ଶନିବାରର ରାଶିଫଳ 11 ଜୁଲାଇ 2020, ଶନିଦେବଙ୍କ କ୍ରୋଧ ହେଲା ଶାନ୍ତ, ଏହି 4ଟି ରାଶିର ପୁରା ହେବ ଅଟକି ଥିବା କାମ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 11 ଜୁଲାଇ 2020 ଶନିବାରର ରାଶିଫଳ ।

ମେଷ

ଆଜି ଆପଣ ଟଙ୍କା କାରବାର କରନ୍ତୁ ନାହିଁ । ପ୍ରିୟଲୋକଙ୍କ ସହିତ ଦିନଟି ଭଲରେ ଅତିବାହିତ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ନିଜକୁ ସୁସ୍ଥ ମଧ୍ୟ ଅନୁଭବ କରିବେ । ବହୁତ ଦିନ ଧରି ଆପଣଙ୍କ ମନରେ ଗୋଟିଏ କଥା ଥିବ କିନ୍ତୁ ତାର ଉପଯୋଗ କରି ପାରୁନଥିବେ କିନ୍ତୁ ଆଜି ତାହାକୁ ଆପଣ ପୁରା କରି ପାରିବେ । ପାରିବାରିକ ଏବଂ ପ୍ରେମ ଜୀବନ ଆପଣଙ୍କର ମଧୁର ହେବ ଏବଂ ଆପଣଙ୍କ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଦୃଢ କରିବ ।

ବୃଷ

ଆଜି ରାଜନୈତିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢିପାରେ । ଟଙ୍କାର କିଛି ମାମଲା ଉପରେ ଆପଣଙ୍କୁ ବିଚାର କରିବାକୁ ହେବ । ଆଜି ଆପଣଙ୍କୁ କୌଣସି ଆଇନ କାମରେ ଫସିବାକୁ ପଡିପାରେ ଏଥିପାଇଁ ସାବଧାନ ରୁହନ୍ତୁ । ସମ୍ପତ୍ତି ସବନ୍ଧିତ ମାମଲା ଲାଭକାରୀ ପ୍ରମାଣିତ ହେବ । ଏହା କାରଣରୁ ଆପଣଙ୍କୁ ଯାତ୍ରା ମଧ୍ୟ କରିବାକୁ ପଡିପାରେ । ଚାକିରି କରିଥିବା ଲୋକ ଅନେକ ଭଲ ଅବସରକୁ ଆସିବେ । ଆପଣଙ୍କ ଜୀବନ ସୁନ୍ଦର ରଙ୍ଗରେ ରଙ୍ଗୀନ ହୋଇ ଯିବ ।

ମିଥୁନ

ଶତ୍ରୁ ମାନଙ୍କ ଉପରେ ଆପଣଙ୍କ ଭୟ ରହିବ । ଏହା ସହିତ ଆପଣ ଆପଣଙ୍କର ପୁରୁଣା ଧାର ମଧ୍ୟ ସୁଝି ପାରିବେ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଅଟେ । ଆପଣଙ୍କର ଯାତ୍ରା ଯୋଜନାକୁ ସ୍ଥଗିତ କରନ୍ତୁ ଏବଂ ଏହାଦ୍ୱାରା ଅଧିକ ଚାପ ମଧ୍ୟ ବଢି ପାରେ । ଆଜିର ଦିନ ଏକ ନୂଆ ବ୍ୟବସାୟ ପାଇଁ ଭଲ ଅଛି । ସମାଜରେ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସଫଳ ହେବେ । ଭୌତିକ ସୁଖ ସାଧନାର ଲାଭ ଉଠାଇ ପାରିବେ ।

କର୍କଟ

ଆଜି ସ୍ଥାନାନ୍ତରଣରେ ବାଧା ଆସିବାର ସମ୍ଭାବନା ଅଛି । କିନ୍ତୁ ମଧ୍ୟାହ୍ନ ପରେ ଦୂରରେ ରହୁଥିବା ପ୍ରିୟଜନଙ୍କ ଠାରୁ ଭଲ ଖବର ମିଳିବା କାରଣରୁ ଆପଣଙ୍କ ଖୁସି ଦୁଇ ଗୁଣ ହୋଇଯିବ । ଆପଣଙ୍କ ପାରିବାରିକ ଜୀବନରେ ଶାନ୍ତି ଏବଂ ଖୁସି ରହିବ । ସ୍ୱାସ୍ଥ୍ୟ ସବନ୍ଧରେ ଆପଣଙ୍କୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆପଣଙ୍କ ବାପା ମାଆଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ତାଙ୍କର ଆଶୀର୍ବାଦ ଏବଂ ସମର୍ଥନ ଆପଣଙ୍କୁ ସବୁ କ୍ଷେତ୍ରରେ ମିଳିବ ।

ସିଂହ

ଆଜି ଆପଣଙ୍କୁ କୌଣସି ନିଜ କିମ୍ବା ଅଜଣା ବ୍ୟକ୍ତିଙ୍କ ଠାରୁ ଏମିତି ଶିକ୍ଷା ମିଳିପାରେ ଯାହା ଆପଣଙ୍କର ଆବଶ୍ୟକତା ଥିବ । କାର୍ଯ୍ୟ କ୍ଷେତ୍ରରେ ବିସ୍ତାର ହେବାର ସମ୍ଭାବନା ଅଛି । ଆପଣଙ୍କୁ କୌଣସି ଖୁସି ଖବର ମିଳିପାରେ । ବହୁତ ଦିନ ଧରି ଚାଲି ଆସୁଥିବା ସମସ୍ୟାର ଶେଷ ହୋଇଯିବ । ଆପଣଙ୍କ ଘର ପରିବାରର ବାତାବରଣ ଖୁସି ରହିବ । ଆପଣ ଆଜି ଭାବପ୍ରବଣତା ହୋଇ ପାରନ୍ତି । ଆପଣ ଦୃତ ଗତିରେ ଆଗକୁ ବଢି ସଫଳତାର ନୂଆ ରଙ୍ଗ ନିର୍ଦ୍ଧାରିତ କରିବେ ।

କନ୍ୟା

ଆଜି ଆପଣଙ୍କର ସବୁ ଆର୍ଥିକ ପ୍ରୟାସ ସଫଳ ହେବ । ଆପଣଙ୍କୁ ସାମାଜିକ ଦୃଷ୍ଟିରୁ ଅପମାନ ହେବାକୁ ନପଡୁ ଏହି କଥାର ଧ୍ୟାନ ରଖନ୍ତୁ । କୌଣସି ଖାସ ମାମଲାରେ ପାର୍ଟନରଙ୍କ ସାହାଯ୍ୟ ନିହାତି ନିଅନ୍ତୁ । ପାର୍ଟନରଙ୍କ କୌଣସି ବୁଦ୍ଧି ଦ୍ଵାରା ଆପଣଙ୍କର ଭାବି ଥିବା କାମ ପୁରା ହୋଇ ପାରେ । ଆଜି କୌଣସି ନୂଆ କାମର ଆରମ୍ଭ କରନ୍ତୁ ନାହିଁ । ଆପଣ ଆପଣଙ୍କ ପରିବାର ସଦସ୍ୟଙ୍କ ସହିତ କିଛି ଗୁରୁତ୍ଵପୂର୍ଣ ଚର୍ଚା କରି ପାରନ୍ତି ଏବଂ କିଛି ବଡ ନିଷ୍ପତ୍ତି ମଧ୍ୟ ନେଇ ପାରନ୍ତି ।

ତୁଳା

ଆପଣଙ୍କ ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ପ୍ରଗତି ହେବ । ପରିଜନଙ୍କ ସହିତ ବିବାଦ କରନ୍ତୁ ନାହିଁ । ଆପଣଙ୍କ ରୋଜଗାର ଶକ୍ତିକୁ ବଢାଇବା ପାଇଁ ସବୁଠାରୁ ଭଲ ପରାମର୍ଶ ବର୍ତ୍ତମାନ ଆପଣଙ୍କର ଅବ୍ୟକ୍ତ ଆବିଷ୍କାରର ପୋଷଣ କରିବାକୁ ପଡିବ । ଶେୟାର ବଜାରରୁ ଲାଭ ମିଳିପାରେ । କାର୍ଯ୍ୟ ସବନ୍ଧିତ ଚାକିରିର ସମୀକ୍ଷା କରିବାର ଆବଶ୍ୟକତା ହୋଇ ପାରେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କର ସୃଜନଶୀଳତା ଲେଖା ଏବଂ ସାହିତ୍ୟ ସବନ୍ଧୀୟ କାର୍ଯ୍ୟକଳାପରେ ଦେଖାଯିବ ।

ବିଛା

ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳତା ରହିବ । ଖର୍ଚରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ରାଜନୀତିରେ କ୍ଷତି ଆପଣଙ୍କ ଚାପକୁ ବଢାଇବ । ଶତ୍ରୁ ଆପଣଙ୍କ ପ୍ରସିଦ୍ଧିକୁ କମ କରିବା ପାଇଁ ଚେଷ୍ଟା କରିବେ । ବନ୍ଧୁଙ୍କ ସହଯୋଗ ଏବଂ ଆଶ୍ଵାସନା ମିଳିବ । ପରିବାର ଲୋକଙ୍କ ସହିତ ସମ୍ପର୍କ ଭଲ ହେବ । ପରିବାରର ଗୁରୁତ୍ଵପୂର୍ଣ ଯୋଜନା ବିଷୟରେ ଆପଣ ଆପଣଙ୍କ ଲଭ ପାର୍ଟନରଙ୍କ ସହିତ କଥା ହୋଇ ପାରିବେ । ଆପଣଙ୍କ ସୃଜନଶୀଳତା ଆପଣଙ୍କୁ ପୁରସ୍କାର ଦେବ ।

ଧନୁ

ଆପଣଙ୍କୁ ଦୂରରେ ରହୁଥିବା ସନ୍ତାନଙ୍କ ଠାରୁ ଶୁଭ ସମାଚାର ମିଳିବ । ଯାତ୍ରା କରିବାର ସମ୍ଭାବନା ଅଛି । ନିର୍ଦ୍ଧାରିତ ସମୟରେ ଆପଣ ଆପଣଙ୍କର କାମକୁ ପୁରା କରି ପାରିବେ । କୌଣସି ମାଙ୍ଗଳିକ କାମରେ ଭାଗ ନେବାକୁ ଆପଣଙ୍କୁ ସୁଯୋଗ ମିଳିବ । ସ୍ଵାଦିଷ୍ଟ ଭୋଜନର ଆନନ୍ଦ ମିଳିବ । ବେପାର ବ୍ୟବସାୟ ଅନୁକୂଳ ରହିବ । ଆପଣଙ୍କ ସ୍ୱାସ୍ଥ୍ୟକୁ ଦେଖି କୌଣସି ହାନିକାରକ ଭୋଜନ କରନ୍ତୁ ନାହିଁ । ସବୁ ଚିନ୍ତା ଶେଷ ହୋଇଯିବ ଏବଂ ସୁଖ ସମୃଦ୍ଧି ବଢିବ ।

ମକର

ଆଜି ଆମଦାନୀରେ ବୃଦ୍ଧି ହୋଇ ପାରେ । ଧର୍ଯ୍ୟଶୀଳତାରେ କମି ଆସିପାରେ । କାହା ସହିତ ଭୁଲ ବୁଝାବଣା ହେବା ଦ୍ଵାରା ଝଗଡା ହୋଇ ପାରେ । ଘରଣୀ ମାନେ ଏହାର ବିଶେଷ ଧ୍ୟାନ ରଖନ୍ତୁ । କୌଣସି କାମରେ ବ୍ୟସ୍ତ ହୁଅନ୍ତୁ ନହିଁ । ଅନାବଶ୍ୟକ ବାଦ ବିବାଦ ହୋଇ ପାରେ । ରାଗ ଏବଂ ଉତ୍ତେଜନା ଉପରେ ସଂଯମ ରଖନ୍ତୁ । କାର୍ଯ୍ୟରେ ସଫଳତା ମିଳିବ । କୌଣସି ନୂଆ କାମର ପ୍ରୋଜେକ୍ଟ ମିଳିପାରେ । ଆପଣ ଆପଣଙ୍କ ପ୍ରିୟ କହିଥିବା କଥା ପ୍ରତି ଅଧିକ ସଂବେଦନଶୀଳ ହେବେ ।

କୁମ୍ଭ

ଆଜି ଆପଣଙ୍କୁ ଅଧିକ କାମ କାରଣରୁ ମାନସିକ ବ୍ୟାକୁଳତାର ଅନୁଭବ ହେବ । ଚାକିରି କରିଥିବା ଲୋକଙ୍କ ପାଇଁ ଆଜିର ଦିନ ଶୁଭ ଅଟେ । ନୂଆ ବ୍ୟାପାରିକ ଅନୁଭବ ହେବ । ନିବେଶ ଶୁଭ ରହିବ । ରୋଜଗାରରେ ବୃଦ୍ଧି ହେବ । ପରିବାରରେ ଖୁସିର ବାତାବରଣ ରହିବ । ହଠାତ ଅଧିକ ଧନ ଖର୍ଚ ହେବାର ସମ୍ଭାବନା ଅଛି । ବ୍ୟବସାୟୀ ମାନଙ୍କୁ ନିଜର ବେପାରର ସଞ୍ଚାଳନାର ବିସ୍ତାର କରିବା ଏବଂ ନିଜର ସଫଳତାକୁ ଦୁଇ ଗୁଣ କରିବାରେ ପର୍ଯ୍ୟାପ୍ତ ସୁଯୋଗ ମିଳିବ ।

ମୀନ

ଆଜି ଆପଣଙ୍କୁ ଅଧିକାରୀଙ୍କ ପକ୍ଷରୁ ସହଯୋଗ ମିଳିବ । ଆଜି ପ୍ରାୟ ଆପଣଙ୍କ ଜୀବନରେ କୌଣସି ନୂଆ ମୋଡ ଆସିପାରେ । ରାଗକୁ ନିୟତ୍ରଣରେ ରଖିବାକୁ ପଡିବ । ଦୁର୍ଘଟଣା ପାଇଁ ସାବଧାନ ରୁହନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ଅଧିକ ଶକ୍ତିଶାଳୀ ଅନୁଭବ କରିବେ । ଆପଣଙ୍କ ବୈବାହିକ ଜୀବନରେ କିଛି ସମସ୍ୟା ସୃଷ୍ଟି ହୋଇ ପାରେ । ଜୀବନର ବାସ୍ତବତାକୁ ସାମନା କରିବା ପାଇଁ ଆପଣଙ୍କୁ ପ୍ରସ୍ତୁତ ରହିବାକୁ ପଡିବ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *