ବ୍ୟକ୍ତି ଠାରେ ଏହି ସବୁ ଲକ୍ଷଣ ଥିଲେ, ସେମାନଙ୍କ ଉପରେ ଭଗବାନ ମହାଦେବଙ୍କର ବିଶେଷ କୃପା ରହିଥାଏ… Vidur Neeti

ବନ୍ଧୁଗଣ ଦେବଙ୍କର ଦେବ ହେଉଛନ୍ତି ମହାଦେବ । ପ୍ରଭୁ ଶିବଙ୍କୁ ଭୋଳାନାଥ ମଧ୍ୟ କୁହାଯାଇଥାଏ । ପ୍ରଭୁ ଭୋଳାନାଥ ନିଜ ଭକ୍ତ ମାନଙ୍କ ଠାରେ କୌଣସି ଭେଦଭାବ କରନ୍ତି ନାହିଁ । ତେବେ ଯେଉଁ ଲୋକଙ୍କ ପାଖରେ ଏହି ସବୁ ଲକ୍ଷଣ ଦେଖିବାକୁ ମିଳିଥାଏ । ସେହି ଲୋକଙ୍କ ଉପରେ ଭଗବାନ ଶଙ୍କରର କୃପା ରହିଛି ବୋଲି ଜାଣି ନିଅନ୍ତୁ । ଯେଉଁ ବ୍ୟକ୍ତି ଉପରେ ପ୍ରଭୁ ଶିବଙ୍କର ଆଶ୍ରୀବାଦ ରହିଥାଏ । ସେହି ବ୍ୟକ୍ତିର କେହି କିଛି ମଧ୍ୟ କ୍ଷତି କରିପାରିନଥାଏ । ତେବେ ବ୍ୟକ୍ତି ଠାରେ ଏପରି କେଉଁ ସବୁ ଲକ୍ଷଣ ଥିଲେ ସେହି ବ୍ୟକ୍ତି ଉପରେ ପ୍ରଭୁ ଶିବଙ୍କର କୃପା ରହିଛି ବୋଲି ଜାଣିପାରିବା ଚାଲନ୍ତୁ ଜାଣିବା ।

1- ଯେଉଁ ବ୍ୟକ୍ତିଙ୍କ ଉପରେ ଭଗବାନ ମହାଦେବଙ୍କର କୃପା ରହିଥାଏ । ସେହି ବ୍ୟକ୍ତି ସାଧାରଣ ଜୀବନ ବଞ୍ଚିବାରେ ପସନ୍ଦ କରିଥାଏ । ନିଜର ଅଯଥା ପ୍ରଶଂଷା ବା ଗୁଣଗାନ ସବୁବେଳେ ଅନ୍ୟ ମାନଙ୍କ ଆଗରେ କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ଅନ୍ୟକୁ ନୀଚା ମଧ୍ୟ ଦେଖାଇ ନଥାନ୍ତି । ସମସ୍ତଙ୍କ ସହ ମିଳିମିଶି ଚଳିବାକୁ ପସନ୍ଦ କରିଥାନ୍ତି। କେବେବି ଅନ୍ୟ ସହ କଟୁ ଶବ୍ଦ ପ୍ରୟୋଗ କରି କଥା ବାର୍ତ୍ତା କରିବାକୁ ବି ଭଲ ପାଇନଥାନ୍ତି । ଏମାନେ ଅନ୍ୟ ମାନଙ୍କର କୌଣସି ପ୍ରକାରର ମଧ୍ୟ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିନଥାନ୍ତି । କି କାହାର ଅପମାନ ମଧ୍ୟ କରନ୍ତି ନାହିଁ ।

2- ଯେଉଁ ଲୋକ ମାନେ ଭଗବାନ ଶିବଙ୍କର କୃପା ପ୍ରାପ୍ତ ହୋଇଥାନ୍ତି । ସେହି ଲୋକମାନେ ପଶୁପକ୍ଷୀ ତଥା ପ୍ରକୃତି ପ୍ରେମୀ ହୋଇଥାନ୍ତି । ଏମାନେ କୌଣସି ବି ନିରୀହ ଜୀବ ଉପରେ ଅନ୍ୟାୟ, ଅତ୍ୟାଚାର କରନ୍ତି ନାହିଁ ।

3- ଯେଉଁ ବ୍ୟକ୍ତି ପାଖରେ ବୁଦ୍ଧି, ବିଦ୍ୟା, ଧନ ଟଙ୍କା ସବୁ ଥାଇ ମଧ୍ୟ କେବେବି ନିଜ ମନରେ ଅହଂକାର ଭାବ ଆଣିନଥାଏ । ସେହି ବ୍ୟକ୍ତିଙ୍କ ଉପରେ ସବୁବେଳେ ଭଗବାନ ମହାଦେବଙ୍କର ଆଶ୍ରୀବାଦ ରହିଥାଏ । ଏପରି ଲୋକ ସବୁବେଳେ ଭଗବାନଙ୍କର ପ୍ରିୟ ହୋଇ ରହିଥାନ୍ତି ।

4- ଏହି ଲୋକମାନେ ଅନ୍ୟକୁ ସାହାଜ୍ଯ କରିବାରେ କେବେବି ହେଳା କରନ୍ତି ନାହିଁ । ସର୍ବଦା ପରୋପକାରୀ ହୋଇ ରହିଥାନ୍ତି । ନିଜ ସକ୍ଷମ ଅନୁସାରେ ଦୁଃଖୀ ଦରିଦ୍ରଙ୍କୁ ଦାନ ଆଦି କରିଥାନ୍ତି । ଜୀବନରେ ଯେ କୌଣସି ଜଟିଳ ପରିସ୍ଥିତି ଆସିଲେ ମଧ୍ୟ ହାରିନଯାଇ ପରିସ୍ଥିତିକୁ ସାମ୍ନା କରିବାର ସାହାସ ରଖିଥାନ୍ତି ।

ତେବେ ଏହି ସବୁ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିଙ୍କ ଠାରେ ପ୍ରଭୁ ଭୋଳାନାଥଙ୍କର ବିଶେଷ କୃପା ଦ୍ରୁଷ୍ଟି ରହିଥାଏ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଏଥିସହ କମେଣ୍ଟରେ ହର ହର ମହାଦେବ ମଧ୍ୟ ଲେଖିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *