ମଙ୍ଗଳବାରର ରାଶିଫଳ 23 ଜୁନ 2020, ବଜରଙ୍ଗବଲିଙ୍କ କୃପାରୁ ଏହି 4ଟି ରାଶିର ସବୁ କାମ ହେବ ପୁରା, ନିଜ ରୋଜଗାରରୁ ଆପଣ ଲୋକଙ୍କର

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 23 ଜୁନ 2020 ମଙ୍ଗଳବାରର ରାଶିଫଳ ।

ମେଷ

ଆଜି ବାଣିଜ୍ୟ ଓ ଚାକିରି କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିପାରେ । ରୋଜଗାରରେ ଆପଣକୁ ଲାଭ ମିଳିବ । ପଇସା ସହିତ ଜଡିତ ଅସୁବିଧା ସୁଧୁରିବ । ସାଥିଙ୍କ ସହିତ ସମୟ ଭଲରେ କାଟିବ । ବିଜନେସରେ ନୂଆ ଯୋଜନା କିଛି ସାମ୍ନାକୁ ଆସିବାର ଅଛି । ଟଙ୍କା ପଇସା ମାମଲାରେ ଟିକେ ଦେଖି ଚାହିଁ ନିର୍ଣ୍ଣୟ ନେବେ । ପ୍ରତିଦିନର କାମ କାର୍ଯ୍ୟରୁ ଲାଭ ହୋଇପାରେ । ପରିବାର ପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳିବ ।

ବୃଷ

ଆଜି ବହୁତ୍ ଦିନରୁ ପଡ଼ିଥିବା କାର୍ଯ୍ୟ ପୁରଣ ହେବାର ଗୋଟେ ଭଲ ଦିନ ଅଟେ । ବ୍ୟବସାୟରେ ସହଯୋଗୀଙ୍କ ସହିତ ମନ ମୁତାବ ହୋଇପାରେ । ଆପଣ ସମସ୍ତଙ୍କ ଉପରେ ବହୁତ ଶୀଘ୍ର ବିଶ୍ୱାସ କରି ନିଅନ୍ତି ଯାହାକି ଭୁଲ ଅଟେ । ଅଧିକ ଭାବୁକ ହେଇ ଆପଣ ନିଜ ମନ କଥା କାହାକୁ କୁହନ୍ତୁ ନାହିଁ । ମନ କଥା ନ କହି ପାରୁଥିବାରୁ ପାଖ ଲୋକଙ୍କ ସହିତ ଭୁଲ ବୁଝାବଣା ହୋଇପାରେ । ସ୍ଵାସ୍ଥ୍ୟପ୍ରତି ଧ୍ୟାନ ଦେବା ନିହାତି ଦରକାର, କାହିଁକି ନା ପେଟ ଓ ରକ୍ତ ଜନିତ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ ।

ମିଥୁନ

ଆଜି ଆପଣଙ୍କର ଆତ୍ମବିଶ୍ବାସ ବଢିବ । ନିଜର ସବୁ କାମରେ ଆପଣଙ୍କୁ ସଫଳତା ମିଳିବ । ନିଜ ରୋଜଗାରରୁ ଆପଣ ଲୋକଙ୍କର ଅସୁବିଧା ଦୁର କରିପାରିବେ ଯାହାଦ୍ଵାରା ଆପଣଙ୍କ ମନକୁ ଶାନ୍ତି ମିଳିବ । ମହତପୂର୍ଣ୍ଣ କାର୍ଯ୍ୟରେ ମନ ନ ଲାଗିବା ଦ୍ଵାରା ଅସଫଳତା ସ୍ଥିତି ଦେଖା ଦେବ । ଦିନର ଆରମ୍ଭ ଅସୁବିଧାରୁ ହେବ କିନ୍ତୁ ସନ୍ଧ୍ୟା ବେଳକୁ ସବୁ ଠିକ୍ ହେଇଯିବ । ଥଣ୍ଡା ପାଣିରୁ ବଞ୍ଚି କି ରୁହନ୍ତୁ । ପ୍ରେମରେ ସଫଳତା ମିଳିବ ଓ ପୁରୁଣା ସମସ୍ୟା ଦୁର ହେବ ।

କର୍କଟ

କର୍କଟ ରାଶିର ବ୍ୟକ୍ତି ଆଜି ଆପଣ ଶତ୍ରୁଙ୍କ ଉପରେ ଭାରି ପଡିବେ । ଆପଣଙ୍କର ଉତ୍ସାହ ପୂର୍ଣ୍ଣ ସ୍ଵଭାବକୁ ଆୟତରେ ରଖନ୍ତୁ । କୋଟ କଚେରିର ନିର୍ଣ୍ଣୟ ଆପଣଙ୍କ ପଟରେ ରହିବ । ଭାଗ୍ୟର ଉପଯୁକ୍ତ ଲାଭ ଉଠାନ୍ତୁ । ଚାକିରି ବଦଳାଇବା ପାଇଁ ଇଛା ହେବ । ମନ ଇଛା ସଫଳତା ନ ମିଳିବାରୁ ଚିନ୍ତାରେ ରହିବେ । ବିଦ୍ୟାର୍ଥୀ ମାନଙ୍କର ପାଠ ପଢ଼ାରେ ମନ କମ୍ ଲାଗିବ । ବିନା ଭାବି ଚିନ୍ତି କିଛି କାର୍ଯ୍ୟ କଲେ ଅସୁବିଧା ଭୋଗିବେ ।

ସିଂହ

ଆଜି ଆପଣ ସାହସୀ ହୃଦୟ ଓ ସକାରାତ୍ମକ ଦୃଷ୍ଟିକୋଣ ସହିତ ସମସ୍ୟାର ସାମ୍ନା କରିବେ । ଆପଣ ନିଜର ଘର ଲୋକଙ୍କ ସାଙ୍ଗରେ ଅଧିକ କ୍ରୋଧ କରିବା ଠାରୁ ବଞ୍ଚନ୍ତୁ ।ଅଧିକ କାମର ବାଧା ଆପଣଙ୍କୁ ଚିନ୍ତାରେ ପକାଇ ପାରେ । ମଜା ମସ୍ତିର ଆନନ୍ଦ ଉଠାଇବେ । ପରିଶ୍ରମ କଲେ ଅତ୍ୟଧିକ ସଫଳତା ମିଳିବ । ସିଂହ ରାଶି ଲୋକମାନଙ୍କୁ ଆଜି ନିଜ ଉପରେ ଭରସା କରି ଓ ଧର୍ଯ୍ୟ ଓ ଦୃଢ ସଂକଳ୍ପ ସହିତ ଆଗକୁ ବଢ଼ିବାର ଆବଶ୍ୟକତା ଅଟେ । ସନ୍ତାନଙ୍କ ଠାରୁ ଖୁସି ଖବର ମିଳିବ ।

କନ୍ୟା

କନ୍ୟା ରାଶିର ଲୋକମାନେ ମାନ ପ୍ରତିଷ୍ଠା ରେ ବୃଦ୍ଧି ହେବାରୁ ଖୁସିରେ ରହିବେ । ପରିବାର ଲୋକଙ୍କ ଠାରୁ ସାହାଯ୍ୟ ଓ ଲାଭ ମିଳିବ । ରାଗିଲେ ନିଜର କ୍ଷତି ହବ । ଯଦି ଆପଣ ଜିନିଷକୁ ଭଲ କରିବାକୁ ଚାହୁଁଛନ୍ତି, ତେବେ ଦୟା ଓ ପ୍ରେମ ଭାବରେ ବ୍ୟବହାର କରନ୍ତୁ । ନିଜ ପରିଚୟ କ୍ଷେତ୍ରରେ ବିସ୍ତାର ହେବ ଓ ବହୁତ୍ ମହତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଆପଣଙ୍କର ପରିଚୟ ହେବ । ଆପଣ ସବୁ ପାରିବାରିକ କରାଯା ସୁଝିବାରେ ସକ୍ଷମ ହେବେ । ଚାକିରି ଓ ବାଣିଜ୍ୟରେ ଉନ୍ନତି ସହିତ ସମ୍ମାନରେ ମଧ୍ୟ ବୃଦ୍ଧି ହେବ ।

ତୁଳା

ଆପଣଙ୍କୁ ଘରକୁ ବନ୍ଧୁ ଆସିବାର ସମ୍ଭାବନା ଅଛି । ଆପଣଙ୍କ କମ୍ୟୁନିକେସନ ଓ କାମ କରିବାର ଯୋଗ୍ୟତା ସିଦ୍ଧି ହେବ । ଆପଣଙ୍କ ରୋଜଗାର ବଢିପାରେ । ପରିବାରଙ୍କ ସହିତ ଗୋଟେ ଦିନର ଯୋଜନା କରିବେ । ଆପଣଙ୍କ ମାତା ପିତାଙ୍କ ସ୍ବାସ୍ଥ୍ୟ ଭଲ ରହିବ ଓ ତାଙ୍କ ସହିତ ଭଲ ସମୟ ବିତେଇବେ । ଆପଣଙ୍କ ମାନ ସମ୍ମାନ ଓ ପ୍ରତିଷ୍ଠା ଅଧିକ ବଢିବ । ଆପଣ ପୁରୁଣା କରଜ ସୁଝିବାରେ ସଫଳ ହେବ । ବିବାଦରୁ ବଞ୍ଚିତ ରୁହନ୍ତୁ ।

ବିଛା

ଆଜି ଆପଣଙ୍କୁ କିଛି ଭଲ ଖବର ଶୁଣିବାକୁ ମିଳିବ । ସାଙ୍ଗମାନଙ୍କ ସହିତ ସମୟ ବିତାଇବେ । ଭ୍ରମଣର ଯୋଗ ରହିଛି । ଧନ ସହ ଜଡ଼ିତ୍ ସବୁ କାର୍ଯ୍ୟ ଭଲ ହେବ । ଜୀବନସାଥିଙ୍କ ସହ ସମୟ ଭଲରେ କାଟିବ । ସରକାରୀ ଚାକିରିରେ ସଫଳତା ମିଳିବ । ଆପଣଙ୍କ ଜୀବନରେ ଖୁସିର ପରିବେଶ ରହିବ । ଟଙ୍କା ସହିତ ଜଡ଼ିତ କିଛି କଥା ଉପରେ ବିଚାର କରିବେ ।

ଧନୁ

ଆଜି ପଇସା ଖର୍ଚ୍ଚ କରିବା ମୁଡରେ ରହିବେ କିନ୍ତୁ ଯଦି ଆପଣ ଏହା କରୁଛନ୍ତି ତେବେ ପରେ ଆପଣଙ୍କୁ ହଇରାଣ ହେବାକୁ ପଡିବ । ଆଜି ଆପଣଙ୍କର ସବୁ କାମ ସରଳତା ସହ ହେଇଯିବ । କେତେ ଦିଗରୁ ଆପଣଙ୍କୁ ପ୍ରଶଂସା ମିଳିବ । ଆପଣଙ୍କର ଦିନ ବହୁତ ଚିନ୍ତାରେ ଭରି ରହିବ । ଆପଣଙ୍କର ଜୀବନ ସାଥୀ ସହିତ ଝଗଡ଼ା ଆପଣଙ୍କୁ କଷ୍ଟ ଦେଇପାରେ। ସ୍ୱାସ୍ଥ୍ୟ ଭଲ ରହିବ ।

ମକର

ମକର ରାଶିର ଲୋକମାନଙ୍କ ପାଇଁ ଆଜି ଦିଅନ୍ତି ଲାଭ ଦାୟକ୍ ଅଟେ । ବିକାଶର ଯୋଗ ରହିଛି । ନୂଆ ଲୋକଙ୍କ ସହିତ ଦେଖା ହେବ । ଆପଣଙ୍କର ବେପାର ବାଣିଜ୍ୟରେ ଲାଭ ହେବ । ଟଙ୍କାକୁ ନେଇ ଝଗଡ଼ା ହେଇପାରେ । ନେବା ଦେବା ମାମଲାରେ ଆପଣ ଟିକେ କଞ୍ଜୁସି କରିବେ । ରାଜନୀତି ସହ ଜଡିତ ଲୋକଙ୍କୁ ନୁଆ ଦାୟିତ୍ଵ ମିଳିବ । ବିଗିଡି ଯାଇଥିବା ମାମଲା ଆପଣଙ୍କ ପାଇଁ ଠିକ୍ କରିବାକୁ ସହଜ ହେବା ।

କୁମ୍ଭ

ଆପଣ ଆଜି ଖାଲି ସମୟର ଆନନ୍ଦ ଉଠାଇବେ । ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହେଇପାରେ । ଆଜି ଆପଣ ଆୟର ନୂଆ ସାଧନ ସ୍ଥାପିତ କରିବେ । ଆଜିର ଦିନ ଆପଣଙ୍କ ପାଇଁ ବହୁତ କଷ୍ଟ ଦାୟକ୍ ହେବ । ଆପଣଙ୍କର ପରିବାର ଲୋକେ କିଛି ଛୋଟ କଥାକୁ ନେଇ ବଡ଼ ପାଟିତୁଣ୍ଡ ସୃଷ୍ଟି କରିପାରନ୍ତି । ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ପରିଚୟ ବଢିବ । କଷ୍ଟ ଓ ଭୟ ଆପଣଙ୍କ ମନରେ ରହିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବାଣିଜ୍ୟ ଯାତ୍ରା ହୋଇପାରେ । ନୂଆ ବ୍ୟବସାୟ କଲେ ଲାଭ ହେବ ।

ମୀନ

ମୀନ ରାଶିର ଜାତକଙ୍କର ଧର୍ମରେ ରୁଚି ବଢିବ । ଚାକିରୀରେ ପରିଶ୍ରମ ଓ ନିଷ୍ଠାର ଭଲ ଫଳ ପ୍ରାପ୍ତ ହେବ ମାନେ ଆପଣ ଯେଉଁ ସଚ୍ଚୋଟ ପଣିଆରେ କାମ କରୁଛନ୍ତି ତାହାର ଭଲ ପରିଣାମ ମିଳିବ । ମାନସିକ ଶାନ୍ତି ଅନୁଭବ ହେବ । ପାରିବାରିକ ପରମ୍ପରାକୁ ନଜର ଅନ୍ଦାଜ କରନ୍ତୁ ନାହିଁ । କାର୍ଯ୍ୟ ସ୍ଥଳରେ ମାନ ସମ୍ମାନ ଓ ପ୍ରତିଷ୍ଠାର ପ୍ରାପ୍ତି ହେବ । ବେପାର କରୁଥିବା ଲୋକଙ୍କୁ ନିଜ ବେପରାରେ ଭଲ ଲାଭ ଦେଖିବାକୁ ମିଳିବ । ବ୍ୟବସାୟ କାମରେ ବାହାରକୁ ଯିବାକୁ ପଡିବ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *