ବିବାହ ପରେ ଶାଶୁ ଘରେ ପ୍ରଥମ ଥର ପାଇଁ ନୂଆ କରି ରୋଷେଇ କଲେ ଅଭିନେତ୍ରୀ ଅର୍ଚିତା (Archita Sahoo)

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଅଲିଉଡ ଅଭିନେତା ସବ୍ୟ ଓ ଅର୍ଚିତା ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଏହି ଦୁଇଜଣ ବିବାହ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଦୁଇଜଣ କଳାକାରଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ଏହି ଦୁଇଜଣ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ଓ ଏମାନଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଏହି ଦୁଇଜଣ ଏକା ସହ ମଧ୍ୟ କିଛି ଫିଲ୍ମରେ ନଜର ଆସିଛନ୍ତି ।

ଏମାନଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ବନ୍ଧୁଗଣ ମାର୍ଚ୍ଚ ୧ ତାରିଖ ଦିନ ଏହି ଦୁଇଜଣ ବିବାହ କରିଛନ୍ତି ଓ ଏମାନେ ଏକ ନୂଆ ଜୀବନ ଆରମ୍ଭ କରିଛନ୍ତି । ଏହି ଦୁଇଜଣଙ୍କ ବିବାହ ରାଜସ୍ଥାନରେ ହୋଇଛି ।

ବିବାହ ପରଠାରୁ ଏହି ଦୁଇଜଣଙ୍କର କିଛି ନୂଆ ନୂଆ ଫଟୋ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛି । ଏହି କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ମାତ୍ରାରେ ଚର୍ଚ୍ଚା ହେଉଛି । ଏହି ଫଟୋରେ ବିବାହ ପରେ ଅର୍ଚିତା ସବ୍ୟଙ୍କ ଘରେ ପ୍ରଥମ ଥର ପାଇଁ ରୋଷେଇ କରୁଥିବାର ନଜର ଆସୁଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ମାର୍ଚ୍ଚ ୧ ତାରିଖ ଦିନ ଏହି ଦୁଇଜଣଙ୍କର ବିବାହ ହୋଇଥିଲା ଓ ବିବାହ ପରେ ଏହି ଦୁଇଜଣ ଓଡିଶା ଫେରି ଥିଲେ । ଅର୍ଚିତା ନିଜ ଶାଶୁ ଘରର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋସ୍ଟ କରିଥିଲେ । ଅର୍ଚିତାଙ୍କ ଗୃହ ପ୍ରବେଶର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାର ବିଷୟ ହୋଇଛି ।

ବନ୍ଧୁଗଣ ଏହି କିଛି ସମୟ ପୂର୍ବରୁ ଅର୍ଚ୍ଚିତାଙ୍କର ଏକ ନୂଆ ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛି ଯେଉଁଠି ଅର୍ଚିତା ପ୍ରଥମ ଥର ପାଇଁ ନିଜ ଶାଶୁ ଘରେ ରୋଷେଇ କରୁଥିବାର ନଜର ଆସୁଛନ୍ତି ।

ଅର୍ଚିତା ନିଜର ଏହି ସମସ୍ତ ଫଟୋକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋସ୍ଟ କରିଛନ୍ତି । ବନ୍ଧୁଗଣ ଏହା ମଧ୍ୟ ଖବର ମିଳିଛି ଅର୍ଚିତା ରୋଷେଇ କରିବା ପରେ ତାଙ୍କ ପରିବାର ଲୋକ ଖାଇଛନ୍ତି ଓ ତାଙ୍କ ଶାଶୁ ଅର୍ଚିତାଙ୍କୁ ଉପହାର ମଧ୍ୟ ଦେଉଛନ୍ତି । ନିଜ ବୋହୁ ଉପରେ ଖୁସି ହୋଇ ସବ୍ୟଙ୍କ ମା ଅର୍ଚିତାଙ୍କୁ କିଛି ଲଡୁ ଓ ଏକ ମୁଦି ଦେଇଛନ୍ତି ।

ବନ୍ଧୁଗଣ ଏହି ସବୁ ଫଟୋକୁ ନଜର ରଖିଲେ ମଧ୍ୟ ଜଣା ପଡୁଛି ଅର୍ଚିତା ମଧ୍ୟ ନିଜ ଶାଶୁ ଘରେ ବହୁତ ଖୁସିରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଚିତାଙ୍କର ଏହି ରୋଷେଇ କରୁଥିବାର ଫଟୋ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *