ଏହି ବଲିଉଡ ଷ୍ଟାରମାନେ ବିବାହ ପରେ ଚଳାଇଥିଲେ ଚକ୍କର, କିନ୍ତୁ ସ୍ତ୍ରୀମାନେ ଦେଲେ ଆଉ ଏକ ମଉକା

ବିବାହର ସମ୍ପର୍କ ବିଶ୍ୱାସକୁ ନେଇ ଗଢା ହୋଇଥାଏ । ବଲିଉଡରେ କେତେକ ଷ୍ଟାର ଏମିତି ଅଛନ୍ତି , ଯେଉଁମାନେ ବିବାହ କରିବା ପରେ ନିଜ ସ୍ତ୍ରୀଙ୍କର ବିଶ୍ଵାସ ଭାଙ୍ଗିଥିଲେ ଓ ଅନ୍ୟ ଜାଗାରେ ଚକର ଚଲେଇବାକୁ ଲାଗିଲେ । ତଥାପି ତାଙ୍କ ସ୍ତ୍ରୀ ମାନେ ତାଙ୍କୁ ପୁଣି ଥରେ ସୁଯୋଗ ଦେଇଥିଲେ । ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ବଲିଉଡ ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ । ଚାଳନ୍ତୁ ଜାଣିବା ।

ଆଦିତ୍ୟ ପଞ୍ଚୋଲି

ନିଜ ଠାରୁ ୨୦ ବର୍ଷ ସାନ କଙ୍ଗନା ରନୌତଙ୍କ ସହିତ ଆଦିତ୍ୟ ପଞ୍ଚୋଲିଙ୍କ ଚକର ଚାଲିଥିଲା । ସେତେବେଳେ କଙ୍ଗନା ରନୌତ ବଲିଉଡରେ ସଂଘର୍ଷ କରୁଥିଲେ । ଦୁହେଁ ବହୁତ ପାଖା ପାଖି ଆସି ଯାଇଥିଲେ । କୁହାଯାଏ କି ଆଦିତ୍ୟ ପଞ୍ଚୋଲିଙ୍କ ସ୍ତ୍ରୀ ଜରିନା ଏହା ଜାଣିବା ପରେ ତାଙ୍କୁ ଛାଡି ଦେଇଥିଲେ । କଙ୍ଗନାଙ୍କ ସହିତ ଆଦିତ୍ୟଙ୍କ ସମ୍ପର୍କ ଅଧିକ ମୟ ପର୍ଯ୍ୟନ୍ତ ଚାଲିନଥିଲା । ତାଙ୍କ ଉପରେ କଙ୍ଗନା କେତେକ ଅଭିଯୋଗ ମଧ୍ୟ ଲଗାଇ ଥିଲେ । ଜରୀନା କିନ୍ତୁ ଆଦିତ୍ୟଙ୍କ ହାତ ଛାଡ଼ି ନଥିଲେ ଓ ଆଗକୁ ଆସି ସେ ଆଦିତ୍ୟଙ୍କୁ ନିଜର ସମର୍ଥନ ଦେଇଥିଲେ । ଆଜି ଦୁହେଁ ଖୁସି ଖୁସି ନିଜ ଜୀବନ ବିତାଉଛନ୍ତି ।

ଗୋବିନ୍ଦା

ହଦ କର ଦି ଆପନେ ଫିଲ୍ମ୍ ପରେ ରାଣୀ ମୁଖାର୍ଜୀଙ୍କ ସହ ଗୋବିନ୍ଦାଙ୍କର ଅଫେୟାର ଚାଲିବାରେ ଲାଗିଥିଲା । ଗୋବିନ୍ଦାଙ୍କ ସ୍ତ୍ରୀ ସୁନିତା ଆହୁଜାଙ୍କୁ ଏହି ଖବର ଜଣା ପଡିଗଲା । ତଥାପି ସେ ଗୋବିନ୍ଦାଙ୍କୁ ତାଙ୍କ ଭୁଲ ସୁଧାରିବା ପାଇଁ ଗୋଟେ ସୁଯୋଗ ଦେଇଥିଲେ । ଗୋବିନ୍ଦା ନିଜେ ଏହି କଥାକୁ ସ୍ଵିକାର କରିଥିଲେ । ଗୋବିନ୍ଦାଙ୍କୁ ନିଜ ଭୁଲର ଅନୁଭବ ହୋଇଥିଲା ଓ ସେ ନିଜ ସ୍ତ୍ରୀଙ୍କୁ ସେ ଭୁଲ୍ ମଧ୍ୟ ମାଗିଥିଲେ ।

ରାଜ ବବ୍ବର

ନାଦିରା ଙ୍କ ସହ ବିବାହ କରିବା ପରେ ସ୍ମିତା ପଟେଲଙ୍କ ପ୍ରେମରେ ରାଜ ବବ୍ବର ପଡି ଯାଇଥିଲେ । ଦୁହେଁ ବିବାହ ମଧ୍ୟ କରିଥିଲେ । ରାଜ ବବ୍ବର ଓ ନାଦିରା ବବ୍ବରଙ୍କର ଦୁଇଟି ପିଲା ବି ଥିଲେ । ସେ ସ୍ମିତା ଙ୍କ ସହ ବିବାହ କରିବା ପାଇଁ ନାଦିରାଙ୍କ ସହ ନିଜର ବିବାହ ମଧ୍ୟ ଭାଙ୍ଗି ଦେଇଥିଲେ । ପ୍ରତୀକ ବବ୍ବରଙ୍କର ଯେବେ ଜନ୍ମ ହେଲା ସେତେବେଳେ ସ୍ମିତା ପଟେଲଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏହାପରେ ନାଦିରା ରାଜ ବବ୍ବରଙ୍କୁ ପୁଣି ଥରେ ସୁଯୋଗ ଦେଲେ ଓ ସେବେଠୁ ଦୁଇ ଣ ଭଲରେ ଅଛନ୍ତି ।

ଋଷି କପୁର

ଋଷି କପୁର ଓ ନିତୁ କପୁରଙ୍କ ଲଭ ଷ୍ଟୋରୀ ପ୍ରେରଣା ଦେଲା ଭଳି ଅଟେ । ଅଧିକରୁ ଅଧିକ ପିଇବାର ଅଭ୍ୟାସ ଋଷି କପୁରଙ୍କୁ ହୋଇ ଯାଇଥିଲା । ନିତୁଙ୍କୁ ସେ ଯେତେ ଭଲ ପାଆନ୍ତି ସେତିକି ହିଁ ଭଲ ସେ ତାଙ୍କ ମଦକୁ ମଧ୍ୟ ପାଆନ୍ତି । କେତେଥର ତ ସେ ଯେତେବେଳେ ଗୋଟେ ଦିଟା ପେଗ ଲଗାଇ ଦେଇଥାନ୍ତି ତେବେ ସେ ଅଧିକ ଉଗ୍ର ହୋଇ ଯାଆନ୍ତି । କଥା ତ ଏପର୍ଯ୍ୟନ୍ତ  ପହଞ୍ଚି ଯାଇଥିଲା କି ଅଫିସିୟାଲି ରୁପରେ ଅଭିଯୋଗ କରିବା ପାଇଁ ମଧ୍ୟ ନିତୁ କପୁର ଭାବି ନେଇଥିଲେ । କିନ୍ତୁ ଭାବିଚିନ୍ତି ନିତୁ କପୁର ପୁରଙ୍କୁ ଆଉ ଗୋଟେ ସୁଯୋଗ ଦେଇଥିଲେ ।

ଅକ୍ଷୟ କୁମାର

ଟ୍ଵିଙ୍କଲ ଖାନ୍ନାଙ୍କ ସହିତ ବିବାହ କରିବା ପରେ ଅକ୍ଷୟ କୁମାର ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରେମରେ ପଡି ଯାଇଥିଲେ । ଟ୍ଵିଙ୍କଲ ଖାନା ଯେବେ ଏହି କଥା ଜାଣିଲେ ସେ ଅକ୍ଷୟ କୁମାରଙ୍କୁ କହିଥିଲେ ପ୍ରିୟଙ୍କାଙ୍କ ଅପୋଜିଟରେ ଯଦି ସେ ଫିଲ୍ମ କରିବେ ତେବେ ସେ ତାଙ୍କୁ ଛାଡିଦେବେ । ଏହା ପରେ ଅକ୍ଷୟ କୁମାର ନିଜ ସ୍ତ୍ରୀଙ୍କୁ ଭୁଲ ମାଗିଥିଲେ ଓ ଦୁହେଁ ଏବେ ଖୁସି ଖୁସି ଜୀବନ ବିତାଉଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *