ଯଦି ଆପଣ ନିଜ ମସ୍ତିସ୍କ କୁ କମଜୋର ହେବାରୁ ବଞ୍ଚାଇବା ପାଇଁ ଚାହୁଞ୍ଚନ୍ତି ତେବେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ …

ମୁଣ୍ଡ ମଣିଷ ଶରୀରର ସବୁଠୁ ମହତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଏହି ଅଙ୍ଗ ଆମ ସମୂର୍ଣ୍ଣ ବଡିକୁ ନିୟନ୍ତ୍ରିତ ରଖିଥାଏ ଓ ଶରୀରର ସବୁ କାର୍ଯ୍ୟକୁ କରାଇଥାଏ । ଆମ ଭିତରୁ କିଛି ଲୋକ ପଢିଥିବେ କି କିଛି ଜିନିଷ ଖାଇବା ଦ୍ଵାରା ମସ୍ତିଷ୍କ ତେଜ ହୋଇଥାଏ ଓ କେତେ ଲୋକ ତ ଏହି ଜିନିଷକୁ ଖାଇଛନ୍ତି ମଧ୍ୟ ଓ ମସ୍ତିଷ୍କକୁ ତେଜ କରିବା ପାଇଁ ଚେଷ୍ଟା ବି କରିଛନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି କି ମସ୍ତିଷ୍କକୁ କିପରି ତେଜ କରାଯାଇ ପାରିବ ।

ଖାଇବାରେ ଏମିତି ବହୁତ ଗୁଡ଼ିଏ ଜିନିଷ ଅଛି ଯାହାକୁ ଖାଇବା ଦ୍ଵାରା ମସ୍ତିଷ୍କ କମଜୋର ହେଇପାରେ ଯଦି ଆପଣ ଏହି ଜିନିଷର ଅଧିକ ବ୍ୟବହାର କରିବେ ତେବେ ଆପଣଙ୍କର ମସ୍ତିଷ୍କ କମଜୋର ହୋଇପାରେ । ଆସନ୍ତୁ ଜାଣିବା କଣ ସେହି ଜିନିଷ ଯାହାର ସେବନ ଦ୍ଵାରା ମସ୍ତିଷ୍କ ବେମାର ଓ କମଜୋର ହୋଇଥାଏ ।

ମସ୍ତିଷ୍କକୁ ପାଇଁ ହାନିକରକ ଜିନିଷ

୧. ଅଧିକ ମିଠା

ମିଠା ଖାଇବାକୁ କାହାକୁ ବା ପସନ୍ଦ ନଥାଏ । ମିଠା ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି । ଏମିତି ବହୁତ୍ କମ ଲୋକ ଥିବେ ଯିଏ ମିଠା ଖାଇବା ପସନ୍ଦ କରନ୍ତି ନାହିଁ । ଆମେ ଆପଣଙ୍କୁ କହି ଦେଉଛୁ କି ଅଧିକ ମିଠା ଖାଇବା ଦ୍ଵାରା ମସ୍ତିଷ୍କ କମଜୋର ହୋଇଥାଏ , ଆମେ ଯେଉଁ ଜିନିଷ ମନେ ରଖିଥାଉ ସୁଗାର କାରଣରୁ ସେହି ମନେ ରଖିବା ଶକ୍ତି କମ ହୋଇଯାଇଥାଏ । ଯେଉଁ ଖାଦ୍ୟରେ ଫ୍ରକ୍ଟୋସ ଅଧିକ ମାତ୍ରାରେ ଥାଏ,ସେହି ପ୍ରକାରର ଜିନିଷର ସେବନରୁ ବଞ୍ଚିତ ରୁହନ୍ତି ।

୨. ଜଙ୍କ ଫୁଡ

ଆଜିକାଲି ଲୋକେ ଖାଇବା କମ ଖାଉଛନ୍ତି ଓ ବାହାର ଜିନିଷ ଯେମିତି – ଚାଉମିନ , ପିଜ୍ଜା , ବର୍ଗର ଇତ୍ୟାଦି ଜିନିଷର ସେବନ ଅଧିକ କରିବାକୁ ଲାଗିଛନ୍ତି ଓ ଏହି ସବୁ ଖାଇ ନିଜର ପେଟ ଭରି ନିଅନ୍ତି । କଣ ଆପଣଙ୍କୁ ଜଣା ଅଛି ଗୋଟେ ରିସର୍ଚ୍ଚ ମାଧ୍ୟମରେ ବହୁତ ହିଁ ଆଶ୍ଚର୍ଯ୍ୟ କରିଦେଲା ଭଳି ପରିଣାମ ସାମ୍ନାକୁ ଆସିଛି । ଯେଉଁ ଲୋକମାନେ ଜଙ୍କ ଫୁଡର ବ୍ୟବହାର ଅଧିକ କରିଥାନ୍ତି ତାଙ୍କ ମସ୍ତିଷ୍କ ର ହର୍ମୋନ ସମ୍ପୂର୍ଣ୍ଣ ବଦଳି ଯାଇଥାଏ ଓ ବ୍ୟାକୁଳତା , ଅସୁବିଧା, ଚିନ୍ତା ଅଧିକ ଘେରି ଯାଇଥାଏ ।

ମଣିଷର ମସ୍ତିଷ୍କକୁ ଷ୍ଟ୍ରଙ୍ଗ ରଖିବା ପାଇଁ ଡେପାମାଇନ ରହିବା ଜରୁରୀ ହୋଇଥାଏ ଏହାର ମାତ୍ରା କମ ହେବା କାରଣରୁ ଆପଣଙ୍କ ମସ୍ତିଷ୍କ କମଜୋର ହୋଇଯାଇଥାଏ ।

୩. ଛଣା ଛଣି ଜିନିଷ

ଲୋକେ ପକୋଡା ଖାଇବାର ବହୁତ ସୌଖିନ ହୋଇଥାନ୍ତି ଓ ଛଣା ଛଣି ଜିନିଷ ଖାଇବା ପାଇଁ ଖଟା ଲଗାଇ ଖାଇ ଥାଆନ୍ତି , ଅଧିକ ଛଣା ଛଣି ଜିନିଷ ଖାଇବା ଦ୍ଵାରା ମଧ୍ୟ ମଣିଷଙ୍କ ମସ୍ତିଷ୍କ କମଜୋର ହୋଇଯାଇଥାଏ । ଅଧିକ ଛଣା ଛଣି ଜିନିଷ ଖାଇବା ଦ୍ଵାରା ମସ୍ତିଷ୍କର ନର୍ଭ ସେଲ୍ସକୁ ଶେଷ କରିବାକୁ ଲାଗିଥାଏ ଓ ଗୋଟେ ସମୟ ପରେ ଏହାର ଅଭାବ ଦ୍ଵାରା ମସ୍ତିଷ୍କ କମଜୋର କରିଦେଇଥାଏ ।

ଯଦି ଆପଣ ବି ଏହି ସମସ୍ୟାରେ ଅଛନ୍ତି ତେବେ ଆମର ଏହି ଟିପ୍ସ ଆପଣାଇ ଦେଖନ୍ତୁ, ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହିତ ସେଆର କରି ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *