ରବିବାରର ରାଶିଫଳ 17 ମେ 2020, ସୂର୍ଯ୍ୟଦେବ ଆଜି ଏହି 4ଟି ରାଶି ଉପରେ ହେବେ ପ୍ରସନ୍ନ, ଧନ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହେବ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 17 ମେ 2020 ରବିବାରର ରାଶିଫଳ ।

ମେଷ

ଏହି ରାଶିର ଲୋକ ମାନଙ୍କୁ ଚାକିରି କ୍ଷେତ୍ରରେ ମନ ଚାହୁଁଥିବା ସଫଳତା ମିଳିବ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇ ପାରେ । ଆପଣଙ୍କ ଜୀବନରେ ଥିବା ଧନ ସବନ୍ଧିତ ସବୁ ସମସ୍ୟା ଦୂର ହେବ ଏବଂ ସୂର୍ଯ୍ୟଦେବ ଙ୍କ ଅସିମ କୃପାରୁ ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ପରିପୂର୍ଣ ହୋଇ ଯିବ । ଆପଣ ବ୍ୟବସାୟ ଏବଂ ବେପାରରେ ବହୁତ ଭଲ କରିବେ । ଆପଣଙ୍କ ବାପା ମାଆ ଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି । ଚାକିରିରେ ପ୍ରମୋଶନ ହେବା ସହିତ ଆୟରେ ମଧ୍ୟ ବୃଦ୍ଧି ହେବ ।

ବୃଷ

ବନ୍ଧୁ ମାନଙ୍କ ସହଯୋଗରେ ସମସ୍ୟାର ସମାଧାନ କରିବେ । ଆଗାମୀ ଦିନ ଆପଣଙ୍କ ପାଇଁ ବହୁତ ଶୁଭ ରହିବ ଯାହାଦ୍ୱାରା ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଆଜି ସୂର୍ଯ୍ୟଦେବ ଙ୍କ କୃପାରୁ ଆପଣଙ୍କୁ କୌଣସି ବଡ ଖୁସି ଖବର ମିଳିପାରେ । ଆପାନନକୁ ବେପାର କ୍ଷେତ୍ରରେ ହଠାତ ଧନ ଲାଭ ହେବ । ଲେଖନକାର୍ଯ୍ୟ ପାଇଁ ଦିନଟି ଭଲ ଅଛି । ବୁଦ୍ଧି ଦ୍ଵାରା ଆପଣ କୌଣସି ବି ସମସ୍ୟାର ସମାଧାନ କରି ପାରିବେ ।

ମିଥୁନ

ଆଜି ଦିନରେ ଏହି ରାଶି ଉପରେ ସୂର୍ଯ୍ୟଦେବ ଙ୍କ ଅସିମ କୃପା ରହିବ । ସନ୍ତାନ ମାନଙ୍କର ଦାୟିତ୍ଵକୁ ପୂରଣ କରିବେ । ଜୀବନସାଥି ଙ୍କର ସହଯୋଗ ମିଳିବ । ଜୀବନସାଥୀ ଙ୍କ ସହିତ କିଛି ଭଲ ସମୟ କାଟିବା ପରେ ଆପଣଙ୍କ ମନ ଖୁସି ରହିବ । ଆଜି ଆପଣଙ୍କୁ ଚାକିରି କ୍ଷେତ୍ରରେ ନୀଚ ସ୍ତର ମାଧ୍ୟମରେ ବଡ ପଦ ମିଳିବାର ସମ୍ଭାବନା ଅଛି । ମିଶ୍ରିତ ପ୍ରତିକ୍ରିୟା ଲକ୍ଷକୁ ପ୍ରଭାବିତ କରିପାରେ ।

କର୍କଟ

ଆଜି ଆପଣଙ୍କୁ ଜୀବନରେ ଭଲ ଜିନିଷର ଆନନ୍ଦ ଏବଂ ପ୍ରଶଂସା କରିବା ପାଇଁ ବହୁତ ସମୟ ମିଳିବ । ସନ୍ତାନ ସମ୍ବନ୍ଧିତ ଚିନ୍ତା ଦୂର ହେବ । କ୍ରୋଧ କାରଣରୁ ଝଗଡା ହୋଇ ପାରେ । ବିବାଦ ସୃଷ୍ଟି ହୋଇ ପାରେ । ଭୂମି ପ୍ରାପ୍ତି ବା ହଠାତ ଧନ ଲାଭ ହୋଇ ପାରେ । ସମ୍ପତ୍ତି ଦେବା ନେବାରେ ସାବଧାନ ରୁହନ୍ତୁ । କୌଣସି ଅଜଣା ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ଧନ ଲାଭ ହେବାର ପୁରା ସମ୍ଭାବନା ଅଛି ଯାହାଦ୍ୱାରା ଆପଣଙ୍କ ମନ ବହୁତ ଖୁସି ରହିବ ।

ସିଂହ

ଆଜି ଆପଣଙ୍କୁ କାମରେ ନିଜର ବଡ ଲୋକ ମାନଙ୍କ ଠାରୁ ସମର୍ଥନ ମିଳିବ । ଆପଣଙ୍କ ବନ୍ଧୁ କୌଣସି ମହତ୍ୱପୂର୍ଣ କାର୍ଯ୍ୟକୁ ପୁରା କରିବାରେ ଆପଣଙ୍କୁ ସାହାଯ୍ୟ କରିବେ । ଆଜି ଆପଣଙ୍କୁ ଉପହାର ଏବଂ ସଂମ୍ମାନ ଲାଭ ହେବ । ଆପଣ କରିଥିବା ପରିଶ୍ରମ ଆଜି ସାର୍ଥକ ହେବ । ଶାଶୁଘର ପକ୍ଷରୁ ଲାଭ ହେବ । ଆଜି ନବୁଝି କୌଣସି ବଡ ନିଷ୍ପତ୍ତି ନିଅନ୍ତୁ ନାହିଁ । ବେପାରୀ ମାନଙ୍କ ପାଇଁ ଉର୍ଣ୍ଣତି ବା ବ୍ୟବସାୟିକ ଲାଭର ସମୟ ଅଟେ ।

କନ୍ୟା

ଏହି ରାଶିର ଲୋକ ଆଜି ନିଜର ବେପାରରେ ବୃଦ୍ଧି ଅନୁଭବ କରି ପାରନ୍ତି । ସୂର୍ଯ୍ୟଦେବ ଙ୍କ କୃପାରୁ ଆପଣ ଆପଣଙ୍କର ସବୁ କାମକୁ ସହଜରେ ପୁରା କରି ପାରିବେ । ଆପଣ ସବୁ କାମକୁ ଭୁଜ୍ୟ ବିଚାରି କରନ୍ତୁ । ବ୍ୟବସାୟରେ ଛୋଟ କ୍ଷତି ହୋଇ ପାରେ । ଆଜି ପରିବାର ସଦସ୍ୟ ମାନଙ୍କ ସହିତ ସମୟ ଅତିବାହିତ କରିବା ବହୁତ ଭଲ ରହିବ । ଆପଣଙ୍କୁ କୌଣସି କାର୍ଯ୍ୟରେ ନିରାଶ ହେବାକୁ ପଡିପାରେ ।

ତୁଳା

ଆଜି ଆପଣ ନିଜର ଶକ୍ତି କୁ କୌଣସି ବେକାର ଜିନିଷ ଉପରେ ବର୍ବାଦ କରନ୍ତୁ ନାହିଁ । ନିଜର କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ । ସୂର୍ଯ୍ୟଦେବ ଙ୍କ କୃପାରୁ ଏହି ରାଶି ଲୋକ ମାନଙ୍କର ଆର୍ଥିକ ସ୍ଥିତି ମଝବୁତ ହେବ ଏବଂ ଘର ପରିବାର କୁ ଖୁସି ଆସିବ । ଆପଣଙ୍କର ଆୟ ଭଲ ହେବ କିନ୍ତୁ ଆପଣଙ୍କର ଅଧିକ ଖର୍ଚ ହେବାର ସମ୍ଭାବନା ଅଛି ଏବଂ ଏହା ଦ୍ଵାରା ଆପଣଙ୍କର ବଜେଟରେ ଅସନ୍ତୁଳନ ସୃଷ୍ଟି ହୋଇ ପାରେ ।

ବିଛା

ଆଜି ଏହି ରାଶିର ଲୋକ ମାନେ ନିଜ ଲକ୍ଷକୁ ଧ୍ୟାନରେ ରଖି କାର୍ଯ୍ୟ କରିବେ ଏବଂ ସେଥିରେ ନିହାତି ଭାବେ ସଫଳତା ମିଳିବ । ଆପଣଙ୍କୁ ମନୋରଞ୍ଜନ ଅବସର ମିଳିବ । ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲରେ କଟିବ । ଏହି ରାଶିର ଲୋକ ମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଅଧିକ ଖର୍ଚ ହେବା କାରଣରୁ ଟିକେ ଅସୁବିଧା ହେବ । ଆଜି ଆପଣ ଅନ୍ୟ କୁ ସାହାଯ୍ୟ କରିବେ ।

ଧନୁ

ଆଜି ବୈବାହିକ ଜୀବନରେ ଆପଣଙ୍କ ରୁଚି କମ ହୋଇ ପାରେ । ଯଦି ଆପଣ ଶାନ୍ତିପୂର୍ଣ ବୈବାହିକ ଜୀବନ ଚାହୁଁଛନ୍ତି ତାହେଲେ ଆପଣ ନିଜର ଦୃଷ୍ଟି ଏବଂ ବ୍ୟକ୍ତିତ୍ଵ କୁ ପରିବର୍ତ୍ତନ କରନ୍ତୁ । ଆପଣଙ୍କର ପାରିବାରିକ ଜୀବନ ସୁଖମୟ ହେବ । ଗୃହ ଉପଯୋଗୀ ବସ୍ତୁରେ ବୃଦ୍ଧି ହେବ । ଉପହାର ଏବଂ ସଂମ୍ମାନ ଲାଭ ମିଳିବ । ପଡୋଶୀ ଙ୍କ ସହିତ ଆପଣଙ୍କ ସବନ୍ଧ ଭଲ ରହିବ । ଆଗକୁ ଯିବା ପରିବର୍ତ୍ତେ ଆପଣଙ୍କର ସମସ୍ତ ଆସୁଥିବା କାର୍ଯ୍ୟ କୁ ଶେଷ କରିବା ପାଇଁ ଧ୍ୟାନ ଦିଅନ୍ତୁ ।

ମକର

ଆଜି ଆପଣଙ୍କର ଅଧିକ ଖର୍ଚ ହେବା ସହିତ ଆୟ ମଧ୍ୟ ବୃଦ୍ଧି ହେବ, ଯାହାଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତିକୁ ସମ୍ପୂର୍ଣ ଭାବେ ସନ୍ତୁଳନ କରାଯାଇ ପାରିବ । ଟଙ୍କା ପଇସା ଦେବା ନେବା ସମୟରେ ଆପଣଙ୍କର ବିଚାରକୁ ବିଚାରପୂର୍ବକ ବୁଝିବା ବୁଦ୍ଧିମାନ ହେବ । ଅଫିସରେ ଅଧିକ ପରିଶ୍ରମର ଫଳ ଆପଣନାକୁ ମିଳିବ । ଏହି ରାଶିର ଲୋକ ମାନଙ୍କୁ ଆଜି କୌଣସି ଇଛା ବିରୁଦ୍ଧ ଦାୟିତ୍ଵ ମିଳିପାରେ । କାହା ପାଇଁ କରିଥିବା ସାହାଯ୍ୟ ଆପଣଙ୍କ ଭବିଷ୍ୟତ ପାଇଁ ଲାଭଦାୟୀ ହେବ ।

କୁମ୍ଭ

ଆଜି ସମାଜରେ ଆପଣଙ୍କର ସଂମ୍ମାନ ବଢିବ । ଭୌତିକ ସୁଖ ପ୍ରାପ୍ତି ହେବ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆଜି ଆପଣ ନିଜର ପରିବାର ସହିତ ବହୁତ ଭଲ ସମୟ ବିତାଇବେ । ସନ୍ଦିଗ୍ଧ ଆର୍ଥିକ ଦେବା ନେବାରେ ସାବଧାନ ରୁହନ୍ତି ନହେଲେ ଫସି ଯାଇ ପାରନ୍ତି । ଆଜି ଧାର୍ମିକ କାର୍ଯ୍ୟରେ ଆପଣଙ୍କର ସମୟ କଟିବ । ଆପଣଙ୍କର ସାମାଜିକ ଗତିବିଧି ପ୍ରତି ରୁଚି ରହିବ । ଆଜି ନୂଆ ନିବେଶ କରିବା ପାଇଁ ଠିକ ସମୟ ଅଟେ ।

ମୀନ

ଆଜି କୌଣସି ମହତ୍ଵପୂର୍ଣ କାର୍ଯ୍ୟ ପୁରା ହେବା କାରଣରୁ ଆପଣଙ୍କୁ ବହୁତ ଆର୍ଥିକ ଲାଭ ହେବ । ଆଜିର ଦିନରେ ଆପଣଙ୍କ ଘର ପରିବାରରେ ଖୁସି ରହିବ । ଆପଣଙ୍କର ସହନଶକ୍ତି ବଢିପାରେ । ବ୍ୟକ୍ତିଗତ ରୂପରେ ଆପଣଙ୍କର ପ୍ରଗତି ହେବ । ପାରିବାରିକ ବାଦ ବିବାଦରୁ ମୁକ୍ତି ମିଳିବ । ହଠାତ ଆପଣଙ୍କ ଆୟରେ ବୃଦ୍ଧି ହେବ । ଏହି ରାଶି ଲୋକ ମାନଙ୍କ ପାଇଁ ପ୍ରେମ ପ୍ରସଙ୍ଗ ଆଗାମୀ ସମୟରେ ବହୁତ ଭଲ ରହିବ ।

Leave a Reply

Your email address will not be published. Required fields are marked *