ରବିବାରର ରାଶିଫଳ 31 ମେ 2020, ସୂର୍ଯ୍ୟଦେବ ଆଜି ଏହି 4ଟି ରାଶି ଉପରେ କରିବେ କୃପା କୌଣସି ବିଶେଷ କାମକୁ ନେଇ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 31 ମେ 2020 ରବିବାରର ରାଶିଫଳ ।

ମେଷ

ଆପଣଙ୍କ ପାଇଁ ଆଜିର ଦିନଟି ବହୁତ ଭଲ ଅଛି ଏବଂ ଆଜି ଆପଣଙ୍କ ପାଇଁ ଭଲ ଅବସର ଅପେକ୍ଷା କରିଛି । ଆଜି ବନ୍ଧୁଙ୍କ ସହିତ ଭେଟ ହୋଇପାରେ ଏବଂ ତାଙ୍କ ସହିତ ଭଲ ସମୟ ମଧ୍ୟ ଅତିବାହିତ କରି ପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ସୁଖ ସୁବିଧାରେ ଲାଭ ମିଳିବ । ଜୀବନରେ କିଛି ନୂଆ କରିବା ପାଇଁ ପ୍ରେରଣା ମିଳିବ । ବିଚାରରେ ଅଗ୍ରତା ଏବଂ ଅଧିକାର ଭାବନା ବଢିବ । ପଦୋନ୍ନତିର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ନୂଆ ଏବନଗ ବଡ ପରିଯୋଜନାରେ ଧନ ନିବେଶ କରିବାରେ ସଫଳତା ମିଳିପାରେ ।

ବୃଷ

ଏହି ରାଶିର ଲୋକ ନୈତିକ ମୂଲ୍ଯବୋଧ ଏବଂ ଆଧାତ୍ମିକ ପ୍ରତି ପ୍ରବୃତ ହେବେ । ଛାତ୍ରମାନେ ଯେଉଁ କାମକୁ ହୃଦୟର ସହିତ କରିବେ ସେମାନଙ୍କୁ ଆଜି ସଫଳତା ନିହାତି ମିଳିବ । ଚାକିରି କରିଥିବା ଲୋକଙ୍କ ଆୟରେ ବୃଦ୍ଧି ହେବ । ଏହି ରାଶିର ଲୋକ ବ୍ୟବସାୟ ଏବଂ ଚାକିରିରେ ସଫଳତା ପାଇ ବହୁତ ଉଚ୍ଚାରେ ପହଞ୍ଚିବେ । ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ, ଯାହାର ଫଳ ଆପଣଙ୍କୁ ମିଳିପାରେ । ମନଇଛା ବ୍ୟବହାର ଆପଣଙ୍କୁ ଅସୁବିଧାରେ ପକାଇ ପାରେ ।

ମିଥୁନ

ମିଥୁନ ରାଶିର ଲୋକ ଆଜି ଶକ୍ତିରେ ପରିପୂର୍ଣ ରହିବେ ଏବଂ ଏହା ସମ୍ଭବ କି ହଠାତ ଆପଣଙ୍କୁ ଲାଭ ମଧ୍ୟ ମିଳିବ । ମାତା ପିତା ଙ୍କ ସହିତ ସମୟ ଅତିବାହିତ କରିବେ । ଘରେ ଖୁସିର ବାତାବରଣ ରହିବ । ଜୀବନରେ ଦ୍ରୁତଗତିରେ ପ୍ରଗତି କରିବା ପାଇଁ ଆପଣଙ୍କୁ ନିଜ ବନ୍ଧୁ ମାନଙ୍କର ସାହାଯ୍ୟ ନେବାକୁ ପଡିପାରେ । ବ୍ୟବସାୟରେ କରିଥିବା ନୂଆ ଯୋଜନା ଆପଣଙ୍କ ପାଇଁ ଲାଭଦାୟକ ହେବ । ଶେୟାର ବଜାରରେ ପଇସା ଲଗାନ୍ତୁ ନାହିଁ ନହେଲେ କ୍ଷତି ହୋଇ ପାରେ ।

କର୍କଟ

ଆଜି ଆପଣଙ୍କର ଜ୍ଞାନ ଏବଂ ହାସ୍ୟ ପରିହାସ ଆପଣଙ୍କୁ ଆଖପାଖର ଲୋକଙ୍କୁ ପ୍ରଭାବିତ କରିବ । ଅଧିକାରୀ ବର୍ଗଙ୍କ ସହଯୋଗ ମିଳିବ । ପ୍ରେମରେ ରହୁଥିବା ଲୋକଙ୍କ ପାଇଁ ମଧ୍ୟ ଏହା ଏକ ଭଲ ସମୟ ଅଟେ । ଏହି ସମୟରେ ଆପଣଙ୍କ ଭାଗ୍ୟ ସମ୍ପୂର୍ଣ ଭାବରେ ଆପଣଙ୍କ ସହିତ ରହିବ । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ଭାଗୀଦାରୀଙ୍କ ପାଇଁ ସମୟ ଭଲ ରହିବ । କାର୍ଯ୍ୟକ୍ଷେତ୍ରରେ କାହା ପ୍ରତି ଆପଣଙ୍କର ଆକର୍ଷଣ ବଢିପାରେ ଯାହା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ, ଏଥିପାଇଁ ଏଥିରୁ ଦୂରେଇ ରୁହନ୍ତୁ ।

ସିଂହ

ଆଜି ଆପଣ ନିଜକୁ କୌଣସି ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଏହି ସମାରୋହର ଆୟୋଜନ କରିବାରେ ମଧ୍ୟ ଆପଣଙ୍କୁ ବହୁତ ମଜା ଲାଗିବ । କ୍ରୋଧ ଆପଣଙ୍କ ପାଇଁ ହାନିକାରକ ହୋଇ ପାରେ । ଚାକିରି କ୍ଷେତ୍ରରେ ଆପଣଙ୍କୁ ବହୁତ ସଫଳତା ମିଳିବାର ସମ୍ଭାବନା ଅଛି । ଆପଣ ନିଜ ପରିଶ୍ରମ ଦ୍ଵାରା ବହୁତ କିଛି ହାସଲ କରିପାରିବେ । କାହାକୁ ବି ଅସଂମ୍ମାନ କରନ୍ତୁ ନାହିଁ । ବିଶେଷ କରି ନିଜର ଲୋକ ମାନଙ୍କୁ ଅସଂମ୍ମାନ କରନ୍ତୁ ନାହିଁ । ପରିବେଶ ଆପଣଙ୍କ ମନକୁ ଅସୁସ୍ଥ କରିପାରେ ।

କନ୍ୟା

ଏହି ରାଶିର ଲୋକଙ୍କୁ ଶାରୀରିକ ଥକ୍କା ଅନୁଭବ ହୋଇ ପାରେ । ଲୋଭ ପ୍ରବୃତ୍ତି ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ ଏହାର ଧ୍ୟାନ ରଖନ୍ତୁ । ଅଫିସର ଚାପକୁ ଘରକୁ ଆଣନ୍ତୁ ନାହିଁ କାରଣ ଏହାଦ୍ୱାରା ଆପଣଙ୍କ ପରିବାରର ଖୁସି ଶେଷ ହୋଇ ପାରେ । ଆପଣଙ୍କ ଜୀବନକୁ ଆସିଥିବା ଅସୁବିଧା ସୂର୍ଯ୍ୟଦେବଙ୍କ କୃପାରୁ ଦୂର ହୋଇଯିବ । ଆପଣ ନିଜ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖନ୍ତୁ । ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ଅଛି । ଆପଣଙ୍କ ଆୟରେ ବହୁତ ବୃଦ୍ଧି ହେବ ।

ତୁଳା

ମନର ନକରାତ୍ମକ ବ୍ୟବହାର ଆଜି ଆପଣଙ୍କୁ ନିରାଶ କରିପାରେ । ଆଜି ଆପଣ କୌଣସି ବିଶେଷ କାମକୁ ନେଇ ଚିନ୍ତିତ ରହି ପାରନ୍ତି । କିନ୍ତୁ ଆପଣଙ୍କର ଏହି ଚିନ୍ତା ଆପଣଙ୍କୁ ସଫଳ କରିବ । ଆପଣଙ୍କ ପୂର୍ବ ପ୍ରୟାସରୁ ଲାଭର ସଂକେତ ମିଳୁଛି । ବହୁତ ଖୁସି ରହିବେ ଏବଂ ଲୋକଙ୍କର ଆକର୍ଷଣର କେନ୍ଦ୍ର ହେବେ । ଆପଣଙ୍କ କଥା ଦ୍ଵାରା ମଧ୍ୟ ଲୋକ ପ୍ରଭାବିତ ହେବେ । ଋଣ ମାଗୁଥିବା ଲୋକଙ୍କୁ ଅଣଦେଖା କରିବାକୁ ପଡିବ । ଆଜି କିଛି ଆର୍ଥିକ ଯୋଜନା କରି ପାରନ୍ତି । ଆପଣଙ୍କର ଅଧୁରା କାମ ପୁରା ହେବ ।

ବିଛା

ଆଜି ବିଦ୍ୟାର୍ଥୀ ନିଜର ଧ୍ୟାନ ପଢା ଉପରେ ଦେବେ । ଆର୍ଥିକ ଅବସ୍ଥା ସ୍ଵାଭାବିକ ରହିବ । ରାଜ୍ୟ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ, ଏହା ସହିତ ସଫଳତା ମଧ୍ୟ ମିଳିବ । ବ୍ୟବସାୟରେ ବୃଦ୍ଧି, ଧନ ସମ୍ପତ୍ତି ଏବଂ ଯଶରେ ମଧ୍ୟ ବୃଦ୍ଧି ହେବ । ଆଜି ଆପଣଙ୍କୁ ବହୁତ ନୂଆ ସୁଯୋଗ ମିଳିବାର ସମ୍ଭାବନା ଅଛି । ଆପଣଙ୍କ ରାଶିରେ ନୂତନ ଶକ୍ତି ଆସିବ । ଆଜି କୌଣସି ଗୁରୁତ୍ଵପୂର୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଆପଣଙ୍କୁ ନିଜ ସଂଗତିର ମଧ୍ୟ ଧ୍ୟାନ ରଖିବାକୁ ହେବ ।

ଧନୁ

ଆଜି ସନ୍ତାନଙ୍କ ପକ୍ଷରୁ ଭଲ ଖବର ମିଳିପାରେ । ବାହାର ଖାଇବା ଖାଆନ୍ତୁ ନାହିଁ । ଧର୍ଯ୍ୟ ରଖିବାରେ ବହୁତ ପରିଶ୍ରମର ଆବଶ୍ୟକତା ହୋଇଥାଏଆ ଏବଂ ଆଜି ଆପଣଙ୍କ ଧର୍ଯ୍ୟର ଆବଶ୍ୟକତା ହେବ । ଚାକିରି ଏବନଗ ବ୍ୟବସାୟରେ ନୂଆ ଲୋକଙ୍କ ସହିତ ଭେଟ ହେବ । ଆପଣଙ୍କ ଆର୍ଥିକ ସ୍ଥିତିରେ ବହୁଦ ବଡ ପରିବର୍ତ୍ତନ ହେବ ଏବଂ ଆପଣଙ୍କ ଆର୍ଥିକ ସ୍ଥିତ ମଧ୍ୟ ଦୃଢ ରହିବ । ଆପଣ ଏବଂ ଆପଣଙ୍କ ଜୀବନସାଥୀ ଦୁହେଁ ଖୁସିରେ ରହିବେ । ଆଜି ବ୍ୟବସାୟରେ ଭାବି ବିଚାରୀ ନିବେଶ କରନ୍ତୁ ।

ମକର

ଆଜି ବ୍ୟବସାୟରେ ନୂଆ ଯୋଜନାର ଆରମ୍ଭ ହୋଇ ପାରେ । ଘରେ କୌଣସି ବୟସ୍କ ଲୋକଙ୍କର ଦେହ ଖରାପ ହେବା କାରଣରୁ ଆପଣ ଚିନ୍ତିତ ହୋଇ ପାରନ୍ତି । ବେପାରି ମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ଆପଣ ଏକ ବ୍ୟତିକ୍ରମ ସ୍ଥିତିରେ ରହିବେ । ଆୟ ଅପେକ୍ଷା ଖର୍ଚ ଅଧିକ ହେବା କାରଣରୁ ଆପଣ ଋଣ ନେଇ ପାରନ୍ତି । ଆପଣଙ୍କର ଖରାପ ବିଚାର ଉପରେ ଧ୍ୟାନ ନଦେବା ଆପଣଙ୍କ ପାଇଁ ଭଲ ରହିବ । ଆପଣ ନିଜର ଆର୍ଥିକ ସ୍ଥିତିକୁ ଦୃଢ କରିବା ପାଇଁ ସମସ୍ତ ଚେଷ୍ଟା କରିବେ ।

କୁମ୍ଭ

ଆପଣ ଯେଉଁ କାମରେ ବହୁତ ଦିନ ଧରି ଯୋଡିହୋଇ ଅଛନ୍ତି ଆଜି ସେହି କାମ ସମ୍ପୂର୍ଣ ହୋଇ ପାରେ, କେବଳ ଆପଣଙ୍କୁ ନିଜର ପରିଶ୍ରମର ଶେଷ ପର୍ଯ୍ୟନ୍ତ ରଖିବାକୁ ହେବ । ବହୁତ ଦିନ ଧରି ଚାଲିଥିବା ସମସ୍ୟା ଶେଷ ହୋଇଯିବ । ଚାକିରିରେ ପଦୋନ୍ନତି ହେବ ଏବଂ ରୋଜଗାର କରୁନଥିବା ଲୋକଙ୍କୁ ଉପଯୁକ୍ତ ମାଧ୍ୟମ ମିଳିବ । ପାରିବାରିକ ଜୀବନରେ ଅଶାନ୍ତି ରହିପାରେ ଏବଂ କାର୍ଯ୍ୟରେ ବ୍ୟସ୍ତ ରହିବା କାରଣ ପାଇଁ ପରିବାର ଠାରୁ ଦୂରେଇ ଯିବାକୁ ପଡିପାରେ ।

ମୀନ

ଆଜି ସମାଜରେ ଆପଣଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ମଧୁର ରହିବ । ବହୁତ ଦିନଧରି ଚାଲିଆସୁଥିବା କୌଣସି ବଡ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ । ଆଜି ଆପଣ ଶାରୀରିକ ଆନନ୍ଦ ଏବଂ ମାନସିକ ଖୁସି ଅନୁଭବ କରିବେ । କଳା କ୍ଷେତ୍ରରେ ପ୍ରଦର୍ଶନ ଏବଂ ସାମାଜିକ ଦୃଷ୍ଟିରୁ ଆପଣଙ୍କୁ ସଂମ୍ମାନ ଏବଂ ଖ୍ୟାତି ମିଳିବ । ସୂର୍ଯ୍ୟଦେବଙ୍କ କୃପା ଆପଣଙ୍କ ଉପରେ ରହିବ ଯାହାଦ୍ୱାରା ଆପଣଙ୍କୁ ଗୁରୁତ୍ଵପୂର୍ଣ କାର୍ଯ୍ୟରେ ସଫଳତା ମିଳିବ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *