ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 3 ଜୁନ 2020 ବୁଧବାରର ରାଶିଫଳ ।
ମେଷ
ଆଜି ଆପଣଙ୍କୁ ଆକର୍ଷଣୀୟ ପ୍ରସ୍ତାବ ମିଳିପାରେ । ସହଯୋଗୀ ଆପଣଙ୍କ ଠାରୁ ସାହାଯ୍ୟ ପାଇବା ପାଇଁ ଆଶା କରିବେ । ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆସିବ । ଆପଣଙ୍କ ମନ କାର୍ଯ୍ୟ ସବନ୍ଧିତ ସମସ୍ୟାରେ ଫସି ରହିବ । ଆତ୍ମବିଶ୍ଵାସ ଏବଂ ସ୍ମୃତି ହରାଇ ପାରନ୍ତି । ଆଜି ଆପଣଙ୍କୁ କେହି ବ୍ୟକ୍ତି ଗୁରୁତ୍ଵପୂର୍ଣ ପରାମର୍ଶ ଦେଇ ପାରନ୍ତି । ଏହି ପରାମର୍ଶ ଆପଣଙ୍କ ଜୀବନରେ ବହୁତ କାମରେ ଆସିବ । ସନ୍ତାନ ପ୍ରାପ୍ତି ହୋଇ ପାରେ । ପାର୍ଟନରଙ୍କ ପାଇଁ କିଛି ଦାମି ଉପହାର କିଣି ପାରନ୍ତି । ଆପଣଙ୍କୁ ସବୁ ସୁଖ ସୁବିଧା ମିଳିବ ।
ବୃଷ
ଆଜି ବନ୍ଧୁ କିମ୍ବା ପରିବାର ସଦସ୍ୟ ସହିତ ଝଗଡା ହେବାର ସମ୍ଭାବନା ଅଛି । ରୋଜଗାର କରିବା ପାଇଁ ଆପଣଙ୍କୁ କିଛି ଭଲ ସୁଯୋଗ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ ଯେଉଁମାନେ ଅତ୍ୟଧିକ ବନ୍ଧୁତ୍ଵପୂର୍ଣ ଆଚରଣ କରୁଛନ୍ତି । ଆପଣଙ୍କର ଜଣେ ଅତି ଆକର୍ଷଣୀୟ ବ୍ୟକ୍ତିଙ୍କ ସହିତ ଦେଖା ହୋଇ ପାରେ ଏବଂ ଆପଣ ତାଙ୍କ ସହିତ ସ୍ମରଣୀୟ ସମୟ ଅତିବାହିତ କରିବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଦିନରେ କିଛି ସମସ୍ୟା ଆସିପାରେ କିନ୍ତୁ ପରେ ପରିସ୍ଥିତି ନିୟତ୍ରଣକୁ ଆସିଯିବ ।
ମିଥୁନ
ଏହି ରାଶିର ଲୋକଙ୍କୁ ଆଜି ଧନ ମିଳିବ । ଆପଣଙ୍କର ଉଚ୍ଚ ବୈଦିକ କ୍ଷମତା ଆପଣଙ୍କୁ ଅଭାବ ବିରୁଦ୍ଧରେ ଲଢିବା ପାଇଁ ସାହାଯ୍ୟ କରିବ । ଅଫିସରେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇ ପାରେ । କିଛି ନୂଆ କାମ ଆରମ୍ଭ କରି ପାରନ୍ତି । ବ୍ୟବସାୟରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିପାରେ । ବ୍ୟବସାୟ ଯୋଜନା ସଫଳ ହେବ । ଆପଣଙ୍କ ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବେ । ଏହାଦ୍ୱାରା ଆପଣଙ୍କର ବଡ ସମସ୍ୟା ଦୂର ହୋଇଯିବ । ଆପଣଙ୍କ ସ୍ୱାସ୍ଥ୍ୟ ନରମ ଏବଂ ଉଷ୍ମ ରହିପାରେ ।
କର୍କଟ
ଆପଣଙ୍କ ଆଖପାଖର ଲୋକ ଆପଣଙ୍କୁ ପ୍ରୋତ୍ସାହିତ ଏବଂ ପ୍ରଶଂସା କରିବେ । ଆପଣଙ୍କୁ କିଛି ନୂତନ ଉପାଯରେ ଧନ ଲାଭ ହେବ । ବିବାହ ଏବଂ ଶୁଭ କାମରେ ଟଙ୍କା ଖର୍ଚ ହେବାର ସମ୍ଭାବନା ଅଛି । ଶେୟାର ବଜାରରେ ଯତ୍ନର ସହିତ ନିବେଶ କରନ୍ତୁ । ଆପଣଙ୍କର ପ୍ରତିଷ୍ଠାରେ ବୃଦ୍ଧି ହେବ । ଭଗବାନକୁ ଧ୍ୟାନ କରିବା ଆପଣଙ୍କ ପାଇଁ ଭଲ ହେବ । ଆଜି କିଛି ଲୋକ ଆପଣଙ୍କ ଆଡକୁ ଆକର୍ଷିତ ହୋଇ ପାରନ୍ତି ଏବଂ ଆପଣଙ୍କ କଥାରେ ମଧ୍ୟ ଆଗ୍ରହ ରଖିବେ । ଆପଣଙ୍କ ପ୍ରିୟ ଆପଣଙ୍କୁ ଖୁସି କରିବା ପାଇଁ କିଛି ଖାସ କରିବେ । ଆଜି ଦିନରେ ଆପଣ ନିଜକୁ ମାନସିକ ସ୍ତରରେ ଶାନ୍ତ ରଖିବା ଆବଶ୍ୟକ ଅଟେ ।
ସିଂହ
ଆଜି ଆପଣଙ୍କ ଭିତରେ ଉତ୍ସାହ ଏବଂ ଆନ୍ଦର କମି ରହିପାରେ । ଧନ ପ୍ରାପ୍ତି ପାଇଁ ଉତ୍ସ ସୃଷ୍ଟି ହେବ । ବ୍ୟବସାୟରେ କାରବାର କ୍ଷେତ୍ରରେ ସାବଧାନ ରୁହନ୍ତୁ । କାର୍ଯ୍ୟ ସାମନାରେ ଆପଣଙ୍କର କଠିନ ପରିଶ୍ରମ ନିଶ୍ଚିନ୍ତ ଭାବରେ ରଙ୍ଗ ଆଣିବ । ଯଦି ବାହାରକୁ ଯିବା ପାଇଁ ଯୋଜନା ଅଛି ତାହେଲେ ତାହା ଶେଷ ମୁହୂର୍ତରେ ବଦଳି ଯାଇପାରେ । ଯଦି ନୂଆ ବ୍ୟବସାୟ କରିବା ପାଇଁ ଭାବୁଛନ୍ତି ତାହାଲେ ଆପଣଙ୍କୁ କିଛି ଦିନ ଅପେକ୍ଷା କରିବାକୁ ପଡିବ । ପାର୍ଟନରଙ୍କ ସହିତ ମତଭେଦ ଦୂର ହେବ । ନିଜକୁ ସଂଯମ ରଖନ୍ତୁ ନହେଲେ ବିବାଦ ବଢିବ ।
କନ୍ୟା
ସରକାରୀ କାମ ସହଜରେ ସମାପ୍ତ କରିବେ । ଦାମ୍ପତ୍ୟ ଜୀବନରେ ସୁଖ ଏବଂ ଆନନ୍ଦ ଅନୁଭବ କରିବେ । ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇ ପାରେ । ଛାତ୍ରମାନଙ୍କୁ ଆଜି ପଢିବାରେ କଠିନ ପରିଶ୍ରମ କରିବାକୁ ପଡିବ । ଧର୍ମ ଆସ୍ଥାରେ ବୃଦ୍ଧି ହେବ । ଜୀବନସାଥିଙ୍କ ସହିତ କିଛି ଏମିତି କଥାକୁ ନେଇ ମତଭେଦ ହୋଇ ପାରେ ଯାହା ପରେ ଉଭୟଙ୍କୁ ଅନାବଶ୍ୟକ ବୋଲି ଜଣାଯିବ । କୌଣସି ପାଖ ଜାଗାକୁ ଯାତ୍ରା କରି ପାରନ୍ତି ।
ତୁଳା
ଆଜି ଛୋଟ ଛୋଟ କିଛି ସମସ୍ୟା ଆସିପାରେ । ଆପଣଙ୍କୁ ଆଜି ହଠାତ ଧନ ପ୍ରାପ୍ତି ହେବ କିନ୍ତୁ ଆପଣଙ୍କର ଖର୍ଚ ଏବଂ ଆୟର ହିସାବ ଠିକ ଭାବରେ କରିବାକୁ ହେବ । କାର୍ଯ୍ୟ ଯୋଜନାରେ ଟିକେ ବରିବର୍ତ୍ତନ ଆଣିବା ଦ୍ଵାରା କାର୍ଯ୍ୟ ଆହୁରି ବି ଭଲ ହେବ । ବନ୍ଧୁଙ୍କ ସହିତ ମଜା ମସ୍ତିରେ ସମୟ ଅତିବାହିତ କରିବେ । ସନ୍ତାନ ମାନଙ୍କ ପାଇଁ ଚିନ୍ତିତ ରହି ପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ ।
ବିଛା
ପାରିବାରିକ ଚିନ୍ତା ଦ୍ଵାରା ଚାପର ପରିସ୍ଥିତି ହୋଇ ପାରେ । ଆଜି ଆପଣ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟସ୍ତ ରହିବେ । ବର୍ତ୍ତମାନ କାର୍ଯ୍ୟରେ ବୃଦ୍ଧି କରିବା ପାଇଁ ଯଦି ଆପଣ ଇଛୁକ ଅଛନ୍ତି ତାହେଲେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ସଫଳତା ମିଳିବ । ଆଜିର ଦିନ ନିବେଶ କରିବା ପାଇଁ ଅନୁକୂଳ ଅଛି । ଭାବି ଚିନ୍ତି କଥା କୁହନ୍ତୁ । ଅଫିସ ଏବଂ ଟଙ୍କା ସହିତ ଯୋଡି ହୋଇଥିବା ଟେନସନ ହୋଇ ପାରେ । ବେକାର କଥାରେ ସମୟ ବର୍ବାଦ କରନ୍ତୁ ନାହିଁ । ଯଦି ପାରିବେ ସାଙ୍ଗ ମାନଙ୍କ ସହିତ ବାହାରକୁ ବୁଲିବା ପାଇଁ ଯାଅନ୍ତୁ ।
ଧନୁ
ପାରିବାରିକ ସମ୍ପର୍କ ଆଜି ମଧୁର ହେବ ଏବଂ କୌଣସି ସମସ୍ୟା ସହଜରେ ଦୂର ହୋଇଯିବ । ଏହି ସମୟରେ ବିରୋଧୀ ମାନଙ୍କର ଷଡଯନ୍ତ୍ର ଠାରୁ ସତର୍କ ରୁହନ୍ତୁ । ପୈତୃକ ସମ୍ପତ୍ତିକୁ ନେଇ ଯଦି କିଛି ମାମଲା କୋର୍ଟରେ ଚାଲିଛି ତାହେଲେ ତାର ନିଷ୍ପତ୍ତି ଆପଣଙ୍କ ପକ୍ଷରେ ଆସିପାରେ । ଆପଣଙ୍କୁ ବନ୍ଧୁଙ୍କର ସମ୍ପୂର୍ଣ ସହଯୋଗ ମିଳିବ । ଆର୍ଥିକ କାରବାର ସମୟରେ ସାବଧାନ ରୁହନ୍ତୁ । ପ୍ରସିଦ୍ଧ ବ୍ୟକ୍ତିଙ୍କ ସହିତ ମିଳାମିଶା ଆପଣଙ୍କୁ ନୂତନ ଯୋଜନା ଏବଂ ଆଇଡିଆ ଦେବ ।
ମକର
ଆଜି ଆପଣ ନିଜର କଥା ଉପରେ କାବୁ ରଖନ୍ତୁ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । ପରିବାର ସଦସ୍ୟଙ୍କ ସହିତ ଆପଣଙ୍କ ସମ୍ପର୍କ ଭଲ ରହିବ । ବୁଲିବା ପାଇଁ ବାହାରକୁ ଯାଇ ପାରନ୍ତି ଏବଂ କିଛି ଖୁସିର ସମୟ ବିତାଇବେ । ପିଲାଙ୍କ ପଢା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ଅଟେ । ପିତାଙ୍କ ଠାରୁ ଲାଭ ହେବ । ଧନ ସମ୍ବନ୍ଧିତ ନିଷ୍ପତ୍ତିରେ ନିଜ ଘର ପରିବାରର ପରାମର୍ଶ ନିହାତି ନେବା ଦରକାର ନହେଲେ ଆପଣଙ୍କ ସହିତ ଖରାପ ହୋଇ ପାରେ ।
କୁମ୍ଭ
ଆଜି କୌଣସି ଛୋଟ ବିବାଦକୁ ଆଗକୁ ବଢାନ୍ତୁ ନାହିଁ । ଗଣେଶ ଭଗବାନଙ୍କୁ ଲଡୁ ଭୋଗ ଲଗାନ୍ତୁ ଆରଥିଲ ଲାଭ ମିଳିବ । ମାନସିକ ରୂପରେ ବହୁତ ଖୁସି ଅନୁଭବ କରିବେ । ଆପଣଙ୍କର ନିଜ ଲୋକଙ୍କ ପାଇଁ ଏହି ସମୟ ବହୁତ ଲାଭଦାୟକ ଅଟେ । ଗଣ୍ଠି ଏବଂ ଆଖି ସବନ୍ଧିତ ସମସ୍ୟାରୁ ମୁକ୍ତି ମିଳିବ । ଆପଣ ନିଜ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଚେଷ୍ଟା କରିବେ ।
ମୀନ
ଆଜି ଆମଦାନୀର ନୂତନ ସୁଯୋଗ ମିଳିବ । ଆପଣଙ୍କ ପ୍ରେମ ଜୀବନରେ ମଧ୍ୟ ସୁଧାର ଆସିବ । ଯଦି ଆପଣ କୌଣସି କଥା ପାଇଁ ରାଗିଯାନ୍ତି ତାହେଲେ କଥାକୁ ବୁଝି ନିଜର ରାଗ ଉପରେ କାବୁ ରଖନ୍ତୁ । ଅଧିକାରୀଙ୍କ ଠାରୁ ପ୍ରୋତ୍ସାହନ ମିଳିବାରୁ ଆପଣଙ୍କର ଉତ୍ସାହ ବଢିବ । ବୈବାହିକ ପ୍ରସ୍ତାବ ଅନୁକୂଳ ଏବଂ ସଫଳ ହେବ । ଆପଣଙ୍କର ଜିଦି ବ୍ୟବହାର କାରଣ ପାଇଁ କାମ ବିଗିଡି ଯାଇପାରେ । ସାବଧାନୀ ଏବଂ ସତର୍କତାର ସହିତ କାମ କରନ୍ତୁ । ନୂଆ ଅବସର ମିଳିପାରେ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।