ଛୋଟ ମୋଟ ଫିଲ୍ମ କରୁଥିବା Bollywood ଅଭିନେତ୍ରୀ Kangana Ranaut ଏମିତି କରିଥାନ୍ତି କୋଟି କୋଟି ଟଙ୍କା ଇନକମ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଏହି କିଛି ଦିନ ହେବ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାବତ ବହୁତ ଚର୍ଚାରେ ଅଛନ୍ତି । ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାବତଙ୍କୁ ନିଶ୍ଚୟ ଜାଣିଥିବେ । ବଲିଉଡ ଜଗତରେ କଙ୍ଗନା ବହୁତ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ଅଧିକାଂଶ ଫିଲ୍ମ ସୁପର ହିଟ ମଧ୍ୟ ହୋଇଛି । ଆଜିକାଲି କଙ୍ଗନା ଲାଇମ ଲାଇଟରେ ରହିବା ପାଇଁ ବହୁତ କିଛି କରୁଥିବାର ମଧ୍ୟ ନଜର ଆସିଛନ୍ତି । ଏହି କିଛି ଦିନ ହେବ କଙ୍ଗନାଙ୍କ ଅଫିସ ଭାଙ୍ଗିବା ଚର୍ଚାରେ ମହାରାଷ୍ଟ୍ର ସରକାର ଓ କଙ୍ଗନାଙ୍କ ମଧ୍ୟରେ ଥିବା ବିବାଦ ଲାଗି ରହିଥିବାର ନଜର ଆସିଛି ।

କଙ୍ଗନା ନିଜ ଶବ୍ଦର ବାଣକୁ ଲଗାତାର ସୋସିଆଲ ମିଡିଆରେ ଚଲାଉ ଛନ୍ତି । ବଲିଉଡ ଅଭିନେତ୍ରୀ କଙ୍ଗନା ବଲିଉଡରେ ହେଉଥିବା ନେପୋଟିଜିମ ଓ ବଲିଉଡର କିଛି ଦିଗ୍ଗଜ ଅଭିନେତା ମାନଙ୍କ ଉପରେ ଏମିତି କିଛି ପ୍ରଶ୍ନ ଉଠାଇ ଛନ୍ତି ଯାହା ଦ୍ଵାରା ପୁରା ବଲିଉଡ ଦୋହଲି ଯାଇଛି । ସାଧାରଣ ଲୋକମାନେ କଙ୍ଗନାଙ୍କୁ ବହୁତ ସପୋର୍ଟ କରୁଥିବାର ମଧ୍ୟ ଜଣା ପଡିଛି ଏବଂ ମିଡିଆ ମଧ୍ୟ କଙ୍ଗନାଙ୍କ ସପୋର୍ଟରେ ଅଛି ।

କଙ୍ଗନା ବର୍ତ୍ତମାନ ବଲିଉଡର କିଛି ଦିଗ୍ଗଜ ଷ୍ଟାର ମାନଙ୍କୁ ନିଜ ଟାର୍ଗେଟରେ ରଖିଛନ୍ତି ଯାହା ଦ୍ଵାରା କଙ୍ଗନା ବହୁତ ଚର୍ଚାରେ ରହିଛନ୍ତି । ଏହା ସହିତ ନିଜ ଅଫିସ ଭାଙ୍ଗିବାର କେସକୁ ନେଇ କଙ୍ଗନା ମହାରାଷ୍ଟ୍ର ସରକାରଙ୍କୁ ୨ କୋଟି ଟଙ୍କା ମାଗିଛନ୍ତି । ଆଜି ଆମେ ଆପଣ ମାନଙ୍କୁ କଙ୍ଗନାଙ୍କର ସମ୍ପତ୍ତି ବିଷୟରେ କହିବୁ ଏବଂ କଙ୍ଗନା ଫିଲ୍ମ କରିବା ଛଡା ଅନ୍ୟ କେଉଁ ପରି ଭାବରେ ଟଙ୍କା କମାଇ ଛନ୍ତି ତାହା ବିଷୟରେ ମଧ୍ୟ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ବଲିଉଡରେ ୧୫ ବର୍ଷ କାମ କରିବା ପରେ କଙ୍ଗନା ରାଷ୍ଟ୍ରୀୟ ପୁରସ୍କାର ବ୍ୟତୀତ ଅନ୍ୟ ବହୁତ ପୁରସ୍କାର ପାଇଛନ୍ତି ଓ ଏହା ବ୍ଯତୀତ କଙ୍ଗନାଙ୍କୁ ଭାରତ ସରକାର ପଦ୍ମଶ୍ରୀରେ ମଧ୍ୟ ସମ୍ମାନିତ କରିଛନ୍ତି । କଙ୍ଗନା ଫିଲ୍ମ କରିବା ଛଡା ତାଙ୍କର ଏକ କ୍ଳଥିଙ୍ଗ ବ୍ରାଣ୍ଡ ମଧ୍ୟ ଅଛି । ସେହି ବ୍ରାଣ୍ଡର ନାମ ହେଉଛି ଭେରୋମୋଡା । କଙ୍ଗନାଙ୍କର ମୋଟ ସମ୍ପତ୍ତି ହେଉଛି ୯୬ କୋଟି ଟଙ୍କା ।

ଖବର ଅନୁସାରେ ଜଣା ପଡିଛି କଙ୍ଗନାଙ୍କର ବାର୍ଷିକ ଆୟ ହେଉଛି ୭.୫ କୋଟି ଟଙ୍କା । କଙ୍ଗନା ଅଭିନେତ୍ରୀ ହେବା ସହ ଫିଲ୍ମ ପ୍ରଡ୍ୟୁସର ମଧ୍ୟ ଅଛନ୍ତି । ବଲିଉଡର ହାଇ ବଜେଟ ଅଭିନେତ୍ରୀ ହେବା କାରଣରୁ କଙ୍ଗନା ଏକ ଫିଲ୍ମ ପାଇଁ ୧୧ କୋଟି ଟଙ୍କା ନିଅନ୍ତି । ଏହା ଛଡା ବ୍ରାଣ୍ଡ ଆନାଉନ୍ସ ପାଇଁ କଙ୍ଗନା ୧ ରୁ ୧.୫ କୋଟି ଟଙ୍କା ନେଇଥାନ୍ତି ।

ଏହା ବ୍ଯତୀତ କଙ୍ଗନା ରିଅଲଇଷ୍ଟେଟରେ ମଧ୍ୟ ବହୁତ ଟଙ୍କା ବ୍ୟୟ କରିଛନ୍ତି । ମୁମ୍ବାଇରେ ତାଙ୍କର ଏକ ବହୁତ ସୁନ୍ଦର ଘର ଅଛି । ଏହା ଛଡା ମନାଲୀରେ ମଧ୍ୟ ତାଙ୍କର ଏକ ଆଲିଶାନ ବଙ୍ଗଳା ରହିଛି । କଙ୍ଗନାଙ୍କ ପାଖରେ BMW ଏବଂ MERCEDES ଆଦି ହାଇ ପ୍ରୋଫାଇଲ କାର ମଧ୍ୟ ଅଛି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *