଏହି ଲୋକମାନଙ୍କ ଘରେ କେବେହେଲେ ଧନ ରହିନଥାଏ । ସେଥିପାଇଁ ମଣିଷକୁ ସବୁବେଳେ ନିୟନ୍ତ୍ରଣରେ ଖାଦ୍ୟର ସେବନ କରିବା ଉଚିତ ।

୪. ଯେଉଁ ଲୋକମାନେ ସୂର୍ଯ୍ୟ ଉଦୟ ହେବା ପରେ ଉଠନ୍ତି ସେମାନେ କେବେ ହେଲେ ଧନବାନ ହୋଇ ନଥାନ୍ତି । ଚାଣକ୍ୟ ନୀତି ଅନୁସାରେ ପରିଶ୍ରମୀ ବ୍ୟକ୍ତି ସେହି ହୋଇଥାଏ ଯିଏ ସୂର୍ଯ୍ୟଦୟ ପୂର୍ବରୁ ଉଠି ନିଜ କର୍ମର ଆରମ୍ଭ କରିଥାଏ । ଏହି ଲୋକମାନଙ୍କ ପାଖରେ ସବୁବେଳେ ଧନ ରହିଥାଏ ଓ ଏମାନଙ୍କୁ କେବେ ହେଲେ ଧନର ଅଭାବ ରହିନଥାଏ । ଆଳସ୍ୟରେ ଥିବା ଲୋକମାନଙ୍କ ଉପରେ କେବେ ବି ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିନଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଚାଣକ୍ୟଙ୍କର ଏହି ସମସ୍ତ ନୀତିକୁ ମାନି ଚଳନ୍ତୁ ଓ ଆଜୀବନ ଧନଲାଭ କରନ୍ତୁ । ଏହା ବ୍ଯତୀତ ଅନ୍ୟ ଲୋକମାନଙ୍କୁ ଏହି ନୀତି ବିଷୟରେ ପରାମର୍ଶ ଦିଅନ୍ତୁ ।

ବନ୍ଧୁଗଣ ଯଦି ଆପଣଙ୍କୁ ଆମ ଆର୍ଟିକିଲ ଭଲ ଲାଗିଲା ତାହାଲେ ନିଶ୍ଚୟ ଏହାକୁ ସେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *