ସୋମବାରର ରାଶିଫଳ 1 ଜୁନ 2020, ମହାଦେବଙ୍କ ଆଶୀର୍ବାଦରୁ ଆଜି ଏହି 5ଟି ରାଶିଙ୍କୁ ମିଳିବ ବଡ ଖୁସି ଖବର, ବେପାରରେ ଭଲ ବୃଦ୍ଧି ହେବ ଓ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 1 ଜୁନ 2020 ସୋମବାରର ରାଶିଫଳ ।

ମେଷ

ଏହି ରାଶି ଲୋକଙ୍କର ସବୁ ସମସ୍ୟା ଶେଷ ହେବ । ଚାକିରିରେ ଉଚ୍ଚ ଅଧିକାରୀ ନୂଆ ଦାୟିତ୍ଵ ଦେଇ ପାରନ୍ତି । ସହଜରେ ବ୍ୟବସାୟରେ ନିଷ୍ପତ୍ତି ନେବେ । ଭାଇ ଭଉଣୀଙ୍କ ସହିତ ଆପଣଙ୍କ ସମ୍ପର୍କ ଭଲ ରହିବ । ପରିବାରରେ ସମ୍ପର୍କ ଭଲ ରହିବ । କୌଣସି ବାଦ ବିବାଦରେ ପଡନ୍ତୁ ନାହିଁ । ବ୍ୟକ୍ତିଗତ ସ୍ଵାର୍ଥ ଅଧିକ ରହିପାରେ । କୌଣସି ଭଲ ନିବେଶରେ ପଇସା ଲଗାଇ ପାରନ୍ତି । ଖାଇବା ଠିକ ରଖୁଥିବାରୁ ଆପଣ ଫିଟ ରହିବେ ।

ବୃଷ

ଏହି ରାଶିର ଲୋକଙ୍କୁ ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ମିଳିପାରେ । ଆପଣ ନିଜର ଭାଗ୍ୟର ସହଯୋଗ ମାଧ୍ୟମରେ ଅନେକ ସଫଳତା ପାଇବେ ଏବଂ ଆପଣଙ୍କୁ ହଠାତ ଧନ ଲାଭ ମିଳିପାରେ । ଟିଭି ଏବଂ ମୋବାଇଲ ଅତ୍ୟଧିକ ଉପଯୋଗ କରିବା ଦ୍ଵାରା ଧ୍ୟାନ ବିଚଳିତ ହୋଇ ପାରେ । ଆପଣ ଅଧିକ ଚାପ ନିଅନ୍ତୁ ନାହିଁ । ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ବାୟାମ ସହିତ ଠିକ ଭାବରେ ଶୁଅନ୍ତୁ । ଘରକୁ କେହି ଆସିବା କାରଣରୁ ଆପଣଙ୍କ ପରିବାରର ଖୁସି ନଷ୍ଟ ହୋଇ ପାରେ ।

ମିଥୁନ

ଏହି ରାଶିର ଲୋକ ଆଜି ନିଜକୁ ଅଡୁଆ ପରିସ୍ଥିତିରେ ଲାଗିଥିବା ଅନୁଭବ କରିବେ କିନ୍ତୁ ନିଜ ଉପରେ ଭରସା ମଧ୍ୟ ରଖିବେ କି ଆପଣ ସବୁ ପରିସ୍ଥିତିକୁ ଠିକ କରି ପାରିବେ । ଚାକିରିରେ ଆସୁଥିବା ବାଧା ଶେଷ ହେବ । ଆଜି ଆପଣ ଅଧିକା କାମ କରି ପାରନ୍ତି । ଯଦି ଆପଣ ଛୋଟ ଏବଂ ସରଳ କାମରେ ଆରମ୍ଭ କରିବେ ତାହେଲେ ବହୁତ ସଫଳତା ମିଳିବ । ସମ୍ପତିର କୌଣସି ସମସ୍ୟା ଆପଣଙ୍କ ସପକ୍ଷରେ ସମାଧାନ ହେବାର ସମ୍ଭାବନା ଅଛି । କିଛି ଲୋକଙ୍କ ଠାରୁ ଆପଣଙ୍କୁ ସମ୍ପୂର୍ଣ ସମର୍ଥନ ମିଳିପାରେ ।

କର୍କଟ

ଆଜି କରାଯାଇଥିବା ଗୁରୁତ୍ଵପୂର୍ଣ ବ୍ୟବସାୟିକ ମିଟିଙ୍ଗ ସକାରାତ୍ମକ ଦିଗକୁ ଯିବ । ଆପଣଙ୍କୁ ଏକ ସ୍ଵଛ ପ୍ରତିଛବି ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ଏଥିପାଇଁ ଯଦି ଆପଣ ଜ୍ଞାନ ସହିତ ଚାଲିବେ ତାହେଲେ ଆପଣଙ୍କୁ ଲାଭ ହେବ । ସେବା ପୂଜା ଏବଂ ଦୟା ଭାବନା ବଢିବା ସହିତ ଧର୍ମ ପ୍ରଚାରରେ ଭଲ ଯୋଗଦାନ ଦେଇ ପାରନ୍ତି । ମାନ ସଂମ୍ମାନ ବଢିବ, ପ୍ରେମ ଜୀବନରେ ମଧ୍ୟ କିଛି ପରିବର୍ତ୍ତନ ଆସିପାରେ । କେହି ଖାସ ବ୍ୟକ୍ତି ଦେଖା ହେବା କାରଣରୁ ଆପଣ ଅତୀତର ଭାବନାରେ ହଜିଯାଇ ପାରନ୍ତି ।

ସିଂହ

ଆଜି ଆପଣଙ୍କୁ କିଛି କାମକୁ ପୁରା କରିବା ପାଇଁ କଠିନ ପରିଶ୍ରମ କରିବା ସହିତ ଲୋକଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ହେବ । ବ୍ୟସ୍ତରେ ଧନୀ ହେବ ପାଇଁ କରିଥିବା ଯୋଜନା କିଛି ଲୋକଙ୍କ ପାଇଁ କାମ କରିପାରେ । କାର୍ଯ୍ୟ ସମ୍ପର୍କରେ ସୁଦୂର କ୍ଷେତ୍ରରେ ପଳାୟନ କରିବାର ସ୍ଥିତି ଆସିବ । ଆପଣ ନିଜ ପରିବାର ପାଇଁ ସମୟ ବାହାର କରିଥିବା କାରଣ ପାଇଁ ଆପଣ ସମସ୍ତଙ୍କ କୃତଜ୍ଞତାର ଅଧିକାରୀ ହେବେ । ପ୍ରେମୀ ମାନେ ଆଜି ଭଲ ସମୟ ଅତିବାହିତ କରିବେ ।

କନ୍ୟା

ଆଜି ବାହନ ସୁଖ ମିଳିବ । ଯୋଗାଯୋଗ ମାଧ୍ୟମରେ ପ୍ରଗତି ପାଇଁ ସୁଯୋଗ ପାଇବେ । ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ । ସହକର୍ମୀଙ୍କ ଠାରୁ ଆଶା ଅନୁସାରେ ସହଯୋଗ ମିଳିବ ନାହିଁ କିନ୍ତୁ ଧର୍ଯ୍ୟ ରଖନ୍ତୁ । ଆପଣଙ୍କୁ କିଛି ଅବାଞ୍ଛିତ କାର୍ଯ୍ୟ କିମ୍ବା ଏମିତି ନିଷ୍ପତ୍ତି ନେବାକୁ ପଡିପାରେ । ଚାକିରି ବା ବ୍ୟାବସାୟରେ କୌଣସି ଅଜ୍ଞାନ୍ତ ଭୟ ଆପଣଙ୍କୁ ଚିନ୍ତିତ କରିପାରେ । କିଛି ଲୋକଙ୍କ ପାଇଁ ନୂତନ ବ୍ୟକ୍ତିଙ୍କ ଆଗମନ ଖୁସି ଆଣି ଆସିବ ।

ତୁଳା

ଆଜି ଆପଣଙ୍କ ଦ୍ଵାରା ନିଆଯାଇ ଥିବା ନିଷ୍ପତ୍ତି ସଠିକ ପ୍ରମାଣିତ ହେବ ଯାହା ଦ୍ଵାରା ଆପଣଙ୍କୁ ପ୍ରଶଂସା ମିଳିବା ସହିତ ଭବିଷ୍ୟତ ପାଇଁ ମଧ୍ୟ ବହୁତ ଲାଭକାରୀ ହେବ । ପ୍ରତିଷ୍ଠାରେ ବୃଦ୍ଧି ହେବ । ଶତ୍ରୁମାନେ ପରାସ୍ତ ହେବେ । ପୁତ୍ର ଜନ୍ମର ଯୋଗ ରହିଛି । ପ୍ରେମ ସମ୍ପର୍କ ସଫଳ ହେବ । ଶେକ୍ଷିକ କାର୍ଯ୍ୟରେ ସଂମ୍ମାନ ବଢିବ । ଅଧିକାରୀଙ୍କ ଠାରୁ ସାହାଯ୍ୟ ମିଳିପାରେ । ନୂତନ ବ୍ୟବସାୟ ସମ୍ପର୍କ ମଧ୍ୟ ଗଠନ ହେବ । କଠିନ ପରିଶ୍ରମ କରିବା ପରେ ମଧ୍ୟ ଛାତ୍ର ମାନଙ୍କୁ କମ ଫଳ ମିଳିବ ।

ବିଛା

ଅଧ୍ୟୟନରେ ଆପଣଙ୍କର ଆଗ୍ରହ ବଢିବ । ଜୀବନସାଥିଙ୍କ ଠାରୁ ଧନ ମିଳିପାରେ । ବେପାରରେ ଭଲ ବୃଦ୍ଧି ହେବ ଏବଂ ବ୍ୟବସାୟରେ ଭାଗୀଦାରୀଙ୍କ ଠାରୁ ଲାଭ ହେବ । ବିଦ୍ୟାର୍ଥୀଙ୍କୁ ନିଜର ଭବିଷ୍ୟତ ପାଇଁ ଭଲ ପରାମର୍ଶ ମିଳିବ ଏବଂ ପରୀକ୍ଷାରେ ଭଲ ଫଳ ମଧ୍ୟ ମିଳିବ । ଆପଣଙ୍କର ପ୍ରିୟ ବ୍ୟକ୍ତି ଆଜି ବିରକ୍ତ ଅନୁଭବ କରି ପାରନ୍ତି, ଯାହା ଆପଣଙ୍କ ଚାପକୁ ବଢାଇବ । ଆଜିର ଦିନ ଆପଣଙ୍କ ପାଇଁ ସର୍ବୋତ୍ତମ ଦିନ ରହିବ । ଆଧ୍ୟାତ୍ମିକ କ୍ଷେତ୍ରରେ ଏକ ନୂଆ ଚିନ୍ତାଧାରା ଜନ୍ମ ହୋଇ ପାରେ ।

ଧନୁ

ଆପଣଙ୍କ ଭିତରେ ଥିବା ଟିକିଏ ନକରାତ୍ମକ ମଧ୍ୟ ଆଜି ଉଦାସୀନତାର କାରଣ ହୋଇ ପାରେ । ମହିଳାଙ୍କ ପାଇଁ ଅପମାନିତ ହୋଇ ପାରନ୍ତି । କ୍ଷତି ହେବ । ମୁତ୍ର ବ୍ୟାଧି କାରଣରୁ କଷ୍ଟ ହେବ । ଯେଉଁ ଲୋକ କାହା ପାଖରୁ ଆର୍ଥିକ ସାହାଯ୍ୟ ପାଇବା ପାଇଁ ଅପେକ୍ଷା କରିଛନ୍ତି ତାଙ୍କର ଆଶା ପୁରା ହେବାର ସମ୍ଭାବନା ଅଛି । ଭୌତିକ ସୁଖ ମିଳିବ । ସଂମ୍ମାନ ଏବଂ ଯଶ ବଢିବ । ବଡ ଲୋକଙ୍କ ଠାରୁ ଆଶୀର୍ବାଦ ମିଳିବ । ବନ୍ଧୁଙ୍କ ଠାରୁ ଆପଣଙ୍କୁ ଲାଭ ହୋଇ ପାରେ ।

ମକର

ଆଜି ମାନ ସଂମ୍ମାନ ବଢିବ । ଋଣ ସବନ୍ଧିତ ସମସ୍ୟାରୁ ମୁକ୍ତ ହେବେ । ଚାପ କମ ହେବା କାରଣରୁ କାମରେ ଗତି ଆସିବ । ଚାକିରିରେ ପ୍ରଗତି ହେବ । ଆପଣ ଆଜି ଜିନର କାର୍ଯ୍ୟକ୍ଷେତ୍ରରେ ବହୁତ ଆଗକୁ ବଧିବେ । ଘର ପରିବାରରେ ଆପଣଙ୍କର ମାନ ସଂମ୍ମାନ ବଢିବ । ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ସରକାରୀ କାମ ଠିକ ସମୟରେ ପୁରା ହେବ । କୌଣସି ଉପହାର ମିଳିପାରେ । ହଠାତ ଯାତ୍ରା କାରଣରୁ ଆପଣ ସମସ୍ୟାର ସାମନା କରି ପାରନ୍ତି ।

କୁମ୍ଭ

ଆଜି ଆପଣଙ୍କୁ ପ୍ରେମ ସମ୍ପର୍କ କିମ୍ବା ନୂତନ ସମ୍ପର୍କ ଆରମ୍ଭରେ ଅସୁବିଧା ହୋଇ ପାରେ । ବିଦ୍ୟାର୍ଥୀ ମାନଙ୍କର ପାଠପଢାରେ ମନ ଲାଗିବ ନାହିଁ । ଏକାଗ୍ରତା ହ୍ରାସ ପାଇବ । ଯଦି ଆପଣ ନିଜର କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତାହେଲେ ଭବିଷ୍ୟତରେ ଏହାର ଲାଭ ଆପଣଙ୍କୁ ନିହାତି ମିଳିବ । ଆପଣଙ୍କର ଦୈନଦିନ କାର୍ଯ୍ୟରୁ କିଛି ସମୟ ବାହାର କରି ନିଜ ପରିବାର ସହିତ କୌଣସି ଆୟୋଜନରେ ଯୋଗ ଦିଅନ୍ତୁ । ଏହା କେବଳ ଆପଣଙ୍କ ଚାପକୁ ହ୍ରାସ କରିବା ନାହିଁ ବରଂ ଆପଣଙ୍କ ଦ୍ଵନ୍ଦକୁ ମଧ୍ୟ ଦୂର କରିଦେବ ।

ମୀନ

ଆଜି ଆପଣ ବଡ କୁଶଳତାର ସହିତ ନିଜର ସାମାଜିକ ଦାୟିତ୍ଵକୁ ପୁରା କରିବେ । ମାତା ପିତା ଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କୁ ରୋଜଗାର କରିବାର ନୂଆ ନୂଆ ସୁଯୋଗ ମିଳିବ । ଘରୋଇ ଜୀବନରେ ସୁଖ ଶାନ୍ତି ରହିବ । ଉଚ୍ଚ ଅଧିକାରୀଙ୍କ ପ୍ରୋତ୍ସାହନ ଆପଣଙ୍କ ଉତ୍ସାହକୁ ବଢାଇବ । ସମସ୍ୟାର ସାମାଧାନ ପାଇଁ ବାପା ମାଆ ଙ୍କର ସାହାଯ୍ୟ ନିଅନ୍ତୁ । ସେମାନଙ୍କ ପରାମର୍ଶରେ କାମ କରନ୍ତୁ ଆପଣ ନିଶ୍ଚିନ୍ତ ଭାବେ ଅସୁବିଧାର ସମାଧାନ ଖୋଜିବାକୁ ସକ୍ଷମ ହେବେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *