ରାଶିଫଳ 3 ମେ 2020, ସୂର୍ଯ୍ୟଦେବ ବଦଳିଲେ ନିଜ ଚାଲ, ଏହି ୩ଟି ରାଶିର ସବୁ କଷ୍ଟ ହେବ ଦୂର, ଆଜି ଆପଣ ଆୟର କିଛି ନୂଆ

ଆଜି ୩ ମେ ୨୦୨୦, ରବିବାର । ଆଜି ସୂର୍ଯ୍ୟ ନିଜ ଗତିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି ଯାହା ଦ୍ଵାରା ରାଶିମାନଙ୍କ ଉପରେ ବିଶେଷ ପ୍ରଭାବ ପଡିବ । କିଛି ରାଶିଙ୍କର କଷ୍ଟ ଦୂର ହେବ ଯେତେବେଳେ କି କିଛି ରାଶିଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କ ପାଇଁ କିପରି ରହିବ ? ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ ? ତେବେ ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ-

ଆଜି କୌଣସି ବଡ ନିବେଶ କରନ୍ତୁ ନାହିଁ । ଚାକିରି କ୍ଷେତ୍ରରେ କିଛି ବଡ ଭଲ ପ୍ରଗତି କରିବାର ଅବସର ମିଳିପାରେ । ଆଜି ଆପଣଙ୍କୁ ମନୋରଞ୍ଜନର ନୂଆ ଅବସର ପ୍ରାପ୍ତି ହେବ । ଆପଣଙ୍କର ବନ୍ଧୁ ଓ ପରିବାର ସହିତ ସମୟ ଭଲରେ କଟିବ । ଅତୀତରେ ବନାଇଥିବା ଯୋଜନାକୁ ଜୀବନରେ ପ୍ରୟୋଗ କରିବା ପାଇଁ ଚେଷ୍ଟା ଜାରି ରଖିବେ । ଶତୃ ମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ସକାଳେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଦ୍ଵାରା ଆପଣଙ୍କର ସବୁ ସମସ୍ୟାର ସମାଧାନ ହେଇଯିବ ।

ବୃଷ –

ଆଜି ଆପଣଙ୍କୁ ଜୀବନରେ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ । ସୂର୍ଯ୍ୟ ଦେବଙ୍କ କୃପାରୁ ଆପଣଙ୍କ ଜୀବନରେ ଆସୁଥିବା ସବୁ ସମସ୍ୟାର ଅନ୍ତ ହେବ । ବୃଷ ରାଶି ବ୍ୟକ୍ତିଙ୍କର ସୁଖ ସାଧନରେ ବୃଦ୍ଧି ହେବ । କୌଣସି ଅପ୍ରତ୍ଯାଶିତ ସ୍ରୋତରୁ ଭଲ ଆମଦାନୀ ହେବା କାରଣରୁ ଆର୍ଥିକ ସ୍ଥିତି ଭଲ ରହିବାର ସମ୍ଭାବନା ଅଛି । ନିଜର ଆତ୍ମବିଶ୍ଵାସ ଓ ପରିଶ୍ରମ ବଳରେ ଏହି ସପ୍ତାହରେ ଆପଣ ଭଲ ଲାଭ କମାଇ ପାରିବେ । ଆର୍ଥିକ ବିଷୟରେ ସାବଧାନ ରୁହନ୍ତୁ ।

ମିଥୁନ-

ଜୀବନସାଥିଙ୍କ ସହିତ ଆପଣଙ୍କର ଭାବନାତ୍ମକ ଆକର୍ଷଣ ବଢିବ । ଆର୍ଥିକ ସ୍ଥିତିରେ ସୁଧାର ହେବ ଓ ବେରୋଜଗାରିଆଙ୍କୁ ଚାକିରିର ଭଲ ଅବସର ମିଳିବ । ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ କାରଣରୁ କିଛି ସମସ୍ୟାର ସାମ୍ନା କରିବାକୁ ପାଡିପାରେ । ଗୃହ ଉପକରଣ ବସ୍ତୁ କ୍ରୟ କରିବେ । କୌଣସି ବି କାମକୁ ପୁରା କରିବା ପାଇଁ ପ୍ରଥମ ପ୍ରୟାସରେ ହିଁ ସଫଳତା ମିଳିବ । ଯଦି ସମ୍ବନ୍ଧରେ କୌଣସି କାରଣରୁ ଫାଟ ଆସିଥିଲା ତାହା ପୁଣି ମଧୁର ହେଇଯିବ ।

କର୍କଟ –

ଆଜି ସମ୍ପର୍କୀୟଙ୍କ ଠାରୁ ଆପଣଙ୍କୁ ଧନଲାଭ ହେବ । ଆଜି ଆପଣ ଯେଉଁ କାମକୁ ନିଜ ହାତରେ ନେବେ ତାହାକୁ ପୁରା କରି ପାରିବେ । ଆଜି ଆପଣ ଆୟର କିଛି ନୂଆ ସ୍ରୋତ ହାସଲ କରିବେ ଯାହା ଆପଣଙ୍କୁ ଭଲ ଧନ ଲାଭ ଦେବ । ଆଜି ଆପଣଙ୍କ ଭାଗ୍ୟ ଅଚାନକ ବଦଳିପାରେ, ସୂର୍ଯ୍ୟ ଦେବଙ୍କ ବିଶେଷ କୃପା ଆପଣଙ୍କୁ ମାଲାମାଲ କରିପାରେ । ଆପଣଙ୍କ କ୍ରୋଧରେ କାମ ବିଗିଡିପାରେ । ଏଥିପାଇଁ ଅନାବଶ୍ୟକରେ ରାଗନ୍ତୁ ନାହିଁ । ବ୍ୟାପାରରେ ଉନ୍ନତି ହେବାର ସମ୍ଭାବନା ଅଛି ।

ସିଂହ –

ଆଜି ସରକାରୀ କାମରେ ପଇସା ଲଗାଇବାର ଯୋଗ ଅଛି । ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ ଓ ବ୍ୟାପାରରେ ଆପଣଙ୍କୁ ଅତ୍ଯାଧିକ ଲାଭ ମିଳିବ । ଆପଣଙ୍କ ସଫଳତା ଉପରେ ଆପଣଙ୍କ ପରିବାରକୁ ଗର୍ବ ହେବ । କୌଣସି ପ୍ରକାରର ପେନାଲ୍ଟି ଲାଗିପାରେ । ପୁରୁଣା କରଜ ସୁଝିବାରେ ସଫଳତା ହାସଲ କରିବେ । ପରିବାର ଲୋକଙ୍କ ଠାରୁ ଆପଣଙ୍କୁ ଆର୍ଥିକ ସହାୟତା ମିଳିପାରେ ।

କନ୍ୟା-

ଆଜି ପାରିବାରିକ ସ୍ତରରେ ଖୁସିରେ ବୃଦ୍ଧି ହେବ । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ପ୍ରତିଭା ବଢିପାରେ । ନୂଆ ଲୋକଙ୍କ ସହିତ ସାକ୍ଷାତ ହେବାର ସମ୍ଭାବନା ଅଛି । ବେରୋଜଗାର ଯୁବକଙ୍କୁ କ୍ଯାରିୟର କ୍ଷେତ୍ରରେ ଅବସର ପ୍ରାପ୍ତି ହେବ । ବିଦ୍ୟାର୍ଥୀ ବର୍ଗଙ୍କୁ ମାନ ସମ୍ମାନ ପ୍ରାପ୍ତି ହେବ । ବେରୋଜଗାରିଆଙ୍କୁ ରୋଜଗାର ର ସାଧନ ପ୍ରାପ୍ତି ହେବ । ପରିବାରରେ ମାତା ପିତାଙ୍କ ସହଯୋଗ ମିଳିବ ।

ତୁଳା –

ଆଜି ମା’ ଲକ୍ଷ୍ମୀଙ୍କ କୃପାରୁ ତୁଳା ରାଶି ଲୋକଙ୍କୁ ଅପାର ଧନ ପ୍ରାପ୍ତି ହେବ । ଯାହା ଦ୍ଵାରା ଆପଣଙ୍କ ସମସ୍ତ କାର୍ଯ୍ୟ ବହୁତ ଶୀଘ୍ର ହେଇଯିବ । ବେରୋଜଗାରିଆ ଲୋକ ରୋଜଗାର ପାଇବା ପାଇଁ ଯେତେ ଅଧିକ ପରିଶ୍ରମ କରିବେ, ସେତିକି ହିଁ ଅଧିକ ସଫଳ ହେବେ । ଆକସ୍ମିକ ଧନପ୍ରାପ୍ତି ର ଉତ୍ତମ ଯୋଗ ଅଛି । ଘର ପରିବାରର ପରିବେଶ ଭଲ ରହିପାରେ । ନିଜର ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଉତ୍ତମ ସମୟ ଅଟେ । ଲମ୍ବା ସମୟ ପରେ ଶାରିରୀକ ମାନସିକ ଶାନ୍ତି ଅନୁଭବ କରିବେ ।

ବିଛା –

ଆଜି ବିଛା ରାଶି ଲୋକଙ୍କ ପ୍ରେମ ସମ୍ବନ୍ଧ ମଝବୁତ ହେବ ଓ ଆପଣଙ୍କ ମନରେ ଯାହା ବି ଇଚ୍ଛା ଅଛି ତାହା ସବୁ ଆଜି ପୂର୍ଣ୍ଣ ହେବ । ଟଙ୍କା ସମ୍ବନ୍ଧିତ ସମସ୍ଯା ବି ଶେଷ ହେଇଯିବ । ଯେଉଁ ଲୋକଙ୍କ ସହିତ ଆପଣଙ୍କ ସାକ୍ଷାତ କେବେ କେବେ ହିଁ ହେଇଥାଏ ସେମାନଙ୍କ ସହିତ ଆଜି କଥାବାର୍ତ୍ତା ଓ ସମ୍ପର୍କ କରିବାର ମଉକା ମିଳିବ । ବିଦେଶରେ ରହୁଥିବା ଲୋକ ଘରକୁ ଆସି ପାରନ୍ତି ।

ଧନୁ –

ଆପଣଙ୍କ ବୌଧିକ କ୍ଷମତାରେ ବୃଦ୍ଧି ହେବ । ଆପଣ ଯାହା ଚାହୁଞ୍ଚନ୍ତି ତାହା ସ୍ପଷ୍ଟ କରନ୍ତୁ । ଅନ୍ୟ କାହାକୁ ନିଜ ଭାଗ୍ୟ ନିୟନ୍ତ୍ରିତ କରିବା ବଦଳରେ ନିଜେ ନିୟନ୍ତ୍ରଣ କରନ୍ତୁ । ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ତେବେ ନିଜ ପ୍ରେମ ପ୍ରକାଶ କରିବାର ଏହା ବହୁତ ଭଲ ଦିନ ଅଟେ । ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ପ୍ରାପ୍ତ ହେବ । ଦାଂପତ୍ଯ ଜୀବନରେ ପ୍ରେମ ଓ ବିଶ୍ଵାସ ବଢିବ । ବ୍ୟାପାରରେ ଆଜି ହାନୀର ସମ୍ଭାବନା ଅଛି । ଅନ୍ୟମାନଙ୍କ ସହିତ ବାଦ ବିବାଦ ନ ବଢୁ ଏହାର ଧ୍ୟାନ ରଖନ୍ତୁ ।

ମକର-

ଆଜି ଯେଉଁ କାର୍ଯ୍ୟ ମନ ଲଗାଇ କରିବେ ସେଥିରେ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କର ଗରିବୀ ଜଲ୍ଦି ଦୂର ହେଇପାରେ । କାମ କାର୍ଯ୍ୟରେ ଅପମାନ ମିଳିପାରେ ଏଥିପାଇଁ ସତର୍କ ରୁହନ୍ତୁ । ଆଜି କୌଣସି ବି ପ୍ରକାରର ଉଧାର ଦିଅନ୍ତୁ ନାହିଁ ଓ ଉଧାର ନେବା ଠାରୁ ବି ବଞ୍ଚନ୍ତୁ । ଆପଣ ନିଜ ଜୀବନରେ ନୂଆ କୀର୍ତ୍ତିମାନ ସ୍ଥାପନ କରି ଆଗକୁ ବଢିବେ ।

କୁମ୍ଭ –

କୁମ୍ଭ ରାଶିର ବ୍ୟାପାରୀ ଆଜି କାମ ସମ୍ବନ୍ଧୀୟ କୌଣସି ବଡ ନିଷ୍ପତ୍ତି ନେଇ ପାରନ୍ତି । ଚାକିରି କରୁଥିବା ଲୋକଙ୍କର ଉନ୍ନତି ହେବ । ରୋଜଗାର ସମ୍ବନ୍ଧୀୟ ସମସ୍ଯା ଚିନ୍ତିତ କରିପାରେ କିନ୍ତୁ ଆପଣଙ୍କ ଧୈର୍ଯ୍ୟ ବଢିବ । ଆପଣଙ୍କ ମନ ପ୍ରସନ୍ନ ରହିବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଶାରିରୀକ ଓ ମାନସିକ ରୂପରେ ସୁସ୍ଥ ଓ ପ୍ରସନ୍ନ ରହିବେ । ଆଜି ଆପଣ ବଡ ରୁ ବଡ ସମସ୍ଯା ବହୁତ ସହଜରେ ସମାଧାନ କରିନେବେ ।

ମୀନ-

ଯଦି ଆପଣ କାହାକୁ ନିଜ ଟଙ୍କା ଉଧାର ଦେଇଛନ୍ତି ତେବେ ଆଜି ଆପଣଙ୍କୁ ସେହି ଟଙ୍କା ମିଳିପାରେ । ଆପଣଙ୍କ ଲଭ ପାର୍ଟନର ଆପଣଙ୍କ ଉପରେ ରାଗି ପାରନ୍ତି ଓ ପରସ୍ପର ମଧ୍ୟରେ ଯୁକ୍ତି ବି ହେଇପାରେ । ସାହସ, ପରାକ୍ରମ ଓ ସଫଳତା ବଢିବ । ନିଜର ଲୋକମାନଙ୍କ ସହାୟତାରେ ଇଚ୍ଛା କରୁଥିବା ପରିଣାମ ମିଳିପାରେ । ଲଢେଇ ଝଗଡା ଠାରୁ ଦୂରେଇ ରହିବାର ଆବଶ୍ୟକତା ଅଛି । ଖାସ କରି ପାରିବାରିକ କଳହ ଆପଣଙ୍କ ପାଇଁ ବହୁତ କ୍ଷତିକାରକ ହେଇପାରେ । ଦୈନିକ ରାଶିଫଳ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *