ବିରିଆନୀ ଅଧା ଖାଇବାପରେ ବାହାରିଲା ସିଝା ଝିଟିପିଟି, ଓଲଟା ହୋଟେଲ ମାଲିକ କହୁଛନ୍ତି ଯାହା କରୁଛ କର…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଖାଇବା ସମୟରେ ବିରିୟାନୀରେ ଚିକେନ ବଦଳରେ ବାହାରିଥିଲା ଝିଟିପିଟି ଯାହାକୁ ଦେଖିବା ପରେ ଖାଉଥିବା  ବ୍ୟକ୍ତି ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏଭଳି ଝିଟିପିଟି ପଡିଥିବା ଖାଦ୍ଯ କିପରି ବାଢୁଛନ୍ତି ହୋଟେଲ ମାନଙ୍କରେ ଏହାକୁ  ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଏହି ଦୃଶ୍ୟ ଟି ବାହାର ଦେଶର ନୁହେଁ ବରଂ ଆମ ଓଡିଶାର । ସୂଚନା ଅନୁସାରେ ଓଡିଶାର ଚନ୍ଦନପୁର  ବଜାର ମା ‘  ମଙ୍ଗଳା ହୋଟଲରେ ।

ଏହି ହୋଟେଲକୁ ଦୁଇ ଜଣ ଯୁବକ ବିରିୟାନୀ ଖାଇବାକୁ ବହୁତ ଉତ୍ସାହ ସହିତ ଆସିଥିଲେ । ହୋଟେଲ ଭିତରକୁ ଆସିବା ପରେ  ଦୁଇ ପ୍ଳେଟ ବିରିୟାନୀ ମଗାଇଥିଲେ । ଉଭୟ ବିରିୟାନୀକୁ ଖାଉଥିବା ସମୟରେ ଅଳ୍ପ କିଛି ଖାଇବା ପରେ ବିରିୟାନୀରେ ଚିକେନ ପିସ୍ ବଦଳରେ ସିଝା ଝିଟିପିଟି ବାହାରିଥିଲା । ଯାହାକୁ ଦେଖିଥିବା ସମ୍ପୂର୍କ୍ତ ବ୍ୟକ୍ତି ଜଣଙ୍କ ବିଷାକ୍ତ ଝିଟିପିଟି କୁ ଖାଇଥିବାରୁ ବାନ୍ତି ହେବା ଭଳି ଲାଗିଲା ।

ପରେ ହୋଟେଲରେ ଖାଇବା ରାନ୍ଧିଥିବା ଲୋକ ଓ ହୋଟେଲର ମୁଖ୍ୟକୁ ଡାକି ଝିଟିପିଟି ଥିବା ବିରିୟାନୀ କୁ ଦେଖାଇ ଝଗଡା କରିବାକୁ ଆରମ୍ଭ କରିଥିଲେ । ମାତ୍ର ହୋଟେଲର ମୁଖ୍ୟ ମାଲିକ କହୁଥିଲେ ଝିଟିପିଟି ହିଁ ତୋ ପଡିଛି କିଛି ହବନି କିନ୍ତୁ ଯୁବକ ଜଣକ ହୋଟେଲ ରେ ଏଭଳି ଖାଇବା ଦେବା ଦ୍ଵାରା ଲୋକେ ମରିଯିବେ ବୋଲି କହୁଥାନ୍ତି ଏବଂ ସଂପୂର୍ଣ୍ଣ ବିଷୟକୁ ନିଜ ଫୋନରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

କାରଣ ହୋଟେଲ ରେ କାର୍ଯ୍ୟ କରୁଥିବା ଲୋକେ ଯଦି ସଚେତନା ପୂର୍ବକ କାମ କରିବେ ନାହିଁ ତେବେ ଏଭଳି ଝିଟିପିଟି ପଡିଥିବା ଖାଇବା ଲୋକମାନଙ୍କୁ ଖାଇବାକୁ ପଡିବ । ତେଣୁ ଲୋକେ ଯେପରି ଜାଣିବେ ଏହା ବିଷୟରେ ସେଥିପାଇ ଏହାକୁ ଛଡା ଯାଇଛି । ଯୁବକ ଜଣକ ଭିଡିଓରେ କହୁଛନ୍ତି ଆମେ ଯେତେ କହିଲେ ବି ହୋଟେଲର ମାଲିକ କହୁଛନ୍ତି ଆପଣ ଯାହା କରିବେ କରନ୍ତୁ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି କି ଚନ୍ଦନପୁର ଅଞ୍ଚଳ ଏକ ସ୍ଵାମ୍ବିଧାନିକ ଅଞ୍ଚଳ ଏଣୁ ଏଠାରେ ଖାଦ୍ୟ ଜାର୍ଚ କଣ ପାଇଁ ହେଉନି ଏବଂ ହୋଟେଲ କାର୍ଯ୍ୟ କରି ମାନେ ସବୁ ଦେଖିକି କାହିଁକି ଖାଦ୍ୟ ପ୍ରସ୍ତୁତ କରୁନାହାଁନ୍ତୁ । ଏହି ଖବର କୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *