ଚ୍ୟାଲେଞ୍ଜ ଜିତିବା ନିଶା ନେଲା ଜୀବନ, ଏକାବେଳକେ 150 ଟି ମୋମୋ ଖାଇ ଚାଲିଗଲା ବିପିନଙ୍କ ଜୀବନ… ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଘଟଣା

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଚ୍ୟାଲେଞ୍ଜ ଜିତିବାର ନିଶା ହେଲା କାଳ , ଏକାଥରେ ଖାଇଦେଲେ 150 ମୋମୋ ତାପରେ ଚାଲିଗଲା ଜୀବନ । ହଁ ଦର୍ଶକବନ୍ଧୁ କିଏ ବା ଜାଣିଥିଲେ ପ୍ରତିଯୋଗୀତା ଜିତିବା ନିଶା ମଣିଷ ଜୀବନକୁ ନେଇଯିବ । ଆମେ କହୁଛି ବିହାର ଗୋପାଲଗଞ୍ଜ ଜିଲ୍ଲାର ବିପିନ ତାଙ୍କ ସହ ପରିବାର ସହ ରୁହନ୍ତି । ବିପିନଙ୍କ ବୟସ ମାତ୍ର 25 ସେ ଏକ ଫୋନ ରିପୟରିଙ୍ଗ ଶପ୍ ରେ କାମ କରନ୍ତି ।

ସବୁଦିନ ପରି ମଙ୍ଗଳବାର ଦିନ ମଧ୍ୟ ସେ ଦୋକାନକୁ ଯାଇଥିଲେ କିନ୍ତୁ  ସେଠାରେ ତାଙ୍କ ସାଙ୍ଗମାନେ ଆସି ତାଙ୍କୁ ନେଇକି ଯାଇଥିଲେ । ପରେ ସାଙ୍ଗସାଥିମାନଙ୍କ ଭିତରେ ପ୍ରତିଯୋଗୀତା କରିବା ଯୋଜନା ଆସିଲା  ତେଣୁ ସେମାନେ କହିଥିଲେ ବିପିନ ଯଦି 150 ଟି ମୋମୋ ଖାଇବ ତେବେ ଚ୍ୟାଲେଞ୍ଜ ଜିତିବ ।

ବିପିନ ମୁଣ୍ଡରେ ଛଡିଗଲା ଜିତିବା ନିଶା ତେଣୁ 150 ଟି ମୋମୋ କୁ ସେ ଏକାଥରକେ ଖାଇଦେଇଥିଲେ ଏବଂ ଚ୍ୟାଲେଞ୍ଜକୁ ଜିତିଗଲେ ସତ କିନ୍ତୁ ସବୁଦିନ ପାଇଁ ଜୀବନକୁ ହରାଇବସିଲେ ବିପିନ । 150ଟି ମୋମୋ ଖାଇବାର ପରେ ବିପିନ ଆଉ ଗୋଟାଏ ପାଦବି ଆଗକୁ ଚାଲିପାରିଲେ ନାହିଁ ନିଜର ଅଚେତା ହରାଇ ତଳେ ପଡିଗଲେ ।

ବିପିନର ସାଙ୍ଗସାଥିମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇକି ଯାଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ସଂପୂର୍ଣ୍ଣ ଘଟଣା ବିପିନ ଘରଲୋକେ ଜାଣିବା ପରେ ସାଙ୍ଗସାଥିମନେ ମୋମୋ ରେ କିଛି ମିଶାଇ ଖୁଆଇଥିବା ଅଭିଯୋଗ କରିଥିଲେ । ଖବର ଜାଣିବା ପରେ ପୋଲିସ ଘଟଣା ସ୍ଥଳକୁ ଆସି ତଦନ୍ତ କରିବା ଆରମ୍ଭ କରିଥିଲା ।

ବିପିନକୁ ପରୀକ୍ଷା କରି ମୋମୋରେ କଣ ମିଶାଇ ଥିବେ ବୋଲି ଅନୁସନ୍ଧାନ କରୁଛନ୍ତି ତେବେ ଏବେ ଯାଏ ରିପୋର୍ଟ ଆସିନି । ତେବେ ଖେଳ ଖେଳ ନେଇଗଲା ବିପିନଙ୍କ ଜୀବନ ମାତ୍ର 25 ବର୍ଷ ବୟସରେ ତାଙ୍କୁ ଅପେରା ଦୁନିଆକୁ ଯିବାକୁ ପଡିଲା । ତେଣୁ କୋଣସି ଖେଳକୁ ଖେଳିବା ପୂର୍ବରୁ ଠାରେ ଟିଏ ଚିନ୍ତା କରିବା ଉଚିତ୍ । କାରଣ ମଣିଷ ଜୀବନ ବହୁମୂଲ୍ୟ ଅଟେ ଯାହା ଥରେ ଚାଲିଗଲେ କେବେ ଫେରିନଥାଏ। ତେବେ ପୋଲିସ ରିପୋର୍ଟ ଆସିବା ପରେ କଣ ହେଇଛି ବୋଲି କହିବେ ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *