ଶନିବାରର ରାଶିଫଳ 20 ଜୁନ 2020, ଆଜି ଏହି 6ଟି ରାଶି ଉପରେ ରହିବ ଶନିଦେବଙ୍କ ଆଶୀର୍ବାଦ, ଧନ ସମ୍ବନ୍ଧିତ ସବୁ ସମସ୍ୟା

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 20 ଜୁନ 2020 ଶନିବାରର ରାଶିଫଳ ।

ମେଷ

ଆଜି ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବାର ସମ୍ଭାବନା ଅଛି ଏବଂ ଫଳ ମଧ୍ୟ ଆପଣଙ୍କ ମନ ଅନୁସାରେ ମିଳିବ । ଆଜିର ଦିନ ଭଲରେ କଟିବ ଏବଂ ଖାସ କାମ ପାଇଁ ମଧ୍ୟ ଦିନ ଭଲ ଅଛି । ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ । ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନ ପ୍ରେମ ଏବଂ ଧନ ମାମଲାରେ ବହୁତ ଭାଗ୍ୟଶାଳୀ ଅଟେ । ଆଜି କାନ୍ଧରେ କଷ୍ଟ ଅନୁଭବ ହୋଇ ପାରେ ଏଥିପାଇଁ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହିବାକୁ ପଡିବ ।

ବୃଷ

ଆଜି ଆପଣଙ୍କୁ ଲୋକଙ୍କ ଠାରୁ ମାନ ସଂମ୍ମାନ ମିଳିବ । ବୈବାହିକ ଜୀବନରେ ଖୁସିର ବାତାବରଣ ରହିବ । ଆପଣଙ୍କୁ ଆପଣଙ୍କ ଦୈନିକ ଜୀବନରେ କିଛି ନୂତନ ସଫଳତା ମିଳିବାର ଯୋଗ ଅଛି । ଭାଇ ବନ୍ଧୁଙ୍କ ସହିତ ସମୟ ବହୁତ ଭଲରେ କଟିବ । କୌଣସି ସମ୍ପର୍କୀୟଙ୍କ ବ୍ୟବହାର ପାଇଁ ଚିନ୍ତିତ ମଧ୍ୟ ରହିବେ । ତ୍ଵଚା ସବନ୍ଧିତ ସମସ୍ୟାର ସାମନା କରିବାକୁ ପଡିପାରେ । ଟିକସ ଏବଂ ବୀମା ସବନ୍ଧୀୟ ବିଷୟଗୁଡିକ ଉପରେ ଧ୍ୟାନ ରଖିବାର ଆବଶ୍ୟକତା ଅଛି ।

ମିଥୁନ

ଆଜି ଆପଣଙ୍କ ଆର୍ଥିକ ସମସ୍ୟା ଶେଷ ହେବ । ଅଞ୍ଚଳ ସମ୍ପତ୍ତି କିମ୍ବା ଜମି କାରୋବାରରେ କୌଣସି ବଡ ନିବେଶ କରନ୍ତୁ ନାହିଁ । ପରିବାରର ବୟସ୍କ ବ୍ୟକ୍ତିଙ୍କ ଠାରୁ ଆଶୀର୍ବାଦ ଏବଂ ସ୍ନେହ ଆପଣଙ୍କୁ ମିଳିବ । ଆପଣଙ୍କର ମୁଣ୍ଡ ବ୍ୟଥା ହୋଇପାରେ । ଯଦି ଆପଣ ଲଭ ମ୍ୟାରେଜ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ଏହା କରି ପାରନ୍ତି ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ଅଛି । ପୁରୁଣା ବନ୍ଧୁଙ୍କ ଶାୟତ ନୂଆ କାମ କିମ୍ବା ତାଙ୍କ ସହିତ ସମୟ କାଟିବାର ସୁଯୋଗ ଆପଣଙ୍କୁ ମିଳିପାରେ ଏବଂ ଏହାଦ୍ୱାରା କିଛି ପୁରୁଣା ସ୍ରୁତି ତାଜା ହୋଇ ପାରେ ।

କର୍କଟ

ଆପଣଙ୍କ ଆୟରେ ବୃଦ୍ଧି ହେବ । ଯାହାଦ୍ୱାରା ଆପଣଙ୍କୁ ଧନୀ ହେବାରେ କେହି ରୋକୀ ପାରିବେ ନାହିଁ । ଆଜି ଆପଣ ଅନୁଭବ କରିବେ କି ଜୀବନରେ ସବୁ କିଛି ଭଲରେ ଚାଲୁନାହିଁ ଏବଂ ସବୁ କାମ ଯୋଜନା ଅନୁସାରେ ହେବ ନାହିଁ । ଆଗାମୀ ଦିନରେ କିଛି ଶୁଭ କାମ କରି ପାରନ୍ତି । ଆଜି ଏହି ରାଶିର ଲୋକ ଗରିବ ଏବଂ ଅସହାୟ ବ୍ୟକ୍ତିଙ୍କର ସହାୟକ ନିହାତି କରିବା ଆବଶ୍ୟକ ଅଟେ । ଏହାଦ୍ୱାରା ଶନିଦେବ ପ୍ରସନ୍ନ ହୋଇ ଆପଣଙ୍କୁ ବରଦାନ ଦେବେ ।

ସିଂହ

ଆଜି କାହାକୁ ଦେଇଥିବା ଧାର ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ । ବର୍ତ୍ତମାନ ବ୍ୟବସାୟକୁ ଆପଣ ଆହୁରି ଦୃଢ କରିବା ପାଇଁ ଚେଷ୍ଟା କରିବେ । ଆପଣ ନିଜର ବିଚାରକୁ ଅନ୍ୟ ଉପରେ ଦେବା ପୂର୍ବରୁ ତାଙ୍କ ରାୟ ଉପରେ ବିଚାର କରିବା ବୁଦ୍ଧିମାନ ହୋଇ ପାରେ । ଆପଣ ଆପଣଙ୍କର ବନ୍ଧୁଙ୍କ ସହିତ ବୁଲିବା ପାଇଁ ଯାଇ ପାରନ୍ତି । ଏହାଦ୍ୱାରା ଆପଣ ବହୁତ ଖୁସି ରହିବେ । ଆଜି ଆପଣଙ୍କ ଭାଇ ଭାଉଣୀଙ୍କ ଝଗଡା ଆପଣଙ୍କୁ ଚିନ୍ତିତ କରି ପାରନ୍ତି ।

କନ୍ୟା

ଯଦି ଆପଣ ବ୍ୟାଙ୍କ ଠାରୁ ଲୋନ ନେବା ପାଇଁ ଚେଷ୍ଟା କରୁଛନ୍ତି ତାହେଲେ ଆପଣଙ୍କୁ ସଫଳତା ମିଳିବ । ସ୍ତ୍ରୀ ଏବଂ ବନ୍ଧୁଙ୍କ ଠାରୁ ଲାଭ ମିଳିବ । ସଫଳତାର ନୂଆ କୀର୍ତ୍ତିମାନ ସ୍ଥାପନ କରିବେ । ଶନିବାର ଦିନ କଳା କୁକୁରକୁ ତେଲ ଲଗାଇ ରୁଟି ଖୁଆନ୍ତୁ ଆପଣଙ୍କ ଜୀବନକୁ ଆସୁଥିବା ସବୁ ପ୍ରକାରର ଦୁଖଃ ଶେଷ ହୋଇଯିବ । ବ୍ୟବସାୟ କାରଣରୁ ଆପଣଙ୍କ ଶାରୀରିକ ପରିଶ୍ରମ ଏବଂ ବ୍ୟସ୍ତତା ଅଧିକ ରହିବ । ସମାଜରେ ଏକ ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳତା ହାସଲ କରିବେ । ଆପଣଙ୍କୁ କିଛି ନୂଆ କାମ କରିବା ପାଇଁ ସୁଯୋଗ ମିଳିପାରେ ।

ତୁଳା

ଆଜି ଘରେ ନଜର ବୟସ୍କ ପରାମର୍ଶ ଉପରେ ବିଚାର କରିବା ପରେ ହିଁ କୌଣସି ନୂଆ ବ୍ୟବସାୟରେ ନିବେଶ କରିବାର ଯୋଜନା କରନ୍ତୁ । ଆପଣ ନିଜର ରୋଜଗାରକୁ ସଠିକ ଭାବରେ ନିବେଶ କରିବା ଦ୍ଵାରା ଆପଣଙ୍କୁ ଭଲ ଫଳ ମିଳିବ । କାର୍ଯ୍ୟକ୍ଷେତ୍ରରେ କମ କହିବା ଆପଣଙ୍କ ପାଇଁ ଠିକ ରହିବ କାରଣ କୌଣସି ଛୋଟ ଭୁଲ ଆପଣଙ୍କୁ କୌଣସି ବଡ ସମସ୍ୟାରେ ପକାଇ ପାରେ । ସ୍ଵାମୀ ସ୍ତ୍ରୀଙ୍କ ଭିତରେ ମତଭେଦ ସୃଷ୍ଟି କରିବ । ଜୀବନସାଥୀ ଆପଣ ନକହିଲେ ମଧ୍ୟ ଆପଣଙ୍କ ମନ କଥାକୁ ବୁଝି ନେବେ । ପାଖ ସ୍ଥାନକୁ ଯାତ୍ରା କରି ପାରନ୍ତି ।

ବିଛା

ଆଜି ନିଜର ବିଚାରରେ ଅଧିକ ବ୍ୟସ୍ତ ହେବା କାରଣରୁ ପରିବାର ଦାୟିତ୍ଵ ଉପରେ ଧ୍ୟାନ ଦେଇ ପାରିବେ ନାହିଁ । ଧନ ସବନ୍ଧିତ ସବୁ ସମସ୍ୟା ଦୂର ହୋଇଯିବ । ଏହି ସମୟରେ ଆପଣ ଯେଉଁ ବି କାର୍ଯ୍ୟ ଭଲ ମନରେ କରିବେ ସେଥିରେ ଆପଣଙ୍କୁ ସଫଳତା ନିହାତି ମିଳିବ । କାମ ପାଇଁ କରିଥିବା ଯାତ୍ରା ସଫଳ ହେବ । ଆପଣଙ୍କ ପ୍ରିୟଙ୍କୁ ଆଜି ନିରାଶ କରନ୍ତୁ ନାହିଁ ନହେଲେ ପରେ ଆପଣଙ୍କୁ ଅନୁତାପ କରିବାକୁ ପଡିପାରେ । ବିବାହ ପାଇଁ ଭଲ ସମୟ ଅଛି ।

ଧନୁ

ଆଜି ଘରେ କିଛି ସମସ୍ୟା ସୃଷ୍ଟି ହୋଇ ପାରେ ଏଥିପାଇଁ ସାବଧାନ ରୁହନ୍ତୁ । ଶନିଦେବଙ୍କ କୃପାରୁ ଆପଣଙ୍କର ବିଗିଡି ଥିବା କାମ ପୁରା ହେବ । ଆଜି ଆପଣଙ୍କର କାମ କଠିନ ପରିଶ୍ରମ ଏବଂ ଆପଣ କୌଣସି ପାଖ ଲୋକଙ୍କ ସହାୟତାରେ ପୁରା ହୋଇ ପାରେ । ଧନର ଆଗମନ ହେବ । ବ୍ୟବସାୟୀ ମାନଙ୍କୁ ଆଗାମୀ ଦିନରେ ବହୁତ ଧନ ଲାଭ ହେବ । ଧନ ସବନ୍ଧିତ ମାମଳାକୁ ଅଣଦେଖା କରିବା ଦ୍ଵାରା ଆପଣ ଆରୋପ ଘେରରେ ଆସି ପାରନ୍ତି । ଆଜି ଆପଣ କିଛି ସମସ୍ୟାର ସାମନା କରି ପାରନ୍ତି ।

ମକର

ଧାର୍ମିକ ସ୍ତରରେ ଆପଣଙ୍କର ଆସ୍ଥା ବଢିବ । ଆପଣଙ୍କ ମନ ଖୁସି ରହିବ । ଦାମ୍ପତ୍ୟ ଜୀବନ ବହୁତ ଭଲରେ ଅତିବାହିତ ହେବ । ଅଧିକ ମାତ୍ରାରେ ଧନ ଲାଭ ହେବ । ବନ୍ଧୁ ମାନଙ୍କୁ ଠାରୁ ଆପଣଙ୍କୁ ଲାଭ ମିଳିବ । ରଚନାତ୍ମକ କାମରେ ଲାଗି ଥିବା ଲୋକ ମାନଙ୍କ ପାଇଁ ଆଜିର ଦିନ ସଫଳତା ଭରା ଦିନ ଅଟେ ଏବଂ ସେମାନେ ବହୁତ ଦିନ ଧରି ଖୋଜୁଥିବା ଖ୍ୟାତି ଏବଂ ସ୍ଵିକୃତି ମଧ୍ୟ ପାଇବେ ।

କୁମ୍ଭ

ନୂଆ କାମର ଆରମ୍ଭ କରିବା ପାଇଁ ଆଜିର ଦିନ ବହୁତ ଶୁଭ ଅଟେ । ଆଗାକୁ ଆପଣଙ୍କୁ ବହୁତ ଲାଭ ଏବଂ ସଫଳତା ମଧ୍ୟ ମିଳିବ । ଆପଣଙ୍କ ଜୀବନ ପାଇଁ ନିଜର ଦ୍ରୁଷ୍ଟିକୋଣକୁ ପରିବର୍ତ୍ତନ ଆବଶ୍ୟକତା ଅଛି ତାପରେ ଆପଣ ସଫଳତା କରି ପାରିବେ କାରଣ ବର୍ତ୍ତମାନ ନକରାତ୍ମକତା ଆପଣଙ୍କୁ ଆଗକୁ ବଢିବା ପାଇଁ ଦେଉ ନାହିଁ । ବ୍ୟବସାୟରେ ବହୁତ ଲାଭ ହେବାକୁ ଯାଉଛି । ଏଥିପାଇଁ ଶନିଦେବଙ୍କର ପୂଜା ନିହାତି କରନ୍ତୁ । ସାମାଜିକ ପ୍ରସଙ୍ଗରେ ବନ୍ଧୁ ମାନଙ୍କ ସହିତ ଆପଣଙ୍କ ସମୟ ବହୁତ ଭଲରେ କଟିବ ।

ମୀନ

ଆଜି ଆପଣଙ୍କ ରାସ୍ତାକୁ ଆସିବାକୁ ଥିବା ଛୋଟ ଛୋଟ ବାଧା ମନକୁ ବିଚଳିତ କରିପାରେ । ଆପଣ ନିଜ କାମ ଉପରେ ଧ୍ୟାନ ଦେବା ଦ୍ଵାରା ଆପଣଙ୍କୁ ସଫଳତା ମିଳିବ । ଏଥିପାଇଁ ଆପଣ କାର୍ଯ୍ୟ କ୍ଷେତ୍ରରେ କୌଣସି ବି ବାଦ ବିବାଦ କରନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଭଲ ହେବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟ ଆଜିର ଦିନ ବହୁତ ଭଲ ଅଛି । ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *