ଏହା ଅଟେ Bollywood ର ସବୁଠୁ ଫେମସ 4 ଟି ନଣନ୍ଦ-ଭାଉଜ ଯୋଡି, ନିଜ ଭଉଣୀ ଠାରୁ ଅଧିକ ନିବିଡ ଅଟେ ଏମାନଙ୍କ ସମ୍ପର୍କ, 1 ନମ୍ବର ଯୋଡି ତ ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ଯେତେବେଳେ ଗୋଟେ ଝିଅ ନିଜ ବାପ ଘର ଛାଡି ବିବାହ କରି ନିଜ ଶାଶୁ ଘରକୁ ଯାଇଥାଏ ସେତେବେଳେ ଶାଶୁ ଘରେ ତାକୁ ନଣନ୍ଦ ରୂପରେ ଏକ ଭଉଣୀ ମିଳିଥାଏ । ଯାହାଙ୍କ ସହ ସେ ନିଜର ସମସ୍ତ କଥାକୁ ସେୟାର କରିଥାଏ ଓ ଏହି ନଣନ୍ଦ- ଭାଉଜଙ୍କ ସମ୍ପର୍କ ମଧ୍ୟ ବହୁତ ନିବିଡ ରହିଥାଏ । ଠିକ ସେହି ପରି ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କର ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ବଲିଉଡର ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କାହାର ନଣନ୍ଦ କିମ୍ବା ଭାଉଜ ଅଟନ୍ତି ।

ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏହି ନଣନ୍ଦ ଓ ଭାଉଜଙ୍କ ଯୋଡି ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


କରିନା କପୁର ଖାନ ଓ ଶୋହା ଅଲି ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ଓ ତାଙ୍କ ନଣନ୍ଦ ଶୋହା ଅଲି ଖାନ । ଶୋହା ହେଉଛନ୍ତି ସେଫ ଅଲି ଖାନଙ୍କ ଭଉଣୀ ସେହି ଦ୍ରୁଷ୍ଟିରୁ କରିନା ଶୋହାଙ୍କର ଭାଉଜ ହେଲେ । କରିନା ଓ ଶୋହାଙ୍କୁ ବହୁତ ସ୍ଥାନରେ ଏକା ସହ ଦେଖା ଯାଇଛି । ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି । ଶୋହା ଏକ ଇଣ୍ଟର୍ବ୍ୟୁ ଦ୍ଵାରା କହିଥିଲେ ଯେ, ‘ମୁ କରିନାଙ୍କୁ ବହୁତ ସମ୍ମାନ ଦିଏ କାରଣ ସେ କାମ ଓ ମୋ ଭାଇର ପ୍ରାଥମିକତା ଉପରେ ଅଧିକ ଧ୍ୟାନ ଦେଇଥାନ୍ତି’ ।

ଐଶ୍ଵର୍ଯ୍ୟ ରାୟ ବଚନ ଓ ଶ୍ଵେତା ନନ୍ଦା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ବଚନ ଓ ତାଙ୍କ ନଣନ୍ଦ ସ୍ଵତା ନନ୍ଦା । ଶ୍ଵେତାଙ୍କ ନିଜ ଭାଇ ହେଉଛନ୍ତି ଅଭିଷେକ ବଚନ ସେହି ଦ୍ରୁଷ୍ଟିରୁ ଐଶ୍ଵର୍ଯ୍ୟ ହେଉଛନ୍ତି ଶ୍ଵେତାଙ୍କ ଭାଉଜ । କେତେକ ଖବର ଅନୁସାରେ ଜଣା ପଡିଥିଲା ଯେ, ଐଶ୍ଵର୍ଯ୍ୟ ଓ ଶ୍ଵେତାଙ୍କ ମଧ୍ୟରେ ଥିବା ସମ୍ପର୍କ ଭଲ ନାହିଁ ହେଲେ ବନ୍ଧୁଗଣ ଏହା ମିଛ ଅଟେ । କାରଣ ଏହି ଦୁଇଜଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି ଓ ଏମାନେ ପରସ୍ପରର ବହୁତ ଆଦର କରନ୍ତି ।


ମଲାଇକା ଅରୋରା ଖାନ ଓ ଅରପିତା ଖାନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମଲାଇକା ଅରୋରା ଖାନ ଓ ତାଙ୍କ ନଣନ୍ଦ ଅରପିତା ଖାନ । ଅରପିତା ହେଉଛନ୍ତି ଅରବାଜଙ୍କର ଭଉଣୀ ସେହି ଦ୍ରୁଷ୍ଟିରୁ ମଲାଇକା ତାଙ୍କର ଭାଉଜ ଅଟନ୍ତି । ମଲାଇକା ଓ ଅରପିତାଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଥିଲା ହେଲେ ମଲାଇକା ଏବଂ ଅର୍ଜୁନଙ୍କର ଲଭ ଅଫେୟାର ପାଇଁ ଏମାନଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା । ହେଲେ ଏହହୀ ଦୁଇଜଣ ଆଜି ମଧ୍ୟ କେତେକ ସ୍ଥାନରେ ଏକା ସହ ନଜର ଆସୁଛନ୍ତି ।


ସୋନାକ୍ଷୀ ସିହ୍ନା ଓ ତରୁଣା ଅଗ୍ରୱାଲ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଓ ତାଙ୍କ ଭାଉଜ ତରୁଣା ଅଗ୍ରୱାଲ  । ସୋନାକ୍ଷୀଙ୍କ ଭାଇ କୁଶ ୨୦୧୫ ମସିହାରେ ତରୁନାଙ୍କ ସହ ବିବାହ କରିଥିଲେ । ସୋନାକ୍ଷୀ ଓ ତରୁନାଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି । ଏମାନେ ପରସ୍ପର ସହ ବହୁତ ଭଲ ସମୟ ଅତିବାହିତ କରନ୍ତି ଓ ନିଜର ସମସ୍ତ କଥା ସେୟାର କରନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *