Bollywood ର 5 ଜଣ ଫ୍ଲପ ହୀରୋ ଯେଉଁ ମାନଙ୍କ ଝିଅ ଅଟନ୍ତି ବହୁତ ହିଁ ସୁନ୍ଦର, କୌଣସି ଅପ୍ସରା ଠାରୁ ବି ନୁହଁନ୍ତି କମ

ବଲିଉଡ ରେ ଶୀଘ୍ର ପାଦ ଦେବେ କିଛି ଅଭିନେତା ମାନଙ୍କ ଝିଅ ମାନେ । ଯେଉଁମାନଙ୍କ ଲୋକପ୍ରିୟତା ଏବେ ଠୁ ଦେଖିବାକୁ ମିଳେ ଓ ଏମାନଙ୍କ ସୁନ୍ଦରତା ର ସମସ୍ତେ ଦିୱାନା । ବଲିଉଡ ରେ ଏମାନଙ୍କ ଡେବ୍ୟୁ କୁ ନେଇ ଚର୍ଚ୍ଚା ହେଉଥିଲା ବେଳେ ଏମାନଙ୍କ ପିତା ଫ୍ଲପ୍ ଘୋଷିତ ହୋଇ ସାରିଛନ୍ତି।

୧. ସଞ୍ଜୟ କପୁର ଓ ତାଙ୍କ ଝିଅ ସନୟା କପୁର

ପ୍ରଥମେ ହେଲେ ଅଭିନେତା ସଞ୍ଜୟ କପୁର ଓ ତାଙ୍କ ଝିଅ ସନୟା କପୁର । ସଞ୍ଜୟ କପୁର ଙ୍କ କିଛି ଟା ଭଲ ଫିଲ୍ମ୍ ରହିଥିବା ବେଳେ ସେ ନିଜ ଭାଇ ଅନିଲ କପୁର ଙ୍କ ପରି ବଡ଼ ଷ୍ଟାର୍ ହେଇ ପାରି ନାହାଁନ୍ତି । ନିଜ ବଡ଼ ଭାଇ ବୋନି କପୁର ଙ୍କ ପରି ଭଲ ନିର୍ଦ୍ଧେଶକ ଭାବେ ମଧ୍ୟ ସଫଳତା ପାଇ ନାହାଁନ୍ତି।

ସେ ଫ୍ଲପ୍ ଅଭିନେତା ହୋଇ ମଧ୍ୟ ତାଙ୍କ ଝିଅ ସନୟା ଙ୍କ ଯୋଗୁଁ ସେ ଚର୍ଚ୍ଚାରେ ଅଛନ୍ତି। ସନୟା ଙ୍କୁ ଏବେ ର ସବୁଠୁ ସୁନ୍ଦରୀ ଷ୍ଟାର୍ କିଡ୍ କୁହା ଯାଉଛି ଓ ବଲିଉଡ ରେ ତାଙ୍କର ଅତି ଶୀଘ୍ର ଡେଵ୍ୟୁ ମଧ୍ୟ ହେବାକୁ ଯାଉଛି।

୨. ମିଥୁନ ଚକ୍ରବର୍ତ୍ତୀ ଓ ଝିଅ ଦିଶାନି ଚକ୍ରବର୍ତ୍ତୀ

ସେହିପରି ଏହି ତାଲିକାରେ ନାମ ଆସେ ଦିଶାନି ଚକ୍ରବର୍ତ୍ତୀଙ୍କର । ସେ ହେଉଛନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଙ୍କ ର ପାଳିତ ଝିଅ । ଦିଶାନି ବୟସରେ ଏବେ ବି ଛୋଟ ଅଛନ୍ତି କିନ୍ତୁ ବଲିଉଡ ରେ ସେ ନିଶ୍ଚୟ ଡେଵ୍ୟୁ କରିବେ। ନିଜ ସୁନ୍ଦରତା ଓ ବୋଲ୍ଡ ଫଟୋକୁ ନେଇ ସେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରୁହନ୍ତି ।

୩. ଆଦିତ୍ୟ ପଞ୍ଚୋଲି ଓ ଝିଅ ସନା ପଞ୍ଚୋଲି

ସେହିପରି ଆଦିତ୍ୟ ପଞ୍ଚୋଲି ଙ୍କ ଝିଅ ତଥା ସୁରଜ ପଞ୍ଚୋଲି ଙ୍କ ଭଉଣୀ ସନା ପଞ୍ଚୋଲି ମଧ୍ୟ ନିଜ ସରଳତା ପାଇଁ ଚର୍ଚ୍ଚା ରେ ରହିଛନ୍ତି। ଆଦିତ୍ୟ ପଞ୍ଚୋଲି ବେଶୀ ଖଳନାୟକ ଚରିତ୍ର କରିଛନ୍ତି। ସେ ଆସିଥିଲେ ତ ହିରୋ ହେବାପାଇଁ କିନ୍ତୁ ଏଥିରେ ସଫଳ ହୋଇ ପାରି ନ ଥିଲେ। ତାଙ୍କ ପୁଅ ସୁରଜ ମଧ୍ୟ ଏତେଟା ସଫଳତା ହାସଲ କରି ନ ପାରିଥିଲେ ମଧ୍ୟ ଲାଗୁଛି ଝିଅ ସନା ବହୁତ ସଫଳତା ହାସଲ କରିବେ।

୪- ଗୋବିନ୍ଦା ଓ ଝିଅ ଟିନା

ଆଉ ଜଣେ ଷ୍ଟାର୍ କିଡ୍ ହେଲେ ଟିନା । ଯିଏ ସୁପରଷ୍ଟାର ଗୋବିନ୍ଦା ଙ୍କ ଝିଅ। ନିଜ ସମୟରେ ଗୋବିନ୍ଦା ସୁପରଷ୍ଟାର ଥିଲେ ମଧ୍ୟ ଏବେ ଆଉ ସେପରି କିଛି ଖାସ୍ ଫିଲ୍ମ୍ ନ କରି ଗୋବିନ୍ଦା ବି ଫ୍ଲପ୍ ତାଲିକାରେ ସାମିଲ ଅଛନ୍ତି । ତାଙ୍କ ଝିଅ ଟିନା ବଲିଉଡ ରେ ପାଦ ରଖି ସାରିଥିଲେ ମଧ୍ୟ ଏବେ ଯାଏ ଖାସ୍ ସଫଳତା ପାଇ ନାହାଁନ୍ତି ।

୫। ଚଙ୍କି ପାଣ୍ଡେ ଓ ଝିଅ ଅନନ୍ୟା ପାଣ୍ଡେ

ଶେଷରେ ହେଲେ ଅନନ୍ୟା ପାଣ୍ଡେ, ଅଭିନେତା ଚଙ୍କି ପାଣ୍ଡେ ଙ୍କ ଝିଅ । ସେ ଜଣେ ଫ୍ଲପ୍ ଅଭିନେତା ହେଲେ ବି ତାଙ୍କ ଝିଅ ଅନନ୍ୟା ନିଶ୍ଚୟ ତାଙ୍କୁ ଗର୍ବିତ କରୁଥିବେ। ସେ “ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍-୨” ଫିଲ୍ମ୍ ରେ ଡେଵ୍ୟୁ କରିଥିଲେ। ସେ ନିଜ ଅଭିନୟ ଓ ସୁନ୍ଦରତା ପାଇଁ ବଲିଉଡ ରେ ଚର୍ଚ୍ଚା ରେ ରହିଛନ୍ତି।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *