ରାଶିଫଳ 4 ମେ 2020, ଆଜି ଭୋଲେନାଥ ଏହି ଚାରିଟି ରାଶିର ସବୁ ସ୍ଵପ୍ନ କରିବେ ପୁରା, ମାନସିକ ସମସ୍ୟା ଦୂର

ଆଜି ୪ ମେ, ୨୦୨୦, ସୋମବାର । ଆପଣଙ୍କୁ କହିଦେଉଛୁ କି ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ରର ଗତିର ଆଧାରରେ କରାଯାଇଥାଏ । ଏହି ରାଶିଫଳ ଆମ ଜୀବନରେ ବହୁତ ମହତ୍ତ୍ଵ ରଖିଥାଏ । ଆଜି ଭଗବାନ ଭୋଲେନାଥ ନିଜର ପ୍ରିୟ ରାଶିଙ୍କ ଉପରେ କୃପା କରିବେ ଓ ତାଙ୍କର ସବୁ ସ୍ଵପ୍ନ ପୂରଣ କରିବେ । ଯଦି ଆପଣ ବି ଜାଣିବାକୁ ଚାହାଁନ୍ତି କି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ଆଜିର ଦିନଟି ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ ? ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ –

ଆପଣଙ୍କ ବୁଦ୍ଧିମତା ଓ ଦୁରଦୃଷ୍ଟି କାରଣରୁ ବ୍ୟାପାରରେ ଲାଭ ହେବ । ଆଜି କିଛି ନୂଆ ସମ୍ବନ୍ଧ ବନାଇବେ ଯାହା ଭବିଷ୍ୟତରେ ଲାଭଦାୟକ ରହିବ । ଆପଣଙ୍କ ସ୍ଵାଭିମାନ ଅକ୍ଷୁର୍ଣ୍ଣ ରହିବ । ପୁରୁଣା ରୋଗ ଭଲ ହେଇପାରେ । ଭାବି ଚିନ୍ତି କରିଥିବା କାମରୁ ଆପଣଙ୍କୁ ଲାଭ ହେବ । ଆପଣଙ୍କ ବିଚାର କାହାକୁ ବିଶେଷ ରୂପରେ ପ୍ରଭାବିତ କରିପାରେ । ପ୍ରେମ ପାଇଁ ଆପଣ ପାଗଳ ରହିବେ ।

ବୃଷ –

ଯେଉଁମାନେ ଚାକିରି କ୍ଷେତ୍ରରେ ଅଛନ୍ତି ତାଙ୍କୁ ଆଜି ନିଜ କ୍ଷେତ୍ରରେ ସଫଳତା ହାସଲ ହେବ । ସନ୍ତାନ ସୁଖରେ ବୃଦ୍ଧି ହେବ । ଦୂର ସ୍ଥାନ ବା ବିଦେଶରୁ ଆପଣଙ୍କ ପାଇଁ କୌଣସି ଚ୍ୟାଲେଞ୍ଜପୂର୍ଣ୍ଣ ସ୍ଥିତି ବନିପାରେ । ଆପଣଙ୍କ ରୋମାନ୍ସ ଚରମ ସୀମାରେ ରହିବ । ବ୍ୟବସାୟ ଓ ରାଜନୀତିରେ ଆପଣଙ୍କର ଭୁଲ ବୁଝାମଣାକୁ ଦୂର କରିବାରେ ସକ୍ଷମ ହେବେ । ଚିନ୍ତା ଓ ଚିଡିଚିଡା ପଣରେ ଗ୍ରସିତ ଲୋକଙ୍କୁ ମାନସିକ ଶାନ୍ତି ମିଳିବାର ଆଶା ଅଛି । ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ ।

ମିଥୁନ –

ଆଜି ଚାକିରି କ୍ଷେତ୍ରରେ ନିଜ ସହଯୋଗୀଙ୍କ ସହିତ ନିଜର ମତଭେଦକୁ ଦୂର କରିବାର ପ୍ରୟାସ କରନ୍ତୁ । ଆପଣଙ୍କ କାମର ଆପଣଙ୍କ ଆଲୋଚକ ପ୍ରଶଂସା କରିବେ । ସନ୍ତାନଙ୍କ ତରଫରୁ କୌଣସି ଶୁଭ ସମାଚାର ମିଳିପାରେ । ଆପଣଙ୍କ ମନ ପ୍ରସନ୍ନ ରହିବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ଅଛି । କାମକାର୍ଯ୍ୟ କରୁଥିବା ଲୋକଙ୍କୁ ଉପଲବ୍ଧି ପାଇଁ ଉପଦେଶ ଓ ସାହାର୍ଯ୍ୟ ମିଳିବ । ଫିଟନେସ ପାଇଁ ଆକ୍ଟିଭ ହେବାର ଶାନଦାର ମଉକା ଆପଣଙ୍କ ପାଖରେ ଅଛି ।

କର୍କଟ –

ଆପଣଙ୍କ ପାରିବାରିକ ସମସ୍ଯା ଦୂର ହେବ । ଅନ୍ୟମାନଙ୍କ ସହାୟତା କରିବା ଦ୍ଵାରା ଆପଣଙ୍କୁ ମାନସିକ ସୁଖ ମିଳିବ । କୃଷି କ୍ଷେତ୍ର ସମ୍ବନ୍ଧୀୟ ଲୋକଙ୍କୁ କିଛି ଅପ୍ରତ୍ଯାଶିତ ଲାଭ ମିଳିବ । ଆପଣଙ୍କ ଦ୍ଵାରା କରାଯାଇଥିବା ପ୍ରୟାସ ପାଇଁ ଆପଣଙ୍କୁ ସମ୍ମାନିତ କରାଯାଇପାରେ । ଆପଣଙ୍କର ଅନ୍ୟମାନଙ୍କୁ ରାଜି କରାଇବାର କ୍ଷମତା ଆସୁଥିବା ସମସ୍ୟାକୁ ସମାଧାନ କରିବାରେ କାର୍ଯ୍ୟକାରୀ ପ୍ରମାଣିତ ହେବ । କୌଣସି ଗରିବ ର ଆବଶ୍ୟକତା କୁ ଦେଖି ଆପଣଙ୍କୁ ଆହୁରି ଅଧିକ ଭାବନାତ୍ମକ ହେବାର ଆବଶ୍ୟକତା ଅଛି ।

ସିଂହ –

ଆର୍ଥିକ ନିବେଶ ପାଇଁ ଦିନଟି ଲାଭ ଦାୟକ ରହିବ । ଅଟକି ରହିଥିବା ଧନ ଆଜି ଆପଣଙ୍କୁ ମିଳିପାରେ । ଭୂମି ଓ ଭବନ ସମ୍ବନ୍ଧିତ ବାଧା ଦୂର ହେବ । ଆୟରେ ବୃଦ୍ଧି ହେବ । ଟଙ୍କା ନେବା ଦେବା ବେଳେ ସାବଧାନ ରୁହନ୍ତୁ । ମାନସିକ ସମସ୍ଯା ଦୂର ହେବ ଓ ଧାର୍ମିକ କାର୍ଯ୍ୟ କରିବାର ମଉକା ମିଳିବ । ଆପଣଙ୍କ ଦ୍ବାୟିତ୍ତ୍ଵ ରେ ବୃଦ୍ଧି ହେବ କିନ୍ତୁ ଆପଣ ସବୁ ପ୍ରକାରର ଦ୍ଵାୟିତ୍ତ୍ଵକୁ ପାଳନ କରି ଆଗକୁ ବଢିବେ । ଲମ୍ବା ସମୟରୁ ଅସୁସ୍ଥ ଥିବା ଲୋକଙ୍କ ପାଇଁ ଘରେଲୁ ଉପାୟ ରାମବାଣ ପ୍ରମାଣିତ ହେଇପାରେ ।

କନ୍ୟା –

ଆଜି କାର୍ଯ୍ୟସ୍ଥଳରେ କୌଣସି ଅଧିକାରୀଙ୍କ ସହ ସାକ୍ଷାତ ହେବାର ସମ୍ଭାବନା ଅଛି । ଧୀରେ ଧୀରେ ଆପଣଙ୍କର ସବୁ ସମସ୍ଯା ଦୂର ହେବାକୁ ଲାଗିବ ଓ ଆପଣଙ୍କ ମନରେ ଭଲ ବିଚାର ଉତ୍ପନ୍ନ ହେବ । ଛାତ୍ର ବର୍ଗଙ୍କ ପାଇଁ ଆଜି ଟେକନିକ କ୍ଷେତ୍ରରେ ଭଲ ଅବସର ପ୍ରାପ୍ତ ହେବ । କୌଣସି ବି ବଡ କାମ କରିବା ପୂର୍ବରୁ ଥରେ ଭଲ ଭାବେ ଭାବି ନିଅନ୍ତୁ । ଭୂମି ସମ୍ବନ୍ଧୀୟ ମାମଲାର କାରବାଇ ଆଜି କରନ୍ତୁ ନାହିଁ । ବିଦେଶରୁ ଭଲ ଖବର ମିଳିପାରେ ।

ତୁଳା –

ଆଜିର ଦିନଟି ତୁଳା ରାଶିର ଲୋକଙ୍କ ପାଇଁ ଆନନ୍ଦଦାୟକ ରହିବ । ଆପଣଙ୍କୁ ବ୍ୟାପାର ମାମଲାରେ ଅପାର ସଫଳତା ମିଳିବାର ସମ୍ଭାବନା ଅଛି । ବିଦ୍ୟାର୍ଥୀ ବର୍ଗ ସଫଳତା ହାସଲ କରିବେ । ଧନପ୍ରାପ୍ତି ସୁଗମ ହେବ । ସମାଜ ହିତରେ କାମ କରିବା ଆପଣଙ୍କ ପାଇଁ ଲାଭକାରୀ ରହିବ । ଆପଣଙ୍କର ସକରାତ୍ମକ ନଜର ଆପଣଙ୍କ ଜୀବନର ବହୁତ ସମସ୍ୟାକୁ ସମାଧାନ କରିବାରେ ସଫଳ ହେଇପାରେ ।

ବିଛା –

ନୂଆ ବିଜିନେସ ଆରମ୍ଭ କରିବା ପାଇଁ ଏହି ଦିନ ଭଲ ଅଟେ । ଜୀବନସାଥିଙ୍କ ତରଫରୁ କୌଣସି ବଡ ଖୁସି ଖବର ମିଳିପାରେ । କରାଯାଇଥିବା କାମରୁ ଧନଲାଭ ଓ ଫାଇଦା ହେଇପାରେ । ବ୍ୟାପାରିକ ଦୃଷ୍ଟିକୋଣ ରୁ ଆଜି ଆପଣଙ୍କୁ ଭାରି ଧନଲାଭ ହେବାର ସମ୍ଭାବନା ଅଛି । ବିଗିଡି ଯାଇଥିବା କାର୍ଯ୍ୟ ଆପଣଙ୍କର ଅଚାନକ ହିଁ ପୁରା ହେଇଯିବ । ପରିବାରରେ ସୁଖ ସମୃଦ୍ଧି ଲଗାତାର ବଢିବ ।

ଧନୁ –

ଭୋଲେନାଥଙ୍କ ପୂଜା କରିବା ଦ୍ଵାରା ଆପଣଙ୍କ ଜୀବନରୁ ଦୁଃଖର ଅନ୍ତ ହେଇଯିବ । ଯଦି ସମ୍ଭବ ହେବ ତ ଆଇନ ସମ୍ବନ୍ଧୀୟ କାର୍ଯ୍ୟରୁ ବଞ୍ଚନ୍ତୁ । ବିବାଦକୁ ବଢାନ୍ତୁ ନାହିଁ । ଘରେ ଅଶାନ୍ତି ସୃଷ୍ଟି ହେଇପାରେ । ଖଣ୍ଡିଆ ଖାବରା ହେବାରୁ ବଞ୍ଚନ୍ତୁ । ବ୍ୟାପାର କ୍ଷେତ୍ରରେ କାମ କରୁଥିବା ଲୋକ ନିଜ ପ୍ରତିଭା ଅନୁସାରେ ସଫଳତା ହାସଲ କରିବେ । ଖଣ୍ଡିଆ ହେବା ଓ ପେଟ ସମ୍ବନ୍ଧିତ ରୋଗ ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ । ସାହସର ସହିତ କରିଥିବା କାମ ବା ନିଷ୍ପତ୍ତି ଆପଣଙ୍କ ପାଇଁ ଲାଭକାରୀ ରହିବ ।

ମକର –

ଆପଣଙ୍କର ଭଲ ବ୍ୟବହାର ଓ କାମ କାରଣରୁ ଆପଣଙ୍କ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ରହିବେ । ସ୍ୱାସ୍ଥ୍ୟରେ ସୁଧାର ଆସିବ । କୌଣସି ନୂଆ ବ୍ୟାପାର ଆରମ୍ଭ କରିବା ବିଷୟରେ ଭାବି ପାରନ୍ତି । ଆଜି ଆପଣ ନିଜ ପ୍ରେମୀ ବା ପ୍ରେମିକାକୁ କୌଣସି ଉପହାର ଦେଇ ପାରନ୍ତି । ଭୋଲେନାଥଙ୍କ କୃପାରୁ ଆପଣଙ୍କ ଆର୍ଥିକ ପରିସ୍ଥିତି ସୁଧୁରି ଯିବ । ନିଜର ପରିଶ୍ରମ ବଳରେ ଭଲ ଉନ୍ନତି କରି ପାରିବେ । ଆପଣଙ୍କ ପରିବାର ଲୋକ କୌଣସି ଛୋଟ କଥାକୁ ନେଇ କଳହ କରି ପାରନ୍ତି ।

କୁମ୍ଭ –

ଆଜି କୌଣସି ଅପ୍ରତ୍ଯାଶିତ କିନ୍ତୁ ସୁଖଦ ଘଟଣା ଆପଣଙ୍କ ସହିତ ଘଟିପାରେ । ଏକତରଫା ପ୍ରେମ ଆପଣଙ୍କୁ ନିରାଶ କରିପାରେ । ସବୁ ସୁଖ ସୁବିଧାର ପ୍ରାପ୍ତି ହେବ । ଆପଣ କମ ସମୟରେ ହିଁ ଅଧିକ ସଫଳତା ହାସଲ କରି ପାରିବେ । ଆପଣଙ୍କୁ କୌଣସି ଲାଭ ହେଇପାରେ । ସରକାରୀ କାମରେ ଲାଭ ହେଇପାରେ । ଆଜି ଆପଣଙ୍କୁ ନିଜ ସ୍ଵାସ୍ଥ୍ୟର ଖାସ ଧ୍ୟାନ ରଖିବାର ଆବଶ୍ୟକତା ଅଛି ।

ମୀନ –

ଆଜି ଆପଣଙ୍କ ଚାକିରିରେ ପରିବର୍ତ୍ତନ ର ସମ୍ଭାବନା ଅଛି । ଆପଣଙ୍କ ବିଜିନେସ ଚରମ ସୀମାରେ ଅଛି । ପରିବାରରେ ଆନନ୍ଦ ର ପରିବେଶ ରହିବ । ଭୁଲ ବୁଝାମଣା କାରଣରୁ ବ୍ୟାପାରରେ ସମ୍ବନ୍ଧ ପ୍ରଭାବିତ ହେଇପାରେ । ଖରାପ ସଙ୍ଗତ ଓ ସ୍ଵାର୍ଥୀ ଲୋକଙ୍କ ଠାରୁ ଦୂରେଇ ରହିବା ହିଁ ଆପଣଙ୍କ ପାଇଁ ଭଲ ହେବ । ଜଲ୍ଦି ଆପଣଙ୍କ ଜୀବନରେ ସଚ୍ଚା ପ୍ରେମ ପ୍ରାପ୍ତି ହେଇପାରେ । ଆପଣଙ୍କୁ ବିଜିନେସ ରେ ଲାଭ ହେଇପାରେ । ନିଜର ଆତ୍ମବିଶ୍ଵାସ ଓ ଆତ୍ମସମ୍ମାନକୁ ବଢାଇବା ପାଇଁ ଆଜିର ଦିନଟି ଉତ୍ତମ ଅଟେ । ଦୈନିକ ରାଶିଫଳ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *