ଶନିବାରର ରାଶିଫଳ 4 ଜୁଲାଇ 2020, ଶନିଦେବ ଏହି 6ଟି ରାଶି ଉପରେ କୃପା, କଷ୍ଟ ହେବ ଦୂର

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 4 ଜୁଲାଇ 2020 ଶନିବାରର ରାଶିଫଳ ।

ମେଷ

ଆଜି ଭାଗ୍ୟ ଆପଣଙ୍କ ସହିତ ଅଛି ବ୍ୟବସାୟରେ ବୃଦ୍ଧି ହେବ । ଅଫିସରେ ଆପଣଙ୍କୁ କିଛି ଏମିତି କାମ ମିଳିପାରେ ଯାହାକୁ ଆପଣ ସବୁବେଳେ କରିବାକୁ ଚାହୁଁଥିଲେ । ଆପଣଙ୍କ ବୈବାହିକ ଜୀବନ ସୁସଂଗତ ରହିବ । ପରିବାରରେ ମଧ୍ୟ ସବୁ ସ୍ଵାଭାବିକ ହେବ, ପରିବାର ସଦସ୍ୟଙ୍କ ସହିତ ଭଲ ସମୟ ବିତାଇ ପାରନ୍ତି । ଛାତ୍ର ମାନଙ୍କୁ ନିଜର ପାଠ ପଢା ରାସ୍ତାରେ ବାଧାର ସାମନା କରିବାକୁ ପଡିପାରେ । ଭୂମି ଏବଂ ସମ୍ପତ୍ତି ମାମଲାରୁ ଆପଣଙ୍କୁ ମୁକ୍ତି ମିଳିପାରେ ।

ବୃଷ

ଶନିବାର ଦିନ ଆପଣଙ୍କ ପାଇଁ ଉଥାନ ପଥାନରେ ଭାରି ରହିବ । ଆପଣଙ୍କୁ ଲାଗିବ କି ସମୟ ଆପଣଙ୍କ ପାଖରେ ଯାଉ ନାହିଁ । ଶେୟାର ବଜାରରେ ଯୋଜନା ପୂର୍ବକ ଉଠାଯାଇ ଥିବା ପଦକ୍ଷେପ ନିହାତି ଲାଭ ଦେବ । ଆବଶ୍ୟକ ଠାରୁ ଅଧିକ ଖର୍ଚ କରିବା ଏବଂ ଚାଲାଖି ଭରା ଆର୍ଥିକ ଯୋଜନାରୁ ଦୂରେଇ ରୁହନ୍ତୁ । ପରିବାର ପ୍ରତି ଦାୟିତ୍ଵ କରିବାରେ ସକ୍ଷମ ରହିବେ । ଆପଣ ଆପଣଙ୍କ ପରିବାର ସହିତ କିଛି ଭଲ ସମୟ ବିତାଇ ପାରନ୍ତି । ଏହି ରାଶିର ଲୋକ ଆଜି କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ ।

ମିଥୁନ

ଆଜି ବ୍ୟବସାୟରେ ଲାଭ ହେବା ସହିତ ଆୟ ମଧ୍ୟ ବଢିବ । ଛାତ୍ର ମାନଙ୍କୁ ସହଜରେ ସଫଳତା ମିଳିବ । ଚେଷ୍ଟା ଭଲ ଫଳ ମଧ୍ୟ ପାଇବେ । ଆଜି ଆରମ୍ଭ ହୋଇଥିବା ନିର୍ମାଣ କାମ ସନ୍ତୋଷଜନକ ରୂପରେ ପୁରା ହେବ । ଆର୍ଥିକ ସମସ୍ୟା ସୃଜନଶୀଳତା ଭାବିବା ପାଇଁ ଆପଣଙ୍କ କ୍ଷମତାକୁ ବେକାର କରି ଦେବ । ଆଜି ଯାତ୍ରା କରିବା ଲାଭଦାୟକ ହେବ । ଆପଣଙ୍କୁ ଜୀବନସାଥୀଙ୍କ ଠାରୁ ଯେଉଁ ଭଲପାଇବା ମିଳିଛି ତାହା ଆପଣଙ୍କୁ ସକରାତ୍ମକାତାରେ ଭରି ଦେବ ।

କର୍କଟ

ଆଜି କ୍ରୋଧ ଆପଣଙ୍କ ପାଇଁ ହାନିକାରକ ବୋଲି ପ୍ରମାଣିତ ହୋଇ ପାରେ । ଏଥିପାଇଁ କ୍ରୋଧକୁ ତ୍ୟାଗ କରି ଶାନ୍ତିର ମାର୍ଗ ଆପଣାଇବାର ଆବଶ୍ୟକତା ଅଛି । ଆପଣ ଆପଣଙ୍କ ସମସ୍ୟାରୁ ବହୁତ ଶୀଘ୍ର ମୁକ୍ତି ପାଇବେ । ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ପିଲାଦିନର ସ୍ମୃତି ଆପଣଙ୍କ ମନରେ ଭରି ରହିବ । କାର୍ଯ୍ୟ କ୍ଷେତ୍ରରେ ଆଜି ଆପଣଙ୍କ ସଂମ୍ମାନକୁ ଆଘାତ ପହଞ୍ଚି ପାରେ । ଆପଣଙ୍କ ପାଇଁ ଆଜିର ଦିନ ଶୁଭ ଏବଂ ଉର୍ଣ୍ଣତି କାରକ ଅଟେ ।

ସିଂହ

ଆଜି କିଛି ଭୁଲ ପାଇଁ ଆପଣ ଚିନ୍ତିତ ହୋଇ ପାରନ୍ତି । ଖୁସି ବାତାବରଣ ମିଳିବ ଏବଂ କାମ ପ୍ରତି ଆପଣ ସମର୍ପିତ ଭାବ ରଖିବେ । ବ୍ୟବସାୟରେ ନୂଆ ଯୋଜନାର ଶୁଭାରମ୍ଭ ହେବ । ଦାମ୍ପତ୍ୟ ଜୀବନରେ ଖୁସିର ଅନେକ ଅନୁଭୂତି ରହିବ । ଯଦି ଆପଣଙ୍କୁ ଲାଗୁଛି କି ଆପଣ ଅନ୍ୟର ସାହାଯ୍ୟ ବିନା ଜରୁରୀ କାମକୁ କରି ପାରିବେ ତାହେଲେ ଆପଣ ଭୁଲ ଭାବୁଛନ୍ତି । ପରିବାରର ବୟସ୍କ ଲୋକଙ୍କ ସହଯୋଗ ଆପଣଙ୍କୁ ସବୁଠାରୁ ଅଧିକ ମିଳିବ ।

କନ୍ୟା

ଆଜି କିଛି ନୂଆ ଅନୁଭବ ହେବ । ପରିବାର ସହିତ ସମୟ ଅତିବାହିତ କରିବା ଦ୍ଵାରା ମନ ଖୁସି ରହିବ । ଆପଣ ବହୁତ କିଛି ଭାବୁଛନ୍ତି ଏବଂ କରିବାକୁ ମଧ୍ୟ ଚାହୁଁଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଯୋଗ ମିଳିନାହିଁ ତାହେଲେ ଆପଣ ଯାହା ବି କରିବାକୁ ଚାହୁଁଛନ୍ତି ତାହାକୁ ଆଜି ପୁରା ଆତ୍ମବିଶ୍ଵାସର ସହିତ କରି ପାରନ୍ତି । ଗୁରୁତ୍ଵପୂର୍ଣ ମାମଲାକୁ ଗତି ଦେବାରେ ସଫଳ ହେବେ । ଲାଭ ଆଶା ଠାରୁ ଭଲ ରହିବ । ପୁରୁଣା କାମର କୌଣସି ଖାସ ଲାଭ ମଧ୍ୟ ଆପଣଙ୍କୁ ମିଳିପାରେ । ଆଇନ ସମସ୍ୟାର ସମାଧାନ ହୋଇଯିବ । ମନରେ ଅଶାନ୍ତି ଦେଖା ଦେବ ।

ତୁଳା

ଏହି ରାଶିର ଲୋକ ଆର୍ଥିକ କ୍ଷେତ୍ରରେ ସମସ୍ୟାର ସାମନା କରି ପାରନ୍ତି । ଯାହାକୁ ଆପଣ ଭଲ ପାଉଛନ୍ତି ତାଙ୍କ ଉପରୁ ସବୁ ଭୁଲ ଧାରଣା ଦୂର ହୋଇ ପାରେ । ରୋନାମ୍ସ ଏବଂ ପ୍ରେମ ଆପଣଙ୍କୁ ଖୁସିରେ ରଖିବ । ଅନ୍ୟର ଭଲ ପାଇଁ କାମ କରିବେ । ଅଫିସରେ କାହା ସହିତ କୌଣସି ମତଭେଦ ହୋଇ ପାରେ । ଲୋକଙ୍କ ବିଷୟରେ ଆପଣଙ୍କୁ କିଛି ମଜାଦାର କଥା ମଧ୍ୟ ଜାଣିବାକୁ ମିଳିପାରେ ।

ବିଛା

ଆଜି ବେପାର ଏବଂ ବ୍ୟବସାୟ ଭଲ ଚାଲିବ । ଭାଇ ବନ୍ଧୁଙ୍କ ସହିତ ସମୟ ଆନନ୍ଦପୂର୍ବକ ରହିବ । ନିବେଶ କରିବା ପାଇଁ ସମୟ ଭଲ ନାହିଁ । ପିଲାଙ୍କୁ ଅଳ୍ପ ସ୍ଵାଧୀନତା ଦିଅନ୍ତୁ । ଲାଭର ଅବସର ହାତକୁ ଆସିବ । ଆପଣଙ୍କ ବ୍ୟସ୍ତତା ଭରା ନିତ୍ୟକର୍ମ କାରଣରୁ ଆପଣଙ୍କ ଜୀବନସାଥୀ ଦୁଖଃ ଅନୁଭବ କରି ପାରନ୍ତି । ଆପଣଙ୍କ ଉପରେ ସବୁଠାରୁ ଅଧିକ ଶନିଦେବଙ୍କ କୃପା ଦୃଷ୍ଟି ରହିବ । ସବୁ ପ୍ରକାର କଷ୍ଟ ଦୂର ହେବ ।

ଧନୁ

ଆଜି ଆପଣଙ୍କୁ ଖୁସି ଖବର ମିଳିବ । ସଂମ୍ମାନ ବଢିବ । ବିଦେଶରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଆଜିର ଦିନ ଖୁସିରେ ଭରି ରହିବ । ନିଜ ଭିତରେ ଜିନିଷକୁ ରଖି ଆପଣ ନିରାଶ ହୋଇ ପାରନ୍ତି । ଆପଣଙ୍କୁ କିଛି ଶକ୍ତିଶାଳୀ ପ୍ରତିକ୍ରିୟା ସହିତ ସାମନା କରିବାକୁ ପଡିପାରେ । ଯଦି ଆପଣ ବ୍ୟବସାୟ କ୍ଷେତ୍ରରେ କିଛି ନୂଆ ଧାରଣା ଗ୍ରହଣ କରିବାକୁ ଚାହୁଁଛନ୍ତି ତାହେଲେ ସମୟ ଆପଣଙ୍କ ସହିତ ଅଛି । ସବୁ କଷ୍ଟ କାମରେ ଭାଗ୍ୟର ସହଯୋଗ ନିହାତି ମିଳିବ ।

ମକର

ଆଜି ଆପଣ ପରିବାରର ସମସ୍ତଙ୍କ ମଧ୍ୟରେ ସମ୍ପର୍କ ମଝବୁତ କରିବା ପାଇଁ ଏକ ଶାନ୍ତ ଜାଗାକୁ ଯାତ୍ରା କରିବେ । ଆପଣ ଧାର୍ମିକ କାମରେ ଭାଗ ନେଇ ପାରନ୍ତି । ବଡଙ୍କ ଆଶୀର୍ବାଦରୁ ଆପଣଙ୍କ ସବୁ କାମ ପୁରା ହେବ । ଶନିଦେବଙ୍କ କୃପାରୁ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ସାଥି ନିଜ କାମରେ ବ୍ୟସ୍ତ ରହିବେ ଯେଉଁ କାରଣରୁ ଆପଣ ଏକା ଏବଂ ବିଚଳିତ ଅନୁଭବ କରିବେ, ଆପଣଙ୍କୁ ଲାଗିବ କି ସାଥି ଆପଣଙ୍କୁ ଅଣଦେଖା କରୁଛନ୍ତି ।

କୁମ୍ଭ

ଆଜି ଆପଣ ନିଜର ପରିଶ୍ରମର ବଳରେ ଭଲ ଫଳ ପାଇବେ । ଆପଣ ସହଯୋଗୀଙ୍କ ଭୂମିକାକୁ ସ୍ପଷ୍ଟ ରୂପରେ ସ୍ତିର କରିବାରେ ଲାଗି ରହିବେ । ଲୋକ ଆପଣଙ୍କ କାର୍ଯ୍ୟ କ୍ଷମତାକୁ ପ୍ରଶଂସା କରିବେ । ଜିନିଷ ଗୁଡିକ ଆପଣଙ୍କ ସମର୍ଥନରେ ରହିବ । ବାହାରର କୌଣସି ବି କାମ ପାଇଁ ଅନ୍ୟ କାହା ଉପରେ ଭରସା କରନ୍ତୁ ନାହିଁ । ଆପଣଙ୍କୁ ଆପଣଙ୍କ ସର୍କଲ ଭିତରୁ ବାହାରି ଏମିତି ଲୋକଙ୍କ ସହିତ ମିଶିବା ଆବଶ୍ୟକ ଅଟେ ଯେଉଁମାନେ ଉଚ୍ଚ ଜାଗାରେ ଥିବେ ।

ମୀନ

ଆଜି ଆପଣ ଚାକିରି କିମ୍ବା ବ୍ୟବସାୟ ସବନ୍ଧିତ ଏକ ବଡ ନିଷ୍ପତ୍ତି ନେଇ ପାରନ୍ତି । ଅଧିକ ଖର୍ଚ ହୋଇ ପାରେ । ଆପଣ କିଛି ନୂଆ ଜିନିଷ ମଧ୍ୟ କିଣି ପାରନ୍ତି । ଯଦି ପରିବାରରେ କୌଣସି ସ୍ୱାସ୍ଥ୍ୟ ସବନ୍ଧୀୟ ଯୋଗ ଚାଲିଥାଏ, ତାହେଲେ ବିଶେଷ ସାବଧାନ ରହିବା ଉଚିତ । କୌଣସି ଆଧ୍ୟାତ୍ମିକ ଗୁରୁ କିମ୍ବା ବଡ ଆପଣଙ୍କର ସାହାଯ୍ୟ କରି ପାରନ୍ତି । ଆପଣଙ୍କ ଅଫିସର ବାତାବରଣ ଭଲ ରହିବ । ଆପଣଙ୍କ ଆଗାମୀ ସମୟ ବହୁତ ଆନନ୍ଦମୟ ରହିବ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *