ମୁଣ୍ଡ ବାଡେଇ କାନ୍ଦି କାନ୍ଦି ନ୍ୟାୟ ମାଗୁଛି ମା’ ‘ଝିଅ ଯାଇଥିଲା ଶୌଚ ଛକି ବସିଥିଲା ମନ୍ତ୍ରୀ ପୁଅ’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଝିଅଟି ଶୌଚ ହେବାକୁ ଯାଉଥିବା ସମୟରେ ମନ୍ତ୍ରୀ ପୁଅ ଛକି ବସି ରହିଥିଲା । ମୋ ଝିଅକୁ ବ-ଇଶ ପିଆଇ ମ-ଆରି ପକାଇଲା । ତେବେ ଏଭଳି କି ଅଭାବନୀୟ ପରିସ୍ଥିତି କଟକର ବାଙ୍କି ଥାନା ଅନ୍ତର୍ଗତ ବିଲିମନ୍ତ୍ରୀ ଗ୍ରାମରେ ଦେଖିବାକୁ ମିଳିଛି । ତେବେ ପୀଡ଼ିତା ଝିଅଙ୍କ ମା’ ଙ୍କ ଅଭିଯୋଗ ଅନୁସାରେ ଗତ ସୋମବାର ଦିନ ମୁଁ ଆଉ ମୋ ଝିଅ କ୍ଷେତକୁ ଯାଇଥିଲୁ । ସେଠାରେ ଝିଅ ଶୌଚ ହେବାକୁ ଯିବ ବୋଲି କହି ପାଖ ପୋଖରୀକୁ ଯାଇଥିଲା ।

ସେଠାରେ କିଛି ଦୁର୍ବୁତ୍ତ ମୋ ଝିଅକୁ ଆସି ଟ-ଣାଭି-ଡା କରିଥିଲେ । ତାପରେ ଝିଅ ଜଣଙ୍କୁ ପୋକମରା ବ-ଇଶ ପିଆଇ ଦେଇଥିଲେ । ତାପରେ ଝିଅ ସେଠାରୁ ଜୀବନ ବିକଳେ ମା’ ପାଖକୁ ଦୌଡି ଆସିଥିଲା । ଝିଅର ଏପରି ଅବସ୍ଥା ଦେଖି ଝିଅକୁ କଟକ ସ୍ଥିତ ବଡ ମେଡିକାଲକୁ ଆଣି ଚିକିତ୍ସା କରାଇଥିଲେ । ତାପରେ ସେଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଝିଅଟିର ମୃ-ତ୍ୟୁ ଘଟିଥିଲା ।

ତେବେ ଝିଅର ଏପରି ଘଟଣା ଘଟିବା ଦେଖି ବିଚରା ମା’ ଟି ବୁକୁ ଫାଟଇ କାନ୍ଦୁଛି । ତେବେ ନିଜ ଝିଅ ଶୀତଳର ଏପରି ଅବସ୍ଥା କରିଥିବା ଲୋକଙ୍କୁ ଦଣ୍ଡ ଦେବା ସହ ଝିଅକୁ ନ୍ୟାୟ ଦେବା ପାଇଁ ବାଙ୍କି ଥାନାରେ ଶୀତଲଙ୍କର ବାପା ଓ ମା’ ମୃ-ତ ଝିଅର ଶରୀରକୁ ନେଇ ଧାରଣା ଦେଇଛନ୍ତି ।

ତେବେ ସୂଚନା ମୁତାବକ କିଛି ଦିନ ତଳେ ପରକୀୟା ପ୍ରେମକୁ ନେଇ ବିଲି ମନ୍ତ୍ରୀ ଗ୍ରାମରେ ୨ ପରିବାର ମଧ୍ୟରେ କଳହ ଲାଗିଥିଲା । ଯେଉଁ ରାଗ ରଖି କାମଦେବ ଘର ଉପରେ ସେହି ଗ୍ରାମର କିଛି ଲୋକେ ଶତ୍ରୁତା ରଖିଥିଲେ । ତେବେ ପୂର୍ବରୁ ମଧ୍ୟ ଝିଅକୁ ବ-ଇଶ ପିଆଇ ହତୟଆ କରିଥିବା ଦୁର୍ବୁତ୍ତ ମାନେ ଝିଅର ବାପା କାମଦେବଙ୍କୁ ନିଜ ପରିବାରକୁ ନେଇ ଗ୍ରାମରୁ ଚାଲିଯିବା ପାଇଁ ଧମକ ଦେଇଥିଲେ ।

ଯଦି ଗ୍ରାମ ଛାଡି ପରିବାରକୁ ନେଇ ଗ୍ରାମରୁ ନଯାଅ । ତେବେ ଏପରି କିଛି କାଣ୍ଡ ଘଟିବ ବୋଲି ମଧ୍ୟ ଦୁର୍ବୁତ୍ତ ମାନେ ଧମକ ଦେଇଥିଲେ । ତେବେ ପୀଡ଼ିତା ଝିଅଟିର ଚିକିତ୍ସା ସମୟରେ ଦେହାନ୍ତ ଘଟିଥିବାରୁ ଝିଅର ବାପା ଓ ମା’ ଝିଅକୁ  ନ୍ୟାୟ ଦେବା ପାଇଁ ଥାନା ଆଗରେ ଧାରଣା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *