ବିବାହରେ ଏହି ନମୁନା ଗୁଡିଙ୍କୁ ଦେଖିଲେ ଆପଣ ହସି ହସି ବେଦମ ହେଇଯିବେ (Funny Wedding Moments), ଦେଖନ୍ତୁ Video

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ନିଜ ବିବାହକୁ ସବୁଠାରୁ ମେମୋରେବଲ କରିବା ପାଇଁ ଚାହିଁ ଥାନ୍ତି । ଏଥିପାଇଁ ଲୋକମାନେ ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି । କିନ୍ତୁ ବନ୍ଧୁଗଣ କିଛି ବିବାହରେ ଏମିତି କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥାଏ ଯାହା ବିଷୟରେ କେହି କଳ୍ପନା ବି କରିପାରିବେ ନାହିଁ । ଆଜି ଆମେ ଆପଣ ମାନଙ୍କୁ ବିବାହରେ ହୋଇଥିବା କିଛି ମଜାଦାର ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଆଜିକାଲି ବର ଓ ବୋହୁ ବିବାହ ପାଇଁ ନୂଆ ନୂଆ ଟ୍ରେଣ୍ଡ ଫଲୋ କରୁଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ଜଣେ ବ୍ୟକ୍ତି ନିଜ ବାହାଘରରେ ଓଟ ନେଇ ଚାଲିଆସିଥିଲେ । ହେଲେ ବାହାଘରର ଏଣ୍ଟରାନ୍ସ ଗେଟ ଭିତରକୁ ଓଟ ପଶିପାରିଲା ନାହିଁ ଯାହାଫଳରେ ଏଣ୍ଟରାନ୍ସ ଗେଟକୁ ଓଟ ଭାଙ୍ଗି ବରକୁ ତଳେ ପକାଇ ଦେଲା । ବରର ଏହି ଏଣ୍ଟ୍ରିକୁ ଝିଅ ବାଲା ଘର କେବେବି ଭୁଲିବେ ନାହିଁ ।

୨. ବନ୍ଧୁଗଣ ଆପଣ ମାନେ କଣ ବାହାଘର ଦିନ ବ୍ରେକ ଅପ୍ ହେଉଥିବାର ଦୃଶ୍ୟ ଦେଖିଛନ୍ତି । ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓର୍ତେ ବର ଯେତେବେଳେ ନିଜ ବୋହୁ ବେକରେ ମଙ୍ଗଳସୂତ୍ର ପିନ୍ଧାଇବାକୁ ଯାଉଛି ସେତେବେଳ ବୋହୁ ମଙ୍ଗଳସୂତ୍ର ପିନ୍ଧିବାକୁ ମନା କରିଦେଉଛି । ବୋହୁ ମନା କରିବା ପରେ ବରର ମୁହଁ ଦେଖିଲେ ଆପଣ ମାନେ ବି ନିଜ ହସ ରୋକିପାରିବେ ନାହିଁ ।

୩. ବନ୍ଧୁଗଣ ସ୍ଥାନ ଅନୁସାରେ ବିବାହର ଅଲଗା ଅଲଗା ପ୍ରଥା ରହିଛି । ବନ୍ଧୁଗଣ ସୋସିଆଲ ମିଡିଆରେ ବାହାଘର ପ୍ରଥାର ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ବର ଓ ବୋହୁ ପରସ୍ପରଙ୍କୁ ବାଡିରେ ଧୀରେ ଧୀରେ ବାଡାଉ ଥିବାର ନଜର ଆସୁଛନ୍ତି ହେଲେ ଗୋଟେ ସମୟରେ ବର ଟିକେ ଜୋର ସେ ବାଡାଇ ଦେଉଛି ଯାହାଫଳରେ ବୋହୁ ଗୋଟେ ଜବରଦସ୍ତ ମାଡ ଦେଇ ସେହି ସ୍ଥାନରୁ ଚମ୍ପଟ ମାରୁଛି ।

୪.  ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ସାଉଥ ଇଣ୍ଡିଆନ ବାହାଘରର ଏକ ମଜାଦାର ଭିଡିଓ ଅଛି । ଏହି ଭିଡିଓରେ ବର ଓ ବୋହୁ ଭୋଜନ ପାଇଁ ବସିଥିବାର ନଜର ଆସୁଛନ୍ତି । ବର ପାଣି ମାଗିବାରୁ ତାକୁ ଅଧା ଗ୍ଳାସ ପାଣି ଦିଆଯାଉଛି । ଏହା ପରେ ବର ଭୋଜନର ଅପେକ୍ଷା କରୁଛି ଭୋଜନ ଆସିବା ମାତ୍ରେ ବୋହୁ ନିଜ ଆଡକୁ ସବୁ ଖାଦ୍ୟ ନେଇଯାଉଛି । ପ୍ରଥମେ ବର କିଛି ସମୟ ନିଜକୁ କଣ୍ଟ୍ରୋଲ କରି ବସୁଛି ହେଲେ ତା ପରେ ସେ ସମସ୍ତ ଖାଦ୍ୟକୁ ଫୋପାଡି ଚାଲିଯାଉଛି ।

୫. ବନ୍ଧୁଗଣ ଗତ କିଛି ଦିନ ତଳେ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖୋଣ୍ଡେଙ୍କ ବିବାହ ହୋଇଥିଲା । ସାଧାରଣତଃ ଝିଅ ମାନେ ବିଦାଇ ସମୟରେ କାନ୍ଦି କାନ୍ଦି ଯାଇଥାନ୍ତି ହେଲେ ଅଙ୍କିତା ନିଜ ବିଦାଇରେ ବହୁତ ଖୁସି ଥିଲେ । ଭାଇରାଲ ହେଉଥିବା ଭିଡିଓରେ ଅଙ୍କିତା ନିଜ ବିଦାଇ ସମୟରେ ଏକ ଟ୍ରୋଲି ଉପରେ ବସି ଆସୁଥିବାର ନଜର ଆସୁଛନ୍ତି । ଏହି ଭିଡିଓଟି ବହୁତ ଚର୍ଚାରେ ରହିଛି  ।

Leave a Reply

Your email address will not be published. Required fields are marked *