Bollywood ର 5 ଜଣ Actress ଯେଉଁମାନେ Bollywood Hero ଙ୍କ ସହ ଚଲାଇଲେ ଅଫେୟର, କିନ୍ତୁ ଅରବପତି ବିଜିନେସ ମ୍ୟାନଙ୍କୁ କଲେ ବିବାହ

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି ବହୁତ ସାରା ଷ୍ଟାର ଅଛନ୍ତି ଯେଉଁମାନେ ବଲିଉଡରେ ହିଁ ନିଜ ଜୀବନ ସାଥି ସହ ପ୍ରେମ କରିଲେ ଏବଂ ସେହି ମାନଙ୍କ ସହ ପ୍ରେମ ବିବାହ ମଧ୍ୟ କରିଲେ । ହେଲେ ବଲିଉଡରେ ଏମିତି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଲିଉଡ ଅଭିନେତାଙ୍କୁ ପ୍ରେମ କରି ବଲିଉଡ ବାହାରର ଲୋକମାନଙ୍କ ସହ ବିବାହ କରିଛନ୍ତି ଏବଂ ଏହି କଥା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ ।

ଆଈସା ଟାକିୟା-

ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଆଈସା ଟାକିୟା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଆଈସା ଟାକିୟାଙ୍କୁ ନିଶ୍ଚୟ ଜାଣିଥିବେ । ବଲିଉଡ ଇଣ୍ଡଷ୍ଟ୍ରିରେ ଆଈସା ଟାକିୟା ବହୁତ ଫିଲ୍ମରେ ଅଭିନୟ କରିଛନ୍ତି । ବଲିଉଡରେ ସଫଳତା ପାଇବା ପରେ ଆଈସା ବିଜନେସ ମ୍ୟାନ ଫରାନ ଆଜମିଙ୍କ ସହ ପ୍ରେମ ବିବାହ କରିଥିଲେ । ବିବାହ କରିବା ପରେ ଆଈସା ବଲିଉଡକୁ ମଧ୍ୟ ଛାଡି ଦେଇ ଥିଲେ । ଫରାନ ଆଜମି ଜଣେ ଭଲ ବିଜିନେସମ୍ୟାନ ଅଟନ୍ତି । ଆଈସା ବିବାହ ଅମିଶା ପଟେଲ ଙ୍କ ଭାଇ ଅଶମିତ ପଟେଲ ଙ୍କୁ ମଧ୍ୟ ଡେଟ କରି ସାରିଛନ୍ତି ।

ରବିନା ଟଣ୍ଡନ

ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ରବିନା । ବନ୍ଧୁଗଣ ଆପଣମାନେ ସମସ୍ତେ ରବିନାଙ୍କୁ ବହୁତ ଫିଲ୍ମରେ ଦେଖିଥିବେ । ରବିନା ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ସହ ରବିନା ବହୁତ ସମୟ ପର୍ଯ୍ୟନ୍ତ ରିଲେସନ ସିପରେ ରହିଥିଲେ । ହେଲେ ତାଙ୍କୁ ନିଜର ଅସଲି ପ୍ରେମ ମିଳିଲା ଫିଲ୍ମ ଡିଷ୍ଟ୍ରିବ୍ୟୁଟର ଅନିଲ ଥଡାନୀଙ୍କ ପାଖରେ । ରବିନା ୨୦୦୪ରେ ଅନିଲଙ୍କ ସହ ପ୍ରେମ ବିବାହ କରିଥିଲେ । ଦୁଇଜଣ ପଞ୍ଜାବୀ ପରମ୍ପରା ରେ ବିବାହ କରିଥିଲେ । ଅନିଲ ଥଡାନୀ ଜଣେ ବହୁତ ବଡ ବିଜିନେସ ମ୍ୟାନ ଅଟନ୍ତି ।

ଇଶା ଦେଓଲ- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଇଶା ଦେଓଲ । ବଲିଉଡର ବହୁତ ଫିଲ୍ମରେ ଇଶା କାମ କରିଛନ୍ତି । ହେଲେ ତାଙ୍କୁ ନିଜର ସଚ୍ଚୋଟ ପ୍ରେମ କୌଣସି ବଲିଉଡ ଅଭିନେତା ପାଖରେ ମିଳି ନଥିଲା । ୨୯ ଜୁନ ୨୦୧୨ରେ ଇଶା ମୁମ୍ବାଇର ବଡ ବିଜନେସ ମ୍ୟାନ ଭରତ ତଖତାନିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ,ବିବାହ କରିବା ପରେ ଇଶା ବଲିଉଡକୁ ଛାଡି ଦେଇ ଥିଲେ ।

ଶିଲ୍ପା ସେଟ୍ଟୀ

ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଶିଲ୍ପା ସେଟ୍ଟୀ । ଶିଲ୍ପା ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ଶିଳ୍ପାଙ୍କର ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ସହିତ ଅଫେୟାର ରହିଥିଲା କିନ୍ତୁ ଶିଲ୍ପା ବିଜନେସ ମ୍ୟାନ ରାଜ କୁନ୍ଦ୍ରାଙ୍କ ସହ ୨୨ ନଭେମ୍ବର ୨୦୦୯ରେ ବିବାହ କରିଥିଲେ । ଏହା ପରେ ଶିଲ୍ପା ବଲିଉଡ ଇଣ୍ଡଷ୍ଟ୍ରିକୁ ଛାଡି ଦେଇ ଥିଲେ, ହେଲେ ବର୍ତ୍ତମାନ ମଧ୍ୟ ଶିଲ୍ପା କୌଣସି ନା କୌଣସି କାରଣରୁ ଚର୍ଚାରେ ରହୁଛନ୍ତି ।

ମାଧୁରୀ ଦୀକ୍ଷିତ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ନିଶ୍ଚୟ ଜାଣିଥିବେ । ବଲିଉଡରେ ମାଧୁରୀ ବହୁତ ସାରା ସୁପର ହିଟ ଫିଲ୍ମରେ କାମ କରିଛନ୍ତି, ବର୍ତ୍ତମାନ ମଧ୍ୟ ବଲିଉଡ ଅଭିନେତା ମାନେ ମାଧୁରୀଙ୍କ ପାଇଁ ପାଗଳ ଅଛନ୍ତି । ମାଧୁରୀଙ୍କ ନାମ ସର୍ବ ପ୍ରଥମେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ସହ ଯୋଡା ଯାଇଛି । ହେଲେ ମାଧୁରୀ ଡାକ୍ତର ଶ୍ରୀ ରାମ ନେନେଙ୍କ ସହ ବିବାହ କରିଛନ୍ତି । ମାଧୁରୀ ଡାକ୍ତର ଶ୍ରୀ ରାମ ନେନେ ଙ୍କ ସହ ଆମେରିକାରେ ବିବାହ କରିଥିଲେ । ବିବାହ କରିବା ପରେ ସେ ଆମେରିକାରେ ସେଟେଲ ହୋଇଯାଇଥିଲେ । ହେଲେ ବର୍ତ୍ତମାନ ସେ ଭାରତକୁ ଫେରି ସାରିଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *