ପ୍ରଥମ ଥର ପାପା ହେବା ପରେ ଫାଦର୍ସ ଡେ ସେଲିବ୍ରେଟ କରିଛନ୍ତି ଏହି ୮ ଜଣ କଳାକାର, ଜଣେ ତ ଘରେ ଘରେ ଫେମସ

ସବୁ ବର୍ଷ ଜୁନମାସ ତୃତୀୟ ରବିବାରକୁ ସାରା ଦେଶରେ ଫାଦର୍ଶ ଡେ ଭାବରେ ସେଲିବ୍ରେଟ କରାଯାଇଥାଏ । ସାଧାରଣ ଲୋକଙ୍କ ଭଳି ବଲିଉଡ ଷ୍ଟାର କିଡ୍ସ ଓ ଛୋଟ ପରଦାର ଷ୍ଟାର କିଡ୍ସ ମଧ୍ୟ ଏହି ଖାସ ଦିନକୁ ନିଜ ବାପାଙ୍କ ସହିତ ପାଳନ କରିବାକୁ ଭୂଲନ୍ତି ନାହିଁ । କହି ଦେଉଛୁ କି ଏଥର ଫାଦର୍ସ ଡେ କିଛି ଷ୍ଟାରଙ୍କ ପାଇଁ ବହୁତ ଖାସ ରହିଛି, କାହିଁକି ନା ଏହା ତାଙ୍କର ପ୍ରଥମ ଫାଦର୍ସ ଡେ ଅଟେ । ଆପଣଙ୍କୁ କହି ଦେଉଛୁ କି ବଲିଉଡ ଓ ଟିଭି ଦୁନିଆର କିଛି ଏମିତି କଳାକାର ଅଛନ୍ତି , ଯିଏ ଏହି କିଛି ଦିନ ହେବ ବାପା ହେଇଛନ୍ତି । ଆସନ୍ତୁ ଜାଣିବା , ସେମାନେ କିଏ ।

କପିଲ ଶର୍ମା

କମେଡି କିଙ୍ଗ କୁହାଯାଉଥିବା କପିଲ ଶର୍ମାଙ୍କର ଏହା ଏକ ପିତା ରୁପରେ ପ୍ରଥମ ଫାଦର୍ସ ଡେ ଅଟେ । କପିଲ ଶର୍ମା 10 ଡିସେମ୍ବର 2019 କୁ ଗୋଟେ ସୁନ୍ଦର ଝିଅର ବାପା ହେଇଥିଲେ । କରୋନା ମହାମାରୀ କାରଣରୁ ତାଙ୍କର କମେଡି ସୋ ସୁଟିଙ୍ଗ ବନ୍ଦ ଅଛି ଓ ସେ ଏହି ସମୟରେ ଘରେ ରହିଛନ୍ତି ନିଜ ଲାଡଲି ଝିଅ ଅନାୟାରା ଓ ନିଜ ସ୍ତ୍ରୀ ଗିନି ଚତରଥଙ୍କ ସହିତ ସମୟ ବିତାଉଛନ୍ତି ।

କରଣ ପଟେଲ

ୟେ ହେ ମୋହବତେ ଧାରାବାହିକରୁ ଘରେ ଘରେ ପରିଚିତ ହୋଇଥିବା ଆକ୍ଟର କରଣ ପଟେଲ ଓ ତାଙ୍କର ସ୍ତ୍ରୀ ଅଙ୍କିତା ଭାର୍ଗବ 14 ଡିସେମ୍ବର 2019 ରେ ଏକ କୁନି ପରୀ ର ମାତା ପିତା ହେଇଥିଲେ । ମାନେ କରଣ ପଟେଲ ତାଙ୍କର ପ୍ରଥମ ଫାଦର୍ସ ଡେ ତାଙ୍କ ଲାଡଲିଙ୍କ ସହିତ ସେଲିବ୍ରେଟ କରୁଛନ୍ତି ।

ଜୟ ଭାନୁଶାଲି

ଟିଭିର ମସୁର ଓ ଲୋକପ୍ରିୟ କଳାକାର ଜୟ ଭାନୁଶାଲି ଓ ତାଙ୍କର ସ୍ତ୍ରୀ ମାହି ବିଜ ଅଗଷ୍ଟ 2019 ରେ ପ୍ୟାରେନ୍ଟସ ହୋଇଥିଲେ । ମାହି ଗୋଟେ ବେବୀ ଗାର୍ଲ୍କୁ ଜନ୍ମ ଦେଇଥିଲେ । ଏହି କଥା ଦୁହେଁ ସୋସିଆଲ ମିଡିଆରେ ଆକାଉଣ୍ଟ୍ ରେ ସେୟାର କରିଥିଲେ । ମାହି ଓ ଜୟ ସବୁବେଳେ ନିଜ ଝିଅ ସହିତ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଥାଆନ୍ତି । ଜୟ ଓ ମାହି ନିଜ ଝିଅର ନାମ ତାରା ରଖିଛନ୍ତି । ଜୟ ଏଥର ତାଙ୍କର ପ୍ରଥମ ଫାଦର୍ସ ଡେ ପାଳନ କରୁଛନ୍ତି ।

ବରୁଣ ସୋବତୀ

ଛୋଟ ପରଦାର ପପୁଲାର ଆକ୍ଟର ବରୁଣ ସୋବତୀ ଓ ତାଙ୍କ ସ୍ତ୍ରୀ ମନଚନ୍ଦ୍ରା ଗତ ବର୍ଷ ଏକ ବେବୀ ଗାର୍ଲର ପ୍ୟାରେଣ୍ଟସ ହୋଇଥିଲେ । ମାନେ ଏଥର ବରୁଣ ପ୍ରଥମ ଥର ଫାଦର୍ସ ଦେ ସେଲିବ୍ରେଟ କରିଛନ୍ତି । ବରୁଣ ଓ ମନଚନ୍ଦ୍ରା ନିଜ ଝିଅର ନାମ ସିଫିତ ରଖିଛନ୍ତି , ଏହାର ମାନେ ହେଉଛି ପ୍ରଶଂସା କରିବା । ବରୁଣ ଓ ମନଚନ୍ଦ୍ରା ପ୍ୟାରେଣ୍ଟସ ହେବାର ଖୁସି ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ ।

ରୁସଲାନ୍ ମୁମତାଜ

ଲୋକପ୍ରିୟ ଧାରାବାହିକ ବାଳିକା ବଧୂ ଆକ୍ଟର ରୁସଲାନ୍ ମୁମତାଜ ଓ ସ୍ତ୍ରୀ ନିରାଲାଙ୍କ ଘରେ ଏହି ବର୍ଷ ଗୋଟେ ପୁଅ ଜନ୍ମ ନେଇଛି । ଦୁଇ ଜଣ ତାଙ୍କ ପୁଅଙ୍କ ନାମ ରିୟାନ ରଖିଛନ୍ତି । ରିୟାନଙ୍କ ଜନ୍ମ କରୋନା ମହାମାରୀ ସମୟରେ ହୋଇଥିଲା । ସେଥିପାଇଁ ରୁସଲାନଙ୍କୁ ଲାଗୁଛି କି ତାଙ୍କ ପୁଅ ସମସ୍ତଙ୍କ ଜୀବନ ଖୁସିରେ ଭରିଦେବ । ରୁସଲାନ୍ 21 ଜୁନ 2020 କୁ ବାପା ହିସାବରେ ପ୍ରଥମ ଥର ଫାଦର୍ଶ ଡେ ପାଳନ କରିଛନ୍ତି ।

ଗୌତମ ଗୁପ୍ତା

ଗୌତମ ଗୁପ୍ତା ଏହି ବର୍ଷ ପ୍ରଥମ ଥର ଫାଦର୍ଶ ଡେ ପାଳନ କରିଛନ୍ତି । ତାଙ୍କୁ ଏହି ବର୍ଷ ଏପ୍ରିଲ ମାସରେ ମାନେ କରୋନା ସମୟରେ ବାପା ହେବାର ଗୌରବ ମିଳିଥିଲା । ତାଙ୍କ ଘରେ ଗୋଟେ କୁନି ପରିଟେ ଜନ୍ମ ନେଇଛି । ଗୌତମ ତାଙ୍କ ନାମ ଅନାକ୍ୟା ରଖିଛନ୍ତି । ସ୍ଵାଭାବିକ ଅଟେ, ଗୌତମଙ୍କର ପ୍ରଥମ ଫାଦର୍ସ ଡେ ବହୁତ୍ ଭଲ ହୋଇଥିବ ।

ସୁମିତ ବ୍ୟାସ

ଟିଭି ଧାରାବାହିକ ଓ ଦ ଟ୍ରିପିଲିଙ୍ଗ ଭଳି ଲୋକପ୍ରିୟ ୱେବ ସିରିଜରେ ଆକ୍ଟିଙ୍ଗ କରିଥିବା ସୁମିତ ବ୍ଯାସ ମଧ୍ୟ ଏଥର ପିତା ଭାବେ ଫାଷ୍ଟ ଟାଇମ ନିଜ ପୁଅ ସହିତ ଫାଦର୍ସ ଡେ ସେଲିବ୍ରେଟ୍ କରିଛନ୍ତି । ସେମିତି ଦେଖିବାକୁ ଗଲେ ସୁମିତ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରୁହନ୍ତି ନାହିଁ , କିନ୍ତୁ ବାପା ହେବା କଥା ଜାଣିବା ପରେ ନିଜ ନିଉ ବର୍ଣ୍ଣ ବେବୀଙ୍କ ଫଟୋ ସେୟାର କରିଥିଲେ । ସୁମିତ ଓ ଏକତା ଗୋଟେ ପୁଅକୁ ଜନ୍ମ ଦେଇଛନ୍ତି , ତାଙ୍କୁ ସବୁଆଡୁ ଶୁଭକାମନା ମିଳୁଛି ।

ଅର୍ଜୁନ ରାମପାଲ

ବଲିଉଡରେ ଫେମଶ ହେଇଥିବା କଳାକାରଙ୍କ ସୁଚିରେ ଆସିଥିବା ଅର୍ଜୁନ ରାମପାଲ ଏହି କିଛିଦିନ ବଡ଼ ପର୍ଦାରୁ ଗାୟବ ଅଛନ୍ତି , କିନ୍ତୁ ସେ ତାଙ୍କ ନିଜସ୍ଵ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଅର୍ଜୁନଙ୍କ ବିଦେଶି ଗର୍ଲଫ୍ରେଣ୍ଡ ଯାହାର ନାମ ଜ୍ଞାବ ଗ୍ୟାବରିଲିୟା ଗୋଟେ ଝିଅକୁ ଜନ୍ମ ଦେଇଛନ୍ତି । ସେଥିପାଇଁ ଅର୍ଜୁନଙ୍କ ପ୍ରଥମ ଫାଦର୍ସ ଡେ ବହୁତ ଖାସ ହେବାକୁ ଯାଉଛି । ଆପଣଙ୍କୁ କହି ଦେବାକୁ ଚାହୁଁଛୁ କି ଅର୍ଜୁନଙ୍କ ଏକ୍ସ ପତ୍ନୀଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *