ଶାରୀରିକ ସମ୍ବନ୍ଧ ବନାଇବା ସର୍ତ୍ତରେ ମିଳିଥିଲା କାମର ଅଫର, Bollywood ର ଏହି 5 ଜଣ Actress ହେଇଛନ୍ତି କାଷ୍ଟିଙ୍ଗ କାଉଚ ର ଶିକାର

ବଲିଉଡରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଆଜି ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି, କିନ୍ତୁ ବେଳେବେଳେ ସେମାନେ ନିଜ କ୍ୟାରିଅରରେ କାଷ୍ଟିଂ କାଉଚ୍ ର ଶିକାର ମଧ୍ୟ ହୋଇଛନ୍ତି । ଆପଣ ଏହାକୁ ଫିଲ୍ମ ଇଣ୍ଡଷ୍ଟ୍ରିର ଘୃଣ୍ୟ ସତ୍ୟ ବୋଲି କହିପାରିବେ । ଅନେକ ବଲିଉଡ ଅଭିନେତ୍ରୀ ହିରୋଇନ ହେବାର ସ୍ୱପ୍ନ ଦେଖି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଥିଲେ, କିନ୍ତୁ ସେମାନଙ୍କୁ କାଷ୍ଟିଂ କାଉଚକୁ ସାମ୍ନା କରିବାକୁ ପଡିଲା । କାଷ୍ଟିଂ କାଉଚ୍ ଘଟଣାକୁ ଅନେକ ଅଭିନେତ୍ରୀ ସର୍ବସାଧାରଣରେ ପ୍ରକାଶ କରିଛନ୍ତି ଏବଂ ସେମାନେ ମଧ୍ୟ ସେମାନଙ୍କର ଅନୁଭୂତି ଶେୟାର କରିଛନ୍ତି । ଆଜି ଆମେ ଆପଣଙ୍କୁ ବଲିଉଡର ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ଯେଉଁମାନେ କାଷ୍ଟିଂ କାଉଚର ଶିକାର ହୋଇଛନ୍ତି ।

ରାଧିକା ଆପ୍ତେ – ଆଜି ରାଧିକା ଆପ୍ଟେ ବଲିଉଡରେ କୌଣସି ପରିଚୟ ର ମୋହତାଜ ନୁହନ୍ତି । ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ ତାମିଲ, ବଙ୍ଗାଳୀ, ତେଲୁଗୁ ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ତାଙ୍କୁ 2018 ମସିହାରେ ଅକ୍ଷୟ କୁମାରଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ପ୍ୟାଡମ୍ୟାନରେ ମଧ୍ୟ ଦେଖିବାକୁ ମିଳିଥିଲା ।

ରାଧିକା ଆପ୍ତେ ସ୍ୱୀକାର କରିଛନ୍ତି ଯେ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚର ଶିକାର ହୋଇଥିଲେ । ଜଣେ ଅଭିନେତା ତାଙ୍କୁ ବଲିଉଡ ଫିଲ୍ମ ଅଫର କରିଥିଲେ, କିନ୍ତୁ ଏଥିପାଇଁ ତାଙ୍କୁ ଆପଶ ବୁଝାମଣା କରିବାକୁ କୁହା ଯାଇଥିଲା ।

ସୁରବିନ ଚାୱଲା

ସୁରବିନ ଚାୱଲା ଜଣେ ବହୁତ ସୁନ୍ଦର ଅଭିନେତ୍ରୀ । ସେ ଅନେକ ଟିଭି ସିରିଏଲରେ କାମ କରିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥିଲେ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କୁ ମଧ୍ୟ କାଷ୍ଟିଂ କାଉଚ ର ସାମ୍ନା କରିବାକୁ ପଡିଥିଲା, କିନ୍ତୁ ତାଙ୍କ କହିବା ଅନୁଯାୟୀ ସେ ଆପସ ବୁଝାମଣା କରିବାକୁ ମନା କରିଦେଇଥିଲେ। ତେବେ ବଲିଉଡରେ ସେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ନାହାଁନ୍ତି ବୋଲି ସୁରବିନ ମଧ୍ୟ ସ୍ୱୀକାର କରିଛନ୍ତି।

ଟିସ୍କା ଚୋପ୍ରା

ଟିସ୍କା ଚୋପ୍ରା ଯିଏ କି ଆଜି ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ଓ ସେ ଅନେକ ଫେମସ ସିରିଏଲ ଏବଂ ୱେବ୍ ସିରିଜରେ କାମ କରିଛନ୍ତି । ସେ ତାରେ ଜମିନ୍ ପର ରେ ଇଶାନ ର ମା’ ଭୂମିକାରେ ଅଭିନୟ କରିଥିଲେ । ସେ ଏହା ମଧ୍ୟ ଖୋଲାଖୋଲି ଭାବେ ସ୍ୱୀକାର କରିଛନ୍ତି ଯେ ସେ କ୍ୟାରିୟରର ପ୍ରାରମ୍ଭରେ ଏକ ଫିଲ୍ମରେ କାମ କରିବା ପାଇଁ କାଷ୍ଟିଂ କାଉଚର ସମ୍ମୁଖୀନ ହୋଇଥିଲେ।

ଏଲି ଅବରାମ

ବଲିଉଡ ଅଭିନେତ୍ରୀ ଏଲି ଅବରାମ କହିଥିଲେ ଯେ ତାଙ୍କ କ୍ୟାରିୟରର ଆରମ୍ଭରେ ଦୁଇ ନିର୍ଦ୍ଦେଶକ ତାଙ୍କୁ ତାଙ୍କ ସହ ଶୋଇବା ପାଇଁ ସଙ୍କେତ ଦେଇଥିଲେ। ଅବରାମଙ୍କ ଅନୁଯାୟୀ ବଡି ସମୀଙ୍ଗ ର ମଧ୍ୟ ତାଙ୍କୁ ସାମ୍ନା କରିବାକୁ ପଡିଥିଲା। ସେ ଜଣେ କମ ହାଇଟ ର ଅଭିନେତ୍ରୀ ହୋଇ ଥିବାରୁ ତାଙ୍କୁ କୁହାଯାଉଥିଲା କି ସେ ଅଭିନେତ୍ରୀ ହେଇ ପାରିବେ ନାହିଁ । ତାଙ୍କୁ ଓଜନ ଓଜନ କମାଇବାକୁ କୁହା ଯାଉଥିଲା ।

କଲ୍କି କୋଚଲିନ୍

ବଲିଉଡ ଅଭିନେତ୍ରୀ କଲ୍କି କୋଚଲିନ୍, ଯିଏକି ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ପୂର୍ବତନ ପତ୍ନୀ, ସେ ତାଙ୍କ କ୍ୟାରିୟରରେ କାଷ୍ଟିଂ କାଉଚର ସମ୍ମୁଖୀନ ହୋଇଥିବା କଥା ସର୍ବସାଧାରଣରେ ସ୍ୱୀକାର କରିଥିଲେ। କଲ୍କି କହିଥିଲେ କି ଲୋକ ମାନେ ଭାବିଥିଲେ କି ମୁଁ ଭାରତର ନୁହେଁ ତ ସେମାନେ ସହଜରେ ମୋର ଫାଇଦା ଉଠେଇ ମୋର ଶୋଷଣ କରିବେ, କିନ୍ତୁ କଲ୍କିଙ୍କ ଅନୁସାରେ ସେ କଦାପି ଆପସ ବୁଝାମଣା କରିନାହାଁନ୍ତି। ତାଙ୍କ ପ୍ରତିଭା ସହିତ ସେ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ଅଲଗା ସ୍ଥାନ ସୃଷ୍ଟି କଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *