ବ୍ରଣରେ ନଖ ମାରନ୍ତୁ ନାହିଁ- ଜାଣନ୍ତୁ କେମିତି ଭଲ ହେବ ? Dr Subhransu Sekhar Pattnaik 

ବନ୍ଧୁଗଣ ବ୍ରଣ ହେଉଛି ଏକ ସାଧାରଣ ସମସ୍ୟା । ଏହା ଅଧିକାଂଶ ଲୋକଙ୍କୁ ମଧ୍ୟରେ ଦେଖାଦେଇଥାଏ । ଏହା ଅଧିକାଂଶ କିଛି ନିର୍ଦ୍ଧିଷ୍ଟ ବୟସ ବା କାରଣ ପାଇଁ ହୋଇଥାଏ । ବନ୍ଧୁଗଣ ମୁହଁରେ ବ୍ରଣ ହେବା ଦ୍ଵାରା ଆମ ମୁହଁ ଅସୁନ୍ଦର ଦେଖାଯାଇଥାଏ । ହେଲେ ବ୍ରଣ ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ କଥା ରହିଛି ଯାହାର ପାଳନ କରିଲେ ଆପଣ ନିଜ ମୁହଁରୁ ଅତି ସହଜରେ ବ୍ରଣ ଦୂର କରିପାରିବେ । ଆଜି ଆମେ ଆପଣ ମାନଙ୍କୁ ବ୍ରଣ ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ କଥା ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ବ୍ରଣ ସହ କେବେ ଖେଳିବେ ନାହିଁ ଏହା ଏକ ସାଧାରଣ ସମସ୍ୟା ତେଣୁ ଏହା ଆପେ ଆପେ ଆସେ ଓ ଚାଲିଯାଇ ଥାଏ । ଯଦି ବ୍ରଣକୁ ଆପଣ ହାତ ଲଗାଇବେ ତା ହେଲେ ସେହି ସ୍ଥାନରେ ଦାଗ କିମ୍ବା ଖାଲ ହୋଇପାରେ । ସାଧାରଣତଃ ମହିଳା ମାନେ ଅଧିକ କସମେଟିକ କ୍ରିମ ଓ ଅନ୍ୟାନ୍ୟ ଜିନିଷର ବ୍ୟବହାର କରନ୍ତି । ତେଣୁ ଆପଣ ମାନେ ଏହାକୁ ନିଜ ମୁହଁରେ କମ ଲଗାନ୍ତୁ । ଯଦି ଆପଣ କୌଣସି ପାର୍ଟିରେ ଯାଉଛନ୍ତି ତା ହେଲେ ଘରକୁ ଆସି ଭଲ ଭାବରେ ନିଜ ମୁହଁ ଧୋଇ ଦିଅନ୍ତୁ ।

ବ୍ରଣ ଦୂର କରିବା ପାଇଁ ଆପଣ ମନ ଇଛା କୌଣସି ଫେସକ୍ରିମ ବା ଫେସୱାସର ବ୍ୟବହାର କରନ୍ତୁ ନାହିଁ । ଏହି ସବୁ ଜିନିଷରେ କେମିକାଲ ମିଶି ଥାଏ ଯାହା ଆପଣଙ୍କ ଚେହେରାକୁ ଅଧିକ ଖରାପ କରିଦିଏ । ବ୍ରଣ ଦୂର କରିବା ପାଇଁ ଆପଣ ମାନେ ନିଜ ଖାଦ୍ୟ ପେୟ ଉପରେ ମଧ୍ୟ ଅଧିକ ଧ୍ୟାନ ଦେବାକୁ ପଡିବ । ଆପଣ ମାନେ ଅଧିକ ତେଲ ମସଲା ଜାତୀୟ ଖାଦ୍ୟ ଓ ଦୁଗ୍ଧ ଜାତୀୟ ଦ୍ରବ୍ୟର ସେବନ କରନ୍ତୁ ନାହିଁ ।

ଏହି ଦୁନିଆରେ ଥିବା ସମସ୍ତ ମଣିଷଙ୍କ ଜୀବନରେ ଚିନ୍ତା ରହିଥାଏ । ତେଣୁ ଆପଣ ମାନେ ଚିନ୍ତାରେ ନରହିବା ପାଇଁ ଚେଷ୍ଟା କରନ୍ତୁ । କମ ସେ କମ ୮ ଘଣ୍ଟା ଭଲରେ ନିଦ୍ରା ନିଅନ୍ତୁ । ଯଦି ଆପଣ ଖରାରେ ବୁଲୁଛନ୍ତି ତା ହେଲେ ଆପଣ ଏକ ଭଲ ସନସ୍କ୍ରିନର ବ୍ୟବହାର ନିଶ୍ଚୟ କରନ୍ତୁ । ଯଦି ଆପଣଙ୍କ ମୁହଁରେ ଅଧିକ ବ୍ରଣ ହେଉଛି ତା ହେଲେ ଆପଣ ନିଜ ଘର ପାଖରେ ଥିବା ସ୍କିନ ଡାକ୍ତରଙ୍କ ଠାରୁ ଏହାର ଉପଚାର ନିମନ୍ତେ ପରାମର୍ଶ ନିଅନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *