ଯେଉଁ ପୁରୁଷଙ୍କ ମଧ୍ୟରେ ଥାଏ ଏହି ଲକ୍ଷଣ ସେମାନେ ହୋଇଥାନ୍ତି ଭାଗ୍ୟରେ ଧନି, କଣ ଆପଣ ତ ନାହାନ୍ତି ଏଥିରେ

ଶାସ୍ତ୍ରରେ କେତେକ ଏମିତି କଥାର ବର୍ଣ୍ଣନା ଅଛି କି ଯାହାଦ୍ଵାରା ଆମେ ନିଜର ଭାଗ୍ୟ ବିଷୟରେ ଜାଣି ପାରିବା । ଆଜ୍ଞା ହଁ ଏ ପର୍ଯ୍ୟନ୍ତ ଆପଣ ମାନେ ଭାଗ୍ୟଶାଳି ମହିଳାମାନଙ୍କ ବିଷୟରେ ବହୁତ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଭାଗ୍ୟଶାଳୀ ପୁରୁଷଙ୍କ ବିଷୟରେ କିଛି ଏମିତି ଲକ୍ଷଣ କହିବାକୁ ଯାଉଛୁ , ଯାହା ଦ୍ଵାରା ଆପଣ ଜାଣି ପାରିବେ କି ସେହି ପୁରୁଷ ଭାଗ୍ୟଶାଳୀ ଅଟନ୍ତି କି ନୁହେଁ ? ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଗରୁଡ଼ ପୁରାଣରେ କିଛି ଏମିତି କଥାର ଉଲ୍ଲେଖ ମିଳିଛି , ଯାହାଦ୍ଵାରା ଏହା ଜାଣି ପାରିବେ କି କିଏ ଭାଗ୍ୟଶାଳି ହୋଇଥାନ୍ତି ଓ କିଏ ନୁହେଁ ? ଆଜ୍ଞା ହଁ ଗରୁଡ଼ ପୁରାଣରେ ଉଲ୍ଲେଖିତ ସେହି କଥା ମଧ୍ୟରୁ କିଛି ଏମିତି ଲକ୍ଷଣ ଆମେ ଆପଣଙ୍କ ପାଇଁ ଆଣିଛୁ । ଯାହାଦ୍ଵାରା ଆପଣଙ୍କୁ ଜଣା ପଡିବ କି ଆପଣ ଭାଗ୍ୟଶାଳି ଅଟନ୍ତି କି ନାହିଁ । ଯଦି ନୁହେଁ ତେବେ ଆଜିଠାରୁ ଏହି ଲକ୍ଷଣକୁ ପାଳନ କରିବା ଆରମ୍ଭ କରିଦିଅନ୍ତୁ । ଆଜ୍ଞା ହଁ , ତେବେ ଚାଲନ୍ତୁ ଜାଣିବା କି ଗରୁଡ଼ ପୁରାଣ ଅନୁସାରେ ଏମିତି କେଉଁ ଲକ୍ଷଣ ଅଛି, ଯାହା ଆପଣଙ୍କୁ ଭାଗ୍ୟରେ ଧନି ବନାଇ ଥାଏ ।

ଭାଗ୍ୟଶାଳି ପୁରୁଷଙ୍କର ଲକ୍ଷଣ

୧. ଯେଉଁ ପୁରୁଷ ନିଜ ପରିବାରର ଧ୍ୟାନ ରଖିଥାଏ ତା ସହିତ ମିତ୍ର ଓ ପରିବାରଙ୍କ ସହ ସବୁବେଳେ ସମ୍ପର୍କରେ ରହିଥାଏ , ସେହି ପୁରୁଷ ଭାଗ୍ୟରେ ଧନି ହୋଇଥାନ୍ତି ।

୨. ଏମିତି ପୁରୁଷ ଯିଏକି ଗୋଟେ ଭଲ ଶ୍ରୋତା ଅଟେ ମାନେ ତାକୁ କହିବାଠୁ ଅଧିକ ଶୁଣିବାକୁ ଭଲ ଲାଗିଥାଏ । ଏମିତି ପୁରୁଷଙ୍କର ବୈବାହିକ ଜୀବନ ସଫଳ ଓ ସୁଖରେ ରହିଥାଏ ।

୩. ଯେଉଁ ପୁରୁଷ ନିଜ କଥାକୁ କାହା ଆଗରେ ପ୍ରକାଶ କରି ନଥାଏ , ସେ ଭାଗ୍ୟରେ ଧନି ହୋଇଥାଏ । କାହିଁକି ନା ଶାସ୍ତ୍ର ଅନୁସାରେ , ନିଜ କଥାକୁ ଗୋପନୀୟ ରଖିବା ଦରକାର ।

୪. ଆଜ୍ଞା ହଁ ଯେଉଁ ପୁରୁଷ ନିଜର ପ୍ରଶଂସା କରେନାହିଁ , ସେମାନେ ଭାଗ୍ୟଶାଳି ହୋଇଥାନ୍ତି , କାହିଁକି ନା ଶାସ୍ତ୍ରରେ ନିଜର ପ୍ରଶଂସା କରିବା ଅହଙ୍କାର ବୋଲି ଜଣାଯାଏ ।

୫. ଯେଉଁ ପୁରୁଷ ସମସ୍ତଙ୍କୁ ଆଦର ଯତ୍ନ କରିଥାଏ , ତା ଉପରେ ଭଗବାନଙ୍କ କୃପା ରହିଥାଏ । ତା ସହିତ ହିଁ ତାଙ୍କ ମନରେ କାହାକୁ ନେଇ ଖରାପ ଭାବନା ଆସି ନଥାଏ ।

୬. ଯେଉଁ ବ୍ୟକ୍ତି ଧର୍ମର ରାସ୍ତାରେ ଚାଲି ଧନ ରୋଜଗାର କରିଥାଏ ,ମାନେ କିଛି ବି ଖରାପ କାମ କରି ବା ପାପ କରି ପଇସା ରୋଜଗାର କରି ନଥାଏ । ଏମିତି ଲୋକ ଭାଗ୍ୟରେ ଧନି ହୋଇଥାନ୍ତି ।

୭. ଯେଉଁ ପୁରୁଷ ନିଜ ଜୀବନରେ ଖୁସିରେ ରହିଥାଏ, ମାନେ ଯାହା ତା ପାଖରେ ଅଛି , ସେଥିରେ ସେ ସନ୍ତୁଷ୍ଟ ରହିଥାଏ , ସେ ବହୁତ ହିଁ ଭାଗ୍ୟଶାଳି ହୋଇଥାନ୍ତି ।

୮. ଶାସ୍ତ୍ର ଅନୁସାରେ , ଯିଏ ସକାଳୁ ଉଠି ବ୍ୟାୟାମ କରିଥାଏ , ତାଙ୍କ ଜୀବନ ଖୁସିରେ ରହିଥାଏ । ତା ସହିତ ସକାଳୁ ଉଠିଲେ ଭଗବାନଙ୍କର କୃପା ବରଷି ଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଆମର ଶାସ୍ତ୍ର ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *