ଶନିବାରର ରାଶିଫଳ 6 ଜୁନ 2020, ଆଜି ହେଉଛି ବଡ ଗ୍ରହ ପରିବର୍ତ୍ତନ, ଏହି ୪ଟି ରାଶି ଉପରେ ପଡିବ ପ୍ରଭାବ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 6 ଜୁନ 2020 ଶନିବାରର ରାଶିଫଳ ।

ମେଷ

ଆଜି ଏହି ରାଶିର ଲୋକ ପ୍ରତ୍ୟକ କାର୍ଯ୍ୟକୁ ଆତ୍ମବିଶ୍ଵାସ ପୂର୍ବକ ଠିକ ଭାବରେ ଶେଷ କରି ପାରିବେ । ଦୋନ୍ଦରୁ ଦୂରେଇ ରୁହନ୍ତୁ । କ୍ରୋଧ ଉପରେ ସଂଯମ ରଖନ୍ତୁ । ସନ୍ତାନ ମାନଙ୍କୁ ନେଇ କିଛି ଚିନ୍ତା ରହିପାରେ । ବେପାରରେ ବହୁତ ଅଧିକ ଲାଭ ମିଳିବ । ଆପଣଙ୍କ କାମ କ୍ଷମତାରେ ବୃଦ୍ଧି ହେବ ଏବଂ ଆପଣ ନିଜେ କାର୍ଯ୍ୟକୁ ସଫଳତା ପୂର୍ବକ ପୁରା କରିବେ । ମାନସିକ ଶାନ୍ତି ରହିବେ କିନ୍ତୁ ଅଧିକ ଖର୍ଚ ହୋଇ ପାରେ ।

ବୃଷ

ଆଜି ଏହି ରାଶିର ଲୋକଙ୍କ ଜୀବନରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଆପଣଙ୍କ ଉପରେ ସବୁଠାରୁ ଅଧିକ ଶନିଦେବଙ୍କ କୃପା ଦୃଷ୍ଟି ରହିବ । ଆଜି ନିଜ ଲୋକଙ୍କ ସହିତ ଦେଖା ହେବ । ପାଠ ପଢୁଥିବା ଛାତ୍ରଙ୍କ ପାଇଁ ଆଜିର ଦିନଟି ଭଲ ରହିବ । କୌଣସି ଗୁରୁତ୍ଵପୂର୍ଣ ନିଷ୍ପତି ନେବାରେ ଅସୁବିଧା ହୋଇ ପାରେ । ଆପଣଙ୍କ ଅଫିସରେ କାମର ଚାପ ଅଧିକ ରହିପାରେ । ପାରିବାରିକ ସମସ୍ୟା ଚିନ୍ତିତ କରି ପାରେ ।

ମିଥୁନ

ଆପଣଙ୍କ ବେପାରରେ ବୃଦ୍ଧି ହେବ । ଆପଣଙ୍କର ବହୁତ ଦିନର ଇଛା ପୁରା ହେବ । ଚାକିରିରେ ଉଚଅଧିକାରୀଙ୍କ ସମର୍ଥନ ମିଳିବ । ପରିବାର ଲୋକଙ୍କ ସମ୍ପୂର୍ଣ ସହଯୋଗ ମିଳିବ । ପିତାଙ୍କ ତଫରୁ ଲାଭ ହେବ । ଯଦି ଆପଣ କାହାକୁ ଟଙ୍କା ଧାର ଦେଇଛନ୍ତି ତାହେଲେ ଆପଣଙ୍କ ଟଙ୍କା ଫେରସ୍ତ ମିଳିବ । ଜୀବନସାଥୀଙ୍କ ସହିତ ପ୍ରେମ ସବନ୍ଧରେ ମଧୁରତା ଆସିବ । ବହୁତ ଆଗରୁ କରିଥିବା ଧନ ନିବେଶରୁ ବହୁତ ଲାଭ ମିଳିପାରେ ।

କର୍କଟ

ଆପଣଙ୍କ ବ୍ୟବସାୟରେ ବହୁତ ଦୃତଗତିରେ ଉର୍ନତି ହେବ ଏବଂ ଏହା ସହିତ ଚାରିପଟରୁ ଖୁସି ଖବର ମିଳିବ । ଆଜି ଆପଣଙ୍କ ଆଖପାଖର ବାତାବରଣ ବହୁତ ଭଲ ରହିବ । ପ୍ରଭାବଶାଳି ବ୍ୟକ୍ତିଙ୍କ ସହିତ ଭେଟ ହୋଇ ପାରେ । କୌଣସି କଥା ଅଧିକ ନବିଗିଡି ଯିବା ପାଇଁ ସାବଧାନ ରୁହନ୍ତୁ । ଆପଣ ସୁସ୍ଥ ରହିବେ । ବିଚାରରେ ସକାରାତ୍ମକ ଭାବ ରହିବ । ଆପଣଙ୍କ ଦାୟିତ୍ଵହିନ ସ୍ଵଭାବ ଆପଣଙ୍କ ପରିବାର ସଦସ୍ୟଙ୍କୁ ଚିନ୍ତାରେ ପକାଇ ପାରେ ।

ସିଂହ

ଆଜି ଆପଣଙ୍କ ଧାର୍ଯ୍ୟରେ କମି ଆସିବ । ଧର୍ମ କର୍ମରେ ରୁଚି ବଢିବ । ଅନ୍ୟ କଥାରେ ହସ୍ତକ୍ଷେପ କରନ୍ତୁ ନାହିଁ କାରଣ ଏହାଦ୍ୱାରା ଆପଣଙ୍କର କ୍ଷତି ହୋଇ ପାରେ । ଆପଣଙ୍କର ପ୍ରତିଫଳ ଆପଣଙ୍କର ପରିଶ୍ରମର ଅନୁରୂପ ରହିବ । ବ୍ୟବସାୟ ଠିକ ଚାଲିବ । ଆର୍ଥିକ ମାମଲାରେ ଭାବିଚିନ୍ତି କରିଥିବା ନିବେଶ ଅଧିକ ଲାଭ ଦେଇ ପାରେ । ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଅଣଦେଖା କରିବା ଦ୍ଵାରା ଆପଣଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ ।

କନ୍ୟା

ବେପାରରେ ସଠିକ ନିଷ୍ପତ୍ତି ନେବା ଦ୍ଵାରା ଆପଣଙ୍କ ପାଇଁ ଲାଭଦାୟକ ହେବ । ଆୟରେ ବୃଦ୍ଧି ହେବ । ଆପଣଙ୍କ ଉପରେ ଶନିଦେବଙ୍କ କୃପା ଦୃଷ୍ଟି ସବୁଠାରୁ ଅଧିକ ରହିବ । ଯାହା ଫଳରେ ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ଆସିବ । ଆପଣ ଦ୍ରୁତଗତିରେ ପ୍ରଗତି କରିବେ । ଚାକିରି, ବ୍ୟବସାୟ ଏବଂ ପରିବାରରେ ମତଭେଦ ହୋଇ ପାରେ ।

ତୁଳା

ବେପାରରେ ଲାଭ, ଚାକିରିରେ ପ୍ରମୋଶନ ଏବଂ ଆୟରେ ବୃଦ୍ଧି ହେବ । ପରିବାର ତରଫରୁ ଶୁଭ ସମାଚାର ମିଳିବ । ବ୍ୟବସାୟରେ ସୁଚିନ୍ତିତ କାରବାର ଗୁଡିକ ଲାଭବାନ ହେବ । ଆପଣଙ୍କୁ ଆପଣଙ୍କ କାରୋବାରରେ ଅନେକ ସଫଳତା ମିଳିବ । ଜୀବନରେ ସୁଖ ଶାନ୍ତି ଆସିବ । ଲେଖନ ଏବଂ ସାହିତ୍ୟ କ୍ଷେତ୍ରରେ କିଛି ନୂଆ କରିବାର ପ୍ରେରଣା ଆପଣଙ୍କୁ ମିଳିବ ।

ବିଛା

ଆଜି ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ କିଛି ଈର୍ଷାଳୁ ସହଯୋଗୀ ଆପଣଙ୍କ ରାସ୍ତାରେ ବାଧା ସୃଷ୍ଟି କରିବା ପାଇଁ ଚେଷ୍ଟା କରିବେ । ସୃଜନଶୀଳତା ଏବଂ ସକରାତ୍ମକତା ମଝବୁତ ହେବ । କିଛି ନୂତନ ଏବଂ ସୃଜନଶୀଳତା ଆରମ୍ଭ କରିବା ପାଇଁ ଶୁଭ ଅଛି । ବେପାରୀ ମାନଙ୍କ ବେପାରରେ ବୃଦ୍ଧି ହେବ ଏବଂ ବାକିଥିବା ଅର୍ଥ ମିଳିବ । ଯଦି ଆଜି ଆପଣ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଶୁଭ ହେବ । ବ୍ୟକ୍ତିଗତ ଜୀବନରେ ଖୁସି ଏବଂ ଆରାମ ମିଳିବ ।

ଧନୁ

ଆଜି ଆପଣଙ୍କର ଅଧିକ ଖର୍ଚ ହୋଇ ପାରେ । ଶାରୀରିକ ଏବଂ ମାନସିକ ବିଚଳତା ଅନୁଭବ କରିବେ । ଆପଣଙ୍କ ସ୍ଵାଭିମାନ ଆଗଭଳି ରହିବ । ଟିମୱାର୍କ ସହିତ କାମ ସହଜରେ ପୁରା ହେବ । ପ୍ରତିଯୋଗୀଙ୍କୁ ପରାସ୍ତ କରି ପାରନ୍ତି । କାର୍ଯ୍ୟରେ ଯଶ ମିଳିବ । ଯଦି ଆପଣଙ୍କ ଖର୍ଚ କମ ହେବ ତାହେଲେ ଆପଣଙ୍କ ମନ ଶାନ୍ତି ଅନୁଭବ କରିବ । ଆପଣ ଅତୀତ ବିଷୟରେ ଭୁଲି ଏକ ନୂଆ ଆରମ୍ଭ କରନ୍ତୁ ।

ମକର

ଆଜି ପରିବାରରେ ଖୁସି ଏବଂ ଉତ୍ସାହର ବାତାବରଣ ରହିବ । ଘରୋଇ ଜୀବନରେ ସୁସମ୍ପର୍କ ରହିବ । ଆପଣଙ୍କ ଭାଗ୍ୟ ଆପଣଙ୍କୁ ଅନେକ ଲାଭ ଦେଇପାରେ । ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅନେକ ସଫଳତା ମିଳିବ । ଚାକିରି କରିବା ଲୋକଙ୍କୁ ପ୍ରଗତି ମିଳିବ । ଆପଣଙ୍କ ଶତ୍ରୁ ପରାସ୍ତ ହେବେ । ଆପଣଙ୍କ ସାଥି ଆପଣଙ୍କୁ ଖୁସି ଦେବେ । ବନ୍ଧୁ ମାନଙ୍କ ସହିତ ଭଲ ସମୟ ଅତିବାହିତ କରିବେ ।

କୁମ୍ଭ

ଆଜି ଅଧିକ କାମ ବୋଝ ପାଇଁ ଥକା ଲାଗିବା ସହିତ ମାନସିକ ଅଶାନ୍ତି ହୋଇ ପାରେ । ବୁଦ୍ଧିର ସହିତ ନିଷ୍ପତ୍ତି ନେବାର ସମୟ ଅଟେ । ଘରେ ଏବଂ ଅଫିସରେ ନିଜ କଥା ଉପରେ ସଂଯମ ରଖନ୍ତୁ । ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ପ୍ରତ୍ସାହନରେ ଆପଣଙ୍କ ଉତ୍ସାହ ଦୁଇଗୁଣ ହୋଇ ଯିବ । ପ୍ରେମୀଙ୍କ ଠାରୁ ଉପହାର ମିଳିପାରେ ଯାହାକୁ ପାଇ ଆପଣ ଭାବୁକ ହୋଇ ପାରନ୍ତି । ଏହି ରାଶିର ଲୋକଙ୍କୁ ଆଜି ଜଟିଳ ପରିସ୍ଥିତିରେ ବି ବାପା ମାଆ ଙ୍କର ସମ୍ପୂର୍ଣ ସମର୍ଥନ ମିଳିବ ।

ମୀନ

ଆଜି ଆପଣଙ୍କ ବିରୋଧୀ ସକ୍ରିୟ ରହିବେ । ଧାର୍ମିକ କାର୍ଯ୍ୟ ପଛରେ ଧନ ଖର୍ଚ କରିବେ । ଏହି ରାଶିର ଲୋକଙ୍କୁ ଆଜି କୌଣସି ବଡ ସମସ୍ୟା ସହିତ ସାମନା କରିବାକୁ ପଡିପାରେ, ଧର୍ଯ୍ୟ ରଖନ୍ତୁ । ବାକିଥିବା ଟଙ୍କା ମିଳିବ । ବ୍ଯବସାୟିକ ଯାତ୍ରା ସଫଳ ହେବ । ଠିକ ସମୟରେ ଧାର ସୁଝି ପାରିବେ । ପିଲାଙ୍କ ସହିତ ଭଲ ସମୟ ଅତିବାହିତ କରିବେ । ଆପଣଙ୍କ ଚିନ୍ତା ଦୂର ହେବ । ଉତ୍ସାହ ପୂର୍ବକ ଖବର ମିଳିବ । ଆଜି ଆପଣଙ୍କୁ ଆର୍ଥିକ ସଙ୍କଟର ସାମନା କରିବାକୁ ପଡିପାରେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *