‘ହେ ଇଏ କି କଥା ! ଚିଲିକାରେ ଆମକୁ ସନ୍ତୁଳା ଖାଇବାକୁ ଦେଲେ, ହେଲେ ମୁଁ…’ ଦେଖନ୍ତୁ ଏମିତି କାହିଁକି କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଚିଲିକା ପରିଭ୍ରମଣ ସହ ମା’ କାଳିଜାଈଙ୍କ ଦର୍ଶନ କରିଛନ୍ତି ବିଧାନସଭାର ବାଚସ୍ପତିଙ୍କ ସମେତ ବହୁ ବିଧାୟକ ଓ ମନ୍ତ୍ରୀ । ଶୁକ୍ରବାର ପୂର୍ବାହ୍ନ ୧୧ଟାରେ କଡ଼ା ସୁରକ୍ଷା ବଳୟରେ ୪ଟି ବସ୍‌ରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ୮୨ଜଣ ବିଧାୟକ ଓ ମନ୍ତ୍ରୀ ବଡ଼କୂଳସ୍ଥିତ ପାନ୍ଥନିବାସଠାରେ ପହଞ୍ଚି ଥିଲେ । ଖୋର୍ଦ୍ଧା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଜିଲାପାଳ ମନୋଜ କୁମାର ପାଢ଼ୀ ଓ ନୌସେନା ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ସେମାନଙ୍କୁ ସ୍ବାଗତ କରିଥିଲେ ।


ସେଠାରେ କିଛି ସମୟ ବିଶ୍ରାମ ନେବା ପରେ ପର୍ଯ୍ୟଟନ ବିଭାଗର ବୋଟ୍‌ରେ ମା’କାଳିଜାଈଙ୍କ ଦର୍ଶନ ପାଇଁ ଯାତ୍ରା କରିଥିଲେ । ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ କାଳିଜାଈ ପୀଠରେ ପହଞ୍ଚିଥିଲେ । ତେବେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକ ମାନେ ମା’ଙ୍କ ଦର୍ଶନ କରିଥିଲେ । ବାଚସ୍ପତି ମନ୍ଦିରର ପାରିପାର୍ଶ୍ୱିକ ସ୍ଥିତି ପରଖି ଥିଲେ ।

ମନ୍ଦିରର ଉନ୍ନତୀ କରଣ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆଗେଇବାକୁ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ପରାମର୍ଶ ଦେଇଥିଲେ । ମନ୍ଦିର ର ଚାରି ପାର୍ଶ୍ଵରେ ଖୋଲା ଛାତ ନିର୍ମାଣ କରାଯିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ମନ୍ତ୍ରୀ ପାଣିଗ୍ରାହୀ କହିଥିଲେ । ପର୍ଯ୍ୟଟକ ମାନେ ମନ୍ତ୍ରୀ ଓ ବିଧାୟକଙ୍କ ସହିତ ସେଲ୍ଫି ନେଉଥିବା ଦେଖିବାକୁ ମିଳିଥିଲା । ପରେ ବାଚସ୍ପତି ଓ ଅନ୍ୟମାନେ ବୋଟରେ ବଡକୂଳ ପାନ୍ଥ ନିବାସରେ ପହଞ୍ଚିଥିଲେ ।

ଏହାପରେ ଚିଲିକାସ୍ଥିତ ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ର(ଆଇଏନ୍‌ଏସ୍‌) ଅଭିମୁଖେ ବାହାରିଥିଲେ । ସେଠାରେ ପହଞ୍ଚିବା ପରେ ନୌସେନା ପକ୍ଷରୁ ସେମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଉକ୍ତ କେନ୍ଦ୍ରରେ ପ୍ରତିରକ୍ଷା ମୂଳକ ସମରାଭ୍ୟାସ ଦେଖିଥିଲେ । ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ରର କମୋଡର ଏନ୍‌.ପି. ପ୍ରଦୀପ ପ୍ରତିରକ୍ଷା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ସମ୍ପର୍କରେ ସୂଚନା ଦେଇଥିଲେ ।

ତେବେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପ୍ରଶିକ୍ଷଣ କେନ୍ଦ୍ର ପାଇଁ ଭାରତବର୍ଷରେ ଓଡ଼ିଶା ଗର୍ବିତ ବୋଲି ବାଚସ୍ପତି ପାତ୍ର କହିଥିଲେ । ପରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନେ ଯୋଗ ଦେଇଥିଲେ । ସନ୍ଧ୍ୟାରେ ସମସ୍ତ ସଦସ୍ୟ ଭୁବନେଶ୍ୱରକୁ ଫେରି ଯାଇଥିଲେ । ତେବେ କିନ୍ତୁ ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ଓ ବିଧାୟକ ସୁର ରାଉତ ନିଜର ଏକ ଇନ୍ଟର୍ଭିୟୁ ରେ କହିଛନ୍ତି କି ସବୁ ବୁଲାବୁଲି ଭଲ ଲାଗିଲା ଖୁସି ଲାଗିଲା କିନ୍ତୁ ଖାଇବାରେ ମୁଁ ସନ୍ତୁଷ୍ଟ ହେଲି ନାହିଁ ।

ଆମେ ଚିଲିକା ଯାଇଥିଲୁ ସେଠି ମାଛ,କଙ୍କଡା,ଚିଙ୍ଗୁଡ଼ି ଦେଇଥାନ୍ତେ କିନ୍ତୁ ଆମକୁ ଦୁଇ ତିନି ପ୍ରକାରର ସନ୍ତୁଳା ଦେଉଛନ୍ତି ଡାଲି ଦେଉଛନ୍ତି । ତେବେ ମୁଁ ଖାଇବା ଛୁଇଁ ଦେଇ ଚିଲିକା ହୋଟେଲ କୁ ଯାଇ ସେଠାରେ ଆଇଁସ ଖାଇକି ଆସିଲୁ ତେବେ ଆମେ ହେଉଛୁ ଖାଦ୍ୟ ପ୍ରିୟ ଅଳ୍ପ ଖାଇବୁ କିନ୍ତୁ ଭଲ ଖାଇବୁ । ଏହା ଛଡା ଆମେ ଟିକେ ଆଇଁସ ପ୍ରିୟ ତେଣୁ ସାଧା ଖାଇବା ପସନ୍ଦ ନୁହେଁ ଏବଂ ତାହା ଫୁଣି ଚିଲିକା ଯାଇକି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *