Chanakya Neeti- ଚାଣକ୍ୟଙ୍କର ଏହି 5 ଟି ନିୟମ ପାଳନ କରନ୍ତୁ, ଜୀବନରେ କେବେ ବି ଟଙ୍କାର ଅଭାବ ରହିବ ନାହିଁ

ବନ୍ଧୁଗଣ ଦୁନିଆରେ ସମସ୍ତ ମଣିଷ ନିଜ ଜୀବନରେ ସଫଳତା ପାଇବା ପାଇଁ ଚାହିଁଥାନ୍ତି । ସେଥିପାଇଁ ମଣିଷ ରାତି ଦିନ କଠିନ ପରିଶ୍ରମ ମଧ୍ୟ କରିଥାଏ । ହେଲେ ସେମାନଙ୍କୁ ସଫଳତା ମିଳି ନଥାଏ । ସଫଳତା ନ ମିଳିବାରୁ ଲୋକମାନେ ନିଜ ଜୀବନରେ ହତାସ ଅନୁଭବ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟଙ୍କର ଏପରି କିଛି ବିଚାର ଧାରା ବିଷୟରେ କହିବୁ ଯାହାକୁ ଜାଣିବା ପରେ ଆପଣ ନିଜ ଜୀବନରେ ସଫଳତା ହାସଲ କରିବେ । ଏହା ଆପଣଙ୍କ ଜୀବନରେ ବହୁତ ସହାୟକ ମଧ୍ୟ ହେବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ । ଚାଣକ୍ୟଙ୍କର ଅନ୍ୟ ନାମ ହେଉଛି କୌଟଲ୍ୟ । ମୋର୍ଯ୍ଯ ସମ୍ରାଜ୍ୟର ସ୍ଥାପନା ଓ ଚନ୍ଦ୍ରଗୁପ୍ତ ମୋର୍ଯ୍ଯଙ୍କର ରାଜା ହେବା ପଛରେ ଚାଣକ୍ୟଙ୍କର ତୀବ୍ର ବୁଦ୍ଧିର ବହୁତ ବଡ ଅବଦାନ ରହିଥିଲା । ଚନ୍ଦ୍ର ଗୁପ୍ତ ମୋର୍ଯ୍ଯଙ୍କର ମହାମନ୍ତ୍ରୀ ହେବା ପରେ ମଧ୍ୟ ଚାଣକ୍ୟ ବହୁତ ସାଧାରଣ ଜୀବନ ଯାପନ କରୁଥିଲେ ।

ଚାଣକ୍ୟ ଚାଣକ୍ୟ ନୀତି ଓ ଅର୍ଥ ଶାସ୍ତ୍ରର ରଚନା କରିଥିଲେ । ଚାଣକ୍ୟ ନୀତିରେ ଏମିତି କିଛି ଅମୂଲ୍ୟ ବଚନ କୁହାଯାଇଛି ଯାହା ମଣିଷ ଜୀବନକୁ ପରିବର୍ତ୍ତନ କରିପାରେ ଓ ଆପଣଙ୍କୁ ସଫଳ ମଧ୍ୟ କରିପାରେ । ତେବେ ଆସନ୍ତୁ ଜାଣିବା ଚାଣକ୍ୟଙ୍କର ସେହି ସବୁ ବିଚାର ଧାରା ବିଷୟରେ ।

୧. ଚାଣକ୍ୟଙ୍କ ମତରେ ମୂର୍ଖ ଲୋକଙ୍କ ସହ କେବେ ହେଲେ ବିବାଦ କରିବା ଉଚିତ ନୁହେଁ । କାରଣ ମୂର୍ଖ ଲୋକଙ୍କ ସହ ବିବାଦ କରିଲେ ସମୟ ନଷ୍ଟ ହୋଇଥାଏ ।


୨. ଚାଣକ୍ୟଙ୍କର ଦ୍ଵିତୀୟ ବିଚାର ଧାରା ହେଉଛି କଠିନ ପରିସ୍ଥିତିର ସାମ୍ନା କରିବା ସମୟରେ ନିଜ ଲକ୍ଷକୁ ଛାଡିବା ଉଚିତ ନୁହେଁ । କାରଣ ଭାଗ୍ୟ ମଧ୍ୟ ସେହି ଲୋକଙ୍କର ସହାୟତା କରିଥାଏ ଯେଉଁ ମାନେ ନିଜ ଲକ୍ଷ ଉପରେ ଧ୍ୟାନ ଦେଇଥାନ୍ତି ।

୩. ଚାଣକ୍ୟଙ୍କର ତୃତୀୟ ନିୟମ ହେଉଛି ଯେଉଁ ଲୋକ ଆପଣଙ୍କ ସହ ବାର୍ତ୍ତାଳାପ କରିବା ସମୟରେ ଏପଟ ସେପଟ ଚାହିଁଥାଏ, ସେହି ଲୋକ ମାନଙ୍କ ଉପରେ କେବେ ହେଲେ ବିଶ୍ଵାସ କରିବା ଉଚିତ ନୁହେଁ । କାରଣ ସେହି ବ୍ୟକ୍ତି ଜଣକ ବହୁତ ଚତୁର ଅଟେ ଆପଣଙ୍କୁ ଦିନେ ନା ଦିନେ ନିଶ୍ଚୟ ଧୋକା ଦେଇପାରେ । ତେଣୁ ଆପଣ ଏହିପରି ମଣିଷ ମାନଙ୍କ ଠାରୁ ସାବଧାନ ରୁହନ୍ତୁ, ଏହା ଦ୍ଵାରା ଆପଣଙ୍କ ଜୀବନ ସଫଳ ହେବ ।

୪. ଚାଣକ୍ୟଙ୍କର ଚତୁର୍ଥ ଚିନ୍ତାଧାରା ହେଉଛି ନିଜର ଆଗାମୀ ଯୋଜନା ବିଷୟରେ କୌଣସି ଲୋକଙ୍କୁ ସୂଚନା ଦିଅନ୍ତୁ ନାହିଁ । ନିଜ ଯୋଜନାକୁ ସଫଳ କରିବା ପର୍ଯ୍ୟନ୍ତ ନିଜ ମଧ୍ୟରେ ଗୁପ୍ତ ରଖିବା ନିହାତି ଆବଶ୍ୟକ ।

୫. ଚାଣକ୍ୟଙ୍କ ପଞ୍ଚମ ବା ଶେଷ ଚିନ୍ତାଧାରା ହେଉଛି ମଣିଷର କର୍ମ ତାର ଦୁଃଖ ଓ ସୁଖର କାରଣ ହୋଇଥାଏ । କାରଣ ମଣିଷ ନିଜ କର୍ମ ଅନୁଯାୟୀ ଫଳ ପାଇଥାଏ । ତେଣୁ ଆପଣଙ୍କୁ ନିଜ ଜୀବନରେ ସବୁବେଳେ ଭଲ କର୍ମ କରିବା ନିହାତି ଆବଶ୍ୟକ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *