ଚନ୍ଦା ମୁଣ୍ଡରେ 100 % କେଶ ଉଠିବ, କେଶ ଝଡ଼ିବା ବି ବନ୍ଦ ହେବ, କେବଳ କରନ୍ତୁ ଏହି ଉପାୟ (Hairfall Treatment)

ବନ୍ଧୁଗଣ, ବିଭିନ୍ନ ପ୍ରକାରର କାରଣ ଯୋଗୁଁ ଆମ୍ଭର କେଶ ଝଡିଥାଏ । ବହୁତ ଦିନରୁ ଯଦି ଆପଣଙ୍କ କେଶ ଝଡିବା ଭଳି ସମସ୍ୟା ରହିଅଛି ତେବେ ଆପଣଙ୍କ କେଶ ଝଡି ଝଡି ଆପଣ ଚନ୍ଦା ହୋଇ ଜୀବେଣୀ । ଆଜି ଆମ୍ଭେ ଆପଣ ମାନଙ୍କ ନିମନ୍ତେ ଏଭଳି ଏକ ଆୟୁର୍ବେଦିକ ଉପଚାର ନେଇ ଆସିଛୁ ଯାହା ଆପଣଙ୍କ କେଶ ଝଡିବା ଭଳି ସମସ୍ୟା କୁ ଦୂର କରିବା ସହିତ ଆପଣଙ୍କ ଚନ୍ଦା ମୁଣ୍ଡରେ ମଧ୍ୟ କେଶ ଉଠାଇବ । ଏହା ବହୁତ ଚମତ୍କାରୀ ଘରୋଇ ଉପଚାର ଅଟେ । ଆସନ୍ତୁ ବର୍ତ୍ତମାନ ଜାଣିବା ଏହି ବିଶେଷ ଉପଚାର ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

କେଶ ସମସ୍ୟା ଦୂର କରିବା ନିମନ୍ତେ ଆପଣଙ୍କୁ ପ୍ରଥମେ ଯେଉଁ ସାମଗ୍ରୀ ର ଆବଶ୍ୟକ ହେବ ତାହା ହେଉଛି ଡାଳିମ୍ବ ଗଛ ର ପତ୍ର । ଏହା ଆପଣଙ୍କ ବହୁତ ସହଜରେ ମିଳିଯାଇପାରେ । ଆପଣ ୧୦୦ ଗ୍ରାମ ପାଖାପାଖି ଡାଳିମ୍ବ ପତ୍ର ନିଅନ୍ତୁ । ଆପଣ ଏହି ୧୦୦ ଗ୍ରାମ ଡାଳିମ୍ବ ପତ୍ର କୁ ଭଲ ଭାବରେ ବାଟି ତାହାର ଏକ ପେଷ୍ଟ ବନାନ୍ତୁ । ଆପଣ ଗ୍ରାଇଣ୍ଡରେ ଅଳ୍ପ ପାଣି ଦେଇ ଏହାକୁ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ ।

ଏହା ପରେ ଏହି ପତ୍ରର ରସ କୁ ଆପଣ ଏକ ପାତ୍ର ମଧ୍ୟକୁ ଛାଣି ବାହାର କରି ଦିଅନ୍ତୁ । ଏହାପରେ ଆପଣ ଏକ ପାତ୍ର ରେ ଛଣିଥିବା ଡାଳିମ୍ବ ପତ୍ରର ଖଦଡା ଅଂଶ କୁ ପକାନ୍ତୁ । ଏଥିରେ ଆପଣ ୨୫୦ ରୁ ୫୦୦ ml ସୋରିଷ ତେଲ କୁ ଭଲ ଭାବରେ ମିଶାନ୍ତୁ । ବର୍ତ୍ତମାନ ଆପଣ ଏହି ୨ ଟି ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହା ଭଲ ଭାବରେ ମିଶିଲା ପରେ ଆପଣ ଏଥିରେ ଡାଳିମ୍ବ ପତ୍ରର ରସ ଯେଉଁ ପାତ୍ରକୁ ବାହାର କରିଥିଲେ, ତାହାକୁ ଆଣି ଭଲ ଭାବରେ ମିଶାନ୍ତୁ ।

ଏହି ୩ ଟି ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଗ୍ୟାସ ରେ ଏକ ପାତ୍ର ବସାଇ ଏହି ମିଶ୍ରଣକୁ ଧିମା ଆଞ୍ଚରେ ଭଲ ଭବରେ ଫୁଟାନ୍ତୁ । ଆପଣ ଏହାକୁ ୫ ରୁ ୭ ମିନିଟ ଫୁଟାଇ ସାରିବା ପରେ ଗ୍ୟାସ କୁ ବନ୍ଦ କରି ନିଅନ୍ତୁ । ଏହାପରେ ଏହି ତେଲ କୁ ଥଣ୍ଡା କରି ଗୋଟିଏ ପାତ୍ର କୁ ଛାଣି ବାହାର କରି ଦିଅନ୍ତୁ । ଏହାକୁ ଆପଣ ସପ୍ତାହରେ ୩ ଦିନ ରାତିରେ ନିଜ କେଶ ରେ ମାଲିସ କରି ଶୁଅନ୍ତୁ ଏବଂ ସକାଳେ କୌଣସି ଆୟୁର୍ବେଦିକ ସାମ୍ପୋ ସାହାର୍ଯ୍ୟ ରେ ନିଜ ମୁଣ୍ଡ କୁ ଧୋଇ ନିଅନ୍ତୁ । ବନ୍ଧୁଗଣ ଆପଣଙ୍କୁ ଖୁବ କମ ଦିନ ମଧ୍ୟରେ ଏହାର ଲାଭ ନଜର ଆସିବ । ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *