ମାତ୍ର 10 ହଜାରରେ ବଜାରକୁ ଆସୁଛି 3 ଚକିଆ କାର, ଥରେ ଚାର୍ଜ କାଲେ ଚାଲିବ 200 km, ଆରମ୍ଭ ହେଲାଣି ବୁକିଙ୍ଗ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଖୁବ ଶୀଘ୍ର ବଜାରକୁ ଆସିବାକୁ ଯାଉଅଛି ୩ ଚକିଆ କାର । ମାତ୍ର ୧୦ ହଜାରରେ କରିହେବ ବୁକିଙ୍ଗ । ଏବଂ ଥରେ ଚାର୍ଜ ହେଲେ ଚାଲିବ ୨୦୦ କିଲୋମିଟର । ଖୁବ ଶୀଘ୍ର ଏହା ବଜାରରେ ଆସିବାକୁ ଯାଉଅଛି । ଦିନକୁ ଦିନ ଯେଉଁଭଳି ଭାବରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି, ଏହାକୁ ନଜରରେ ରଖି ମୁମ୍ବାଇର ଏ ଏକ କାର ନିର୍ମାତା କମ୍ପାନୀ ତିନି ଚକିଆ କାର ନିର୍ମାଣ କରିଛି । ତେବେ ଏହି କାରଟିର ଲୁକ ଏବଂ ଡିଜାଇନ ସାଧାରଣ କାର ଠାରୁ ସଂପୂର୍ଣ୍ଣ ଭାବରେ ଭିନ୍ନ ।

ସବୁଠାରୁ ବଡ କଥା ହେଉଛି ଯେ ଏହି କାରରେ ତିନୋଟି ଚକ ରହିଅଛି । ତିନୋଟି ଚକା ରହିଥିବା ସତ୍ଵେ ଏହା ଅଟୋ ରିକ୍ସା ଠାରୁ ବହୁତ ଭିନ୍ନ । କାରର ବୁକିଙ୍ଗ ମଧ୍ୟ ଜୋର ସୋରରେ ଜାରି ରହିଅଛି । ଏହି କାରକୁ ପ୍ରଥମ ବୁକିଙ୍ଗରେ ୫୦ ହଜାର ଟଙ୍କା ଅପଗ୍ରେଡରଲାଭ ପାଇ ପାରିବେ । ବର୍ତମାନ ସୁଦ୍ଧା ଭାରତରେ ଅନେକ ଇଲେକ୍ଟ୍ରିକାର ବିକ୍ରି ପାଇଁ ଉପଲବ୍ଧ ରହିଅଛି କିନ୍ତୁ ୩ ଟି ଚକ ବିଶିଷ୍ଟ ଏହିଭଳି କାରର ମୂଲ୍ୟ ଅନ୍ୟ କାର ଅପେକ୍ଷା ବହୁତ କମ ରହିଅଛି ।

ଦେଶରେ ପ୍ରଦୂଷଣ ର ହାର କମ କରିବାକୁ କେନ୍ଦ୍ର ସରକାର ଇଲେକ୍ଟ୍ରି କାର କୁ ପ୍ରଶ୍ଚାହିତ କରୁଛନ୍ତି । ଯଦି ଆପଣ ମଧ୍ୟ ଏହି ତିନି ଚକ ଥିବା କାର କୁ ବୁକିଙ୍ଗ କରିବାକୁ ଚାହୁଁଛନ୍ତି ତେବେ ଏଥି ନିମନ୍ତେ ଆପଣଙ୍କୁ କେବଳ ଦଶ ହଜାର ଖର୍ଚ୍ଚ କରିବାକୁ ପଡିବ । ତେବେ ବର୍ତ୍ତମାନ ଏହି କାର କେବଳ ଦିଲ୍ଲୀ ଏବଂ ମୁମ୍ବାଇରେ ବାସ କରୁଥିବା ଲୋକଙ୍କ ପାଇଁ ଉପଲବ୍ଧ । ଷ୍ଟ୍ରୋ ମୋଟରସ ର ଅଫିସିଆଲକୁ ଯାଇ ଏହାକୁ ଅତି ସହଜରେ ବୁକ କରିପାରିବେ ।

ଏହି କାର କୁ ବୁକ କରିବାକୁ ହେଲେ ଆପଣଙ୍କୁ ଆଧାରକାର୍ଡ ନମ୍ବର ଏବଂ ଠିକଣା ଦେବାକୁ ପଡିବ । ଏହି ଷ୍ଟ୍ରୋମ ଇଲେକ୍ଟ୍ରିକାର ର ସବୁଠାରୁ ବଡ ବିଶେଷତ୍ଵ ହେଉଛି ଯେ ଏହାର ଆଗରେ ଦୁଇଟି ଏବଂ ପଛରେ ଗୋଟିଏ ଚକା ରହିଅଛି । ଏହାକୁ ଗୋଟିଏ କିଲୋମିଟର ଚାର୍ଜ କରିଲେ ଏହା ୨୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ । ଏହା ସହିତ ଏହି କାର ୮୦ କିମି ପ୍ରତି ଘଣ୍ଟା ବେଗରେ ଚାଲିପାରିବ ।

ଏଥିରେ 4g ସଂଯୋଗ ଏବଂ ଜଳବାୟୁ ପରିବର୍ତ୍ତନ ବିକଳ୍ପ ସହିତ ଏକ ଟଚ ସ୍କ୍ରିନ ଡିସପ୍ଲେ ମଧ୍ୟ ରହିଅଛି । ଏହି କାର ଟି ବହୁତ ଛୋଟ ଦେଖାଯାଉଥିଲେ ମଧ୍ୟ ଏଥିରେ ଏକା ସାଙ୍ଗରେ ଦୁଇଜଣ ଯାତ୍ରା କରି ପାରିବେ । ଏହାର ମୂଲ୍ୟ ରହିଅଛି ୪ ଲକ୍ଷ ୫୦ ହଜାର ଟଙ୍କା । ଆପଣ ଅନଲାଇନ ରେ ଏହାକୁ ବୁକିଙ୍ଗ କରିପାରିବେ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *