ବିବାହର ୧୫ ଦିନରେ ହିଁ ୨ ମାସର ଗର୍ଭବତୀ ହେଲା ସ୍ତ୍ରୀ, ଆଉ ତା’ ପରେ ସ୍ଵାମୀ ଯାହା କଲା…

ଯେତେବେଳେ କୌଣସି ପୁରୁଷ ବିବାହ କରିଥାଏ, ବିବାହ କରିବାର କିଛି ଦିନ ମଧ୍ୟରେ ସେ ସନ୍ତାନ ପାଇଁ ଯୋଜନା ମଧ୍ୟ କରିଥାଏ । ସେହି ପୁରୁଷ ଇଛା ଥାଏ ଯେ, ତା ଛୁଆ ମଧ୍ୟରେ କେବଳ ନିଜ ଡିଏନଏ ବା ନିଜ ରକ୍ତ ରହିଥାଉ । ସାଧାରଣତଃ ବିବାହ ହେବାର ୯ ମାସ ପରେ ଘରେ ଛୁଆ ଜନ୍ମ ହୋଇଥାଏ । ହେଲେ ଆଜି ଆମେ ଏହି ବିଷୟରେ ଏମିତି ଏକ ଘଟଣା ବିଷୟରେ କହିବୁ, ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ଏହି ଘଟଣାଟି ହୋଇଛି ଉତ୍ତର ପ୍ରଦେଶର ବୁଲନ୍ଦ ସହରର । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଉତ୍ତର ପ୍ରଦେଶର ବୁଲନ୍ଦ ସହରରେ ଏକ ପରିବାରରେ ବୋହୁ ବିବାହରର ୧୫ ଦିନ ପରେ ଗର୍ଭବତୀ ହୋଇଗଲା । ଯେତେବେଳେ ଏହି କଥାର ଖବର ମହିଳାଙ୍କ ସ୍ଵାମୀଙ୍କୁ ମିଳିଲା ତାଙ୍କର ହୋସ ଉଡିଯାଇଥିଲା । ସିକନ୍ଦରାବାଦ ଥାନା କ୍ଷେତ୍ରରେ ଥିବା ଏକ ଗାଁର ନିବାସୀ ଯୁବତୀଙ୍କ ବିବାହ ୧୫ ଫେବୃୟାରିରେ ନୂଆମଣ୍ଡୀ ଥାନା କ୍ଷେତ୍ରର ଏକ ଗାଁ ରେ ହୋଇଥିଲା ।

ବହୁତ ଧୁମ ଧାମରେ ବିବାହ ହୋଇଥିଲା । ବିବାହର କିଛି ଦିନ ମଧ୍ୟରେ ମହିଳା ଜଣଙ୍କ ପେଟରେ କଷ୍ଟ ହେବା ଆରମ୍ଭ ହୋଇଥିଲା । ଏହାପରେ ମହିଳା ଜଣଙ୍କ ସ୍ଵାମୀ ମହିଳାଙ୍କୁ ନେଇ ଡାକ୍ତରଙ୍କ ପାଖକୁ ନେଇଥିଲେ, ହେଲେ ଯେତେବେଳେ ଡାକ୍ତର ରିପୋର୍ଟ ନେଇ ଆସିଲେ ପୁରୁଷର ହୋସ ଉଡିଗଲା । ଡାକ୍ତର ଜଣକ ସ୍ଵାମୀ କୁ କହିଲେ ତାଙ୍କ ପତ୍ନୀ ଦୁଇ ମାସ ହେବ ଗର୍ଭବତୀ ଅଛି । ଏହି ଖବର ଶୁଣିବା ପରେ ସ୍ଵାମୀର ଅବସ୍ତା ଖରାପ ହୋଇଗଲା । ସେ କିଛି ବୁଝିପାରିଲା ନାହିଁ ।

ଏହାପରେ ସ୍ଵାମୀ ଜଣକ ନିଜ ପତ୍ନୀକୁ ଏହି ଗର୍ଭବତୀ ହେବାର ରହସ୍ୟ ବିଷୟରେ ପଚାରିଥିଲେ, ବହୁତ ସମୟ ପରେ ମହିଳା ଏହି ରହସ୍ୟର ପରଦାଫାସ କରିଥିଲା । ମହିଳା ଅନୁସାରେ ଏହି ଛୁଆ ହେଉଛି ତାର ପୂର୍ବ ପ୍ରେମୀର । ମହିଳାର ପୂର୍ବ ପ୍ରେମୀ ପ୍ରଥମେ ଅଲିଗଡରେ ରହୁଥିଲା, ହେଲେ ବର୍ତ୍ତମାନ ସେ ତାର ଭଉଣୀ ସହ ସିକନ୍ଦରାବାଦରେ ରହୁଛି ।

 

ସମସ୍ତ କଥା ଜାଣିବା ପରେ ପୁରୁଷ ଜଣକ ମହିଳାଙ୍କୁ ନେଇ ପୋଲିସ ଷ୍ଟେସନ ଯାଇଥିଲା ଓ ସେ ମହିଳାକୁ ନିଜ ପାଖରେ ରଖିବା ପାଇଁ ପ୍ରସ୍ତୁତ ନଥିଲା । ହେଲେ ମହିଳା ନିଜ ବାପା ଘରକୁ ଯିବା ପାଇଁ ବହୁତ ଭୟ କରୁଥିଲା । କାରଣ ଯଦି ତାର ବାପା ଘର ଲୋକ ଏହି ସବୁ କଥା ବିଷୟରେ ଜାଣିବେ ତାହାଲେ ମହିଳାର ବଞ୍ଚିବା ବହୁତ କଷ୍ଟକର ହୋଇଯିବ । ବର୍ତ୍ତମାନ ମହିଳା ଜଣଙ୍କୁ ଜିଲ୍ଲା ହସ୍ପିଟାଲ ଜ୍ୟୋତିକେନ୍ଦ୍ରରେ ରଖା ଯାଇଛି । ମହିଳାର ସୁରକ୍ଷା ନିମିତ ଜଣେ ମହିଳା କନିଷ୍ଟବଳ ମଧ୍ୟ ତାଙ୍କ ପାଖରେ ରହୁଛି ।

ମିଡିଆ ରିପୋର୍ଟ ଅନୁସାରେ ପୋଲିସ ସେହି ଯୁବତୀ ଜଣଙ୍କ ପ୍ରେମିକାକୁ ଖୋଜିବାରେ ଲାଗିଛି । ମହିଳା ଥାନା ଅଧିକାରୀ ଧାରା ୧୬୪ ଅନୁସାରେ ପୀଡତାଙ୍କ ବୟାନ ନେଇସାରିଛନ୍ତି । ଯେତେବେଳେ ମହିଳା ଓ ତାଙ୍କ ସ୍ଵାମୀ ଥାନାରେ ଥିଲେ, ସେତେବେଳେ ଥାନାରେ ବହୁତ ଗଣ୍ଡୋଗୋଳ ହୋଇଥିଲା । ପୀଡ଼ିତାଙ୍କ ସ୍ଵାମୀ ଏହି ବିବାହକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛନ୍ତି, କାରଣ ବିବାହ ପୂର୍ବରୁ ସେ ଏହି ସବୁ ବିଷୟରେ କୌଣସି କଥା ଜାଣି ନଥିଲେ ।

ଦେଶରେ ଘଟୁଥିବା ସବୁ ଖବର ସହ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *