କୋଭିଡ ପାଇଁ 40 ଲକ୍ଷ ଦାନ କଲେ Abhishek ଙ୍କ ପତ୍ନୀ, ଆଉ କହିଲେ କହିଲେ ‘ମୋ ସ୍ଵାମୀ ତ ରହିଲେନି …’ ଶୁଣିଲେ ଆପଣ ବି କରିବେ ଗର୍ବ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଭିଷେକ ମହାପାତ୍ରଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ । ଗତ ଦୁଇ ବର୍ଷ ହେବ ଦେଶରେ କରୋନା ମହାମାରୀ ଅନେକ କ୍ଷୟ କ୍ଷତି କରିଛି । କରୋନା ପାଇଁ ଅନେକ ଲୋକ ନିଜ ଜୀବନ ଓ ଜୀବିକା ହରାଇ ଛନ୍ତି । ତେବେ ବନ୍ଧୁଗଣ ଅଭିଷେକ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଯିଏ କରୋନା ପାଇଁ ଆଜି ଆମ ମାନଙ୍କ ମଧ୍ୟରେ ନାହାନ୍ତି । ଅଭିଷେକଙ୍କୁ ଗତ ବର୍ଷ କରୋନାରେ ଚିହ୍ନଟ ହୋଇଥିଲେ ।

ବିବାହ କରିବାର କିଛି ଦିନ ପରେ ସେ କରୋନାରେ ଚିହ୍ନଟ ହେଲେ । ଭାଇରସ ତାଙ୍କ ଫୁସଫୁସକୁ ଆକ୍ରାନ୍ତ କରିଦେଇଥିଲା ଯାହାଫଳରେ ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଥିଲା । ସେହି ସମୟରେ ଅଭିଷେକଙ୍କ ପରିବାରର ଆର୍ଥିକ ଅବସ୍ଥା ବହୁତ ଦୁର୍ବଳ ଥିଲା ତେଣୁ ତାଙ୍କ ପତ୍ନୀ ଓଡିଶା ବାସୀଙ୍କୁ ଟଙ୍କାର ସହାୟତା ମାଗିଥିଲେ ।

ଓଡିଶା ବାସୀ ଅଭିଷେକଙ୍କୁ ସାହାର୍ଯ୍ୟ କରିବା ପାଇଁ ହାତ ବଢାଇଥିଲେ ଓ ଅଭିଷେକଙ୍କର ଇକମୋ ଚିକିତ୍ସା ଆରମ୍ଭ ହୋଇଥିଲା । ତିନି ଚାରି ମାସ ଚିକିତ୍ସା ଚାଲିବା ପରେ ସେ ଚାଲିଯାଇଥିଲେ । ବନ୍ଧୁଗଣ ଅଭିଷେକ ଯିବା ପରେ ତାଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ତେବେ ବର୍ତ୍ତମାନ ଅଭିଷେକଙ୍କ ପତ୍ନୀ କରୋନା ପାଇଁ ଟଙ୍କା ଦାନ କରିଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଅଭିଷେକଙ୍କ ପତ୍ନୀ କହିଛନ୍ତି-‘ମୋ ସ୍ଵାମୀଙ୍କର ଚିକିତ୍ସା ପାଇଁ ଆସିଥିଲା ଟଙ୍କା ଆପଣ ମାନେ ବହୁତ ମାତ୍ରାରେ ମୋତେ ସାହାର୍ଯ୍ୟ କରିଛନ୍ତି । ଦୀର୍ଘ ତିନି ଚାରି ମାସ ପରେ ତାଙ୍କର ନିଧନ ହୋଇଥିଲା । ଏହା ପରେ ବି ମୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଆସିଛି ଦାନ କରିବାକୁ କି କରୋନା ସମୟରେ ବହୁତ ପରିବାର ମୋ ଭଳିଆ ପରିସ୍ଥିତି ଦେଇ ଗତି କରୁଛନ୍ତି’ ।

ଆଗକୁ ସେ କହିଛନ୍ତି-‘ସେମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ମୁ ଆସିଛି । ଏଠି ଜିଲ୍ଲାପାଳଙ୍କ ମାଧ୍ୟମରେ ଆମେ ସିଏମ ଫଣ୍ଡକୁ 30 ଲକ୍ଷ ଓ ଭଦ୍ରକ ଜିଲ୍ଲା ରେଡ କ୍ରଶକୁ 10 ଲକ୍ଷ ଟଙ୍କା ଦେଇଛୁ’ । ତେବେ ବନ୍ଧୁଗଣ ଏହି ପରି ଭାବରେ ଅଭିଷେକଙ୍କ ସ୍ତ୍ରୀ ନିଜ ସ୍ଵାମୀଙ୍କୁ ହରାଇବା ପରେ 40 ଲକ୍ଷ ଟଙ୍କା ଦାନ କରିଛନ୍ତି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *