ପ୍ରେମ ଅନ୍ଧ ବୋଲି ପ୍ରମାଣ କରି ଦେଖାଇ ଦେଲେ Bollywood ର ଏହି 4 ଟି କପଲ, ଏତେ ଫେମସ ଆଉ ଧନୀ ହୋଇ ବି ବିବାହ କରିଲେ ସାଧାରଣ ଝିଅଙ୍କୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହା ବ୍ଯତୀତ ଏମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସାଧାରଣତଃ ଅଧିକାଂଶ ବଲିଉଡ କଳାକାର ମାନେ ବଲିଉଡ ଅଭିନେତ୍ରୀ ମାନଙ୍କ ସହ ପ୍ରେମ ବିବାହ କରିଥାନ୍ତି ।

କିନ୍ତୁ ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ମଧ୍ୟ କିଛି ଅଭିନେତା ଅଛନ୍ତି ଯେଉଁ ମାନେ ସାଧାରଣ ମହିଳା ମାନଙ୍କ ସହ ବିବାହ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ଓ ତାଙ୍କ ପତ୍ନୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ସାହିଦ କପୁର – ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସାହିଦ କପୁର ଓ ତାଙ୍କ ପତ୍ନୀ ମୀରା ରାଜପୁତ । ଆପଣ ମାନେ ସମସ୍ତେ ସାହିଦଙ୍କୁ ବହୁତ ସୁପର ହିଟ ବଲିଉଡ ଫିଲ୍ମରେ ଦେଖିଥିବେ । ଗୋଟେ ସମୟରେ ସାହିଦ ବଲିଉଡର କିଛି ଅଭିନେତ୍ରୀଙ୍କ ସହ ଲଭ ଅଫେୟାରର ଥିଲେ ହେଲେ ଆଉ ଗୋଟେ ସମୟରେ ସେ ସଂପୂର୍ଣ୍ଣ ଏକା ହୋଇଯାଇଥିଲେ । ସେତେବେଳେ ସେ ମୀରାଙ୍କ ସହ ଏକ ପାର୍ଟିରେ ସାକ୍ଷାତ କରିଥିଲେ । ମୀରା ଓ ସାହିଦ ପରସ୍ପରକୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରିଥିଲେ ଓ ଶେଷରେ ପ୍ରେମ ବିବାହ କରିଥିଲେ । ବନ୍ଧୁଗଣ ମୀରା କୌଣସି ମଡେଲ ବା ସେଲିବ୍ରେଟି ନୁହନ୍ତି ତଥାପି ସାହିଦ ତାଙ୍କୁ ବିବାହ କରିଥିଲେ ।

ଜନ ଆବ୍ରାହମ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଜନ ଆବ୍ରାହମ । ଗୋଟେ ସମୟରେ ଜନ ବଲିଉଡ ଅଭିନେତ୍ରୀ ବିପାଶା ବାସୁଙ୍କ ସହ ଲଭ ରିଲେସନରେ ଥିଲେ । ହେଲେ ଏମାନଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା ଓ ଏମାନଙ୍କର ବ୍ରେକ ଅପ୍ ହୋଇଯାଇଥିଲା । ବ୍ରେକ ଅପ୍ ପରେ ଜନଙ୍କ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ । ହେଲେ କିଛି ସମୟ ପରେ ଜନ ଇନ୍ଵେଷ୍ଟର ବ୍ୟାଙ୍କର ପ୍ରିୟା ରୁଞ୍ଚଲଙ୍କ ସହ ସାକ୍ଷାତ କରିଥିଲେ । ଏହାପରେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ବିବାହ କରିଥିଲେ ।

ଶାହରୁଖ ଖାନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଶାହରୁଖ ଖାନ । ବନ୍ଧୁଗଣ ଗୋଟେ ସମୟରେ ଶାହରୁଖ ବଲିଉଡକୁ ଆସିବା ପୂର୍ବରୁ ଗୌରିଙ୍କ ସହ ଲାଭ ରିଲେସନରେ ଥିଲେ । ହେଲେ ସେତେବେଳେ ଶାହରୁଖଙ୍କ ପାଖରେ କିଛି ନଥିଲା । ଏହି ଦୁଇଜଣଙ୍କ ବିବାହ ପାଇଁ ମଧ୍ୟ ବହୁତ ବିବାଦ ହୋଇଥିଲା କାରଣ ଶାହରୁଖ ମୁସ୍ଲିମ ଥିଲେ ଓ ଗୌରି ହିନ୍ଦୁ । ହେଲେ ଶାହରୁଖ ନିଜ କଷ୍ଟରେ ବଲିଉଡରେ ସଫଳତା ପାଇଥିଲେ ଓ ଗୌରିଙ୍କୁ ପ୍ରେମ ବିବାହ କରିଥିଲେ ।

ବରୁନ ଧବନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ବରୁନ ଧାବନ । ଏହି କିଛି ଦିନ ତଳେ ବରୁନ ନିଜ ଗାର୍ଲ ଫ୍ରେଣ୍ଡ ନତସା ଦଲାଲଙ୍କ ସହ ବିବାହ କରିଥିଲେ । ନତସା ହେଉଛନ୍ତି ଜଣେ ଫ୍ୟାସନ ଡିଜାଇନର । ବରୁନ ଓ ନତସା ପରସ୍ପରକୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରିଥିଲେ ଓ ଶେଷରେ ଏମାନେ ପରସ୍ପର ସହ ବିବାହ କରିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *