‘ନୋମିନେସନ କୁ ଗଲେ ଅବା ମହାବୀର ମନ୍ଦିର..ସବୁ କଥାରେ ବାପା ମନେପଡ଼ୁଛନ୍ତି’ ବାପା Pradeep Maharathy ଙ୍କୁ ମନେ ପକାଇ ଛଳଛଳ ହେଇଗଲା ପଲ୍ଲବୀ ଙ୍କ ଆଖି, ଦେଖନ୍ତୁ Video ସେ କଣ କହିଲେ

ନମସ୍କାର ବନ୍ଧୁଗଣ ତେବେ ଆଜକୁ ପ୍ରାୟ ଏକ ବର୍ଷ କାଳ ପୁରି ଯିବ ବିଜେଡି ଦଳ ର ରାଜନେତା ସ୍ୱର୍ଗତ ପ୍ରଦୀପ ମହାରଥୀ ଙ୍କ ନି-ଧ-ନ କୁ । ତେବେ ସେ ଆଜି ବି ଲୋକ ମାନଙ୍କ ମନରେ ସେହି ଭଳି ଭାବରେ ବଂଚିକି ଅଛନ୍ତି ଏବଂ ଆଜି ବି ପିପିଲି ର ଲୋକମାନେ ତାଙ୍କୁ ଝୁରୁଛନ୍ତି । ତେବେ ଏହି ଏକ ବର୍ଷ ପରେ ତାଙ୍କ ନାମ ରେ ଏକ ବହିଟି ମଧ୍ୟ ଉନ୍ମୋଚନ କରାଯାଇଛି ଯାହାର ନାମ ରହିଛି ଅଲିଭା ପ୍ରଦୀପ ଏବଂ ଏହାକୁ ଲେଖିଛନ୍ତି ପ୍ରଦୀପ ମହାରଥୀ ଙ୍କ ଧର୍ମ ପତ୍ନୀ ପ୍ରତିଭା ମହାରଥୀ ।


ତେବେ ଏହାକୁ ନେଇ ପ୍ରଦୀପ ମହାରଥୀ ଙ୍କ ଝିଅ ପଲ୍ଲବୀ ନିଜର ଅନୁଭୂତି ଏବଂ ନିଜର ଭାବନା କୁ କହିଛନ୍ତି । ତେବେ ସେ କହିଛନ୍ତି କି ତାଙ୍କ ମାଆ ଜଣେ ବହୁତ ଭଲ ଲେଖିକା ଏବଂ ସେ ତାଙ୍କ ନିଜର ସ୍ମୃତି କୁ ନିଜର ଅନୁଭୂତି କୁ ଏହି ବହି ମାଧ୍ୟମରେ ବର୍ଣ୍ଣନା କରିଛନ୍ତି । ଏହା ସହ ସେ କହିଛନ୍ତି କି ଯେତେବେଳେ ବି ତାଙ୍କ ମାଆ ଲେଖିଥିବା ସେହି କବିତା ଏବଂ ସେହି ଲେଖା ଗୁଡିକ ପଡ଼ିଥାଏ ସେତେବେଳେ ତାଙ୍କ ଆଖିରୁ ଲୁହ ଝରି ପଡେ । ତେବେ ତାଙ୍କର ସବୁ କଥା ମନେ ପଡ଼ିଥାଏ ।

ପଲ୍ଲବୀ କହିଛନ୍ତି କି ଛୋଟ ରୁ ବିବାହ କରିବା ପରେ ମଧ୍ୟ ତାଙ୍କ ବାପା ତାଙ୍କ ହାତରେ ତାଙ୍କୁ ଖୋଇ ଦେଇଛନ୍ତି ଏବଂ ସବୁ ବେଳେ ତାଙ୍କୁ ଆଦର କରିଥାନ୍ତି ସେସବୁ ବହୁତ ମନେ ପଡେ ଏହା ଛଡା ସେ କହିଛନ୍ତି କି ତାଙ୍କୁ ତାଙ୍କ ବାପାଙ୍କ ଭାଷଣ ଶୁଣିବାକୁ ବହୁତ ଭଲ ଲାଗେ ଏବଂ ତାଙ୍କ ବାପା ପ୍ରତ୍ୟେକ ଲୋକଙ୍କୁ ନିଜ ପରିବାର ର ଲୋକ ଭଳି ଭଲ ପାଇବା ଦେଇଥାନ୍ତି ।

ତେବେ ସେ ଏହା ମଧ୍ୟ କହିଛନ୍ତି କି ତାଙ୍କ ବାପା ବହୁତ ଖୁସି ଥିଲେ କି ତାଙ୍କ ଝିଅ ଜଣେ ଭଲ ପୁଅ କୁ ବିବାହ କରିଛି ଏବଂ ସେ ଅର୍ଧେନ୍ଦୁ ଙ୍କ ଠାରୁ ବହୁତ ଖୁସି ମଧ୍ୟ ଥିଲେ ଏବଂ ଯେତେ ବେଳେ ଏହି ସବୁ ଝ-ଡ଼ ଆସିଥିଲା ଜୀଵନ ରେ ସେତେବେଳେ ଅର୍ଧେନ୍ଦୁ ଏବଂ ତାଙ୍କ ପରିବାର ଲୋକ ସମସ୍ତେ ତାଙ୍କୁ ଖୁବ ସାହାସ ଦେଇଥିଲେ ବହୁତ ଯତ୍ନ ନେଇଥିଲେ । ତାଙ୍କ ପ୍ରଶଂସା ଯେତେ କଲେ ବି କମ ହେବ ।


ତେବେ ସେ କହିଛନ୍ତି ଆଜି ବି ନୋମିନେସନ କିମ୍ବା ପିପିଲି କୁ ଗଲେ ସେହି ମହାବୀର ମନ୍ଦିରକୁ ଗଲେ ମଧ୍ୟ ବାପା ବହୁତ ମନେ ପଡ଼ନ୍ତି । ପ୍ରତିଟି ସ୍ଥାନରେ ତାଙ୍କର ସ୍ମୃତି ରହିଛି । ତେବେ ଶେଷରେ କହିଛନ୍ତି କି ତାଙ୍କ ବାପାଙ୍କ ଇଚ୍ଛା ଥିଲା ତାଙ୍କର ସନ୍ତାନ ଜଣେ ଡାକ୍ତର ହେଉ ଏବଂ ଲୋକମାନଙ୍କ ର ସେବା କରୁ ତେବେ ମୁଁ ଜଣେ ଡାକ୍ତର ଭାବରେ ମୋ ବାପାଙ୍କ ସ୍ୱପ୍ନ କୁ ପୂରଣ କରିବି ଏବଂ ଭବିଷ୍ୟତ ରେ ବାପାଙ୍କୁ ନେଇ କିଛି କରିବାର ମଧ୍ୟ ଆଶା ରଖିଛି ।

Leave a Reply

Your email address will not be published. Required fields are marked *