ଶୁକ୍ରବାରର ରାଶିଫଳ 12 ଜୁନ 2020, ମହାଲକ୍ଷ୍ମୀ ଏହି 3ଟି ରାଶି ଉପରେ କଲେ କୃପା, ଆଗାମୀ 11ଦିନ ଯାଏ ହେବ ନାହିଁ ପଇସାର କମି

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 12 ଜୁନ 2020 ଶୁକ୍ରବାରର ରାଶିଫଳ ।

ମେଷ

କାର୍ଯ୍ୟରେ ସଫଳତା ପାଇବା ପାଇଁ ନିଜର ଚେଷ୍ଟା ଜାରି ରଖନ୍ତୁ । ଭାଗ୍ୟକୁ ଭରସା ନକରି କର୍ମ କରିଚାଲନ୍ତୁ । ବ୍ୟବସାୟରେ ଲାଭ ହେବ । ପଢା ଲେଖାରେ ମନ ଲାଗିବ ନାହିଁ । ବିରୋଧୀ ମାନଙ୍କର ଷଡଯନ୍ତ୍ର ସଫଳ ହେବ ନାହିଁ । ଧର୍ମ କର୍ମରେ ଆସ୍ଥା ବଢିବ । ଆଜି ଆପଣଙ୍କର ଅଧିକ ସମୟ ନଷ୍ଟ ହୋଇ ପାରେ । ଅଧିକାରୀ ଆପଣଙ୍କ ଉପରେ ଖୁସି ଏବଂ ସନ୍ତୁଷ୍ଟ ରହିବେ । ଆପଣ ନିଜ ପାର୍ଟନରଙ୍କ ସହିତ ଭଲ ସମୟ ବିତାଇବେ । କାରବାରକୁ ବଢାଇବା ପାଇଁ ନୂଆ ଯୋଜନା ଆରମ୍ଭ ହୋଇ ପରେ । ପରିବାରର ସମ୍ପୂର୍ଣ ସହଯୋଗ ମିଳିବ ।

ବୃଷ

ଏହି ରାଶିର ଲୋକମାନେ ଆଜି ବହୁତ ବ୍ୟସ୍ତ ରହିବେ । କାମ ପାଇଁ ଘର ଠାରୁ ଦୂରକୁ ଯିବାକୁ ପଡିପାରେ । ରାଗରେ କୌଣସି କାମ କରନ୍ତୁ ନାହିଁ ଧର୍ଯ୍ୟର ସହିତ କାମ କରନ୍ତୁ । ଆର୍ଥିକ ସ୍ଥିତିରେ ହଠାତ ଶୁଭ ପରିବର୍ତ୍ତନ ହୋଇ ପାରେ । ଆପଣଙ୍କୁ ଆଜି ନିଜ ଲୋକ ମାନେ ଧୋକା ଦେଇ ପାରନ୍ତି । ହଠାତ ଧନ ଲାଭ ହୋଇ ପାରେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜିର ଦିନଟି ଭଲ ଅଛି । ପ୍ରେମୀ ପ୍ରିମିକାଙ୍କ ମଧ୍ୟରେ ଭୁଲବୁଝାବଣା ହୋଇ ପାରେ ।

ମିଥୁନ

ଆଜି ଆପଣଙ୍କ ବ୍ୟବସାୟରେ ଭଲ ଲାଭ ହୋଇ ପାରେ । ପାରିବାରିକ ମାମଲାରେ ସାବଧାନ ହୋଇ ରହିବା ଆବଶ୍ୟକ ଅଟେ । ବୈବାହିକ ଜୀବନରେ ଖୁସି ଆସିବ । ପ୍ରେମ ମାମଲାରେ ଆପଣ କିଛି ଉପହାର ଦେଇ ପାରନ୍ତି । ଶିକ୍ଷା କ୍ଷେତ୍ରରେ ପାଇଁ ଆଜିର ଦିନଟି ଭଲ ନୁହେଁ । ସମସ୍ତଙ୍କୁ ନିଜର ମନ କଥା କୁହନ୍ତୁ ନାହିଁ ନହେଲେ କ୍ଷତି ହୋଇ ପାରେ । ଘର ସବାନ୍ଧିତ ସମସ୍ୟାର ସମାଧାନ ହୋଇ ପାରେ । ଆଜି ଆପଣ କୌଣସି ପ୍ରକାରର ଝଗଡା କରନ୍ତୁ ନାହିଁ ।

କର୍କଟ

ଆଜି ଲୋକମାନେ ଆପଣଙ୍କ କଠିନ ପରିଶ୍ରମକୁ ଲକ୍ଷ କରିବେ । ଯାନ ଯନ୍ତ୍ର ସାବଧାନର ସହିତ ବ୍ୟବହାର କରନ୍ତୁ । ଆତ୍ମବିଶ୍ଵାସ ଅଭାବରୁ ଭୁଲ ନିଷ୍ପତ୍ତି ନେଇ ପାରନ୍ତି । ଘରୋଇ ପ୍ରକଳ୍ପ ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ଅଛି । ସମ୍ପର୍କରେ ସୁଧାର ଆସିବ ଏବଂ ଆପଣ ଆପଣଙ୍କ ବ୍ୟବସାୟକୁ ଆଗକୁ ନେବାରେ ସଫଳ ହେବେ । ଆଜି ଆପଣଙ୍କୁ କିଛି ଆର୍ଥିକ ଲାଭ ମିଳିପାରେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କର ଚିନ୍ତାର କାରଣ ହୋଇ ପାରେ ଏଥିପାଇଁ ସଚେତନ ରହିବା ନିହାତି ଆବଶ୍ୟକ ଅଟେ ।

ସିଂହ

ଆପଣଙ୍କ ଦାମ୍ପତ୍ୟ ଜୀବନରେ ଖୁସି ଆସିବ । ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସହିତ ରହିବ । ବ୍ୟବସାୟକୁ ବଢାଇବାରେ ବାଧା ଆସିବ ଯେଉଁଥି ପାଇଁ ଆପଣ ଚିନ୍ତିତ ରହିବେ । ଆପଣଙ୍କ ଶକ୍ତିରେ ବୃଦ୍ଧି ହେବ । ସମୟ ସଠିକ ଭାବରେ ବିନିଯୋଗ କରନ୍ତୁ । ଘର ସଜାଇବାରେ ବ୍ୟସ୍ତ ରହିବେ । କିଛି ନୂଆ କରିବା ପାଇଁ ଆପଣ ବହୁତ ଖୁସି ରହିବେ । ନିଜର ସ୍ଵଭାବ ଉପରେ ନିୟତ୍ରଣ ରଖନ୍ତୁ ନଚେତ ଅସୁବିଧାରେ ପଡି ପାରନ୍ତି ।

କନ୍ୟା

ଆଜି ଆପଣ ନିଜର ମାର୍ଗ ଦର୍ଶନ ପାଇଁ ନିଜର ଆଧ୍ୟାତ୍ମିକ ମାନ୍ୟତାର ସାହାରା ନେବେ । କିଛି ବଡ ଉଥାନ ପଥାନ ହୋଇ ପାରେ । ଏହା ଆପଣଙ୍କ ପାରିବାରିକ ଜୀବନ ପାଇଁ କଠିନ ହୋଇ ପାରେ । ପରିବାର ସଦସ୍ୟ ମାନଙ୍କ ମଧ୍ୟରେ ମତଭେଦ ହୋଇ ପାରେ । ଲଗାତାର ଚେଷ୍ଟା କରିବା ଦ୍ଵାରା ନିହାତି ସଫଳତା ମିଳିବ । କିଛି ଭଲ ଖବର ମିଳିବାରୁ ଆଜି ଆପଣ ବହୁତ ଖୁସି ହେବେ ।

ତୁଳା

ଆଜି ଆପଣ ପାଖ ଜାଗାକୁ ଯାତ୍ରା କରିପାରନ୍ତି । ସକ୍ରିୟତା ରଖନ୍ତୁ । ଘରକୁ ଅତିଥି ଆସି ପାରନ୍ତି । ବିବାହ ପାଇଁ ସମୟ ଭଲ ଅଛି । ଆଇନ ମାମଲାକୁ ଆଗକୁ ବଢାଇବା ପାଇଁ ଆଜିର ଦିନ ଆପଣଙ୍କ ପାଇଁ ଅନୁକୂଳ ଅଛି । କୌଣସି ବି କାମକୁ ପୁରା କରିବା ପାଇଁ ଆପଣଙ୍କ ପାଖରେ ବହୁତ ବିକଳ୍ପ ରହିବ ଏବଂ ଆପଣ ଅସିମ ସମ୍ଭାବନାରେ ବିଶ୍ଵାସ କରିବେ । ଆର୍ଥିକ ମାମଲାରେ କେହି ବିଶେଷଜ୍ଞ ଆପଣଙ୍କୁ ସାହାଯ୍ୟ କରିବେ ।

ବିଛା

ଆଜି ପରିବାର ଠାରୁ ସମ୍ପୂର୍ଣ ସହଯୋଗ ମିଳିବ କିନ୍ତୁ ବିଚାରରେ ମତଭେଦ ହୋଇ ପାରେ । ଆପଣଙ୍କୁ ମାତା ପିତା ଙ୍କର ସମ୍ପୂର୍ଣ ସହଯୋଗ ସହିତ ଆଶୀର୍ବାଦ ମଧ୍ୟ ମିଳିବ । ସମ୍ପତ୍ତିରେ ନିବେଶ କରିବା ଦ୍ଵାରା ଆପଣଙ୍କୁ ଲାଭ ହେବ । ଆଜି ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ । ଆପଣ ନିଜ ପିଲାଙ୍କ ସହିତ ଅଧିକ ସମୟ ବିତାଇବା ଦ୍ଵାରା ଆପଣଙ୍କୁ ବହୁତ ଖୁସି ଏବଂ ଆରାମ ଲାଗିବ । ବନ୍ଧୁଙ୍କ ପାଇଁ ବିଗିଡି ଯାଇଥିବା କାର୍ଯ୍ୟ ପୁରା ହେବ ।

ଧନୁ

ଆଜି ଖୁସି ପାଇବା ପାଇଁ ହେଲେ କିଛି ସମୟ ପ୍ରିୟ ବନ୍ଧୁଙ୍କ ସହିତ ବିତାନ୍ତୁ । ଆପଣଙ୍କ ସାମନାରେ ଏକ ଖୋଲା କ୍ଷେତ୍ର ଥିବା ଯେଉଁଥିରୁ ଆପଣ ନିଜର ପସନ୍ଦର କ୍ଷେତ୍ର ବାଛି ପାରିବେ । ଧାର ଦେଇଥିବା ଟଙ୍କା ମିଳିବ । ଆପଣଙ୍କର ସବୁ ସମସ୍ୟା ଦୂର ହେବ । କାର୍ଯ୍ୟକ୍ଷେତ୍ରରେ ଆପଣ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାରେ ସଫଳ ହେବେ । ଯଦି ଆବଶ୍ୟକ ଅଛି ତାହେଲେ ଯାତ୍ରା କରନ୍ତୁ । ସମାଜ କାର୍ଯ୍ୟରେ ଆଗ୍ରହ ରହିବ ।

ମକର

ଏହି ରାଶିର ଲୋକଙ୍କୁ ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ କିନ୍ତୁ ଯଦି କୌଣସି ନୂଆ ସମ୍ପତ୍ତି କିଣିବା ପାଇଁ ଭାବୁଛନ୍ତି ତାହେଲେ ଆଜିର ଦିନ ସେଥିପାଇଁ ଠିକ ନାହିଁ । ଆପଣଙ୍କର ଭାବିବା ଟିକେ ପରିବର୍ତ୍ତନ କରିବା ଦ୍ଵାରା ଦିନଟି ଭଲରେ କଟିବ । ପ୍ରତିଷ୍ଠା ବଢିବ । କୌଣସି ପୁରୁଣା ରୋଗ ଆପଣଙ୍କ ଚିଡଚିଡାର କାରଣ ହୋଇ ପାରେ । ଜରୁରୀ କାଗଜ ଉପରେ ଭାବିଚିନ୍ତି ଦସ୍ତଖସ୍ତ କରନ୍ତୁ ନହେତେ ଆପଣଙ୍କର କ୍ଷତି ମଧ୍ୟ ହୋଇ ପାରେ ।

କୁମ୍ଭ

ଯଦି ଆପଣ ଚାକିରି କରିଛନ୍ତି ତାହେଲେ ଆପଣଙ୍କୁ ଚାକିରିରେ ପ୍ରମୋଶନ ମିଳିପାରେ । ଚାକିରି ଖୋଜିବା ଚିନ୍ତା ମଧ୍ୟ ଶେଷ ହୋଇ ପାରେ । ବିଗିଡି ଥିବା କାମରେ ସଫଳତା ମିଳିପାରେ । ଆପଣଙ୍କ ପରିଶ୍ରମ ଆଜି ଆପଣଙ୍କୁ ଫଳ ଦେବ ଏବଂ ସମାଜରେ ଆପଣଙ୍କ ସଂମ୍ମାନ ବୃଦ୍ଧି ହେବ । ଜୀବନସାଥୀଙ୍କ ସମ୍ପୂର୍ଣ ସହଯୋଗ ମିଳିବ । ଯାହାଦ୍ୱାରା ଜୀବନରେ କିଛି ଗୁରୁତ୍ଵପୂର୍ଣ ନିଷ୍ପତ୍ତି ନେବାରେ ସହଜ ହେବ । କାହା କଥାରେ ଆସି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ ନହେଲେ ଏହା କ୍ଷତିର କାରଣ ହେବ ।

ମୀନ

ଆଜି ଆପଣ ଟିକେ ଚିନ୍ତାରେ ରହି ପାରନ୍ତି । ଆପଣଙ୍କ ଜୀବନରେ ଥିବା ସବୁ ସମସ୍ୟା ଦୂର ହୋଇଯିବ । ଧନ ଲାଭ ହୋଇ ପାରେ । ବୈବାହିକ ଜୀବନ ପାଇଁ ଆଜିର ଦିନଟି ବହୁତ ଗୁରୁତ୍ଵପୂର୍ଣ ଦିନ ଅଟେ । ଆପଣଙ୍କ ପାର୍ଟନର ଆପଣଙ୍କୁ ବହୁତ ଖୁସି ଦେବେ । ନିବେଶ କରିବା ସମୟରେ ସାବଧାନ ରହିବା ଦରକାର ଅଟେ । ଆଜିର ଦାୟିତ୍ଵ କାଲି ପାଇଁ ଛାଡନ୍ତୁ ନାହିଁ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *