ନିଜ ଅନନ୍ୟ ପ୍ରତିଭା ପାଇଁ ‘India Book of Records’ ରେ ସ୍ଥାନ ପାଇଲେ ଏହି ବ୍ରହ୍ମପୁର ବୟ, ଯାହା ମେମୋରି ପାୱାର ଆଗରେ କମ୍ପ୍ୟୁଟର ଟି ଫେଲ ମାରିବ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ତୁଳସୀ ଦୁଇ ପତ୍ର ରୁ ବାସିଲା ଭଳି ପିଲାଟି ଦିନରୁ ବିଚକ୍ଷଣ ପ୍ରତିଭା । ବିଭିନ୍ନ ଇଂରାଜୀ ଶବ୍ଦ ଭାଷା ଏବଂ ଗୀତ ଗୁଡ଼ିକୁ ଗାଇ ଆଜି ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଛନ୍ତି । ତାଙ୍କ ପାଖରେ ରହିଛି ବହୁ ବିଚକ୍ଷଣ ପ୍ରତିଭା । ଯିଏ କି ଇଂରାଜୀ ଶବ୍ଦ ଏବଂ ୧ ରୁ ୧୦୦ ସଂଖ୍ୟା କୁ ଉଭୟ ଆଗ ଓ ପଛ ପଟୁ କହିଛନ୍ତି । ଏହା ସହିତ ୩୦ ରୁ ଉର୍ଦ୍ଧ୍ବ ଇଂରାଜୀ କବିତା ଗାଇ ସେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଛନ୍ତି ।

ସେ ହେଉଛନ୍ତି ବ୍ରହ୍ମପୁର ନୀଳାଚଳ ନଗର ଚତୁର୍ଥ ଲାଇନ ର ଆରବ ପଟ୍ଟନାୟକ ଦାସ । ନିଜର ଏହି ପ୍ରତିଭା ପାଇଁ ସେ ସମସ୍ତଙ୍କ ପ୍ରଶଂସା ର ପାତ୍ର ସାଜିଛନ୍ତି । ଏଭଳିକି ବଡ଼ ବଡ଼ ନେତା ମାନେ ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି । ମାତ୍ର ୪ ବର୍ଷ ବୟସରେ ଏଭଳି ପ୍ରତିଭା ପ୍ରସ୍ଫୁଟିତ ହୋଇଛି ଆରବ ଙ୍କ ମଧ୍ୟରେ । ଏହା ବ୍ୟତୀତ ଡାନ୍ସ ଏବଂ ଏକ୍ସରସାଇଜ ରେ ମଧ୍ୟ ତାଙ୍କର ରୁଚି ରହିଛି ବୋଲି ଆରବ କହିଥିଲେ ।

ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କୁ ଏହି ସବୁ ଶିଖାଇବା ପଛରେ ତାଙ୍କ ବାପା ମାଆ ଓ ଅନ୍ୟାନ୍ୟ ପରିବାର ବର୍ଗ ଙ୍କ ହାତ ରହିଛି । ବହୁତ ଆଗରୁ ସେ ଏସବୁ ପ୍ରାକ୍ଟିସ କରିଛନ୍ତି ବୋଲି ମଧ୍ୟ କହିଛନ୍ତି । ତାଙ୍କ କହିବାନୁସାରେ ପ୍ରଥମେ ସେ ଇଂରାଜୀ ରେ କହିପାରୁ ନଥିଲେ । କିନ୍ତୁ ବର୍ତ୍ତମାନ ଚେଷ୍ଟା କରିବା ପରେ ସ୍ପଷ୍ଟ ଭାବରେ କହିପାରୁଛନ୍ତି ।

ଏହି ସମ୍ବନ୍ଧରେ ଯେତେବେଳେ ଆରବ ଙ୍କ ମାଆ ଙ୍କୁ ପଚରା ଯାଇଥିଲା ସେ କହିଥିଲେ ଯେ, ଆରବ ଛୋଟବେଳୁ ହିଁ ପାଠପଢ଼ା ପ୍ରତି ଗଭୀର ରୁଚି ରଖୁଥିଲେ । ତାଙ୍କୁ ଯେ କୌଣସି ପାଠ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରାଯାଏ ତାହା ସେ ମନ ଧ୍ୟାନ ର ସହିତ ଶୁଣନ୍ତି । ଆରବ ଙ୍କ ମଧ୍ୟରେ ଥିବା ଏହି ପ୍ରତିଭା କୁ ଦେଖି ତାଙ୍କ ପିତାମାତା ଇଣ୍ଡିଆ ବୁକ ଅଫ ରେକର୍ଡ ରେ ଆପ୍ଲାଏ କରିଥିଲେ ।

ଆରବ ଙ୍କ ମାଆ କହିଥିଲେ ଯେ, ସେ ଏହା ଚାହାନ୍ତି ତାଙ୍କ ପୁଅ ଜଣେ ଭଲ ମଣିଷ ହେଉ । ଯେଉଁ କାରଣରୁ ସେ ବର୍ତ୍ତମାନ ଠାରୁ ତାଙ୍କୁ ଉଚିତ ଶିକ୍ଷା ପ୍ରଦାନ କରୁଛନ୍ତି । ଛୋଟବେଳୁ ହିଁ ତାଙ୍କ ମଧ୍ୟରେ ଅନେକ ଭାଷା କୁ ନେଇ ଗଭୀର ଜ୍ଞାନ ରହିଛି । ଏହି ପ୍ରତିଭା କୁ ଇଣ୍ଡିଆ ବୁକ ଅଫ ରେକର୍ଡ ଚିହ୍ନଟ କରି ଆରବ ଙ୍କୁ ସ୍ଥାନ ଦେଇଛି ।

Leave a Reply

Your email address will not be published. Required fields are marked *